ବିନାୟକ ଆଚାର୍ଯ୍ୟ
ଶ୍ରୀ ବିନାୟକ ଆଚାର୍ଯ୍ୟ ୧୯୧୮ ମସିହା ଅଗଷ୍ଟ ମାସ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସ୍ୱର୍ଗୀୟ ଶ୍ରୀ ରଘୁନାଥ ଆଚାର୍ଯ୍ୟ । ସେ କଳା ବିଭାଗରେ +୩ କରିସାରି ଶିକ୍ଷକତା ନିମନ୍ତେ ତାଲିମ ନେଇଥିଲେ । ରାଜନୀତିରେ ଯୋଗଦେବା ଆଗରୁ ସେ ଶିକ୍ଷକତା କରୁଥିଲେ । ପତ୍ରିକା ଅଧ୍ୟୟନ ତାଙ୍କର ଅନ୍ୟତମ ରୁଚି ଥିଲା ଓ ସେ ତାଙ୍କ ବନ୍ଧୁମାନକଙ୍କ ସହିତ ଭାରତ ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ, ଯାହା ତାଙ୍କୁ ଭବିଷ୍ୟତ ଜୀବନରେ ରାଜନୀତିରେ ଯୋଗ ଦେବାପାଇଁ ପ୍ରେରଣା ଯୋଗାଇଥିଲା । ୧୯୪୨ ମସିହାରେ ହୋଇଥିବା ଭାରତଛାଡ଼ ଆନ୍ଦୋଳୋନରେ ସେ ଯୋଗଦେଇ ବନ୍ଦୀମାନଙ୍କ ପରିବାର ଲୋକଙ୍କୁ ଦେଖାଶୁଣା କରିଥିଲେ । ତେଣୁ ପୁଲିସର ସନ୍ଧାନବେଳେ ତାଙ୍କ ଭାଇ ଶ୍ରୀ ସତ୍ୟନାରାୟଣ ଆଚାର୍ଯ୍ୟ ଧରାପଡ଼ିଥିଲେ ଓ ତାଙ୍କୁ କାରାଦଣ୍ଡାଦେଶ ହୋଇଥିଲା । ତାଙ୍କର ରାଜନୈତିକ ଜୀବନ ୧୯୬୭ ମସିହାରେ ଆରମ୍ଭ ହୋଇଥିଲା ଓ ସେ ବିଧାୟକ ପାଇ ନିର୍ବାଚନରେ ଭାଗନେଇଥିଲେ । ସେ ୧୯୬୭ ଓ ୧୯୭୧ରେ ୨ଥର ବିଧାୟକ ଭାବେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୧୯୬୭ରୁ ୧୯୭୨ ପର୍ଯ୍ୟନ୍ତ ବିରୋଧିଦଳର ନେତୃତ୍ୱ ମଧ୍ୟ ନେଇଥିଲେ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୨୯ ଡିସେମ୍ବର ୧୯୭୬ଠାରୁ ୩୦ ଅପ୍ରେଲ ୧୯୭୭ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ । ୧୧ ଡିସେମ୍ବର ୧୯୮୩ରେ ସେ ପ୍ରାଣତ୍ୟାଗ କରିଥିଲେ । ଆଚାର୍ଯ୍ୟଙ୍କ ମୃତ୍ୟୁପରେ ତାଙ୍କ ସ୍ମୃତିରେ ବ୍ରହ୍ମପୁରଠାରେ ସରକାର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଓ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ଯାହା ତାଙ୍କ ନାମରେ ନାମିତ ହୋଇଛି । [୨]
ବିନାୟକ ଆଚାର୍ଯ୍ୟ | |
---|---|
ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା | |
କାର୍ଯ୍ୟକାଳ ୨୯ ଡିସେମ୍ବର ୧୯୭୬ –୩୦ ଅପ୍ରେଲ ୧୯୭୭ [୧] | |
ପୂର୍ବ ଅଧିକାରୀ | ନନ୍ଦିନୀ ଶତପଥୀ |
ପର ଅଧିକାରୀ | ନୀଳମଣୀ ରାଉତରାୟ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଓଡ଼ିଶା | ୩୦ ଅଗଷ୍ଟ ୧୯୧୮
ମୃତ୍ୟୁ | ୧୧ ଡିସେମ୍ବର ୧୯୮୩ | (ବୟସ ୬୫)
ରାଜନୀତିକ ଦଳ | କଂଗ୍ରେସ |
ଜୀବନ ସାଥୀ | ଭାଗ୍ୟଲତା ମିଶ୍ର |
ସନ୍ତାନ | ୩ ପୁତ୍ର: ଅରୁଣ ଆଚାର୍ଯ୍ୟ, ଶରତ ଆଚାର୍ଯ୍ୟ ଓ ଶିଶିର ଆଚାର୍ଯ୍ୟ ୩ କନ୍ୟା: ଶୋଭା, ସରୋଜନୀ ଓ କୁମୁଦିନୀ |
ଆଧାର
ସମ୍ପାଦନା- ↑ "Brief History of Orissa Legislative Assembly Since 1937". ws.ori.nic.in. 2011. Archived from the original on 9 January 2007. Retrieved 21 April 2012.
NAME OF THE CHIEF MINISTERS OF ORISSA
- ↑ http://orissa.gov.in/e-magazine/orissaannualreference/ORA-2004/pdf/biodata_CM_orissa.pdf