ବୃନ୍ଦାବନ ଜେନା
ବୃନ୍ଦାବନ ଜେନା (ଜନ୍ମ: ୧୪ ଜାନୁଆରୀ ୧୯୪୪)[୧], ଓଡ଼ିଆ କଥାଚିତ୍ର ଜଗତର ଜଣେ ଗୀତିକାର, ନାଟ୍ୟକାର, ଗାଳ୍ପିକ,ସଂଳାପ ଲେଖକ ତଥା ନିର୍ଦ୍ଦେଶକ ଅଟନ୍ତି । ବୃନ୍ଦାବନ, ପ୍ରାୟ ୩୦ଟି ଚଳଚ୍ଚିତ୍ରରେ ଗୀତରଚନା କରିବା ସହ ୮ଟି ଚଳଚ୍ଚିତ୍ରରେ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି । ଏତଦ ବ୍ୟତିତ, ଜାତୀୟ ସ୍ତରରେ ସମ୍ମାନୀତ, ଶାସ୍ତି[୨] ଓ ବାଟ ଅବାଟ ଚଳଚ୍ଚିତ୍ର ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ।
ବୃନ୍ଦାବନ ଜେନା | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଚାନ୍ଦୋଳ, ପାଟକୁରା ବ୍ଳକ, କେନ୍ଦ୍ରାପଡ଼ା ଜିଲ୍ଲା | ୧୪ ଜାନୁଆରୀ ୧୯୪୪
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ସମ୍ବଲପୁର ବିଶ୍ୱବିଦ୍ୟାଳୟ |
ଜୀବିକା | ଗୀତିକାର, ନାଟ୍ୟକାର |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ବୃନ୍ଦାବନ ଜେନା, ପିଲାବେଳେ ଅଜା, ପାଲାକାର ପରମାନନ୍ଦ ଜେନାଙ୍କଠାରୁ ଛାନ୍ଦ,ଚଉପଦୀ,ଭଜନ ଓ ଜଣାଣ ଆଦି ଶିକ୍ଷା କରିଥିଲେ । ସେ, ୧୯୬୫ ମସିହାରୁ ଆକାଶବାଣୀ କଟକର ଜଣେ ସ୍ୱୀକୃତି ପ୍ରାପ୍ତ ଗୀତିକାର ହେବାର ମର୍ଯ୍ୟଦା ଲାଭ କରିଛନ୍ତି । ୧୯୭୨ ମସିହାରେ, ଧରିତ୍ରୀ କଥାଚିତ୍ରରୁ, ସେ ନିଜର କଥାଚିତ୍ର ଗୀତିକାର ଜୀବନ ଆରମ୍ଭ କରିଥିଲେ । ଚଳଚ୍ଚିତ୍ରରେ ପ୍ରବେଶ କରାଇବାର ଶ୍ରେୟ, ସେ ପ୍ରଯୋଜକ ଧୀର ବିଶ୍ୱାଳ ଓ ନିର୍ଦ୍ଦେଶକ ନିତାଇ ପାଲିତଙ୍କୁ ଦେଇଛନ୍ତି । ତାଙ୍କ ଚଳଚ୍ଚିତ୍ର ଜୀବନ ମଧ୍ୟରେ, ସେ 'ପୀରତି ତୋର ଦୂରୁ ଜୁହାର', 'ଗେଲବସରର ଦିନ ସରିଗଲା', 'ଏମିତି ରାତି ସେ ଯେ ଅଭୁଲା ସ୍ମୃତି', 'ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର', 'ବନ ପକ୍ଷୀ ଝୁରେ', 'ଚନ୍ଦ୍ରିକା ତୁମେ ଝରାଫୁଲ ପାଇଁ' ଆଦି ବହୁ ଲୋକପ୍ରିୟ ଗୀତ ରଚନା କରିଯାଇଛନ୍ତି । ୧୯୭୩ ମସିହାରେ, ସେ ଓଡ଼ିଆ ଭାଷା ସାହିତ୍ୟରେ, ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସ୍ୱର୍ଣ୍ଣପଦକ ଲାଭ କରିଛନ୍ତି । [୩]
ଓଡ଼ିଆ କଥାଚିତ୍ରକୁ ଅବଦାନସମ୍ପାଦନ କରନ୍ତୁ
କଥାଚିତ୍ର | ଭୂମିକା | ବର୍ଷ | ପୁରସ୍କାର |
---|---|---|---|
ଶାସ୍ତି | ନିର୍ଦ୍ଦେଶକ | ୧୯୮୯ | |
