ରତ୍ନ ମଞ୍ଜରୀ ଦେବୀ

ଓଡ଼ିଆ ରାଜନୀତିଜ୍ଞ
(ରତ୍ନା ମଞ୍ଜରୀ ଦେବୀରୁ ଲେଉଟି ଆସିଛି)

ରତ୍ନ ମଞ୍ଜରୀ ଦେବୀ (୧ ଜାନୁଆରୀ ୧୯୩୫ - ୨୧ ଜାନୁଆରୀ ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ତଥା ଗଞ୍ଜାମ ଜିଲ୍ଲାର ମହୁରୀ ରାଜବାଟୀର ରାଣୀ ଥିଲେ ।[୧] ସେ ଓଡ଼ିଶା ବିଧାନ ସଭାର ଜଣେ ସଭ୍ୟା ଭାବରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ରତ୍ନ ମଞ୍ଜରୀ ଦେବୀ ସ୍ୱାଧୀନ ପ୍ରାର୍ଥୀ ଭାବରେ ବ୍ରହ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କୁ ପରାସ୍ତ କରି ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]

ରତ୍ନ ମଞ୍ଜରୀ ଦେବୀ
ବିଧାୟିକା: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ପୂର୍ବ ଅଧିକାରୀବିନାୟକ ଆଚାର୍ଯ୍ୟ
ପର ଅଧିକାରୀକୃଷ୍ଣ ଚନ୍ଦ୍ର ପଟ୍ଟନାୟକ
ନିର୍ବାଚନ ମଣ୍ଡଳୀବ୍ରହ୍ମପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1935-01-01)୧ ଜାନୁଆରୀ ୧୯୩୫
ମୃତ୍ୟୁ୨୧ ଜାନୁଆରୀ ୨୦୧୯(2019-01-21) (ବୟସ ୮୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ଜୀବନ ସାଥୀଶିଶିର କୁମାର ନରେନ୍ଦ୍ର ଦେବ
ସନ୍ତାନ୨ ପୁଅ ଓ ୧ ଝିଅ
ବାପା/ବୋଉନାଗେଶ୍ୱର ବକ୍ସି ରାୟ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ ଓ ପରିବାର ସମ୍ପାଦନା

ରତ୍ନ ମଞ୍ଜରୀ ଦେବୀ ୧୯୩୫ ମସିହାର ଜାନୁଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ବାପାଙ୍କ ନାମ ଥିଲା ନାଗେଶ୍ୱର ବକ୍ସି ରାୟ । ସେ ଗଞ୍ଜାମର ମହୁରୀ ରାଜବାଟୀର ରାଜା ଶିଶିର କୁମାର ନରେନ୍ଦ୍ର ଦେବଙ୍କୁ ବିବାହ କରିଥିଲେ ।[୪] ଏହି ଦମ୍ପତ୍ତିଙ୍କର ୨ଟି ପୁତ୍ର ଓ ୩ଟି କନ୍ୟା ସନ୍ତାନ ଅଛନ୍ତି ।[୫] ତାଙ୍କ ପତି ଶିଶିର କୁମାର ନରେନ୍ଦ୍ର ଦେବ ଓଡ଼ିଶାର ଜଣେ ରାଜନୀତିଜ୍ଞ ଥିଲେ ।[୬] ସେ ଭାରତୀୟ ଜାତୀୟ କଂଗ୍ରେସ ଦଳର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ ।[୭] ନରେନ୍ଦ୍ର ଦେବ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ବ୍ରହ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଜଣେ ବିଧାୟକ ଭାବରେ ୧୯୬୧ ମସିହାରୁ ୧୯୬୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୮]

