ସୂର୍ଯ୍ୟ
ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ସେ ହେଉଛନ୍ତି ଜୀବଜଗତର ପାଳନ କର୍ତ୍ତା।ସମସ୍ତ ଜୀବଜନ୍ତୁ ଅପେକ୍ଷା କରିଥାନ୍ତି ସୂର୍ଯ୍ୟୋଦୟର ସ୍ପର୍ଶ ପାଇବା ପାଇଁ।ତାଙ୍କ ବିନା ଜୀବଜଗତର ଅସ୍ତିତ୍ୱ ନାହିଁ।ବିଜ୍ଞାନର ଅବଦାନ ଅତୁଳନୀୟ କିନ୍ତୁ ସମ୍ଭବତଃ ଦେଖିବାକୁ ଗଲେ ଆମେ ଦେଖିବା ପ୍ରକୃତରେ ଏହା ସୂର୍ଯ୍ୟଙ୍କର ଯେଗୁଁ ସମ୍ଭବ।
![]() False-color image of the Sun | |
Observation data | |
---|---|
Mean distance from Earth | ୧.୪୯୬×୧୦୮କି.ମି. 8 min 19 s at light speed |
Visual brightness (V) | −26.74[୧] |
Absolute magnitude | 4.83[୧] |
Spectral classification | G2V[୨] |
Metallicity | Z = 0.0122[୩] |
Angular size | 31.6–32.7 minutes of arc[୪] |
Adjectives | Solar |
Orbital characteristics | |
Mean distance from Milky Way core | ≈ ୨.୭×୧୦୧୭କି.ମି. ୨୭,୨୦୦light-years |
Galactic period | (2.25–2.50) × 10୮ yr |
Velocity | ≈ ୨୨୦km/s (orbit around the center of the Milky Way) ≈ ୨୦km/s (relative to average velocity of other stars in stellar neighborhood) ≈ ୩୭୦km/s[୫] (relative to the cosmic microwave background) |
Physical characteristics | |
Equatorial radius | 695,700 km[୬] 109 × Earth[୭] |
Equatorial circumference | ୪.୩୭୯×୧୦୬କି.ମି.[୭] 109 × Earth[୭] |
Flattening | ୯×୧୦−୬ |
Surface area | ୬.୦୯×୧୦୧୨km2 [୭] ୧୨,୦୦୦ × Earth[୭] |
Volume | ୧.୪୧×୧୦୧୮km3[୭] ୧୩,୦୦,୦୦୦ × Earth |
Mass | (୧.୯୮୮୫୫±୦.୦୦୦୨୫)×୧୦୩୦kg[୧] ୩,୩୩,୦୦୦ × Earth[୧] |
Average density | ୧.୪୦୮g/cm3[୧][୭][୮] ୦.୨୫୫ × Earth[୧][୭] |
