ମାଲକାନଗିରି ଜିଲ୍ଲା
ମାଲକାନଗିରି ଜିଲ୍ଲା, ଓଡ଼ିଶାର ଦକ୍ଷିଣରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ମାଲକାନଗିରି ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର ।
ମାଲକାନଗିରି | |
---|---|
ଜିଲ୍ଲା | |
![]() ଓଡ଼ିଶାରେ ଅବସ୍ଥାନ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | ନବରଙ୍ଗପୁର |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ୨ଟି ଆସନ
|
କ୍ଷେତ୍ରଫଳ | |
• ଜିଲ୍ଲା | 5791 km2 (2,236 sq mi) |
ଜନସଂଖ୍ୟା (୨୦୧୧) | |
• ଜିଲ୍ଲା | ୬,୧୨,୭୨୭ |
• ଘନତା | 106/km2 (270/sq mi) |
• ସହରାଞ୍ଚଳ | ୪୮,୮୩୬ |
• ଗ୍ରାମାଞ୍ଚଳ | ୫,୬୩,୮୯୧ |
• ୬ ବର୍ଷରୁ କମ ଶିଶୁ | ୧,୦୫,୬୩୬ |
ସମୟ ମଣ୍ଡଳ | IST (+୫.୩୦) |
ପିନ କୋଡ଼ | ୭୬୪ xxx |
ତାର (ଏସ୍.ଟି.ଡ଼ି) | ୦୬୮୬୧ |
ଗାଡ଼ି ପଞ୍ଜିକରଣ | OD-30 |
ୱେବସାଇଟ | Official website |
ଇତିହାସସମ୍ପାଦନ କରନ୍ତୁ
୧୯୯୨ମସିହା ଅକ୍ଟୋବର ୨ତାରିଖ ଦିନ ମାଲକାନଗିରି କୋରାପୁଟ ଜିଲ୍ଲାରୁ ଅଲଗା ହୋଇ ଏକ ନୂଆ ଜିଲ୍ଲାର ପରିଚୟ ପାଇଥିଲା
ଭୂଗୋଳସମ୍ପାଦନ କରନ୍ତୁ
ଓଡ଼ିଶାର ଦକ୍ଷିଣଭାଗରେ ଅବସ୍ଥିତ ମାଲକାନଗିରି ଜିଲ୍ଲାର ଆୟତନ ୫,୭୯୧ ବର୍ଗ କିମି
ଅବସ୍ଥିତିସମ୍ପାଦନ କରନ୍ତୁ
- ପୂର୍ବରେ : କୋରାପୁଟ ଜିଲ୍ଲା ଓ ଆନ୍ଧ୍ର ପ୍ରଦେଶ ରାଜ୍ୟ
- ପଶ୍ଚିମରେ: ଛତିଶଗଡ଼ ରାଜ୍ୟ
- ଉତ୍ତରରେ : କୋରାପୁଟ ଜିଲ୍ଲା
- ଦକ୍ଷିଣରେ: ଆନ୍ଧ୍ର ପ୍ରଦେଶ ରାଜ୍ୟ ଅଛି
ଜନସଂଖ୍ୟାସମ୍ପାଦନ କରନ୍ତୁ
୨୦୧୧ ଜନଗଣନା [୧]ଅନୁସାରେ, ମାଲକାନଗିରି ଜିଲ୍ଲାର ଲୋକସଂଖ୍ୟା ୬,୧୨,୭୨୭ |
- ପୁରୁଷ: ୩,୦୩,୯୧୩
- ମହିଳା: ୩,୦୮,୮୧୪
- ଛ ବର୍ଷରୁ କମ: ୧,୦୫,୬୩୬
- ସାକ୍ଷରତା ହାର ୪୯.୪୯%
- ପୁରୁଷ: ୬୦.୨୯%
- ମହିଳା: ୩୮.୯୫%
