ମିଥିଳା (ଅଞ୍ଚଳ)

(ମିଥିଳା (ପ୍ରାଚୀନ)ରୁ ଲେଉଟି ଆସିଛି)

ମିଥିଳା (IASTଛାଞ୍ଚ:IAST3 ନେପାଳୀ: प्राचीन मिथिला) ମୈଥିଳୀ ଭାଷାଭାଷୀ ଲୋକେ ବାସ କରୁଥିବା ଏକ ଅଞ୍ଚଳ ଓ ଏହାର ପ୍ରାଚୀନ ନାମ ଜନକପୁର ଥିଲା । ଏହା ବିଦେହ ରାଜ୍ୟର ରାଜା ଜନକଙ୍କ ରାଜଧାନୀ ଥିଲା । ଏହାକୁ ବିଦେହ ରାଜ୍ୟ କୁହାଯାଉଥିବା ବେଳେ ଆଧୁନିକ ବିଦେହ ଅଞ୍ଚଳ ମଧ୍ୟ ସେହି ନାମରେ ଅଛି । ମିଥିଳା ବା ବିଦେହ ରାଜ୍ୟ ପୂର୍ବ ଭାରତର  ଇଣ୍ଡୋ- ଗଙ୍ଗୀୟ ସମତଳ ଅବଚଳ ଭିତରେ ଥିଲା । ବର୍ତ୍ତମାନ ବିହାର ରାଜ୍ୟର ଅର୍ଦ୍ଧାଧିକ ଅଞ୍ଚଳ ଏହି ରାଜ୍ୟରେ ଥିଲା  ଓ ପଡୋଶୀ ଦେଶ ନେପାଳର କିଛି ଅଂଶ ମଧ୍ୟ ଏହା ସହ ମିଳିତ ଥିଲା । ନେପାଳର ଅଂଶକୁ ଏବେ ନେପାଳୀ ମିଥିଳା କୁହା ଯାଏ । ପ୍ରାଚୀନ କାଳରେ ପ୍ରଥମେ ଜନକପୁର ମିଥିଳାର ରାଜଧାନୀ ଥିଲେ ମଧ୍ୟ ପରେ ତାହା ଦରଭଙ୍ଗାକୁ ଉଠି ଯାଇଥିଲା ।[୧][୨][୩][୪]

Janakpurdham, Mithilanchal

ମିଥିଳାର ପ୍ରାଧାନ୍ୟ ବହୁ ଶତାବ୍ଦୀ ଧରି ରହିଥିଲା । ଉଭୟ ଗୌତମ ବୁଦ୍ଧ ଓ ବର୍ଦ୍ଧମାନ ମହାବୀର ଏଠାରେ ରହୁଥିଲେ । ଏହା ଭାରତ ଓ ନେପାଳର ଇତିହାସର କେନ୍ଦ୍ରବିନ୍ଦୁ ରହିଥିଲା । ଏହା ବହୁ ସାହିତ୍ୟ ତଥା ସଂସ୍କୃତିକୁ ବହୁ ଅବଦାନ ଦେଇଥିଲା । 

କିମ୍ବଦନ୍ତୀ ଅନୁସାରେ ପୌରଣିକ ରାଜା "ମିତି"ଙ୍କ ନାମରୁ ମିଥିଳା ନାମର ବ୍ୟୁପତ୍ତି ହେଇଥିବା ଜଣା ଯାଏ । ଧତକୀ ଭାଷାରେ ମିତି ମାଟିକୁ ବୁଝାଏ । ରାଜା ତାଙ୍କ ପିତା ରାଜା ନିମିଙ୍କ ଶରୀରରୁ ଜାତ ହେଇଥିଲେ ବୋଲି କୁହାଯାଏ । ରାଜା ତାଙ୍କ ରାଜଧାନୀକୁ ମିଥିଳାପୁରୀ ନାମ ଦେଇଥିଲେ ଓ ତଦନୁସାରେ ରାଜ୍ୟକୁ ମିଥିଳା କୁହାଗଲା । ସେ ଶରୀରରୁ ଜାତ ହେଇଥିବାରୁ ତାଙ୍କୁ ଜନକ କୁହାଯାଉଥିଲା । ଏହା ପରେ ମିଥିଳାର ରାଜାଙ୍କୁ ଜନକ କୁହାଯାଏ । 

