କୃଷ୍ଣ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଆ ରାଜନୀତିଜ୍ଞ
କୃଷ୍ଣ ଚନ୍ଦ୍ର ପଟ୍ଟନାୟକ (୧ ଜୁଲାଇ ୧୯୨୯ - ୨୮ ଜୁନ ୨୦୦୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
କୃଷ୍ଣ ଚନ୍ଦ୍ର ପଟ୍ଟନାୟକ | |
---|---|
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୮୫ | |
ପୂର୍ବ ଅଧିକାରୀ | ରତ୍ନ ମଞ୍ଜରୀ ଦେବୀ |
ପର ଅଧିକାରୀ | ଶିବ ଶଙ୍କର ସାହାଣୀ |
ନିର୍ବାଚନ ମଣ୍ଡଳୀ | ବ୍ରହ୍ମପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଜୁଲାଇ ୧୯୨୯ |
ମୃତ୍ୟୁ | ୨୮ ଜୁନ ୨୦୦୦ | (ବୟସ ୭୦)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ରମା କୁମାରୀ ପଟ୍ଟନାୟକ |
ବାପା/ବୋଉ | ବ୍ରଜ ସୁନ୍ଦର ପଟ୍ଟନାୟକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ଶିକ୍ଷା ଓ ପରିବାର
ସମ୍ପାଦନାକୃଷ୍ଣ ଚନ୍ଦ୍ର ୧୯୨୯ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବ୍ରଜ ସୁନ୍ଦର ପଟ୍ଟନାୟକ ଓ ପତ୍ନୀଙ୍କ ନାମ ରମା କୁମାରୀ ପଟ୍ଟନାୟକ ।[୧]
ରାଜନୈତିକ ଜୀବନ
ସମ୍ପାଦନାକୃଷ୍ଣ ଚନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରୁ ୧୯୮୨ ମସିହାଯାଏଁ ସେ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାକୃଷ୍ଣ ଚନ୍ଦ୍ର ୨୦୦୦ ମସିହାର ଜୁନ ୨୮ ତାରିଖରେ ୭୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Krushna Chandra Patnaik". odishaassembly.nic.in. Odisha Assembly. Retrieved 12 January 2021.