ରାଜନୈତିକ ଜୀବନ ସମ୍ପାଦନା

ରତ୍ନ ମଞ୍ଜରୀ ଦେବୀ ତାଙ୍କ ପତି ରାଜା ଶିଶିର କୁମାର ନରେନ୍ଦ୍ର ଦେବଙ୍କର ମୃତ୍ୟୁ ପରେ ରାଜନୀତିରେ ଯୋଗ ଦେଇଥିଲେ ।[୯] ସେ ରାଜନୀତିରେ ଯୋଗ ଦେବା ଆଗରୁ ବିଭିନ୍ନ ଆଞ୍ଚଳିକ ମହିଳା ସଂଗଠନ ସହ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଜଡ଼ିତ ଥିଲେ ।[୨] ସେ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ବ୍ରହ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ତାଙ୍କ ପ୍ରତିଦ୍ୱନ୍ଦୀ ଥିଲେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲଗାତାର ତିନିଥର ବିଜୟୀ ହୋଇଥିବା ସେଠାକାର ସ୍ଥାନୀୟ ବିଧାୟକ ବିନାୟକ ଆଚାର୍ଯ୍ୟ । ଏହି ନିର୍ବାଚନରେ ସେ ବିନାୟକ ଆଚାର୍ଯ୍ୟକୁ ପରାସ୍ତ କରି ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏହି ବିଧାନ ସଭାରେ ସେ ୨୬ ଜୁନ ୧୯୭୭ରୁ ୧୭ ଫେବୃଆରୀ ୧୯୮୦ରେ ବିଧାନ ସଭା ଭଙ୍ଗ ହେବାଯାଏଁ କାର୍ଯ୍ୟ କରିଥିଲେ ।[୩]

ମୃତ୍ୟୁ ସମ୍ପାଦନା

ରତ୍ନ ମଞ୍ଜରୀ ଦେବୀଙ୍କର ୨୦୧୯ ମସିହାର ଜାନୁଆରୀ ମାସ ୨୧ ତାରିଖରେ ମୃତ୍ୟୁ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଫେବୃଆରୀ ୪, ୨୦୧୯ରେ ତାଙ୍କ ପାଇଁ ବିଧାନ ସଭା ଗୃହରେ ଶୋକ ସଭାର ଆୟୋଜନ କରାଯାଇଥିଲା । ତାଙ୍କ ସହ ପୂର୍ବତନ ସଦସ୍ୟ ଚୈତନ୍ୟ ପ୍ରସାଦ ମାଝି, ପୂର୍ବତନ ବିଧାୟକ ନିତ୍ୟାନନ୍ଦ ଗନ୍ତାୟତ, ରାଜକିଶୋର ପ୍ରଧାନ, ପର୍ଶୁରାମ ପନ୍ଦା, ଭାରତୀୟ ସେନାର ସହିଦ ହେମନ୍ତ କୁମାରଙ୍କ ଶୋକ ସଭା କରାଯାଇଥିଲା ।[୧୦]

ଆଧାର ସମ୍ପାଦନା

  1. ୧.୦ ୧.୧ Pioneer, The. "Ganjam dist sent 8 women MlAs; six of them queens". The Pioneer (in ଇଂରାଜୀ). Archived from the original on 2021-10-31. Retrieved 2019-03-19.
  2. ୨.୦ ୨.୧ "Late Ratna Manjari Devi". odishaassembly.nic.in. Odisha Assembly. Retrieved 19 March 2019.
  3. ୩.୦ ୩.୧ "MLA Ratna Manjari Devi Profile | BERHAMPUR Constituency". naveenpatnaik.com. Archived from the original on 2022-09-20. Retrieved 2019-03-19.
  4. Bhuiyan, Dr. Dasarathi (November 2014). "Women Politics in Odisha : Trends and Challenges" (PDF). Odisha Review (November 2014): 52. Retrieved 19 March 2019.
  5. "MLA Ratna Manjari Devi Profile | BERHAMPUR Constituency". odishahelpline.com. Retrieved 2019-03-19.
  6. "MLA Sisir Kumar Narendra Deb Profile | BERHAMPUR Constituency". naveenpatnaik.com. Archived from the original on 2017-10-27. Retrieved 2019-03-19.
  7. "MLA Sisir Kumar Narendra Deb Profile | BERHAMPUR Constituency". www.odishahelpline.com. Retrieved 2019-03-19.
  8. "Late Sisir Kumar Narendra Deb". odishaassembly.nic.in. Odisha Assembly. Retrieved 19 March 2019.
  9. Nayak, Dr Smita (2016-03-01). Whither Women: A Shift from Endowment to Empowerment (in ଇଂରାଜୀ). EduPedia Publications (P) Ltd. ISBN 9781523724116.
  10. "ବିଧାନ ସଭାରେ ଶ୍ରଦ୍ଧାଞ୍ଜଳିକୁ ନେଇ ବିରୋଧୀଙ୍କ କ୍ଷୋଭ – ସତ୍ଯର ସ୍ବର ନିର୍ଭୟ". nirvaynews.com (in ଆମେରିକୀୟ ଇଂରାଜୀ). Archived from the original on 19 March 2018. Retrieved 2019-03-19.