ଉଗାଡ଼ି (Ugādi, Samvatsarādi, Yugadi) ଭାରତରେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ତେଲେଙ୍ଗାନା ରାଜ୍ୟର ହିନ୍ଦୁମାନଙ୍କ ପାଇଁ ନୂଆବର୍ଷ ଅଟେ । [୨] ଚୈତ୍ର ମାସ, ହିନ୍ଦୁ ଲିନିସୋଲର କ୍ୟାଲେଣ୍ଡରର ପ୍ରଥମ ଦିନରେ ଏହି କ୍ଷେତ୍ର ମାନଙ୍କରେ ଉତ୍ସବ ପୂର୍ବକ ପାଳନ କରାଯାଏ ।[୩]ଏହା ସାଧାରଣତଃ ଗ୍ରେଗୋରୀୟନ କ୍ୟାଲେଣ୍ଡରର ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ପଡିଥାଏ ।[୩]

ଉଗାଡ଼ି
ନୂଆବର୍ଷ ପାଇଁ ଉଗାଡ଼ି ପୂଜା
ଅନ୍ୟ ନାମୟୁଗାଡ଼ି
ପାଳନକାରୀଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା
ପ୍ରକାରହିନ୍ଦୁ ସଂସ୍କୃତି
ପାଳନKolam-Rangoli, visiting Temples, Feast with Ugadi pachadi
ଆରମ୍ଭଚୈତ୍ର ପ୍ରଥମ ଦିନ
ତାରିଖସାଧାରଣ (ମାର୍ଚ୍ଚ), ବେଳେବେଳେ (ଏପ୍ରିଲ)
୨୦୨୪ ତାରିଖdate missing (please add)
ପୁନଃପୌନିକତାବର୍ଷୀୟ
ସମ୍ପର୍କିତGudi Padwa and other regional Hindu new year day

ଏହିଦିନରେ "କଲାମ" (କନ୍ନଡ଼: ରଙ୍ଗୋଲି) ନାମକ ଚଟାଣରେ ରଙ୍ଗୀନ ଚିତ୍ର (ଝୋଟି) ଆଙ୍କି ପାଳନ କରାଯାଏ । "ତୋରନାଲୁ" (କନ୍ନଡ଼: ତୋରଣଗଲୁ) ନାମକ କବାଟରେ ଆମ୍ବ ପତ୍ରରେ ସଜାଯାଏ । ନୂଆ ବସ୍ତ୍ର ଯେପରି ଉପହାର କିଣିବା ଏବଂ ଦେବା, ଗରିବମାନଙ୍କୁ ଦାନ ଦେବା, ତେଲ ଉପଚାର, "ପଚାଡି" ନାମକ ବିଶେଷ ଭୋଜନର ପ୍ରସ୍ତୁତି ଓ ଭୋଜନ ଦାନ ଏବଂ ହିନ୍ଦୁ ମନ୍ଦିରର ଭ୍ରମଣ କରିବା ।[୪] "ପଚାଡି" ଏକ ଉଲ୍ଲେଖନୀୟ ଉତ୍ସବ ପୂର୍ଣ୍ଣ ଭୋଜନ ଅଟେ ଯାହା ସବୁପ୍ରକାର ସ୍ୱାଦକୁ ଯୋଡ଼ିଥାଏ - ମିଠା, ଖଟା, ଲୁଣି ଏବଂ କସା । ତେଲୁଗୁ ଓ କନ୍ନଡ଼ ହିନ୍ଦୁ ପରମ୍ପରାରେ , ଏହା ପ୍ରତୀକାତ୍ମକ ଅନୁସ୍ମାରକ ଅଟେ ।

