କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର Rasmi68,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! -- ଅηsuмaη Talk ୧୮:୪୩, ୨୬ ଫେବୁଆରି ୨୦୧୨ (UTC)

ଉଇକିକିପିଡିଆରେ ଲେଖିଥିବାରୁ ଧନ୍ୟବାଦ ! ଆଧାର ଯୋଡିବା ପାଇଁ ଅନୁରୋଧ । ସମ୍ପାଦନ କରନ୍ତୁ

ନମସ୍କାର ଆଜ୍ଞା, ଉଇକିପିଡିଆରେ ଅବଦାନ କରିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ । ଲେଖାଗୁଡ଼ିକ ବହୁତ ଭଲ ହେଇଛି ଏବଂ ଏହାକୁ ଆହୁରି ଉଚ୍ଚକୋଟିର କରିପାରିବେ । ଉଇକିପିଡିଆଏକ ଜ୍ଞାନକୋଷ ଏବଂ ନିୟମ ଅନୁଯାୟୀ ଅଥିରେ ଥିବା ଲେଖାଗୁଡ଼ିକ କିଛି ଦୃଢ ଆଧାର ଉପରେ ପରିବେଷ୍ଟିତ ହେବା ଉଚିତ । ଆପଣଙ୍କ ଲେଖୁଥିବା ପ୍ରସଙ୍ଗଗୁଡିକରେ ଆଧାର ଯୋଡିବା ପାଇଁ ଅନୁରୋଧ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୮:୦୯, ୨୧ ଡିସେମ୍ବର ୨୦୧୪ (UTC)

 

ନବକଳେବର ଏଇ ମାତ୍ର ସରିଛି ଆଉ ସବୁରି ମନରୁ ସେ ଅଗୁରୁ-ଚୁଆର ମହକ ଏ ଯାଏ ଅଛି । ଆମେ ସେ ମହକକୁ ଆଉ ସଭିଙ୍କ ପାଖେ ପହଞ୍ଚାଇବା ପାଇଁ ଏକ ମାସକାଳୀନ ଗଣସମ୍ପାଦନା ଆରମ୍ଭ କରିଛୁ । ଆପଣ ଏଥିରେ ଭାଗ ନେଇପାରିବେ, ଜଗନ୍ନାଥ ଚଳଣି ସମ୍ବନ୍ଧରେ ଅନେକ ପ୍ରସଙ୍ଗରେ ଭାଗ ନେଇ ଲେଖିପାରିବେ ଓ ସମ୍ପାଦନା କରିପାରିବେ ।
ଭାଗ ନିଅନ୍ତୁ! ପ୍ରସଙ୍ଗ ତାଲିକା କିପରି ଲେଖିବେ ଶିଖିବାକୁ ଚାହାନ୍ତି?

--ସୁଭାସିସ ପାଣିଗାହି (ଆଳାପ) ୧୮:୧୪, ୧୭ ଅଗଷ୍ଟ ୨୦୧୫ (UTC)

ଆଧାର ଯୋଡ଼ା ସମ୍ପାଦନ କରନ୍ତୁ

ରଶ୍ମୀ ଭାଇ, ଆପଣ ଆରମ୍ଭ କରିଥିବା ସ୍ରୋତସ୍ୱତୀ ଲେଖାଟା ମୁଁ ଟିକେ ବାଗେଇ ଦେଇଛି । ଏଥିରେ ଆଉ କିଛି ଅଧିକ ଆଧାର ଓ ତଥ୍ୟ ଯୋଡ଼ିବେ କି? ମନେରଖିବେ ଯେ ଉଇକିପିଡ଼ିଆରେ ଆଗରୁ ଥିବା ପ୍ରସଙ୍ଗଟିକୁ ଆଉଥରେ ଆଧାର ଦେଇ ହେବନାହିଁ । ଆଧାର ସବୁବେଳେ ଉଇକିପିଡ଼ିଆ ବାହାରୁ ଜର୍ଣ୍ଣାଲ, ଖବରକାଗଜ, ପତ୍ରିକା ଆଦିରୁ ଦିଆଯାଏ । ଏହି ପୃଷ୍ଠାରୁ ଏ ବାବଦରେ ଅଧିକ ଜାଣିପାରିବେ । --ସୁଭାସିସ ପାଣିଗାହି (ଆଳାପ) ୧୬:୦୯, ୨୩ ଅଗଷ୍ଟ ୨୦୧୫ (UTC)