Center density (modeled) | ୧୬୨.୨g/cm3[୧] ୧୨.୪ × Earth |
Equatorial surface gravity | ୨୭୪.୦m/s2[୧] ୨୭.୯୪g ୨୭,୫୪୨.୨୯cgs 28 × Earth[୭] |
Escape velocity (from the surface) | ୬୧୭.୭km/s[୭] 55 × Earth[୭] |
Temperature | Center (modeled): ୧.୫୭×୧୦୭K[୧] Photosphere (effective): ୫,୭୭୨K[୧] Corona: ≈ ୫×୧୦୬K |
Luminosity (Lsol) | ୩.୮୪୬×୧୦୨୬W[୧] ≈ ୩.୭୫×୧୦୨୮lm ≈ ୯୮lm/W efficacy |
Mean radiance (Isol) | ୨.୦୦୯×୧୦୭W·m−2·sr−1 |
Age | ≈4.6 billion years[୯][୧୦] |
Rotation characteristics | |
Obliquity | 7.25°[୧] (to the ecliptic) 67.23° (to the galactic plane) |
Right ascension of North pole[୧୧] | 286.13° 19 h 4 min 30 s |
Declination of North pole | +63.87° 63° 52' North |
Sidereal rotation period (at equator) | 25.05 d[୧] |
(at 16° latitude) | 25.38 d[୧] 25 d 9 h 7 min 12 s[୧୧] |
(at poles) | 34.4 d[୧] |
Rotation velocity (at equator) | ୭.୧୮୯×୧୦୩km/h[୭] |
Photospheric composition (by mass) | |
Hydrogen | 73.46%[୧୨] |
Helium | 24.85% |
Oxygen | 0.77% |
Carbon | 0.29% |
Iron | 0.16% |
Neon | 0.12% |
Nitrogen | 0.09% |
Silicon | 0.07% |
Magnesium | 0.05% |
Sulfur | 0.04% |
ସୂର୍ଯ୍ୟ ହେଉଛି ଏକ ନକ୍ଷତ୍ର, ଏହା ସୌରଜଗତର ମଧ୍ୟଭାଗରେ ଅବସ୍ଥିତ । ଏହା ପାଖା ପାଖି ଗୋଲକ ଆକାରର ଓ ଏକାଧିକ ଉତପ୍ତ ବାଷ୍ପ (ପ୍ଲାଜମା)କୁ ନେଇ ଗଠିତ ।[୧୩][୧୪] ଏହାର ପରିସର ୧୩୯୨୦୦୦ କିମି. । ପୃଥିବୀର ୧୦୯ ଗୁଣ । ଏହାର ବସ୍ତୁତ୍ୱ ପ୍ରାୟ ୨x୧୦୩୦ କିଗ୍ରା, ଯାହା ପୃଥିବୀର ୩୩୦୦୦୦ ଗୁଣ । ସମ୍ପୂର୍ଣ୍ଣ ସୌର ଜଗତର ୯୯.୮୬% ବସ୍ତୁତ୍ୱ ସୂର୍ଯ୍ୟର । [୧୫] ସୂର୍ଯ୍ୟ ୪ ଭାଗରୁ ପ୍ରାୟ ୩ ଭାଗ ଉଦଜାନ ଓ ବଳକା ଅଧିକାଂଶ ଭାଗ ହିଲିଅମ ଓ ଓଜନିଆ କଣିକା ଯଥା ଅମ୍ଳଜାନ, ଅଂଗାରକାମ୍ଲ, ଲୌହ , ନିଅନ୍ ଆଦିକୁ ନେଇ ଗଠିତ ।[୧୬][୧୭]
