ଭଦ୍ରକାଳୀ

ହିନ୍ଦୁମାନଙ୍କ ଦେବୀ

'ଭଦ୍ରକାଳୀ'Bhadrakāli (Tamil: பத்ரகாளி, ତେଲୁଗୁ: భద్రకాళి, ମାଲୟାଲମ: ഭദ്രകാളി, Sanskrit: भद्रकाली), ହେଉଛନ୍ତି ଦେବୀ ମାହାତ୍ମ୍ୟରେ ବର୍ଣ୍ଣିତ ଜଣେ ମହା (ଦେବୀ). ସଂସ୍କୃତରେ ଭଦ୍ର ଶବ୍ଦର ଅର୍ଥ ହେଲା "କୃପାପ୍ରାପ୍ତ", "ଶୁଭ", "ଗୌର", "ସୁନ୍ଦର", "ଉତ୍ତମ", "ଭଗ୍ୟଶାଳୀ", "ସମୃଦ୍ଧିଶାଳୀ".[୧]

ଭଦ୍ରକାଳୀ
ହିମାଚଳ ପ୍ରଦେଶର ବଶୋହ୍ଲିରେ ଥିବା ଭଦ୍ରକାଳୀ ପ୍ରତିକୃତି ୟାହା ଅଧୁନା LACMA ମିଉଜିୟମରେ ରହିଛି (M.72.53.7)
ପ୍ରଳୟର ଦେବୀ
ସଂସ୍କୃତ ଅନୁବାଦभद्रकालि
Tamil scriptபத்ரகாளி
ଉପାଧିDevi
ସାଥିରୁଦ୍ର

ଭଦ୍ରକ ସହର ଉପକଣ୍ଠରେ ଏହି ଦେବୀଙ୍କର ମନ୍ଦିର ଅବସ୍ଥିତ। ଏହି ଦେବୀଙ୍କ ନାମ ଅନୁସାରେ ସହରର ନାମ ଭଦ୍ରକ ହୋଇଛି ବୋଲି ଜନଶ୍ରୁତି ରହିଛି। ଏହି ଦେବୀ ମଧ୍ୟ କେରଳରେ ପୂଜା ପାଉଥିବା ଲୋକପ୍ରିୟ ଦେବୀମାନଙ୍କ ଭିତରୁ ଅନ୍ୟତମ। କେରଳରେ ତାଙ୍କୁ କାଳୀଙ୍କର ଶୁଭ ଓ ସୌଭାଗ୍ୟପ୍ରଦାୟିନୀ ପ୍ରତୀକାତ୍ମକ ରୂପ ଭାବେ ପରିଗଣିତ କରାଯାଏ। ଏହା ଛଡ଼ା ସମଗ୍ର ଭାରତରେ ଭଦ୍ରକାଳୀଙ୍କ ଉପାସନାର ପ୍ରମାଣ ମିଳିଥାଏ।

ସାଧାରଣତଃ ଭଦ୍ରକଳୀଙ୍କୁ ରୁଦ୍ରଙ୍କର ସହଚରୀ ବୋଲି କୁହାଯାଏ। କେତେ ଜାଗାରେ ତାଙ୍କୁ ବୀରଭଦ୍ରଙ୍କ ସହଚରୀ ବୋଲି କୁହାଯାଏ, ଯିଏ ରୁଦ୍ରଙ୍କ କ୍ରୋଧରୁ ଜାତ ହୋଇଛନ୍ତି। .[୨]

ବାୟୁ ପୁରାଣମହାଭାରତ ଅନୁସାରେ ଅଶ୍ୱମେଧ ଯଜ୍ଞ ସ୍ଥଳୀରେ ଦକ୍ଷ ଶିବଙ୍କୁ ଅପମାନିତ କରିଥିବା ସମୟରେ ଦେବୀଙ୍କ କ୍ରୋଧରୁ ଭଦ୍ରକାଳୀ ଜାତ ହେଲେ। (Horse-worship).[୨][୩]

Bhadrakali worshipped by the Trimurti - the male Trinity.
Goddess Bhadrakali, gouache on paper (ca. 1660–70)

ତନ୍ତ୍ର ରହସ୍ୟ ମତରେ ସେ ଶିବଙ୍କର ଉତ୍ତର ମୁଖରୁ ଜାତ, ଯାହା ନୀଳ ବର୍ଣ୍ଣର ଓ ତ୍ରିନେତ୍ର ଯୁକ୍ତ.[୪]

