ରାମଚନ୍ଦ୍ର ପ୍ରତିହାରୀ

ରଙ୍ଗମଞ୍ଚ ଅଭିନେତା ଓ ନିର୍ଦ୍ଦେଶକ

ରାମଚନ୍ଦ୍ର ପ୍ରତିହାରୀ (୧୭ ଜାନୁଆରୀ ୧୯୩୬[୨] - ୨୭ ଜାନୁଆରୀ ୨୦୧୯[୩]) ଓଡ଼ିଆ କଥାଚିତ୍ର ଜଗତ ଓ ରଙ୍ଗମଞ୍ଚର ଜଣେ ଜଣାଶୁଣା ଅଭିନେତା ଓ ନିର୍ଦ୍ଦେଶକ ଥିଲେ । ସେ ୨୦୦ରୁ ଅଧିକ ନାଟକରେ ଅଭିନୟ, ୧୦୦ରୁ ଉର୍ଦ୍ଧ୍ୱ ନାଟକରେ ନିର୍ଦ୍ଦେଶନା, ୨୦ରୁ ଉର୍ଦ୍ଧ୍ୱ ଓଡ଼ିଆ କଥାଚିତ୍ର ଓ ଗୋଟିଏ ହିନ୍ଦୀ କଥାଚିତ୍ରରେ ଅଭିନୟ କରିଛନ୍ତି । ସେ ୧୯୫୭ରୁ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ଅଭିନେତା ଅଟନ୍ତି ।

ରାମଚନ୍ଦ୍ର ପ୍ରତିହାରୀ
ଜନ୍ମ(1936-01-17)୧୭ ଜାନୁଆରୀ ୧୯୩୬
ହରଚଣ୍ଡୀ ସାହି, ପୁରୀ[୧]
ମୃତ୍ୟୁ୨୭ ଜାନୁଆରୀ ୨୦୧୯(2019-01-27) (ବୟସ ୮୩)
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୫୧-୧୯୯୭

ରାମଚନ୍ଦ୍ର, ଅଭାବ ଅନଟନ ଯୋଗୁ ବେଶି ପାଠ ପଢ଼ି ପାରିନଥିଲେ । ପିଲାଦିନରୁ ସଙ୍ଗୀତ ପ୍ରତି ରୁଚି ରହିଥିଲା । ୧୯୫୧ ମସିହାରେ, "ଉତ୍କଳ ନାଟ୍ୟ ସଂଘ" ଅନୁଷ୍ଠାନ ଆନୁକୁଲ୍ୟରେ ପୌରାଣିକ ନାଟକ "କର୍ଣ୍ଣାଜୁନ"ରେ ସେ ଶକୁନି ଭୂମିକାରେ ଅଭିନୟ କରି ଲୋକଲୋଚନକୁ ଆସିଥିଲେ । ୧୯୫୨ରୁ ୧୯୫୭ ପର୍ଯ୍ୟନ୍ତ ସେ ଜଗନ୍ନାଥ ମନ୍ଦିରରେ ଜଣେ ସୁପକାର ଭାବରେ କାମ କରିଥିଲେ ।

ନାଟକ ଜୀବନ ସମ୍ପାଦନ କରନ୍ତୁ

ସଙ୍ଗୀତକାର, ଅଭିନେତା ଏବଂ ନିର୍ଦ୍ଦେଶକ ଆଦି ରାମଚନ୍ଦ୍ର ନାଟକର ବହୁ ବିଭାଗରେ କାମ କରିଛନ୍ତି । ବାଲ୍ୟବନ୍ଧୁ "ଜଗବନ୍ଧୁ ମିଶ୍ର" ତାଙ୍କୁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ସହିତ ପରିଚୟ କରେଇଥିଲେ । ୧୯୬୧ ମସିହାରେ ବ୍ରହ୍ମପୁରରେ ସେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚର ଏକ କ୍ୟାମ୍ପରେ କାମ କରିବା ଆରମ୍ଭ କରିଥିଲେ । ଦରମା ଥିଲା ୪ଅଣା । ୧୯୬୬ ମସିହାରେ ସେ "ମଞ୍ଚରୂପା ନାଟକ ଏକାଡେମୀ" ଓ ୧୯୮୬ ମସିହାରେ "ଶିଳ୍ପୀ ନାଟକ ଏକାଡେମୀ" ଗଠନ କରି ବାସ୍ତବଧର୍ମୀ ନାଟକ ପରିବେଷଣ କରିବା ଆରମ୍ଭ କରିଥିଲେ ।

