ଭାରତୀୟ ନବବର୍ଷ
ଭାରତୀୟ ନବବର୍ଷ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଞ୍ଚଳରେ ପାଳିତ ହୋଇଥାଏ । ପାଳନ ସମୟ ଚନ୍ଦ୍ର ବା ସୂର୍ଯ୍ୟ ପଞ୍ଜିକାଉପରେ ନିର୍ଭର କରିଥାଏ । ଯେଉଁ ରାଜ୍ୟଗୁଡ଼ିକ ସୂର୍ଯ୍ୟ ପଞ୍ଜିକା ମାନନ୍ତି ସେହି ରାଜ୍ୟବାସୀ ଭାରତୀୟ ପ୍ରଥମ ମାସ, ବୈଶାଖର ପ୍ରଥମ ସଂକ୍ରାନ୍ତିରେ ନବବର୍ଷ ପାଳନ କରନ୍ତି । ଅଧିକଂଶତଃ ଇଂରାଜୀ କ୍ୟାଲେଣ୍ଡରର ଏପ୍ରିଲ ମାସର ୧୩ରୁ ୧୫ ତାରିଖ ଭିତରେ ଏହି ସଂକ୍ରାନ୍ତି ପଡିଥାଏ । ଅନ୍ୟପକ୍ଷରେ ଯେଉଁମାନେ ଚନ୍ଦ୍ର ପଞ୍ଜିକା ମାନି ଚଳନ୍ତି, ସେମାନେ ଇଂରାଜୀ ମାସ ମାର୍ଚ୍ଚ ବା ଭାରତୀୟ ଚୈତ୍ର ମାସରେ ନବବର୍ଷ ପାଳନ କରନ୍ତି । ଏଣୁ କିଛି ଅଞ୍ଚଳରେ ପୂର୍ଣ୍ଣମୀରୁ ପୂର୍ଣ୍ଣମୀ ଗୋଟିଏ ମାସ ହିସାବ କଲାବେଳେ କିଛି ଅଞ୍ଚଳରେ ସଂକ୍ରାନ୍ତିରୁ ସଂକ୍ରାନ୍ତି ମାସ ହିସାବରେ ଧରାଯାଏ ।
ପାଞ୍ଜି ଦେଖା
ସମ୍ପାଦନାସୂର୍ଯ୍ୟ ନା ଚନ୍ଦ୍ର ପାଞ୍ଜି | ଦିବସ | ପର୍ବର ନାମ | ଅଞ୍ଚଳର ନାମ [୧] |
---|---|---|---|
ଚନ୍ଦ୍ର | ମାର୍ଚ୍ଚରୁ ଅପ୍ରେଲ ମଝିରେ | ଉଗାଡ଼ି | ଆନ୍ଧ୍ରପ୍ରଦେଶ , ତେଲେଙ୍ଗାନା , କର୍ଣ୍ଣାଟକ |
ଚନ୍ଦ୍ର | ମାର୍ଚ୍ଚରୁ ଅପ୍ରେଲ ମଝିରେ | ବିହୁ | ବିହାର |
ଚନ୍ଦ୍ର | ମାର୍ଚ୍ଚରୁ ଅପ୍ରେଲ ମଝିରେ | ପ୍ରତିପଦ | ଉତ୍ତରପ୍ରଦେଶ |
ଚନ୍ଦ୍ର | ମାର୍ଚ୍ଚରୁ ଅପ୍ରେଲ ମଝିରେ | ବିଖୁ | ଉତ୍ତରାଖଣ୍ଡ |
ଚନ୍ଦ୍ର | ମାର୍ଚ୍ଚରୁ ଅପ୍ରେଲ ମଝିରେ | ଗୁଡ଼ି ପଡ଼ୱା/ସଂସାର ପଡ଼ୱା | ମହାରାଷ୍ଟ୍ର , ଗୋଆ , କୋଙ୍କଣ |
ଚନ୍ଦ୍ର | ମାର୍ଚ୍ଚରୁ ଅପ୍ରେଲ ମଝିରେ | ଚେଇରାଓୱା [୨] | ମଣିପୁର |
ଚନ୍ଦ୍ର | ମାର୍ଚ୍ଚରୁ ଅପ୍ରେଲ ମଝିରେ | ନଭରେହ | କାଶ୍ମୀର |
ଚନ୍ଦ୍ର | ମାର୍ଚ୍ଚରୁ ଅପ୍ରେଲ ମଝିରେ | ନବରାତ୍ର | ଜମ୍ମୁ |
- | - | - | ରାଜସ୍ଥାନ |
ଚନ୍ଦ୍ର | ମାର୍ଚ୍ଚରୁ ଅପ୍ରେଲ ମଝିରେ | ଚେଟି ଚାନ୍ଦ | ସିନ୍ଧ |
