Topic on ଉଇକିପିଡ଼ିଆ:ଆଲୋଚନା ସଭା

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା ୨୦୧୮ ଫଳାଫଳ

5
Ssgapu22 (ଆଲୋଚନାଅବଦାନ)

୨୦ ଅଗଷ୍ଟ ୨୦୧୮ରେ ଆମର ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା ୨୦୧୮ ଶେଷ ହୋଇଯାଇଛି । ଏହି ୮ ଦିନର ଗଣ-ସମ୍ପାଦନା ପାଇଁ ସମୁଦାୟ ୧୦ ଜଣ ଉଇକିଆଳୀ ଅଂଶ୍ରଗ୍ରହଣ କରିବା ପାଇଁ ନିଜର ନାମ ଲେଖିଥିଲେ, ମାତ୍ର ତନ୍ମଧ୍ୟରୁ ୮ ଜଣ ଅତିକମରେ ଗୋଟିଏ ଲେଖାଏଁ ନୂଆଁ ଗଢ଼ିଛନ୍ତି । ଏହି ୮ ଦିନ ମଧ୍ୟରେ ସ୍ୱାଧୀନତା ସଂଗ୍ରାମ ସ‌ହ ଜଡ଼ିତ ଘଟଣା ଅଥବା ବ୍ୟକ୍ତିବିଶେଷଙ୍କ ଉପରେ ୩୦ ଗୋଟି ନୂଆ ପ୍ରସଙ୍ଗ ଆରମ୍ଭ ହେବା ସ‌ହିତ ୧୨ଟି ପୁରୁଣା ପ୍ରସଙ୍ଗକୁ ଉନ୍ନତ କରାଯାଇଛି । ଏହି ଗଣସମ୍ପାଦନା ସମୟରେ ହରିହର ଶତପଥୀ ମହୋଦୟ ସର୍ବାଧିକ ୧୦ଟି ନୂଆ ପ୍ରସଙ୍ଗ ଆରମ୍ଭ କରିଥିବାବେଳେ ଗୋଟିଏ ଉନ୍ନତ କରିଛନ୍ତି, ସଂଗ୍ରାମ କେଶରୀ ସେନାପତି ୭ଟି ନୂଆ ପ୍ରସଙ୍ଗ ଆରମ୍ଭ କରିଥିବାବେଳେ ୬ଟି ପୁରୁଣା ପ୍ରସଙ୍ଗ ଉନ୍ନତ କରିଛନ୍ତି, ଗାୟତ୍ରୀ ତ୍ରିପାଠୀ ୬ଟି ନୂଆ ପ୍ରସଙ୍ଗ ଆରମ୍ଭ କରିଥିବାବେଳେ ଗୋଟିଏ ପ୍ରସଙ୍ଗ ଉନ୍ନତ କରିଛନ୍ତି, ସୌମେନ୍ଦ୍ର ମହୋଦୟ ୨ଟି ନୂଆ ପ୍ରସଙ୍ଗ ଆରମ୍ଭ କରିଥିବାବେଳେ ୩ଟି ପ୍ରସଙ୍ଗ ଉନ୍ନତ କରିଛନ୍ତି, ରାମଜିତ ଟୁଡୁ ୨ଟି ନୂଆ ପ୍ରସଙ୍ଗ ଆରମ୍ଭ କରିଛନ୍ତି । ପ୍ରିତିରଞ୍ଜନ ତ୍ରିପାଠୀ, ନିହାର ରଞ୍ଜନ ମହାନ୍ତିଆଭା ପ୍ରଧାନ ଗୋଟିଏ ଲେଖାଏଁ ନୂଆ ପ୍ରସଙ୍ଗ ଆରମ୍ଭ କରିଛନ୍ତି ।

Hellohappy (ଆଲୋଚନାଅବଦାନ)