କାହାରି କାହାରି ମତରେ ଭଦ୍ରକାଳୀ ହେଉଛନ୍ତି ଏକ ସ୍ଥାନଦେବୀ ଯିଏ ପରବର୍ତ୍ତୀ କାଳରେ ହିନ୍ଦୁଧର୍ମର ମୁଖ୍ୟଧାରାରେ, ବିଶେଷକରି ଶିବ ପୁରାଣରେ ସାମିଲ୍ ହୋଇଛନ୍ତି। ତାଙ୍କର ତିନିଟି ଆଖି ରହିଛି, ଚାରିଟି, ଆଠଟି ଅଥବା ବାରଟି ହାତ ରହିଛି, ଯେଉଁଥିରେ ସେ ଦିବ୍ୟାସ୍ତ୍ରସବୁ ଧାରଣ କରିଛନ୍ତି। ତାଙ୍କର ମୁଖମଣ୍ଡଳରୁ ଅଗ୍ନି ନିର୍ଗତ ହେଉଛି ତଥା ତାଙ୍କର ଗୋଟିଏ ଦୀର୍ଘ ଦନ୍ତ ରହିଛି।

କେରଳର କୋଡବ ଓ ନାୟାରମାନେ ଏହାଙ୍କୁ ପୂଜା କରିଥାନ୍ତି। ଭଦ୍ରକାଳୀ ଯେଉଁ ଯେଉଁ ଆୟୁଧ ବ୍ୟବହାର କରନ୍ତି ବୋଲି ସେମାନେ ବିଶ୍ୱାସ କରନ୍ତି, ସେମାନେ ତାଙ୍କ ମନ୍ଦିରରେ ସେ ସବୁ ଅସ୍ତ୍ରର ପୂଜା ମଧ୍ୟ କରିଥାନ୍ତି। ଭଦ୍ରକାଳୀ ତାମିଲନାଡୁର ନାଦରମାନଙ୍କର କୂଳଦେବୀ। [୫]

ଅଥର୍ବଣ ଭଦ୍ରକାଳୀସମ୍ପାଦନ କରନ୍ତୁ

ଭଦ୍ରକାଳୀଙ୍କର ଏଇ ରୂପକୁ ପ୍ରତ୍ୟାଙ୍ଗିରା ଦେବୀ ବୋଲି କୁହାଯାଏ, ଯିଏ ତାମିଲନାଡୁରେ ବିଗତ ଦଶନ୍ଧିର ଜନପ୍ରିୟ ହୋଇ ପାରିଛନ୍ତି। ସେ ଗୁଣୀ ଟୁଣୀ/black magicର କୁପ୍ରଭାବକୁ ନଷ୍ଟ କରିଥାନ୍ତି ବୋଲି ଲୋକେ ବିଶ୍ୱାସ କରନ୍ତି।

କେରଳର ଲୋକ କଳା ପରମ୍ପରା ଓ ଭଦ୍ରକାଳୀସମ୍ପାଦନ କରନ୍ତୁ

 
ମଦୁରାଇସ୍ଥ ମୀନାକ୍ଷୀ ମନ୍ଦିରର ଭଦ୍ରକାଳୀ ମୂର୍ତ୍ତୀ

ଭଦ୍ରକାଳୀ ଦେବୀଙ୍କ ସମ୍ବନ୍ଧିତ ଲୋକକଳା ପରମ୍ପରା କେରଳରେ ପ୍ରଚଳିତ। ଯଦିଓ ଏହି ଦେବୀଙ୍କୁ ଅନେକ ସମୟରେ କାଳୀ ବୋଲି ସମ୍ବୋଧିତ କରାଯାଏ, ତଥାପି ଏହି ଦେବୀ ହେଉଛନ୍ତି ଭଦ୍ରକାଳୀ।


"କଭୁ" (ବଗିଚାର ଅନ୍ୟନାମ) ନାମକ ସ୍ଥାନରେ ବା ଛୋଟ ଛୋଟ ମନ୍ଦିରରେ ଏହି ପୂଜାବିଧି ପାଳନ କରାଯାଏ। ଗାଆଁର ବିପତ୍ତି ଯଥା, ବସନ୍ତ ଆଦି ମହାମାରୀକୁ ଦୂର କରିବାପାଇଁ ଏଇ ପୂଜାର୍ଚ୍ଚନା କରାଯାଇଥାଏ। ଭଦ୍ରକାଳୀଙ୍କର ଦାରୁକ ନାମକ ରାକ୍ଷସ ଓ ତା ସହିତ ସଂଯୁକ୍ତ ଅନେକ ଆସୁରିକ ଶକ୍ତି ଉପରେ ବିଜୟ ଉପଲକ୍ଷ୍ୟରେ ଏହି ଉତ୍ସବ ପାଳନ କରାଯାଏ।

ଏଇ ନୃତ୍ୟ ରୂପଗୁଡ଼ିକ ହେଲେ:

  1. ଥେୟମ
  2. ଥେୟଟୁ
  3. ପଟାୟନି
  4. ପୂତନୁମଥିରୟୁମ
  5. ମୁଦିୟେଟ୍ଟୁMudiyettu
  6. କୁଟିୟୋଟ୍ଟମ
  7. କେଟ୍ଟୁକାଜଚା