ସୂର୍ଯ୍ୟ | ଅପ୍ରେଲ ମାସ ୧୩, ୧୪ କିମ୍ବା ୧୫ ତାରିଖରେ | ବୈଶାଖୀ | ପଞ୍ଜାବ |
ସୂର୍ଯ୍ୟ | ଅପ୍ରେଲ ମାସ ୧୩, ୧୪ କିମ୍ବା ୧୫ ତାରିଖରେ | ବିହୁ | ଆସାମ |
ସୂର୍ଯ୍ୟ | ଅପ୍ରେଲ ମାସ ୧୩, ୧୪ କିମ୍ବା ୧୫ ତାରିଖରେ | ତାମିଲ ପୁତାଣ୍ଡୁ | ତାମିଲନାଡ଼ୁ |
ସୂର୍ଯ୍ୟ | ଅପ୍ରେଲ ମାସ ୧୩, ୧୪ କିମ୍ବା ୧୫ ତାରିଖରେ | ବିଶୁ | କେରଳ |
ସୂର୍ଯ୍ୟ | ଅପ୍ରେଲ ମାସ ୧୩, ୧୪ କିମ୍ବା ୧୫ ତାରିଖରେ | ପଣା ସଂକ୍ରାନ୍ତି | ଓଡ଼ିଶା |
ସୂର୍ଯ୍ୟ | ଅପ୍ରେଲ ମାସ ୧୩, ୧୪ କିମ୍ବା ୧୫ ତାରିଖରେ | ପୋଇଲ ବୈଶାଖ | ବଙ୍ଗ |
ସୂର୍ଯ୍ୟ | ଅପ୍ରେଲ ମାସ ୧୩, ୧୪ କିମ୍ବା ୧୫ ତାରିଖରେ | ଜୂଡ ଶୀତଲ | ମିଥିଳା |
ଚନ୍ଦ୍ର | ଅକ୍ଟୋବରରୁ ନଭେମ୍ବର ମଝିରେ | ନବବର୍ଷ | ଗୁଜରାଟ |
ସୂର୍ଯ୍ୟ | ଅଗଷ୍ଟ ମାସ ୧୭, ୧୮ କିମ୍ବା ୧୯ ତାରିଖରେ [୩] | ନୌରୁଜ | ପାରସୀ |
ସୂର୍ଯ୍ୟ | ମାର୍ଚ୍ଚ ମାସ ୨୧ ତାରିଖରେ | ନୌରୁଜ | ଜୋରାଷ୍ଟ୍ରିୟାନ |
ବିସ୍ତୃତରେ
ସମ୍ପାଦନାଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ Roshen Dalal (2010). Hinduism: An Alphabetical Guide. Penguin Books India. pp. 136–137. ISBN 978-0-14-341421-6.
- ↑ Arambam Noni; Kangujam Sanatomba (2015). Colonialism and Resistance: Society and State in Manipur. Routledge. p. 249. ISBN 978-1-317-27066-9.
- ↑ "Navroz Mubarak: 6 Fascinating Facts About Parsi New Year!". newsworldindia.in. News World India. March 20, 2017. Archived from the original on 31 March 2017. Retrieved 30 March 2017.
- ↑ "Gujarat CM to exchange Diwali-New Year greetings with people". 19 October 2014. Retrieved 24 October 2014.