ଉତ୍କଳ ସାହିତ୍ୟ

ଓଡ଼ିଆ ସାହିତ୍ୟ ପତ୍ରିକା

ଉତ୍କଳ ସାହିତ୍ୟ ଏକ ଓଡ଼ିଆ ସାହିତ୍ୟ ପତ୍ରିକା ଥିଲା ।[୧] ଏହାର ପ୍ରକାଶନ ୧୮୯୭ ମସିହା ଜାନୁଆରି ମାସରେ ବିଶ୍ୱନାଥ କରଙ୍କ ସମ୍ପାଦନାରେ ଆରମ୍ଭ ହୋଇଥିଲା ।[୨] ଶ୍ୟାମସୁନ୍ଦର ନନ୍ଦ, କୃଷ୍ଣପ୍ରସାଦ ଚୌଧୁରୀ, ଗୋପାଳ ଚନ୍ଦ୍ର ପ୍ରହରାଜ, ମୃତ୍ୟୁଞ୍ଜୟ ରଥ ଆଦିଙ୍କ ଆଗ୍ରହରୁ ପତ୍ରିକା ପ୍ରକାଶନ କରାଯାଇଥିଲା । ଏହି ପତ୍ରିକାରେ ବ୍ରାହ୍ମଧର୍ମ ଓ ଦର୍ଶନ ଆଧାରିତ, ସଂସ୍କୃତି, ରାଜନୀତି ଓ ବିଜ୍ଞାନ ସମ୍ବନ୍ଧୀୟ ଲେଖା ପ୍ରକାଶ ପାଉଥିଲା ।[୩] ଏହି ପତ୍ରିକାଟି ପ୍ରାୟ ୪ ଦଶନ୍ଧି ଧରି ପ୍ରକାଶିତ ହୋଇଥିଲା ।

ଉତ୍କଳ ସାହିତ୍ୟ
ପ୍ରତିଷ୍ଠାତାବିଶ୍ୱନାଥ କର
ସମ୍ପାଦକବିଶ୍ୱନାଥ କର
ଭାଷାଓଡ଼ିଆ

ଓଡ଼ିଆରେ ପ୍ରକାଶିତ ହୋଇଥିବା ପ୍ରଥମ ଗଳ୍ପ ରେବତୀ ୧୮୯୮ ମସିହା ଅକ୍ଟୋବର ମାସରେ ଏହି ପତ୍ରିକାର ଦ୍ୱିତୀୟ ବର୍ଷ ଦଶମ ସଂଖ୍ୟା କାର୍ତ୍ତିକ ୧୩୦୬ରେ ପ୍ରଥମେ ପ୍ରକାଶ ପାଇଥିଲା । ଫକୀର ମୋହନ ସେନାପତି ଏହି ପତ୍ରିକାରେ ଶ୍ରୀ ଧୁର୍ଜଟି ନାମରେ ଏହି ଗଳ୍ପଟି ଲେଖିଥିଲେ । ଫକୀର ମୋହନଙ୍କ ଉପନ୍ୟାସ ଛ ମାଣ ଆଠ ଗୁଣ୍ଠ ମଧ୍ୟ ଏହି ପତ୍ରିକାରେ ପ୍ରଥମେ ପ୍ରକାଶ ପାଇଥିଲା ।[୪]

ଆଧାର ସମ୍ପାଦନା

  1. Mahotsav, Amrit (20 October 2022). "Bhairab Chandra Mohapatra". Azadi Ka Amrit Mahotsav, Ministry of Culture, Government of India. Retrieved 10 November 2023.
  2. Halim, Sa (4 August 2022). "ଓଡ଼ିଆ ସାମ୍ବାଦିକତା ଦିବସ". Dharitri Odia News. Retrieved 10 November 2023.
  3. "ଉତ୍କଳ ସାହିତ୍ୟ". ଓଡ଼ିଆ ବିଭବ Odia Bibhaba. Retrieved 10 November 2023.
  4. (PDF) https://magazines.odisha.gov.in/Orissareview/2012/Jan-Republic%20day%20Spl/engpdf/24-27.pdf. Retrieved 10 November 2023. {{cite web}}: Missing or empty |title= (help)