ଭଦ୍ରକାଳୀ ମନ୍ଦିରର ପୂଜକସମ୍ପାଦନ କରନ୍ତୁ

ଏଝାବଟି ପୁରୋହିତ ସମ୍ପ୍ରଦାୟ କେରଳର ଭଦ୍ରକାଳୀ ମନ୍ଦିରରେ ପୂଜକ ରୂପରେ କାମ କରିଥାନ୍ତି।

ପ୍ରସିଦ୍ଧ ଭଦ୍ରକାଳୀ ମନ୍ଦିରସମ୍ପାଦନ କରନ୍ତୁ

 
ମା ଭଦ୍ରକାଳୀ ମନ୍ଦିର ଉଜ୍ଜୟିନୀ
 
ମା ଭଦ୍ରକାଳୀ ମନ୍ଦିର ଇଟଖୋରି
  • ହନମାକୋନ୍ଦସ୍ଥ ପ୍ରାଚୀନ ଭଦ୍ରକାଳୀ ମନ୍ଦିର (ୱାରାଙ୍ଗଲ), ଆନ୍ଧ୍ର ପ୍ରଦେଶ। ଭଦ୍ରକାଳୀ (ମହାକାଳୀ ମାତା) ହେଉଛନ୍ତି ୱାରାଙ୍ଗଲର (ଏକଶିଳାନଗ୍ରମ୍​ର ଓରାଗାଲ୍ଲୁ) କାକଟିୟା ହିନ୍ଦୁ ରାଜବଂଶ, ଯେଉଁମାନେ ଆନ୍ଧ୍ର ପ୍ରଦେଶର ଅଧିକାଂଶ ଅଞ୍ଚଳର ଶାସକ ଥିଲେ, ସେମାନଙ୍କର ମୁଖ୍ୟ ପୂଜନୀୟ ଦେବୀ ହେଉଛନ୍ତି ଭଦ୍ରକାଳୀ। ସେତେବେଳେ ବିଭିନ୍ନ ପ୍ରକାରର ବଳିପ୍ରଥା ଏପରିକି ମଣିଷ ବଳି ଦେଇ କାକଟିୟ ସୈନିକ ମାନେ ଯୁଦ୍ଧକୁ ବାହାରିବା ଆଗରୁ ବିଜୟ ବରଦାନ ପ୍ରାପ୍ତିପାଇଁ ଦେବୀଙ୍କୁ ପ୍ରସନ୍ନ କରାଯାଉଥିଲା।


  • ମାଦାୟି ତିରୁଭର୍କ୍କଟ୍ଟୁ ଭଗବତୀ ମନ୍ଦିର, ପାୟନଗଡ଼ି, କେରଳ, କନ୍ନୁର ଜିଲ୍ଲା। ଏହା ହେଉଛି ପ୍ରଥମ ଓ ପ୍ରଧାନ ଭଦ୍ରକାଳୀ ମନ୍ଦିର। ଏହା ଦାରୁକାସୁରର ଗଡ ରୂପରେ ପରିଚିତ। ଏଠାରେ ଭଦ୍ରକାଳୀ ଦାରୁକାସୁରର ଶିରଶ୍ଛେଦ କରିଥିଲେ। ଏଠାକାର ଶାକ୍ତେୟ ସମ୍ପ୍ରଦାୟର ପୂଜା ଅତି ଜଣାଶୁଣା। ଏହା ଭଟ୍ଟାରକ (ପଡ଼ିରାର), ଯେଉଁମାନେ ବଙ୍ଗ ଓ କାଶ୍ମୀରରୁ ଆସିଥିଲେ, ସେମାନଙ୍କଦ୍ୱାର କରା ଯାଇଥାଏ। ପାଖାପାଖି ଛଅ ଫୁଟ ଉଚ୍ଚ ଏହି ଦେବୀ ମୂର୍ତ୍ତୀ ଦାରୁକାକୁ ବଧ କରୁଥିବାର ଦେଖାଯାଏ।


