ଓଡ଼ିଶାର ନିଷ୍କ୍ରିୟ ପତ୍ରିକା ତାଲିକା

ଏହା ଓଡ଼ିଶାରୁ ପ୍ରକାଶିତ ନିଷ୍କ୍ରିୟ ପତ୍ରିକାସବୁର ଏକ ତାଲିକା । ପ୍ରକାଶିତ ଅନେକ ପତ୍ରିକା ମଧ୍ୟରୁ କେବଳ ଉଲ୍ଲେଖନୀୟ ନାମସବୁ ତାଲିକାଭୁକ୍ତ ହୋଇଛି ।

ଓଡ଼ିଶାରୁ ପ୍ରକାଶିତ ପ୍ରଥମ ଓଡ଼ିଆ ପତ୍ରିକା ଥିଲା କୁଜିବର ପତ୍ର ଓ ତାହାକୁ ୧୭୬୯ ମସିହାରେ କୁଜିବର ମଠର ମହନ୍ତ ସାଧୁ ସୁନ୍ଦର ଦାସ ଏକ ହାତଲେଖା ପତ୍ରିକା ଭାବରେ ପ୍ରକାଶ କରିଥିଲେ ।[୧] ପରେ ଛାପାକଳରେ ଓଡ଼ିଆରେ ଛପା ଆରମ୍ଭ ହେବା ପରେ ୧୮୪୯ ମସିହାରେ ମିଶନାରୀମାନେ ଜ୍ଞାନାରୁଣ ନାମକ ପତ୍ରିକା ପ୍ରକାଶନ ଆରମ୍ଭ କରିଥିଲେ । ଏହାପରେ ୧୮୫୬-୫୮ ମସିହା ଭିତରେ ପ୍ରବୋଧ ଚନ୍ଦ୍ରିକା ପ୍ରକାଶ ପାଇଥିଲା । ଏହି ପତ୍ରିକାଟି ଏକ ପ୍ରମୁଖ ଓଡ଼ିଆ ପତ୍ରିକା ହୋଇଥିଲେ ମଧ୍ୟ ତାହାର ପ୍ରକାଶନ ପରେ ବନ୍ଦ ହୋଇଯାଇଥିଲା । ଏହାପରେ ୧୮୬୧ ମସିହାରେ ଅରୁଣୋଦୟ ପତ୍ରିକା ଆରମ୍ଭ ହୋଇ ପ୍ରାୟ ତିନିବର୍ଷ ଧରି ପ୍ରକାଶ ପାଇଚାଲିଥିଲା । ୧୮୭୩ ଜାନୁଆରୀରେ ବାଲେଶ୍ୱରରୁ ରାଜା ବୈକୁଣ୍ଠନାଥ ଦେଙ୍କଦ୍ୱାରା ମାସିକ ଉତ୍କଳ ଦର୍ପଣ ପ୍ରଥମ ଓଡ଼ିଆ ସାହିତ୍ୟ ପତ୍ରିକା ଭାବରେ ପ୍ରକାଶ ପାଇଥିଲା । ଏହା ୧୮୭୫ ଜାନୁଆରୀରୁ ପ୍ରଥମେ ପାକ୍ଷିକ ଭାବେ ଓ ୧୮୭୭ ମସିହା ମାର୍ଚ୍ଚ ମାସରୁ ସାପ୍ତାହିକ ଭାବେ ପ୍ରକାଶ ପାଇଥିଲା । ଏହାପରେ ଉତ୍କଳ ମଧୁପ (୧୮୭୮), ପ୍ରଦୀପ (୧୮୮୫) ଆଦି ପତ୍ରିକା ପ୍ରକାଶ ପାଇ ଖୁବ ଅଳ୍ପ ସମୟ ପାଇଁ ଛପାଯାଇଥିଲା । ୧୮୯୭ ମସିହାରେ ଓଡ଼ିଆ ସାହିତ୍ୟ ସମ୍ବନ୍ଧିତ ଉତ୍କଳ ସାହିତ୍ୟ ପ୍ରକାଶ ପାଇଁ ଏକ ବହୁପଠିତ ପତ୍ରିକାରେ ପରିଣତ ହୋଇଥିଲା । ବିଂଶ ଶତାବ୍ଦୀରେ ମୁକୁର (୧୯୦୬), ସତ୍ୟବାଦୀ (୧୯୧୫), ସହକାର (୧୯୨୦), ନବଭାରତ (୧୯୩୪) ଆଦି ଆଉ କେତେକ ଉଲ୍ଲେଖନୀୟ ପତ୍ରିକା । ବିବିଧ ବିଷୟ ବାଦ ଶିଶୁ, ମହିଳା, ସମବାୟ କର୍ମୀଙ୍କ ଭଳି ସ୍ୱତନ୍ତ୍ର ପାଠକଗୋଷ୍ଠୀଙ୍କ ପାଇଁ ଏବଂ ଧର୍ମ ତଥା ଆଧ୍ୟାତ୍ମ୍ୟ, ଶିକ୍ଷା, ବିଜ୍ଞାନ ଆଧାରିତ କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ୧୯୫୦ ମସିହା ଆଗରୁ ବାହାରୁଥିବା ପତ୍ରିକା ମଧ୍ୟରେ ବିଜ୍ଞାନ ଦର୍ପଣ (୧୮୮୦), ଶିକ୍ଷାବନ୍ଧୁ (୧୮୮୫), ପରିଚାରିକା (୧୯୧୭, ମହିଳା), ପଞ୍ଚାମୃତ (୧୯୨୦, ଶିଶୁ-କିଶୋର) ଆଦି ଅନ୍ୟତମ । ୧୯୩୦ ଦଶକରେ ଡଗର (୧୯୩୭) ଓ ନିଆଁଖୁଣ୍ଟା (୧୯୩୮) ଭଳି ସମାଲୋଚନା, ବ୍ୟଙ୍ଗ ଓ ହାସ୍ୟରସାତ୍ମକ ପତ୍ରିକା ଓଡ଼ିଆ ସାହିତ୍ୟରେ ଏହି ବିଭାବରେ ରଚନା ବୃଦ୍ଧିକରିବା ସଙ୍ଗେସଙ୍ଗେ ତତ୍କାଳୀନ ବ୍ରିଟିଶ ଶାସନ ଓ ଅନ୍ୟାନ୍ୟ ରାଜନୈତିକ ବିଷୟକୁ ସମାଲୋଚନା ତଥା ଲୋକଲୋଚନକୁ ଆଣିବାରେ ବିଶେଷ ସାହାଯ୍ୟ କରିଥିଲା । ଏ ସମସ୍ତ ପତ୍ରିକାର ପ୍ରକାଶନ ପ୍ରାୟ ୧୯୫୦ ବେଳକୁ ବନ୍ଦ ହୋଇଯାଇଥିଲା । ୧୯୫୦ ଦଶକରେ ଝଙ୍କାର (୧୯୪୯), ସଂସାର (୧୯୫୧, ଶିଶୁ ସାହିତ୍ୟ), ସମାବେଶ (୧୯୫୫), ନବଜୀବନ (୧୯୫୬), କୋଣାର୍କ (୧୯୫୮) ଆଦି ପ୍ରଧାନ । ଏଥିମଧ୍ୟରୁ କେତେକ ଅଳ୍ପ କିଛି ବର୍ଷ ପ୍ରକାଶ ପାଇଁ ତା' ପରେ ସେଗୁଡ଼ିକର ପ୍ରକାଶନ ବନ୍ଦ ହୋଇଯାଇଥିଲା ।[୨]

୧୭୬୦–୧୮୪୮ ସମ୍ପାଦନା

୧୮୪୯-୧୮୮୦ ସମ୍ପାଦନା

୧୮୮୧-୧୯୦୦ ସମ୍ପାଦନା

୧୯୦୧-୧୯୫୦ ସମ୍ପାଦନା

୧୯୫୧– ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ Mahapatra, R.K. (September 2004). "Growth and Development of Press in Orissa" (PDF). Orissa Review: ୫୧–୬୦.
  2. "ପତ୍ରିକା | ଓଡ଼ିଆ ବିଭବ Odia Bibhaba". odiabibhaba.in. Retrieved 2023-11-25.

ଅଧିକ ପଠନ ସମ୍ପାଦନା