ମୋ ଅଭିଜ୍ଞତାରେ, ଆମ ଉଇକିପିଡ଼ିଆର ସଫଳତମ ଗଣସମ୍ପାଦନା । ବହୁ ଉଇକିଆଳିଙ୍କ ଅଂଶଗ୍ରହଣ ସହ, ପ୍ରସଙ୍ଗମାନଙ୍କର ମାନ ମଧ୍ୟ ଉନ୍ନତ ହୋଇଛି । ଆୟୋଜକ ଓ ଅଂଶଗ୍ରହଣକାରୀ ସମସ୍ତେ ଧନ୍ୟବାଦର ପାତ୍ର ।

Psubhashish (ଆଲୋଚନାଅବଦାନ)

ଏକମତ । ଆଉ ସାନ୍ତାଳୀ ଉଇକିପିଡ଼ିଆରେ ଅନେକ ଦିନରୁ ସକ୍ରିୟ ଥିବା @Ramjit Tuduଙ୍କୁ ଓଡ଼ିଆ ଉଇକିପିଡ଼ିଆକୁ ପାଛୋଟା! ଏଥର ଭୁବନେଶ୍ୱର ଟୁଙ୍ଗି ମେଳଣରେ ସବୁ କମ୍ପୁଟର ଧରି ବସିଥିଲେ ଏ ଗଣସମ୍ପାଦନାରେ ସଫଳ ହେବନି କେମିତି? :)

Soumendrak (ଆଲୋଚନାଅବଦାନ)

ସମସ୍ତ ଅଂଶଗ୍ରହଣକାରୀ ଏବଂ ଅୟୋଜକମାନଙ୍କୁ ମୋର ଧନ୍ୟବାଦ । ଭବିଷ୍ୟତରେ ଏଭଳି ଗଣସମ୍ପାଦନାରେ ଆହୁରି ଅନେକ ଉଇକିଆଳି ଭାଗନେବେ ବୋଲି ମୋର ବିଶ୍ୱାସ । ଏହିଭଳି ଗଣସମ୍ପାଦନକୁ ଆହୁରି ସୁନ୍ଦର କରିବା ନିମିତ୍ତ ମୋର କିଛି ମତାମତ :

୧- ଗଣସମ୍ପାଦନା ଚାଲିଥିବାବେଳେ ଏବଂ ପରେ ଉଇକିଆଳିମାନେ କରୁଥିବା ସମ୍ପାଦନାର ଲାଇଭ ଟ୍ରାକିଂ ମୂଳ ପୃଷ୍ଠାରେ ଦେଖେଇବା, ଯେଉଁଥିରେ ଆମେ କେବଳ ପୃଷ୍ଠା ଗଣନା ଅଙ୍କକୁ ଫଳାଫଳରେ ପ୍ରକାଶ ନକରି କେତେ ବାଇଟ ଲେଖା ଲେଖାଗଲା ତାହା ମଧ୍ୟ ଦେଖେଇପାରିବା ।

୨- କୌଣସି ପୃଷ୍ଠାରେ ଶ୍ରେଣୀ ଯୋଗ କରିବାମାତ୍ରେ ତାହା ଗଣସମ୍ପାଦନାର ମୂଳାପୃଷ୍ଠାରେ ସ୍ୱୟଂଚାଳିତ ଭାବେ ଦେଖେଇବା ।

୩- ସବୁଠାରୁ ଅଧିକ ସମ୍ପାଦନା କରିଥିବା ଉଇକିଆଳିଙ୍କୁ ଓଡ଼ିଆ ଉଇକିପେଡିଆର କୌଣସି ଉତ୍ସବରେ ସମ୍ବର୍ଦ୍ଧିତ କରିବା ।

୪- ଗଣସମ୍ପାଦନାର ପ୍ରଚାର ଏବଂ ପ୍ରସାର କିଛି ଦିନ ଆଗରୁ , ଅତିକମରେ ଏକ ସପ୍ତାହ ଆଗରୁ ଆରମ୍ଭ କରିବା ।