ଆମେ ବାସି ସୂର୍ଯ୍ୟ ଦେଖୁସମ୍ପାଦନ କରନ୍ତୁ
କୌଣସି ବସ୍ତୁଠାରୁ ଆଲୋକ ଆସି ଆମ ଆଖିରେ ପଡ଼ିଲେ ଆମେ ସେହି ବସ୍ତୁକୁ ଦେଖିପାରୁ । ବସ୍ତୁ ଉପରୁ ଆଲୋକ ଆସି ଆମ ପାଖରେ ପହଁଞ୍ଚିବା ପାଇଁ କିଛି ସମୟ ଲାଗେ । କାରଣ ଆଲୋକର ନିର୍ଦ୍ଦିଷ୍ଟ ବେଗ ରହିଛି । ଆମେ ଚାଲି ଚାଲି ଗଲେ ଏକ ଘଣ୍ଟାରେ ଯିବା ୧୦ କି ୧୨ କିଲୋମିଟର । ସାଇକେଲ ଚଢି ଗଲେ ଏକ ଘଣ୍ଟାରେ ଯିବା ୨୦ କିଲୋମିଟର । ବସ୍ରେ ଗଲେ ଏକ ଘଣ୍ଟାରେ ଯିବା ୫୦ କିଲୋମିଟର । ଟ୍ରେନ୍ ଏକ ଘଣ୍ଟାରେ ଯାଏ ୧୦୦ କିଲୋମିଟର । ଉଡାଜାହାଜ ଏକ ଘଣ୍ଟାରେ ଯାଏ ୫୦୦ କିଲୋମିଟର । କିନ୍ତୁ ଆଲୋକ ମାତ୍ର ଏକ ସେକେଣ୍ଡରେ ଯାଏ ୩ ଲକ୍ଷ କିଲୋମିଟର । ସତ କହିଲେ ଆଲବର୍ଟ ଆଇନଷ୍ଟାଇନଙ୍କ ମତରେ ଆଲୋକର ବେଗ ସର୍ବାଧିକ । ତଥାପି ଆଲୋକର ବେଗ ଯେତେ ହେଉନା କାହିଁକି ଅସୀମ ନୁହେଁ । ଅର୍ଥାତ୍ ଆଲୋକ କିଛି ଦୂରତା ଅତିକ୍ରମ କରିବା ସକାଶେ ସମୟ ଦରକାର । ସେଇୟା ହୁଏ । ସୂର୍ଯ୍ୟଠାରୁ କିରଣ ଆସି ଆମ ପାଖରେ ପହଁଞ୍ଚିବା ପାଇଁ କିଛି ସମୟ ଲାଗେ ।
ସୁର୍ଯ୍ୟଠାରୁ ଆମ ପୃଥିବୀର ଦୂରତା ୧୫ କୋଟି କିଲୋମିଟର । ସୂଯ୍ୟପୃଷ୍ଠରୁ କିରଣ ଆସି ଆମ ପାଖରେ ପହଁଞ୍ଚିବା ପାଇଁ ପ୍ରାୟ ୫୦୦ ସେକେଣ୍ଡ ବା ୮ ମିନିଟ୍ ୨୦ ସେକେଣ୍ଡ ସମୟ ଲାଗେ । ତେଣୁ ଯେଉଁ ସୁର୍ଯ୍ୟକୁ ଆମେ ଦେଖୁ, ତାହା ସେତେବେଳର ସୁର୍ଯ୍ୟ ନୁହେଁ । ବରଂ ୮ ମିନିଟ୍ ୨୦ ସେକେଣ୍ଡ ତଳର ସୁର୍ଯ୍ୟ । ସକାଳ ୮ଟା ବେଳେ ସୂର୍ଯ୍ୟପୃଷ୍ଠରୁ ବାହାରିଥିବା ଆଲୋକ ୮ ମିନିଟ୍ ୨୦ ସେକେଣ୍ଡ ପରେ ଅର୍ଥାତ୍ ୮ଟା ୮ ମିନିଟ୍ ୨୦ ସେକେଣ୍ଡ ବେଳେ ଆସି ଆମଠାରେ ପହଁଞ୍ଚେ । ତେଣୁ ଆମେ ସବୁବେଳେ ୮ ମିନିଟ୍ ୨୦ ସେକେଣ୍ଡ ତଳର ବାସି ସୂର୍ଯ୍ୟ ଦେଖୁ । ପୃଥିବୀରେ ରହି ବର୍ତ୍ତମାନର ସୂର୍ଯ୍ୟକୁ ବର୍ତ୍ତମାନ ଦର୍ଶନ କରିବାର ଭାଗ୍ୟ ଆମର ନାହିଁ । ବର୍ତ୍ତମାନର ସୂର୍ଯ୍ୟକୁ ଦର୍ଶନ କରିବା ସକାଶେ ଆମକୁ ପୁଣି ୮ ମିନିଟ୍ ୨୦ ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ ।