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ରେ ଭାଗ ନେବାକୁ ଅନୁରୋଧ ସମ୍ପାଦନ କରନ୍ତୁ

  ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮
  ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୩ ଅଗଷ୍ଟ ୨୦୧୮ରୁ ୨୦ ଅଗଷ୍ଟ ୨୦୧୮ ଯାଏଁ ସପ୍ତାହେ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବା ସଙ୍ଗେ ସଙ୍ଗେ ଆଗରୁ ଥିବା ପୁରୁଣା ପ୍ରସଙ୍ଗର ମାନ ମଧ୍ୟ ଉନ୍ନତ କରାଯିବ । । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ । --ଗପୁ (ମୋ ଆଲୋଚନା) ୧୧:୧୫, ୧୪ ଅଗଷ୍ଟ ୨୦୧୮ (IST)Reply[reply]



ରଶ୍ମୀ ବାବୁ, ପାରା ଡାକ, ଓଡ଼ିଶାରେ ଥିବା ଏକ ଅନନ୍ୟ ବ୍ୟବସ୍ଥା । ପାରା ପ୍ରସଙ୍ଗରେ ଆପଣ "ଓଡ଼ିଶା ପୋଲିସ ପାରା ଡାକ" କଥା ଲେଖିଥିଲେ । ଭାବୁଛି, ସ୍ୱତନ୍ତ୍ର ପ୍ରସଙ୍ଗଟିଏ ହେଲେ ଭଲ ହୁଅନ୍ତା । ଆପଣଙ୍କୁ ଅନୁରୋଧ ନୂଆ ପ୍ରସଙ୍ଗଟିଏ ଲେଖିବା ଆରମ୍ଭ କରନ୍ତୁ, ମୁଁ ବି ଯୋଗଦେବି ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୧:୪୮, ୧୦ ଅକ୍ଟୋବର ୨୦୧୮ (IST)Reply[reply]

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ରେ ଭାଗ ନେବାକୁ ନିମନ୍ତ୍ରଣ ସମ୍ପାଦନ କରନ୍ତୁ

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯
ନମସ୍କାର,
ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ ଆସନ୍ତା ଫେବୃଆରୀ ମାସ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଗଣ-ସମ୍ପାଦନାରେ ଆମେ ଓଡ଼ିଆ ଭାଷା ଏବଂ ତଦ୍‌ସମ୍ବନ୍ଧୀୟ ପ୍ରସଙ୍ଗମାନ ଉନ୍ନତ କରିବା ତଥା ଅତ୍ୟାବଶ୍ୟକୀୟ ପ୍ରସଙ୍ଗ ତିଆରି କରିବା । ଆଗରୁ ବହୁତ ପ୍ରସଙ୍ଗ ରହିଛି, ଯାହାକି ସେତେ ଉନ୍ନତମାନର ନାହିଁ, ତେଣୁ ତାକୁ ଉନ୍ନତ କରିବାକୁ ଏହି ଗଣ-ସମ୍ପାଦନାର ଆୟୋଜନ କରାଯାଇଛି । ଏହି ଗଣ-ସମ୍ପାଦନା ୨୮ ଫେବୃଆରୀ ୨୦୧୯ ଯାଏଁ ଚାଲିବ ।

ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗ‌ଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସ‌ହାଯ୍ୟ ପାଇଁ ଆଲୋଚନା ପୃଷ୍ଠାରେ ଲେଖିପାରିବେ ।

ଶ୍ରେଣୀ ତିଆରି ସମ୍ପାଦନ କରନ୍ତୁ

@Rasmi68:: ଅନେକ ଦିନ ପରେ ପୁଣି ଲେଖା ଆରମ୍ଭ କରିଥିବାରୁ ଆଉଥରେ ସ୍ୱାଗତ । ଆପଣ ନିକଟରେ ତିଆରି କରିଥିବା ଶ୍ରେଣୀ:ଓଡ଼ିଶାରେ ଦେଖାଯାଉଥିବା ଫୁଲ ବାବଦରେ ଟିକେ ସୂଚନା । ଉଇକିପିଡ଼ିଆରେ "ଶ୍ରେଣୀ" ଚିହ୍ନିତ ପୃଷ୍ଠା ସାଧାରଣ ପ୍ରସଙ୍ଗଠାରୁ ଭିନ୍ନ । ସାଧାରଣ ପ୍ରସଙ୍ଗର ସବା ତଳେ [[ଶ୍ରେଣୀ:ଅମୁକ]] ଥିବା ଦେଖିଥିବେ । ଯଥା: ଆପଣଙ୍କ ତିଆରି "ଯୁଇ"ରେ ତଳେ ଶ୍ରେଣୀ:ଫୁଲ ଅଛି । ସେଠି ଆପଣ "ଶ୍ରେଣୀ:ଓଡ଼ିଶାରେ ଦେଖାଯାଉଥିବା ଫୁଲଗୁଡ଼ିକର ତାଲିକା" ବୋଲି ଶ୍ରେଣୀଟେ ଯୋଡ଼ିପାରିବେ । ସେମିତି ଏକାଧିକ ପ୍ରସଙ୍ଗରେ ସେଇ ଶ୍ରେଣୀ ଯୋଡ଼ାହେଲା ପରେ "ଶ୍ରେଣୀ:ଓଡ଼ିଶାରେ ଦେଖାଯାଉଥିବା ଫୁଲଗୁଡ଼ିକର ତାଲିକା" ପୃଷ୍ଠା ତିଆରି ହେବ ଆଉ ତା ଭିତରେ ଆପେଆପେ ବିଭିନ୍ନ ଫୁଲର ତାଲିକା ରହିବ । ଆପଣଙ୍କୁ ଶ୍ରେଣୀ ପୃଷ୍ଠାକୁ ଯାଇ ଆଉ ଗୋଟେଗୋଟେ କରି ଯୋଡ଼ିବାକୁ ପଡ଼ିବନି । ତେଣୁ ବର୍ତ୍ତମାନ ପାଇଁ ମୁଁ ଆପଣ ତିଆରି କରିଥିବା ଶ୍ରେଣୀ ପୃଷ୍ଠାଟିର ପୁନଃପ୍ରେରଣ କରି ତା' ନାଁ ବଦଳାଇଲି । --ସୁଭ (ଆଳାପ) ୦୬:୪୧, ୨୪ ମାର୍ଚ୍ଚ ୨୦୨୦ (IST)Reply[reply]