୫- ଗଣସମ୍ପାଦନାରେ ହେଉଥିବା ଲେଖାଗୁଡ଼ିକର ନିରୀକ୍ଷଣ କରିବା ।

୬- ନୂଆ ଉଇକିଆଳିମାନଙ୍କ ନିମିତ୍ତ ଅସୁବିଧା ହେଉଥିଲା ଯଦି ଲେଖିବା ତ କଣ ଲେଖିବା । କିଛି ଉଦାହରଣ ବା ଆବଶ୍ୟକୀୟ ପୃଷ୍ଠା ବିଷୟରେ ଜଣାଇଥିଲେ ଭଲ ହୋଇଥାନ୍ତା ।

ଧନ୍ୟବାଦ ।

Ssgapu22 (ଆଲୋଚନାଅବଦାନ)

@Soumendrak ମହୋଦୟ, ଆପାଙ୍କର ମତାମତ ପାଇଁ ଧନ୍ୟବାଦ । ପ୍ରଥମ ଦୁଇଟି ମତ ବିଷୟରେ ମୁଁ ନିଜେ ମଧ୍ୟ ସେତେଟା ଅବଗତ ନୁହେଁ, ଅବଶ୍ୟ ୨୦୧୫ ମସିହାରେ ନବକଳେବର ଗଣସମ୍ପାଦନା ବେଳେ ଏମିତି ହେଉଥିଲା, କେଉଁ ବ୍ୟବ‌ହାରକାରୀ କେତେ ଲେଖାଏଁ ଲେଖା ଯୋଡ଼ିଲେ, ତାହା ଗୋଟିଏ ତାଲିକା ପୃଷ୍ଠାରେ ସେମାନେ ନିଜେ ଯୋଡ଼ୁଥିଲେ, କିନ୍ତୁ ଏହା ସ୍ୱୟଚାଳିତ ଭାବରେ ହୋଇପାରିବ କି ନାହିଁ ତାହା ମୋତେ ଜ୍ଞାନ ନାହିଁ । ଆଉ ହଁ ଶ୍ରେଣୀ ଯୋଡ଼ିଦେବା ପରେ ଏହାକୁ ପରବର୍ତ୍ତୀ ସମୟରେ ପ୍ରକଳ୍ପ ପୃଷ୍ଠାରେ ଯୋଡ଼ା‌ଯାଇଛି ।

ଏହି ଗଣସମ୍ପାଦନାର ଯୋଜନା ଅଗଷ୍ଟ ୧୨ ତାରିଖରେ ହେଲା ଏବଂ ୧୩ ତାରିଖରେ ପୃଷ୍ଠା ତିଆରି କରି କାମ ଆରମ୍ଭ କରାଗଲା, ତେଣୁ ଏହାର ପ୍ରଚାର କରିବା ଟିକିଏ କଷ୍ଟ ଥିଲା । ଏହା ଏକ ସାଧାରଣ ଗଣ-ସମ୍ପାଦନା ଥିଲା, ତେଣୁ ଏଥିରେ କୌଣସି ପ୍ରକାରର ପୁରସ୍କାର ରାଶି ରଖାଯାଇନଥିଲା, ଅବଶ୍ୟ କିଛି ଉତ୍ସବ ପାଳନ ବେଳେ ସମ୍ପର୍ଦ୍ଧନା ସବୁବେଳେ କରାଯାଏ । ଏହି ଗଣ-ସମ୍ପାଦନା ସ‌ହିତ ଉଇକିଡାଟାର ସର୍ବଭାରତୀୟ ଗଣସମ୍ପାଦନା ଚାଲିଥିବାରୁ ଲେଖାଗୁଡ଼ିକ ନିରୀକ୍ଷଣ କରିବାରେ ଟିକେ ଅସୁବିଧା ଉପୁଜିଥିଲା । କିନ୍ତୁ ଏହିସବୁ ମତକୁ ଭବିଷ୍ୟତରେ ନିଶ୍ଚୟ କାମରେ ଲଗାଯିବ ।