ଝିଙ୍କି ଝିଙ୍କା | ଗୀତିକାର,ନିର୍ଦ୍ଦେଶକ | ୧୯୮୦ | |
ବାଟ ଅବାଟ | ଗୀତିକାର,ନିର୍ଦ୍ଦେଶକ | ୧୯୮୦ | |
ବନ୍ଧୁ ମହାନ୍ତି | ଗୀତିକାର | ୧୯୭୭ | |
ଅମର ପ୍ରେମ | ଗୀତିକାର | ୧୯୭୬ | |
ଘର ସଂସାର | ଗୀତିକାର | ୧୯୭୩ | |
ଧରିତ୍ରୀ | ଗୀତିକାର | ୧୯୭୩ |
ନାଟକସମ୍ପାଦନ କରନ୍ତୁ
- ରାଜସାକ୍ଷୀ
- ପୋଷାବାଘ
- ବତୀଖୁଣ୍ଟ
- ଏକବିଂଶ ଶତାବ୍ଦୀର ଗବେଷଣା କେନ୍ଦ୍ର
- ଶାହାଜାହାନ
- ଆଲୋକ
ପୁରସ୍କାର ଓ ସମ୍ମାନସମ୍ପାଦନ କରନ୍ତୁ
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୮ ('ପ୍ରିତିସ୍ମୃତି ହୋଇ ଫେରିଆସେ ଯେବେ' ଗୀତିକବିତା ନିମନ୍ତେ)[୪][୫]
- ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର,୨୦୦୫ [୬]
- ଓଡ଼ିଆ ଗୀତିକବି ସମାଜ ସମ୍ମାନ, ୨୦୦୬
- ଫକୀରମୋହନ ଗୀତିଶ୍ରୀ ସମ୍ମାନ, ୨୦୧୧ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ)
- ନବରୂପା ରାଜ ଗୀତିକବିତା ସମ୍ମାନ, ୨୦୧୫ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
ଆଧାରସମ୍ପାଦନ କରନ୍ତୁ
- ↑ "ଗୀତ ହେଉଛି ବିନ୍ଦୁ ଭିତରେ ସିନ୍ଧୁର ଦର୍ଶନ". ଛୁଟିଦିନ (ଧରିତ୍ରୀ). ୨୫-୩୧ ଜୁଲାଇ, ୨୦୨୧. p. ୬. Retrieved 27 July 2021. Check date values in:
|date=
(help) - ↑ http://www.thesundayindian.com/or/story/%E0%AC%89%E0%AC%AA%E0%AC%AC%E0%AC%A8%E0%AD%87-%E0%AC%9A%E0%AC%BF%E0%AC%B0%E0%AC%AC%E0%AC%BF%E0%AC%B8%E0%AD%8D%E0%AC%AE%E0%AD%83%E0%AC%A4-%E0%AC%89%E0%AC%AA%E0%AC%A8%E0%AD%8D%E0%AD%9F%E0%AC%BE%E0%AC%B8-/25/40/
- ↑ ଓଡ଼ିଆ ପତ୍ରିକା ତୀରତରଙ୍ଗର ପାର୍ବଣ ୨୦୧୨ ସଂଖ୍ୟାରେ ପ୍ରକାଶିତ ସାକ୍ଷାତକାର : ଉପସ୍ଥାପନା ପୁଷ୍ପା ଧଳମହାପାତ୍ର
- ↑ http://orissa.gov.in/e-magazine/orissaannualreference/ORA-2011/pdf/92-99.pdf
- ↑ http://www.thehindu.com/todays-paper/tp-national/tp-otherstates/article2078804.ece?css=print
- ↑ http://orissa.gov.in/e-magazine/orissaannualreference/OR-Annual-2009/pdf/102-106.pdf
ଅଧିକ ତଥ୍ୟସମ୍ପାଦନ କରନ୍ତୁ
- ବୃନ୍ଦାବନ ଜେନା (ଇଣ୍ଟରନେଟ ମୁଭି ଡାଟାବେସରେ)