'ଗୋଆ' ଭାରତର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଏକ ରାଜ୍ୟ । କ୍ଷେତ୍ରଫଳ ହିସାବରେ ଏହା ଭାରତର କ୍ଷୁଦ୍ରତମ ତଥା ଜନସଂଖ୍ୟା ହିସାବରେ ଏହା ଭାରତର ଚତୁର୍ଥ କ୍ଷୁଦ୍ର ରାଜ୍ୟ । ଆରବ ସାଗର କୁଳରେ ଥିବା ଏହି ରାଜ୍ୟକୁ ଉତ୍ତରଦିଗରେ ମହାରାଷ୍ଟ୍ର, ପୂର୍ବ ଓ ଦକ୍ଷିଣ ଦିଗରେ କର୍ଣ୍ଣାଟକ ଘେରି ରହିଛି । ଗୋଆ ଭାରତର ସବୁଠାରୁ ଧନୀ ରାଜ୍ୟ । ସମସ୍ତ ଭାରତୀୟ ରାଜ୍ୟ ମଧ୍ୟରେ ଗୋଆ ମୁଣ୍ଡପିଛା ସର୍ବାଧିକ ଜିଡିପି ରହିଛି । ଏହାର ମୋଟ ଘରୋଇ ଉତ୍ପାଦ (ଜି. ଡ଼ି. ପି.) ଦେଶର ଜି. ଡ଼ି. ପି.ର ଅଢେଇଗୁଣ ଅଧିକ। । ୧୧ଶ ବିତ୍ତ କମିଶନ ଗୋଆକୁ ଭିତ୍ତିଭୂମି ପାଇଁ ସବୁଠୁ ଭଲ ରାଜ୍ୟ ଭାବେ ଗଣନା କରିଛନ୍ତି । ପାନାଜି ବା ପାଞ୍ଜିମ ଗୋଆର ରାଜଧାନୀ ଆଟେ । ପ୍ରାୟ ୪୫୦ବର୍ଷ ଧରି ଗୋଆ ପର୍ତ୍ତୁଗୀଜ କଲୋନୀ ରହି ଆସିଥିଲା । ୧୯୬୧ ମସିହାରେ ଏହା ଭାରତବର୍ଷ ସାଙ୍ଗରେ ଯୋଗ କରାଗଲା । ଗୋଆ ରାଜ୍ୟ ଏହାର ବେଳାଭୂମି, ବିଶ୍ୱବିଖ୍ୟାତ ଗୀର୍ଜାଘର, ଭରପୁର ଖଣିଜ ପଦାର୍ଥ ଓ ସବୁଜ ପଶ୍ଚିମଘାଟ ପର୍ବତ ମାଳା ପାଇଁ ପ୍ରସିଦ୍ଧ ଅଟେ । ଗୋଆ ହେଉଛି ଧଳା-ବାଲୁକା କୂଳ, ସକ୍ରିୟ ନାଇଟ୍ ଲାଇଫ୍, ପୂଜାପାଠ ସ୍ଥାନ ଏବଂ ବିଶ୍ୱ ହେରିଟେଜ୍ ତାଲିକାଭୁକ୍ତ ସ୍ଥାପତ୍ୟ ତିହ୍ୟ କାରଣରୁ ଭାରତୀୟ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ପସନ୍ଦ ସ୍ଥଳ |[]

ଗୋଆ
गोंय
ଭାରତରେ ଗୋଆର ଅବସ୍ଥାନ
ଭାରତରେ ଗୋଆର ଅବସ୍ଥାନ
ଗୋଆର ମାନଚିତ୍ର
ଗୋଆର ମାନଚିତ୍ର
ଦେଶ ଭାରତ
ସ୍ଥାପନ୩୦ ମଇ ୧୯୮୭
ରାଜଧାନୀପାଣାଜୀ
ବୃହତ୍ତମ ନଗରଭାସ୍କୋ ଡା ଗାମା
ଜିଲ୍ଲା ସଂଖ୍ୟା
Government
 • ରାଜ୍ୟପାଳକେ. ଶଙ୍କରନାରାୟଣନ
 • ମୁଖ୍ୟମନ୍ତ୍ରୀମନୋହର ପରୀକର
 • ନ୍ୟାୟପାଳିକାଏକ ନ୍ୟାୟପାଳିକା (୪୦ ଆସନ)
Area
 • ସମୁଦାୟ3,702 km2 (1,429 sq mi)
 • Rank୨୮ଶ
Population
 (୨୦୧୧)
 • Total୧୪୫୭୭୨୩
 • Rank୨୫
 • Density390/km2 (1,000/sq mi)
Time zoneUTC+୦୫:୩୦ (IST)
ISO 3166 codeIN-GA
HDIIncrease ୦.୭୭୯ (ମଧ୍ୟମ)
HDI କ୍ରମାଙ୍କ୩ୟ (୨୦୦୫)
ସାକ୍ଷରତା୮୭%
ସରକାରୀ ଭାଷାକୋଙ୍କଣୀ
Websitewww.goa.gov.in

ଇତିହାସ

ସମ୍ପାଦନା
 
ଉସ୍‌ଗାଲିମାଲ୍‌ଠାରେ ଅବସ୍ଥିତ ପଥର ଖୋଦେଇ ଚିତ୍ର

ଗୋଆର ଇତିହାସ ୨୦,୦୦୦ରୁ ୩୦,୦୦୦ ବର୍ଷ ପୁରୁଣା । ଏହି ପଥର ଖୋଦେଇ ଭାରତରେ ପ୍ରାଚୀନ ମାନବ ସଭ୍ୟତାର ଚିହ୍ନ ବହନ କରେ ।[]:p.254 ଉପର ପାଲିଓଲିଥିକ କିମ୍ବା ମେସୋଲିଥିକ ପଥର ଖୋଦେଇ ଚିତ୍ର, ଉସ୍‌ଗାଲିମାଲ୍‌ଠାରେ କୁଶାବତୀ ନଦୀ ତଟରେ ମିଳିଥିଲା ।[]

ଭାଷା ଓ ସାହିତ୍ୟ

ସମ୍ପାଦନା
  1. "Goa tourism guide". Retrieved 2024-04-01.
  2. Indian Archaeological Society (2006). Purātattva, Issue 36. Indian Archaeological Society.
  3. Kalyan Kumar Chakravarty, Robert G. Bednarik, Indirā Gāndhī Rāshṭrīya Mānava Saṅgrahālaya (1997). Indian Rock Art and Its Global Context. Motilal Banarsidass Publ.,. pp. 228 pages (see page 34). ISBN 9788120814646.{{cite book}}: CS1 maint: extra punctuation (link) CS1 maint: multiple names: authors list (link)

ଅଧିକ ତଥ୍ୟ

ସମ୍ପାଦନା