ଏସିଆ ମାସ ଗଣସମ୍ପାଦନା, ୨୦୨୦ରେ ଭାଗ ନେବାକୁ ନିମନ୍ତ୍ରଣ ସମ୍ପାଦନ କରନ୍ତୁ

  ଏସିଆ ମାସ ଗଣସମ୍ପାଦନା, ୨୦୨୦
ନମସ୍କାର,
ଏସିଆ ମାସ ଗଣ-ସମ୍ପାଦନା, ୨୦୨୦ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୨୦୧୬ ମସିହାରୁ ଏହି ଗଣ-ସମ୍ପାଦନା ଆରମ୍ଭ ହୋଇଥିଲା ଏବଂ ପୂର୍ବ ବର୍ଷମାନଙ୍କ ଭଳି ଏହିଥର ମଧ୍ୟ ଓଡ଼ିଆ ଉଇକିପିଡ଼ିଆ ଉଇଜର ଗ୍ରୁପ ଏହି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରୁଛି, ଯାହାକି ନଭେମ୍ବର ୩୦ ଯାଏଁ ଗୋଟେ ମାସ ଧରି ଚାଲିବ । ଏହି ଗଣ-ସମ୍ପାଦନାରେ ଏସିଆ ମହାଦେଶ ଅନ୍ତର୍ଗତ ବିଭିନ୍ନ ପ୍ରସଙ୍ଗମାନ ଲେଖାଯାଏ, ମାତ୍ର ସେହି ପ୍ରସଙ୍ଗଗୁଡ଼ିକ ନିଜ ଦେଶର ହୋଇନଥିବ । ଯେମିତିକି ଆମେ ଭାରତ ବାହାରେ ଥିବା ଅନ୍ୟାନ୍ୟ ଦେଶମାନଙ୍କର ଭିନ୍ନ ଭିନ୍ନ ବିଷୟରେ ପ୍ରସଙ୍ଗମାନ ଲେଖିପାରିବା ।
ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ ହେଉଛି ଉଇକିପିଡ଼ିଆ ସମୂଦାୟସ‌ହ ଏକ ବନ୍ଧୁତ୍ୱପୂର୍ଣ୍ଣ ଭାବର ଆଦାନପ୍ରଦାନ । ଆମେ ଏହି ଗଣ-ସମ୍ପାଦନା ଫଳରେ ଅନ୍ୟ ଦେଶର ଚାଲିଚଳନି, ପରମ୍ପରା, ସଭତ୍ୟା, ସଂସ୍କୃତି, ଖାଦ୍ୟପେୟ, ସ୍ଥାନ, ଲୋକ ଆଦି ବିଷୟରେ ସମ୍ୟକ ସୂଚନା ପାଇପାରିବା । ଏହି ଗଣ-ସମ୍ପାଦନାରେ ଭାଗ ନେଉଥିବା ଉଇକିଆଳିମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପୁରସ୍କାର ରହିଛି । ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗ‌ଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସ‌ହାଯ୍ୟ ପାଇଁ ସ‌ହାୟତା ପୃଷ୍ଠା ଦେଖିପାରିବେ ।

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୨୩ରେ ଭାଗ ନେବାକୁ ଅନୁରୋଧ ସମ୍ପାଦନ କରନ୍ତୁ

  ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୨୩
  ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୨୩ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୪ ଅଗଷ୍ଟ ୨୦୨୩ରୁ ୧୬ ଅଗଷ୍ଟ ୨୦୨୩ ଯାଏଁ ତିନିଦିନ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବ । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ ।

ପରମ ବୀର ଚକ୍ର ଗଣ-ସମ୍ପାଦନାରେ ଭାଗ ନେବାକୁ ଅନୁରୋଧ ସମ୍ପାଦନ କରନ୍ତୁ

ପରମ ବୀର ଚକ୍ର ଗଣସମ୍ପାଦନାରେ ଯୋଗ ଦେବାକୁ ଅନୁରୋଧ
୨୦୨୩ ସେପ୍ଟେମ୍ବର ୧୫ - ୨୦

 
ଆସନ୍ତା ସେପ୍ଟେମ୍ବର ୧୫ରୁ ଆରମ୍ଭ ହେଉଛି ପରମ ବୀର ଚକ୍ର ଗଣସମ୍ପାଦନା । ଆସନ୍ତୁ ମିଶି ଲେଖିବା ଭାରତୀୟ ସେନାର ସର୍ବୋଚ୍ଚ ସମ୍ମାନ ପରମ ବୀର ଚକ୍ରରେ ସମ୍ମାନିତ ୨୧ ଜଣ ସୈନିକଙ୍କ ଉପରେ ପ୍ରସଙ୍ଗ ।

ଅପେକ୍ଷାରେ,
ସଂଗ୍ରାମ କେଶରୀ ସେନାପତି (ଗପୁ)