କୋଟି କୋଟି ସୂର୍ଯ୍ୟସମ୍ପାଦନ କରନ୍ତୁ
ଆମେ ଯାହାକୁ ସୂର୍ଯ୍ୟ ବୋଲି କହୁ, ତାହା ବାସ୍ତବରେ ଗୋଟିଏ ବିଶାଳ ନିଆଁପେଣ୍ଡୁ । ତେବେ ସେହି ନିଆଁପେଣ୍ଡୁ ଆମ ପାଇଁ ସବୁକିଛି । ଆମ ଜୀବନ, ଆମର ପ୍ରାଣ । କାହିଁକି ନା, ସୂର୍ଯ୍ୟର ଆଲୋକ ଓ ଉତ୍ତାପ ବିନା ଆମେ ବଞ୍ଚିରହିବା ଅସମ୍ଭବ । ତେଣୁ ସୂର୍ଯ୍ୟ ନଥିଲେ ଆମର ଅସ୍ଥିତ୍ୱ ନଥାନ୍ତା । ସୂର୍ଯ୍ୟ ସହିତ ପୃଥିବୀ ଭଳି ଆହୁରି ୭ଟା ଗ୍ରହ, ବାମନ ଗ୍ରହ, ଧୂମକେତୁ, ଗ୍ରହାଣୁ ଓ ଉପଗ୍ରହମାନଙ୍କୁ ନେଇ ଗଠିତ ପରିବାରକୁ କୁହାଯାଏ 'ସୌରଜଗତ' । ଆମ ସୌରଜଗତର ମୁଖ୍ୟ ହେଉଛି ସୂର୍ଯ୍ୟ। ସମୁଦାୟ ସୌରଜଗତରେ ଏକମାତ୍ର ନକ୍ଷତ୍ର ହେଉଛି ସୂର୍ଯ୍ୟ । କିନ୍ତୁ, ସତ କହିଲେ, ଆମ ବିଶ୍ୱରେ କୋଟି କୋଟି ସୂର୍ଯ୍ୟ ଅଛନ୍ତି। କିନ୍ତୁ ସେଗୁଡ଼ିକ ଆମଠାରୁ ଅନେକ ଅନେକ ଦୂରରେ ରହିଥିବାରୁ ସେମାନଙ୍କର ଉତ୍ତାପ ଓ ଆଲୋକକୁ ଆମେ ଅନୁଭବ କରିପାରୁ ନାହିଁ । ରାତିରେ ଆକାଶରେ ମିଞ୍ଜି ମିଞ୍ଜି କରୁଥିବା ତାରାଗୁଡ଼ିକ ମଧ୍ୟ ଆମର ସୂର୍ଯ୍ୟ ପରି ଗୋଟିଏ ଗୋଟିଏ ନକ୍ଷତ୍ର । ଆମେ ୭ ପରେ ଗୋଟିଏ ଶୂନ ଲେଖିଲେ ହେବ ସତୁରୀ । ଆମେ ୭ ପରେ ଦୁଇଟା ଶୂନ ଲେଖିଲେ ହେବ ସାତଶହ । ସେହିପରି ଆମେ ୭ ପରେ ୨୨ ଟା ଶୂନ ଲେଖିଲେ ଯେଉଁ ବିଶାଳ ସଂଖ୍ୟା ହେବ, ବିଶ୍ୱରେ ଅତି କମ୍ରେ ସେତିକି ସଂଖ୍ୟକ ସୁର୍ଯ୍ୟ ଥିବାର ପ୍ରମାଣ ମିଳିଛି । ସେମାନଙ୍କ ଭିତରୁ କେତେକ ସୁର୍ଯ୍ୟ ଆମ ସୁର୍ଯ୍ୟ ତୁଳନାରେ ଛୋଟ । କିନ୍ତୁ ଅନେକ ସୂର୍ଯ୍ୟ ଆମ ସୂର୍ଯ୍ୟ ତୁଳନାରେ ଢେର୍ ବଡ଼ ବଡ଼ । ବିଶ୍ୱରେ ଅନେକ ସୂର୍ଯ୍ୟ ଅଛନ୍ତି, ଯାହାର ଆକାର ଆମ ସୂର୍ଯ୍ୟର ଆକାରର ପ୍ରାୟ ୪୦୦ ଗୁଣ ହେବ ।
ଆଧାରସମ୍ପାଦନ କରନ୍ତୁ
- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ Williams, D. R. (1 July 2013). "Sun Fact Sheet". NASA Goddard Space Flight Center. Retrieved 12 August 2013.
- ↑ Zombeck, Martin V. (1990). Handbook of Space Astronomy and Astrophysics 2nd edition. Cambridge University Press.
- ↑ Asplund, M.; Grevesse, N.; Sauval, A. J. (2006). "The new solar abundances – Part I: the observations". Communications in Asteroseismology. 147: 76–79. Bibcode:2006CoAst.147...76A. doi:10.1553/cia147s76.
- ↑ "Eclipse 99: Frequently Asked Questions". NASA. Retrieved 24 October 2010.
- ↑ Hinshaw, G.; et al. (2009). "Five-year Wilkinson Microwave Anisotropy Probe observations: data processing, sky maps, and basic results". The Astrophysical Journal Supplement Series. 180 (2): 225–245. arXiv:0803.0732. Bibcode:2009ApJS..180..225H. doi:10.1088/0067-0049/180/2/225.
- ↑ Mamajek, E.E.; Prsa, A.; Torres, G.; et, al., "IAU 2015 Resolution B3 on Recommended Nominal Conversion Constants for Selected Solar and Planetary Properties", arXiv, retrieved 2016-01-17
- ↑ ୭.୦୦ ୭.୦୧ ୭.୦୨ ୭.୦୩ ୭.୦୪ ୭.୦୫ ୭.୦୬ ୭.୦୭ ୭.୦୮ ୭.୦୯ ୭.୧୦ ୭.୧୧ "Solar System Exploration: Planets: Sun: Facts & Figures". NASA. Archived from the original on 2 January 2008.
- ↑ Ko, M. (1999). Elert, G. (ed.). "Density of the Sun". The Physics Factbook.
- ↑ Bonanno, A.; Schlattl, H.; Paternò, L. (2008). "The age of the Sun and the relativistic corrections in the EOS". Astronomy and Astrophysics. 390 (3): 1115–1118. arXiv:astro-ph/0204331. Bibcode:2002A&A...390.1115B. doi:10.1051/0004-6361:20020749.CS1 maint: ref=harv (link)
- ↑ "The Absolute Chronology and Thermal Processing of Solids in the Solar Protoplanetary Disk". Science. 338 (6107): 651–655. 2 November 2012. Bibcode:2012Sci...338..651C. doi:10.1126/science.1226919. PMID 23118187. Retrieved 17 March 2014.ଛାଞ୍ଚ:Registration required
- ↑ ୧୧.୦ ୧୧.୧ Seidelmann, P. K.; et al. (2000). "Report Of The IAU/IAG Working Group On Cartographic Coordinates And Rotational Elements Of The Planets And Satellites: 2000". Retrieved 22 March 2006.
- ↑ "The Sun's Vital Statistics". Stanford Solar Center. Retrieved 29 July 2008. Citing Eddy, J. (1979). A New Sun: The Solar Results From Skylab. NASA. p. 37. NASA SP-402.
- ↑ "How Round is the Sun?". NASA. 2 October 2008. Retrieved 7 March 2011.
- ↑ "First Ever STEREO Images of the Entire Sun". NASA. 6 February 2011. Retrieved 7 March 2011.
- ↑ Woolfson, M. (2000). "The origin and evolution of the solar system". Astronomy & Geophysics. 41 (1): 12. Bibcode:2000A&G....41a..12W. doi:10.1046/j.1468-4004.2000.00012.x.CS1 maint: ref=harv (link)
- ↑ Basu, S.; Antia, H. M. (2008). "Helioseismology and Solar Abundances". Physics Reports. 457 (5–6): 217–283. arXiv:0711.4590. Bibcode:2008PhR...457..217B. doi:10.1016/j.physrep.2007.12.002.CS1 maint: ref=harv (link)
- ↑ "How Round is the Sun?". NASA. 2 October 2008. Retrieved 7 March 2011.