ଅଭିନୀତ/ନିର୍ଦ୍ଦେଶିତ ନାଟକ ସମ୍ପାଦନ କରନ୍ତୁ

  • ପାୟଲ(ହିନ୍ଦୀ)
  • କଙ୍ଗନ(ହିନ୍ଦୀ)
  • ବନ୍ଧନ(ହିନ୍ଦୀ)
  • କଳାପାହାଡ଼
  • ବକ୍ସି ଜଗବନ୍ଧୁ
  • ଭାଇଭାଉଜ
  • ମାଣିକଯୋଡ଼ି
  • ଘରସଂସାର
  • ସୁନାଫରୁଆ
  • ପହିଲି ରଜ
  • କଂସାକବାଟ
  • ବାଡୁଅ ଝିଅ
  • ସିଂହଦ୍ୱାର
  • ବାଇଶି ପାହାଚ
  • ସୁନା ପଞ୍ଜୁରୀ
  • ସ୍ୱର୍ଣ୍ଣଚମ୍ପା
  • ଚିଡିଆଖାନା
  • ଦେବଯାନୀ
  • କୁଳଚନ୍ଦ୍ରମା
  • ମାଟିର ମଣିଷ
  • ବାର ବରଷର କବରତଳୁ
  • ନାୟିକା ମିଳିଛି
  • ହୋଟେଲ ମୋନାଲିସା

କଥାଚିତ୍ର ଜୀବନ ସମ୍ପାଦନ କରନ୍ତୁ

୧୯୬୨ ମସିହାରେ ନୂଆ ବୋଉ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ରାମଚନ୍ଦ୍ର, ବର୍ତ୍ତମାନ ସୁଦ୍ଧା ୨୪ରୁ ଅଧିକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର ସମ୍ପାଦନ କରନ୍ତୁ

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ଏଇ ମିଳନ ଯୁଗ ଯୁଗର ୨୦୧୦
ଜୟ ଜଗନ୍ନାଥ ୨୦୦୭ ସବ୍ୟସାଚୀ ମହାପାତ୍ର
ଆରତୀ ୧୯୮୧ ଜେ. ଏଚ୍. ସତ୍ତାର
ଅନୁରାଧା ୧୯୮୦
ନୀଳମାଧବ ୧୯୭୯ ଜେ ପି ଭଗତ
ମୁକ୍ତି ୧୯୭୭ ବ୍ୟୋମକେଶ ତ୍ରିପାଠୀ

ପୁରସ୍କାର ଓ ସମ୍ମାନ ସମ୍ପାଦନ କରନ୍ତୁ

ଆଧାର ସମ୍ପାଦନ କରନ୍ତୁ

  1. Chakra, Shyamhari (2012). "The Hindu : FEATURES / FRIDAY REVIEW : An ode of Odisha". thehindu.com. Retrieved 21 January 2013. Harachandi Sahi in the town where he was born
  2. "ପରିଚୟ ଦେଇଛି ଶକୁନି ଭୂମିକା". ଧରିତ୍ରୀ ୨୬/୦୭/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. Retrieved 28 Jan 2019.
  3. "Famed Annapurna actor Paratihari dies". The Pioneer. Retrieved 28 January 2019.
  4. "The Hindu : NATIONAL / OTHER STATES : Kelucharan Mohapatra awards presented". thehindu.com. 2012. Retrieved 21 January 2013. Guru Kelucharan Mohapatra awards to two prominent arts exponents of the State – Ramachandra Pratihari for theatre
  5. expressbuzz.com: Cine stars celebrate Platinum jubilee
  6. welcomeorissa.com: Cine stars celebrate Platinum jubilee
  7. orissadiary.com: Jayadev Award for Ramchandra Pratihari
  8. "Veteran Actor Ramachandra Pratihari Passes Away". OMMCOM NEWS. Retrieved 28 January 2019.

ଅଧିକ ତଥ୍ୟ ସମ୍ପାଦନ କରନ୍ତୁ