ଫାଲଗୁନ
(ଫାଲ୍ଗୁନରୁ ଲେଉଟି ଆସିଛି)
ଫାଲ୍ଗୁନୀ (ଉତ୍ତରାଫାଲ୍ଗୁନୀ ବା ପୂର୍ବଫାଲ୍ଗୁନୀ) ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାନ ମାସକୁ ଫାଲ୍ଗୁନ ବା ଫଗୁଣ କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ ମାଘ ଓ ପରବର୍ତ୍ତୀ ମାସ ଚୈତ୍ର । ଫାଲ୍ଗୁନ ଓ ଏହାର ପରବର୍ତ୍ତୀ ମାସ ଚୈତ୍ର ମିଶି ବସନ୍ତ ଋତୁ ହୋଇଥାନ୍ତି । ଏହା ଓଡ଼ିଆ ହିନ୍ଦୁମାନଙ୍କର ଏକାଦଶ ଚାନ୍ଦ୍ରମାନ ମାସ ଅଟେ।
ପର୍ବପର୍ବାଣି
ସମ୍ପାଦନା- କୃଷ୍ଣ ଏକାଦଶୀ: ପଙ୍କୋଦ୍ଧାର ଏକାଦଶୀ ବା ବିଜୟା ଏକାଦଶୀ
- କୃଷ୍ଣ ଚତୁର୍ଦ୍ଦଶୀ: ମହା ଶିବରାତ୍ରି
- ଶୁକ୍ଳ ଦଶମୀ: ଫଗୁ ଦଶମୀ
- ଶୁକ୍ଳ ଏକାଦଶୀ: ଅଁଳା ଏକାଦଶୀ
- ଶୁକ୍ଳ ଦ୍ୱାଦଶୀ (ପୁଷ୍ୟା ନକ୍ଷତ୍ରଯୁକ୍ତ ହେଲେ): ଗୋବିନ୍ଦ ଦ୍ୱାଦଶୀ
- ପୂର୍ଣ୍ଣିମା: ଦୋଳ
ଆଧାର
ସମ୍ପାଦନାଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |