ପ୍ରଦୀପ ମହାରଥୀ
ପ୍ରଦୀପ ମହାରଥୀ (୪ ଜୁଲାଇ ୧୯୫୫ - ୪ ଅକ୍ଟୋବର ୨୦୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ପ୍ରଥମେ ଜନତା ଦଳ ଓ ପରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ପ୍ରଦୀପ ଓଡ଼ିଶା ବିଧାନ ସଭାକୁ ୭ ଥର ନିର୍ବାଚିତ ହୋଇଥିଲେ । ୧୯୮୫, ୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ, ୧୦ମ, ୧୨ଶ, ୧୩ଶ, ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ପ୍ରଦୀପ ମହାରଥୀ | |
---|---|
ବିଧାୟକ: ୧୨ଶ, ୧୩ଶ, ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୪ ଅକ୍ଟୋବର ୨୦୨୦ | |
ପୂର୍ବ ଅଧିକାରୀ | ଯୁଧିଷ୍ଠିର ସାମନ୍ତରାୟ |
ନିର୍ବାଚନ ମଣ୍ଡଳୀ | ପିପିଲି |
ବିଧାୟକ: ୯ମ, ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୫ – ୧୯୯୦ | |
ପୂର୍ବ ଅଧିକାରୀ | ବିପିନ ବିହାରୀ ଦାଶ |
ପର ଅଧିକାରୀ | ଯୁଧିଷ୍ଠିର ସାମନ୍ତରାୟ |
ନିର୍ବାଚନ ମଣ୍ଡଳୀ | ପିପିଲି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୪ ଜୁଲାଇ ୧୯୫୫ |
ମୃତ୍ୟୁ | ୪ ଅକ୍ଟୋବର ୨୦୨୦ | (ବୟସ ୬୫)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ଦଳ |
ଜୀବନ ସାଥୀ | ପ୍ରତିଭା ମିଶ୍ର |
ସମ୍ପର୍କ | ଅର୍ଦ୍ଧେନ୍ଧୁ ସାହୁ (ଜ୍ୱାଇଁ) |
ସନ୍ତାନ | ପଲ୍ଲବୀ ମହାରଥୀ (ଝିଅ) ରୁଦ୍ର ପ୍ରତାପ ମହାରଥୀ (ପୁଅ) |
ବାପା/ବୋଉ | ଗୋକୁଳାନନ୍ଦ ମହାରଥୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାପ୍ରଦୀପ ମହାରଥୀ ୧୯୫୫ ମସିହାର ଜୁଲାଇ ମାସ ୪ ତାରିଖରେ ପୁରୀ ଜିଲ୍ଲାର ପିପିଲିର ଖୋରାପଡ଼ାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଗୋକୁଳାନନ୍ଦ ମହାରଥୀ ଓ ପତ୍ନୀଙ୍କ ନାମ ପ୍ରତିଭା ମିଶ୍ର । ପ୍ରଦୀପଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୨] ପ୍ରଦୀପଙ୍କ ଝିଅ ପଲ୍ଲବୀ ଓଡ଼ିଆ ଅଭିନେତା ଅର୍ଦ୍ଧେନ୍ଦୁ ସାହୁଙ୍କୁ ବିବାହ କରିଥିଲେ ।[୩] ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ୨୦୨୧ ମସିହାରେ ପିପିଲିରେ ହୋଇଥିବା ଉପ-ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪]
ରାଜନୈତିକ ଜୀବନ
ସମ୍ପାଦନାପ୍ରଦୀପ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ପୂର୍ବରୁ ସେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୭ଥର କାର୍ଯ୍ୟ କରିଥିଲେ ।[୫] ପ୍ରଦୀପ ଓଡ଼ିଶା ବିଧାନ ସଭାରେ ୨୦୧୧ ମସିହା ମଇ ମାସ ୧୦ ତାରିଖରେ କୃଷି ମନ୍ତ୍ରୀ, ୨୦୧୪ ମଇ ମାସ ୨୧ରେ କୃଷି, ମତ୍ସପାଳନ ଓ ପଶୁସମ୍ପଦ ମନ୍ତ୍ରୀ, ୨୦୧୭ ମସିହା ମଇ ମାସ ୭ ତାରିଖରେ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ, ୨୦୧୭ ମସିହା ଡିସେମ୍ବର ୨୨ରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସପାଳନ ଓ ପଶୁ ସମ୍ପଦ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]
ପ୍ରଦୀପ ମହାରଥୀ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରେ ପଢ଼ୁଥିବା ସମୟରେ ଜଣେ ଛାତ୍ରନେତା ଭାବରେ ରାଜନୀତିରେ ଯୋଗ ଦେଇଥିଲେ । ୧୯୮୫ ମସିହାର ସେ ପ୍ରଥମଥର ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୬] ଏହି ନିର୍ବାଚନରେ ସେ ୨୫,୬୯୮ ଖଣ୍ଡ ଭୋଟ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ବିପିନ ଦାସଙ୍କୁ ୩୩୯ ଖଣ୍ଡ ଭୋଟରେ ପରାସ୍ତ କରି ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୭] ଏହି ବିଧାନ ସଭାରେ ସେ ୧୯୮୫ରୁ ୧୯୯୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୨]
୧୯୯୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ୫୪,୩୯୭ ଖଣ୍ଡ ଭୋଟ ପାଇଥିଲେ । ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କୁ ୩୦,୩୫୧ ଖଣ୍ଡ ଭୋଟରେ ପରାସ୍ତ କରି ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୮] ଏହି ବିଧାନ ସଭାରେ ସେ ୧୯୯୦ ମସିହାରୁ ୧୯୯୫ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୨]
