ଓଡ଼ିଶାର ନିଷ୍କ୍ରିୟ ଖବରକାଗଜ ତାଲିକା
(ପୁରୁଣା ଓଡ଼ିଆ ଖବରକାଗଜ ଓ ପତ୍ରପତ୍ରିକା ତାଲିକାରୁ ଲେଉଟି ଆସିଛି)
ଏହା ଓଡ଼ିଶାରୁ ପ୍ରକାଶିତ ନିଷ୍କ୍ରିୟ ଖବରକାଗଜସବୁର ଏକ ତାଲିକା । ପ୍ରକାଶିତ ଅନେକ ଖବରକାଗଜ ମଧ୍ୟରୁ କେବଳ ଉଲ୍ଲେଖନୀୟ ନାମସବୁ ତାଲିକାଭୁକ୍ତ ହୋଇଛି । ଏହି ତାଲିକାରେ ଥିବା ଖବରକାଗଜସବୁ ଅଧୁନା ପ୍ରକାଶିତ ହେଉନାହିଁ ।
୧୮୪୯-୧୮୮୦
ସମ୍ପାଦନା- ଉତ୍କଳ ଦୀପିକା (୧୮୬୬, କଟକ)
- ସମ୍ବାଦ ବାହିକା (୧୮୬୮, ଫକୀରମୋହନ ସେନାପତିଙ୍କ ପୃଷ୍ଠପୋଷକତାରେ ବାଲେଶ୍ୱରରୁ[୧])
- ଉତ୍କଳ ହିତୈଷିଣୀ (୧୮୬୯, କଟକ)
- ବିଦେଶୀ (୧୮୭୩, କଟକ)
- ଶିକ୍ଷକ (୧୮୭୩, ବାଲେଶ୍ୱର)
- ଉତ୍କଳପୁତ୍ର (୧୮୭୩ ଅପ୍ରେଲ ୧୬, ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ସମ୍ପାଦନାରେ କଟକରୁ ପାକ୍ଷିକ ଓ ପରେ ସାପ୍ତାହିକ)
- ସ୍ୱଦେଶୀ (୧୮୭୬ ବା ୧୮୭୭, ସାପ୍ତାହିକ, ବ୍ରହ୍ମପୁରରୁ ଉଇଲିୟମ ମହାନ୍ତିଙ୍କ ସମ୍ପାଦନା)
- ବାର୍ତ୍ତାଲହରୀ (୧୮୭୭: ବ୍ରହ୍ମପୁର)
- ମୟୂରଭଞ୍ଜ (୧୮୭୯, ବାରିପଦା, ଉଭୟ ଓଡ଼ିଆ ଓ ଇଂରାଜୀରେ ପ୍ରକାଶିତ)
- ଓଡ଼ିଆ (୧୮୭୯, କଟକ)
୧୮୮୧-୧୯୦୦
ସମ୍ପାଦନା- ପ୍ରଜାବନ୍ଧୁ (୧୮୮୨, ବାଲେଶ୍ୱର)
- ଧୂମକେତୁ (୧୮୮୩, ବାଲେଶ୍ୱର)
- ଶିକ୍ଷାବନ୍ଧୁ (୧୮୮୬, କଟକ)
- ନବସମ୍ବାଦ (୧୮୮୬, କଟକ, ଭୂପତିନାଥ ବସୁଙ୍କ ସମ୍ପାଦିତ)
- ପୁରୁଷୋତ୍ତମ (୧୮୮୭, ପୁରୀ)
- ଦୀପକ (୧୮୮୯, କଟକ)
- ସମ୍ବଲପୁର ହିତୈଷିଣୀ (୩୦ ମଇ ୧୮୮୯, ସୁମକଦେବଙ୍କ ପୃଷ୍ଠପୋଷକତାରେ ବାମଣ୍ଡାରୁ ସାପ୍ତାହିକ)
- ଆଶା (୧୮୯୨, କଟକ)
- ଇନ୍ଦ୍ରଧନୁ (୧୮୯୩, କଟକ)
- ବିଜୁଳି (୧୮୯୩, ବାମଣ୍ଡା)
- ଉତ୍କଳବନ୍ଧୁ (୧୮୯୬, ତାଳଚେର)
- ଗଞ୍ଜାମ ନିଉଜ (୧୮୯୬, ପାରଳାଖେମୁଣ୍ଡି)
- ପ୍ରବୋଧ ଚନ୍ଦ୍ରିକା (୧୮୯୬)
- ଉତ୍କଳ ସାହିତ୍ୟ (୧୮୯୭ ଜାନୁଆରୀ, ବିଶ୍ୱନାଥ କରଙ୍କ ସମ୍ପାଦିତ)
- ଗଞ୍ଜାମ ଓଡ଼ିଆ ହିତବାଦିନୀ (୧୮୯୯, ବ୍ରହ୍ମପୁର)
୧୯୦୧-୧୯୫୦
ସମ୍ପାଦନା- ବାମଣ୍ଡାରୁ ଆଲୋଚନା (୧୯୦୦)
- ଷ୍ଟାର ଅଫ ଉତ୍କଳ (୧୯୦୯, କଟକ)
- ଆଶା (୧୯୧୪, ବ୍ରହ୍ମପୁର)
- ସାପ୍ତାହିକୀ ସମାଜ (୪ ଅକ୍ଟୋବର ୧୯୧୯, ପ୍ରଥମେ ସତ୍ୟବାଦୀରୁ ଗୋପବନ୍ଧୁ ଦାସଙ୍କଦ୍ୱାରା ପଇସିକିଆ ସଂସ୍କରଣ ଭାବେ ଓ ପରେ ଓ ପରେ କଟକରୁ ପ୍ରକାଶିତ)
ଆଧାର
ସମ୍ପାଦନା- ↑ Mahapatra, R.K. (September 2004). "Growth and Development of Press in Orissa" (PDF). Orissa Review: ୫୧–୬୦.