କିମ୍ବଦନ୍ତୀ   ସମ୍ପାଦନା

ମିଥିଳାର ଇତିହାସରେ ସବୁଠୁ ଗୁରୁତ୍ୱପୂର୍ଣ ବିଷୟ ରାମାୟଣ ହିଁ ଥିଲା । ରାମଙ୍କ ପତ୍ନୀ ସୀତା ମିଥିଳାର ରାଜକୁମାରୀ ଥିଲେ । ତାଙ୍କ ପିତାଙ୍କ ପୂର୍ବରୁ ଥିବା  ରାଜାମାନେ ହେଲେ ଭାନୁରନାଥ, ସତ୍ଘୃମାନ୍ୟ, ସୂଚୀ, ଊର୍ଜମନ, ସତଦ୍ୱା, କୀର୍ତ୍ତି, ଅଞ୍ଜନ, ଅରିସନାମୀ, ଶ୍ରୁତୟୁ ଆଦି ।[୫] 

କୁହାଯାଏ ଯେ ଜନକ ବଂଶର ଶେଷ ରାଜା ଦୁଶ୍ଚରିତ୍ର ଥିଲେ । ତାଙ୍କୁ ରାଜ୍ୟର ବିଜ୍ଞା ଲୋକମାନେ ବହିସ୍କାର କରିଥିଲେ । ତାହା ପରେ ମିଥିଳା ୧ ଶତାବ୍ଦୀରୁ ଅଧିକ କାଳ ଯାଏ ଗଣତନ୍ତ୍ର ଥିଲା । ଜନମତ ଅନୁସାରେ ପ୍ରତିନିଧିମାନେ ନିର୍ବାଚିତ ହଉଥିଲେ । ନିଷ୍ପତ୍ତି ସର୍ବସମ୍ମତି କ୍ରମେ ନିଆ ଯାଉଥିଲା । ଏହା ବହୁ ଶତାବ୍ଦୀ ଯାଏ ଚାଲିଥଲା । ଏହା ବିଭିନ୍ନ ଜନପଦ ସହ ମିଳିତ ହେଇଥିଲା । ତା ପରେ ମଗଧ ରାଜବଂଶ ଏହାକୁ ଅକ୍ତିଆର କରି ରଖିଥିଲେ । ଏଠାରେ ଭିନ୍ନ ସମୟରେ ଶ୍ରୀଶ୍ରୁଙ୍ଗ, ନନ୍ଦ, ମୌର୍ଯ୍ୟ, ଶୃଙ୍ଗ, ଗୁପ୍ତ ଓ ବର୍ଦ୍ଧନ ଆଦି ରାଜବଂଶ ରାଜୁତି କରିଥିଲେ । 

ଜୈନ ଧର୍ମ  ସମ୍ପାଦନା

ଜୈନ ଅଗମ ଅନୁସାରେ ୨୧ ତମ ତିରଥଙ୍କର ମିଥିଳାଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ରାଜା ବିଜୟ ଓ ରାଣୀ ଭପରାଙ୍କ ଔରସ୍ୟରୁ ଜନ୍ମଗ୍ରହଣ କରିଥିଲେ ।[୬] ଇଚ୍ଛାକୁ ବଂଶର ରାଜା  ବିଜଯ ଓ ତାଙ୍କ ପରେ ନମିନାଥ ରାଜୁତି କରିଥିଲେ । [୭]

ଅଧିକ ପଠନ ସମ୍ପାଦନା

ଆଧାର  ସମ୍ପାଦନା

  1. "Wetlands management in North Bihar". Retrieved 14 December 2016.
  2. "Anthropology of Ancient Hindu Kingdoms: A Study in Civilizational Prespective". Retrieved 14 December 2016.
  3. "Wetlands management in North Bihar". Retrieved 14 December 2016.
  4. "Anthropology of Ancient Hindu Kingdoms: A Study in Civilizational Prespective". Retrieved 14 December 2016.
  5. Minahan, James B. (2012). Ethnic Groups of South Asia and the Pacific: An Encyclopedia. ABC-CLIO. p. 215. ISBN 978-1-59884-660-7.
  6. Jain 2009, p. 87-88.
  7. Shah 1987, p. 163-164.