ଉଗାଡ଼ି ହିନ୍ଦୁମାନଙ୍କର ମହତ୍ତ୍ୱପୂର୍ଣ୍ଣ ଏବଂ ଐତିହାସିକ ପର୍ବ ଅଟେ, ଯାହା ମଧ୍ୟଯୁଗୀୟ ଗ୍ରନ୍ଥ ଏବଂ ଶିଳ ଲେଖ ସହିତ ଏହି ଦିନ ହିନ୍ଦୁ ମନ୍ଦିର ଏବଂ ସମୁଦାୟିକ କେନ୍ଦ୍ରରେ ପ୍ରମୁଖ ଧର୍ମାର୍ଥ ଦାନର ରେକର୍ଡିଙ୍ଗ କରିଥାଏ ।[୫] ସେହିଦିନ ଭାରତର ବହୁ ଅନ୍ୟ ସ୍ଥାନରେ ହିନ୍ଦୁ ମାନଙ୍କଦ୍ୱାରା ନବବର୍ଷ ରୂପେ ପାଳନ କରାଯାଏ । ଉଦାହରଣ: ଏହାକୁ ମହାରାଷ୍ଟ୍ରରେ ଗୁଡ଼ି ପଡୱା କୁହାଯାଏ, କିନ୍ତୁ କେବେ କେବେ ଏକ ଗ୍ରେଗୋରୀ ଦିନ ପୂର୍ବରୁ ହିଁ ପାଳନ କରାଯାଉଥିଲା, କାରଣ ଚନ୍ଦ୍ରମା ଦିନ ଚନ୍ଦ୍ରମାର ସ୍ଥିତି ଅନୁସାରେ ହିନ୍ଦୁ କ୍ୟାଲେଣ୍ଡରରେ ଆରମ୍ଭ ହୋଇଥାଏ ଏବଂ ସମାପ୍ତ ହୋଇଥାଏ । କର୍ଣ୍ଣାଟକରେ ପର୍ବ ମାନଙ୍କୁ ୟୁଗଡୀ ରୂପେ ପାଳନ କରାଯାଏ ।

ଶବ୍ଦାବଳୀ ସମ୍ପାଦନା

ଉଗାଡ଼ିକୁ ସଂସ୍କୃତରେ "ଯୁଗ" (ଆୟୁ) ଏବଂ "ଆଦି" (ଆରମ୍ଭ)ରୁ ନିଆଯାଇଛି । ଏହାର ଅର୍ଥ : ଏକ ନୂଆ ଯୁଗର ଆରମ୍ଭ । ଉଗାଡ଼ି ପର୍ବ "ଚୈତ୍ର ଶୁଧଧା ପଦ୍ୟମି" କିମ୍ବା ଚୈତ୍ର ମାସର ଅଧାରେ ପଡିଥାଏ । ଏହା ସାଧାରଣତଃ ମାର୍ଚ୍ଚର ଶେଷରେ କିମ୍ବା ଗ୍ରେଗୋରୀୟ କ୍ୟାଲେଣ୍ଡରର ଏପ୍ରିଲ ପ୍ରମ୍ଭରେ ପଡିଥାଏ । [୩][୬]

ତେଲେଙ୍ଗାନା ରାଜ୍ୟ ଏବଂ ଆନ୍ଧ୍ରପ୍ରଦେଶର ଲୋକ ଉଗାଡ଼ି (ఉగాది) ଏବଂ କର୍ଣ୍ଣାଟକ ଶବ୍ଦର ପ୍ରୟୋଗ କରିଥାନ୍ତି । ଏଥିପାଇଁ ଶବ୍ଦ ୟୁଗାଡ଼ି (ಯುಗಾದಿ) ର ବ୍ୟବହାର କରାଯାଏ ।

ଆଧାର ସମ୍ପାଦନା

  1. Ugadi Official Holiday Date Archived 2017-05-18 at the Wayback Machine., Government of Andhra Pradesh (2017)
  2. Karen-Marie Yust (2006). Nurturing Child and Adolescent Spirituality: Perspectives from the World's Religious Traditions. Rowman & Littlefield. pp. 228–229. ISBN 978-0-7425-4463-5.
  3. ୩.୦ ୩.୧ ୩.୨ Roshen Dalal (2010). Hinduism: An Alphabetical Guide. Penguin Books. p. 427. ISBN 978-0-14-341421-6.
  4. Jeaneane D. Fowler (1997). Hinduism: Beliefs and Practices. Sussex Academic Press. pp. 72–73. ISBN 978-1-898723-60-8.[permanent dead link]
  5. K.V. Raman (2003). Sri Varadarajaswami Temple, Kanchi: A Study of Its History, Art and Architecture. Abhinav Publications. pp. 97–98. ISBN 978-81-7017-026-6.
  6. Maithily Jagannathan (2005). South Indian Hindu Festivals and Traditions. Abhinav Publications. pp. 77–78. ISBN 978-81-7017-415-8.