Referencesସମ୍ପାଦନ କରନ୍ତୁ

  1. "A Practical Sanskrit Dictionary". Dsal.uchicago.edu. 2002-06-01. Retrieved 2012-02-23.
  2. ୨.୦ ୨.୧ the Horse-worship of the Prajapati Daksha The Mahabharata କିଶରି ମୋହନ ଗାଙ୍ଗୁଲୀଙ୍କଦ୍ୱାରା ଅନୂଦିତ (୧୮୮୩-୧୮୯୬], ଖଣ୍ଡ 12: ଶାନ୍ତି ପର୍ବ: ମୋକ୍ଷ ଧର୍ମ ପର୍ବ: Section CCLXXXIV. p. 317. “ମୁଁ ବୀରଭଦ୍ରଙ୍କ ନାମରୁ ପରିଚିତ’’ ଏବଂ ମୁଁ ରୁଦ୍ରଙ୍କ କ୍ରୋଧ ସମ୍ଭୂତ। ମୋର ସହଚରୀ, ଯିଏକି ଭଦ୍ରକାଳୀ ନାମରେ ପରିଚିତ, ସେ ଦେବୀଙ୍କ କ୍ରୋଧ ସମ୍ଭୂତା।”
  3. ବିଷ୍ଣୁ ପୁରାଣ ଦକ୍ଷ ଯଜ୍ଞ ( ବାୟୁ ପୁରାଣରୁ.) Horace Hayman Wilsonଙ୍କ ଅନୂଦିତ ବିଷ୍ଣୁ ପୁରାଣ, 1840. p. 62, " ପୁରାଣ କାଳରେ ହିମବନ ନିକଟବର୍ତ୍ତୀ ‘‘ଗଙ୍ଗାଦ୍ୱାରରେ’’ ଦକ୍ଷ ଋଷିମାନଙ୍କଦ୍ୱାରା ଏକ ଯଜ୍ଞାନୁଷ୍ଠାନର ଆରମ୍ଭ କରିଥିଲେ। ସେଥିରେ ଭାଗ ନେବାପାଇଁ ଦେବତାମାନେ ଦେବରାଜ ଇନ୍ଦ୍ରଙ୍କ ସହିତ ମହାଦେବଙ୍କ ପାଖକୁ ଆସି ସେମାନଙ୍କର ଅଭିପ୍ରାୟ ବ୍ୟକ୍ତ କଲେ ଏବଂ ସେଠାକୁ ଯିବାପାଇଁ ତାଙ୍କର ଅନୁମତି ମାଗିଲେ। ଶିବଙ୍କର ଅନୁମତି ପାଇ ସେମାନେ ନିଜ ନିଜର ରଥରେ ‘‘ଗଙ୍ଗାଦ୍ୱାର’’କୁ ଯାତ୍ରା କଲେ।” 62:2 ଲିଙ୍ଗ (ପୁରାଣ)ରେ ଏହି ଜାଗାକୁ କନଖଲ, ହରିଦ୍ୱାର ନିକଟବର୍ତ୍ତୀ ସ୍ଥାନ ବୋଲି ବର୍ଣ୍ଣନା କରାଯାଇଛି। p. 68 ମୁଁ ବିରଭଦ୍ର, ରୁଦ୍ରଙ୍କ କ୍ରୋଧ ସମ୍ଭୂତ. ଭଦ୍ରକାଳୀ Deviଙ୍କ କ୍ରୋଧ ସମ୍ଭୂତା…
  4. Shakti and Shâkta by Arthur Avalon (Sir John Woodroffe), [1918], Chapter Six Shakti and Shakta. “4) ଶିବଙ୍କର ଉତ୍ତର ମୁଖ ନୀଳ ରଙ୍ଗର ଓ ତିନିଟି ଆଖିଯୁକ୍ତ। ଏହି ମୁଖଦ୍ୱାରା ମୁଁ ଦକ୍ଷିଣକାଳିକା, ମହାକାଳୀ, ଗୂହ୍ୟକ, ଶ୍ମଶାନକାଳିକା, ଭଦ୍ରକାଳୀ, ଏକଜାତ, ଉଗ୍ରତାରା, ତାରିଣୀ, କାତ୍ୟାୟନୀ, ଛିନ୍ନମସ୍ତା, ନୀଳସରସ୍ୱତୀ, ଦୁର୍ଗା, ଜୟଦୁର୍ଗା, ନବଦୁର୍ଗା, ବାସୁଳୀ, ଧୂମାବତୀ, ବିଶାଳାକ୍ଷୀ, ଗୌରୀ, ବଗଳାମୁଖୀ, ପ୍ରତ୍ୟାଙ୍ଗିରା, ମାତଙ୍ଗୀ, ମହିଷାମର୍ଦ୍ଦିନୀ ଦେବୀମାନଙ୍କୁ ଓ ସେମାନଙ୍କର ତନ୍ତ୍ର ଓ ମନ୍ତ୍ରକୁ ପ୍ରକଟ କରିଛି”
  5. Robert L. Hardgrave (1969). The Nadars of Tamilnad: The Political Culture of a Community in Change. University of California Press. p. 38. ISBN 81-7304-701-4.
  6. ଅମିତ ନିଗମ: ରତ୍ଲମର ତ୍ରିପୁର ସୁନ୍ଦରୀ, Democratic World, 28 December 2006
  7. maabhadrakali.org

ଛାଞ୍ଚ:HinduMythology