ବଣ୍ଡା ଅଧିବାସୀସମ୍ପାଦନ କରନ୍ତୁ
ଖଇରପୁଟ ବ୍ଳକ ଅନ୍ତର୍ଗତ ୨ଟି ପଞ୍ଚାୟତର ୩୨ଟି ଗାଁରେ ପ୍ରାୟ ୫ହଜାର ବଣ୍ଡା ଜନଜାତିର ଲୋକ ବାସ କରୁଛନ୍ତି ବଣ୍ଡା ସମ୍ପ୍ରଦାୟ ପୃଥିବୀର ଆଦିମ ଅଧିବାସୀମାନଙ୍କ ମଧ୍ୟରୁ ଅନ୍ୟତମ କିମ୍ବଦନ୍ତୀ ଅନୁଯାୟୀ ତ୍ରେତୟା ଯୁଗରେ ଦେବୀ ସୀତା ଘାଟି ମୁଦୁଲିପଡ଼ାରେ ଥିବା ଏକ ଝରଣାରେ ସ୍ନାନ କଲାବେଳେ ବଣ୍ଡା ରମଣୀମାନେ ଦେଖି ହସି ଦେଇଥିଲେ ସୀତା ଏଥିରେ ଅପମାନିତ ଓ କ୍ରୋଧିତ ହୋଇ ଅଭିଶାପ ଦେଇଥିଲେ ଯେ, ତୁମେମାନେ ଜୀବନସାରା ଉଲଗ୍ନ ହୋଇ ରହିବ ଓ ତୁମ ମୁଣ୍ଡରେ କେଶ ରହିବ ନାହିଁ ଯୁଗ ଯୁଗ ଧରି ତୁମକୁ ଦେଖି ଲୋକ୍ ହସିବେ ସେହିଦିନଠାରୁ ବଣ୍ଡା ରମଣୀ ଲଣ୍ଡିତ ମସ୍ତକ ହୋଇ ଗଛର ଖଣ୍ଡିଏ ବକଳ, ବେକରେ ମାଳି ସହ ବିଭିନ୍ନ ଜଙ୍ଗଲ ଜାତୀୟ ସାମଗ୍ରୀରେ ସଜ୍ଜିତ ହୋଇଥାନ୍ତି
ପ୍ରଶାସନିକ ବିଭାଗସମ୍ପାଦନ କରନ୍ତୁ
- ତହସିଲ: ୩ (ମାଲକାନଗିରି, ଚିତ୍ରକୋଣ୍ଡା ଓ ମୋଟୁ)
- ବ୍ଳକ: ୭ (କାଲିମେଳା, ଖଇରପୁଟ, କୋରୁକୋଣ୍ଡା, କୁଦୁମୁଲୁଗୁମା, ମାଲକାନଗିରି, ମାଥିଲି ଓ ପୋଡ଼ିଆ)
- ଗ୍ରାମପଞ୍ଚାୟତ:୧୦୮
- ଗ୍ରାମ:୯୨୮
ରାଜନୀତିସମ୍ପାଦନ କରନ୍ତୁ
ଲୋକ ସଭା ନିର୍ବାଚନ ମଣ୍ଡଳୀସମ୍ପାଦନ କରନ୍ତୁ
ବିଧାନ ସଭା ନିର୍ବାଚନ ମଣ୍ଡଳୀସମ୍ପାଦନ କରନ୍ତୁ
ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ୨ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ହେଉଛି:
- ମାଲକାନଗିରି (୧୪୬)
- ଚିତ୍ରକୋଣ୍ଡା (୧୪୭)
ଶିକ୍ଷାସମ୍ପାଦନ କରନ୍ତୁ
ପ୍ରାଥମିକ ବିଦ୍ୟାଳୟ ସଖ୍ୟା-୮୪୯ ଉଚ୍ଛ ପ୍ରାଥମିକ ବିଦ୍ୟାଳୟ ସଖ୍ୟା-୩୯୧ ଉଛ ମାଧ୍ୟମିକ ବିଦ୍ୟାଳୟ-୧୩୧ ମହାବିଦ୍ୟାଳୟ-୧୨ ସରସ୍ୱତୀ ଶିଶୁ ମନ୍ଦିର-୧୩ ସରସ୍ୱତୀ ବିଦ୍ୟା ମନ୍ଦିର-୧୩
ପର୍ଯ୍ୟଟନ ସ୍ଥଳସମ୍ପାଦନ କରନ୍ତୁ
- ବାଲିମେଳା
- ବଣ୍ଡାପର୍ବତ
- ଭୈରବୀ ମନ୍ଦିର
- ମୋଟୁ
- ସାତିଗୁଡ଼ା ନଦୀବନ୍ଧ
- ଅମ୍ମାକୁଣ୍ଡ