୧୯୯୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ସମୁଦାୟ ୫୩,୪୩୩ ଖଣ୍ଡ ଭୋଟ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ, କଂଗ୍ରେସ ଦଳର ପ୍ରାର୍ଥୀ ଯୁଧିଷ୍ଠିର ସାମସ୍ତରାୟଙ୍କଠାରୁ ୫,୩୭୯ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ।[୯]
ଏହାପରେ ସେ ଯେତେବେଳେ ବିଜୁ ଜନତା ଦଳ ଗଠନ କରାଗଲା, ସେତେବେଳେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୧୦] ୨୦୦୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ପିପିଲିରୁ ନିର୍ବାଚନ ଲଢ଼ି ସମୁଦାୟ ୬୧,୪୪୭ ଖଣ୍ଡ ଭୋଟ ପାଇଥିଲେ । ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟଙ୍କୁ ୨୨,୭୨୬ ଖଣ୍ଡ ଭୋଟରେ ପରାସ୍ତ କରି ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧୧] ଏହି ବିଧାନ ସଭାରେ ସେ ୨୦୦୦ ମସିହାରୁ ୨୦୦୪ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୨]
୨୦୦୪ ମସିହାର ଓଡ଼ିଶ ବିଧାନ ସଭା ନିର୍ବାଚନରେ ସେ ବିଜେଡିର ପ୍ରାର୍ଥୀ ଭାବରେ ପିପିଲିରୁ ୬୫,୦୩୯ ଖଣ୍ଡ ଭୋଟ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୧୦,୬୧୨ ଖଣ୍ଡ ଭୋଟରେ ପରାସ୍ତ କରି ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧୨] ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୨]
୨୦୦୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ୭୪,୧୧୨ ଖଣ୍ଡ ଭୋଟ ପାଇ ୧୪ଶ ଓଡ଼ିଶା ବିଧାନ ସଭାଙ୍କୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୧୨,୫୦୫ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୧୩] ଏହି ବିଧାନ ସଭାରେ ସେ ୨୦୦୯ ମସିହାରୁ ୨୦୧୪ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୨]
୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜେଡିର ପ୍ରାର୍ଥୀ ଭାବରେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୮୨,୫୫୦ ଖଣ୍ଡ ଭୋଟ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୩୩,୪୭୪ ଖଣ୍ଡ ଭୋଟରେ ପରାସ୍ତ କରି ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧୪] ଏହି ବିଧାନ ସଭାରେ ସେ ୨୦୧୪ ମସିହାରୁ ୨୦୧୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୨]
୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପିପିଲିରୁ ବିଜେଡିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ୮୮,୪୩୪ ଖଣ୍ଡ ଭୋଟ ପାଇଥିଲେ । ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୧୫,୭୮୭ ଖଣ୍ଡ ଭୋଟରେ ପରାସ୍ତ କରି ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧୫] ଏହି ବିଧାନ ସଭାରେ ସେ ୨୦୧୯ ମସିହାରୁ ୪ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।
ବିଧାନ ସଭା ସଭ୍ୟ ବିବରଣୀ
ସମ୍ପାଦନାଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୮୫ | ୧୯୯୦ | ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା | ପିପିଲି | ଜନତା ଦଳ |
୧୯୯୦ | ୧୯୯୫ | ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା | ପିପିଲି | ଜନତା ଦଳ |
୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ପିପିଲି | ବିଜୁ ଜନତା ଦଳ |
୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | ପିପିଲି | ବିଜୁ ଜନତା ଦଳ |
୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ପିପିଲି | ବିଜୁ ଜନତା ଦଳ |
୨୦୧୪ | ୨୦୧୯ | ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା | ପିପିଲି | ବିଜୁ ଜନତା ଦଳ |
୨୦୧୯ | ୪ ଅକ୍ଟୋବର ୨୦୨୦ | ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା | ପିପିଲି | ବିଜୁ ଜନତା ଦଳ |
ବିବାଦ
ସମ୍ପାଦନା୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସମୟରେ ପ୍ରଦୀପ ମହାରଥୀ ତାଙ୍କର ପିପିଲିସ୍ଥିତ ଫାର୍ମହାଉସ୍ରେ ନିର୍ବାଚନ ପରିଚାଳନା ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣାରେ ଗିରଫ ହୋଇଥିଲେ ।[୧୬]
ମୃତ୍ୟୁ
ସମ୍ପାଦନାପ୍ରଦୀପ ୨୦୨୦ ମସିହାର ଅକ୍ଟୋବର ୪ରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା ।[୧୭] ୧୪ ସେପ୍ଟେମ୍ବର ୨୦୨୦ରେ ସେ କରୋନାଭୂତାଣୁରେ ସଂକ୍ରମିତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ । ଏହାପରେ ଫୁସଫୁସ ସଂକ୍ରମଣ ଯୋଗୁଁ ପୁଣିଥରେ ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।[୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ". ସମ୍ବାଦ. sambad.in. 4 October 2020. Archived from the original on 4 October 2020. Retrieved 4 October 2020.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Shri Pradeep Maharathy". odishaassembly.nic.in. Odisha Assembly. Retrieved 13 June 2020.
- ↑ Bal, Sandip (17 May 2020). "Ardhendu donates to CM Relief Fund - Times of India". The Times of India (in ଇଂରାଜୀ). Retrieved 4 October 2020.
- ↑ Dash, Chinmayee (3 October 2021). "Pipili bypoll: BJD's Rudra Maharathy emerges victorious". Sambad English (in English). Pipili: sambadenglish.com. Archived from the original on 4 October 2021. Retrieved 4 October 2021.
{{cite news}}
: CS1 maint: unrecognized language (link) - ↑ "BJD strongman, 7-time Odisha MLA Pradeep Maharathy no more". Sambad English. sambadenglish.com. 3 October 2020. Archived from the original on 4 October 2020. Retrieved 4 October 2020.
- ↑ ୬.୦ ୬.୧ "Senior BJD MLA Pradeep Maharathy Passes Away At 65". Odisha Television Ltd. 4 October 2020. Archived from the original on 4 October 2020. Retrieved 4 October 2020.
- ↑ "Orissa 1985". Election Commission of India (in Indian English). Retrieved 2019-06-27.
- ↑ "Orissa 1990". Election Commission of India (in Indian English). Retrieved 2019-06-27.
- ↑ "Orissa 1995". Election Commission of India (in Indian English). Retrieved 2019-06-27.
- ↑ "BJD leader and Pipli MLA Pradeep Maharathy No More". KalingaTV (in English). Bhubaneswar. 4 October 2020. Archived from the original on 4 October 2020. Retrieved 4 October 2020.
{{cite news}}
: CS1 maint: unrecognized language (link) - ↑ "Orissa 2000". Election Commission of India (in Indian English). Retrieved 2019-06-27.
- ↑ "Orissa 2004". Election Commission of India (in Indian English). Retrieved 2019-06-27.
- ↑ "Orissa 2009". Election Commission of India (in Indian English). Retrieved 2019-06-27.
- ↑ "Orissa 2014". Election Commission of India (in Indian English). Retrieved 2019-06-27.
- ↑ "Odisha Legislative Assembly Election, 2019". Election Commission of India (in Indian English). Retrieved 2020-10-04.
- ↑ Reporter, Staff (22 April 2019). "Odisha MLA Pradeep Maharathy arrested for leading attack on ECI team". The Hindu (in Indian English). Retrieved 4 October 2020.
- ↑ "BJD MLA Pradeep Maharathy Passes Away | ପ୍ରଦୀପ ମହାରଥୀଙ୍କ ପରଲୋକ". OTV Khabar. 4 October 2020. Archived from the original on 4 October 2020. Retrieved 4 October 2020.