ନନ୍ଦ କିଶୋର ଦାସ

ଓଡ଼ିଶା ବିଧାନସଭାର ସଭ୍ୟ ଓ ବାଚସ୍ପତି

ନନ୍ଦ କିଶୋର ଦାସ ଜଣେ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ନେତା ଓ ଓଡ଼ିଶା ବିଧାନ ସଭାର ସଭ୍ୟ ଓ ବାଚସ୍ପତି ଥିଲେ । ସ୍ୱାଧୀନତା ପରେ, ସେ ଓଡ଼ିଶା ବିଧାନ ସଭାର ପ୍ରଥମ ବାସସ୍ପତି ଭାବେ[୨] ୬ ମାର୍ଚ୍ଚ ୧୯୫୨ରୁ ୨୭ ମଇ ୧୯୫୭ ଯାଏ କାର୍ଯ୍ୟ କରିଥିଲେ ।[୩][୪] ସେ ମଧ୍ୟ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ତଥା ରାଜ୍ୟସଭା ସଦସ୍ୟ ଥିଲେ ।[୫]

ନନ୍ଦ କିଶୋର ଦାସ
ବାଚସ୍ପତି, ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୬ ମାର୍ଚ୍ଚ ୧୯୫୨ – ୨୭ ମଇ ୧୯୫୭
ପୂର୍ବ ଅଧିକାରୀଲାଲ ମୋହନ ପଟ୍ଟନାୟକ
ପର ଅଧିକାରୀନୀଳକଣ୍ଠ ଦାସ
ବିଧାୟକ
କାର୍ଯ୍ୟକାଳ
୧୯୫୨ – ୧୯୫୭
ପର ଅଧିକାରୀହରେକୃଷ୍ଣ ମହତାବ ଓ ଚୈତନ୍ୟ ସେଠୀ
ନିର୍ବାଚନ ମଣ୍ଡଳୀସୋର
ରାଜ୍ୟସଭା ସଭ୍ୟ[୧]
କାର୍ଯ୍ୟକାଳ
୩ ଅପ୍ରେଲ ୧୯୬୦ – ୨ ଅପ୍ରେଲ ୧୯୬୬
ନିର୍ବାଚନ ମଣ୍ଡଳୀଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମସୋର, ବାଲେଶ୍ୱର ଜିଲ୍ଲା, ଓଡ଼ିଶା
ମୃତ୍ୟୁ୫ ଜୁଲାଇ ୧୯୮୬
ଜାତୀୟତାଭାରତୀୟ
ରାଜନୀତିକ ଦଳକଂଗ୍ରେସ
ବୃତ୍ତିରାଜନୀତି


ପ୍ରାରମ୍ଭିକ ଜୀବନ ସମ୍ପାଦନା

ନନ୍ଦ କିଶୋର ଦାସ ବାଲେଶ୍ୱର ଜିଲ୍ଲା ସୋରଠାରେ ଜନ୍ମଗ୍ରହଣ କରିଥିଲେ । ଦାରିଦ୍ର୍ୟ ସତ୍ତ୍ୱେ ସେ ମେଧାବୀ ଛାତ୍ର ଥିଲେ । ୧୯୧୪ ମସିହାରେ ସେ ଓଡ଼ିଶାରେ ପ୍ରଥମ ତଥା ସେତେବେଳର ସମଗ୍ର ବିହାର-ଓଡ଼ିଶା ପ୍ରଦେଶରେ ପଂଚମ ସ୍ଥାନ ଅଧିକାର କରି ମାଟ୍ରିକ୍‍ ପରୀକ୍ଷାରେ ପାସ କରିଥିଲେ ।[୬] ଏହି ଉପଲବ୍ଧି ନିମଂତେ ସେ ମାସକୁ କୋଡିଏ ଟଂକା ବୃତ୍ତି ପାଇଥିଲେ ଓ ସେହି ଅର୍ଥକୁ ବିନିଯୋଗ କରି ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢ଼ିଥିଲେ । ସେ ଇଂରାଜୀ ସ୍ନାତକରେ ପ୍ରଥମ ଓଡ଼ିଆ ଭାବେ ରେଭେନ୍ସାରୁ ପାସ କରିଥିଲେ । ପରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଏମ.ଏ ପାସ କରିଥିଲେ [୭]

ଫକୀରମୋହନ ସେନାପତି ତଥା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରେରଣାରେ ସେ କିଛି ଦିନ ଉତ୍କଳ ସମ୍ମିଳନୀର କାର୍ଯ୍ୟ ପରିଚାଳନା କରିଥିଲେ । ସେ ମଧ୍ୟ ସାକ୍ଷୀଗୋପାଳ ବନ ବିଦ୍ୟଳୟରେ କିଛି ଦିନ ଶିକ୍ଷକତା କରିଥିଲେ ।

ରାଜନୈତିକ ଜୀବନ ସମ୍ପାଦନା

୧୯୨୦ ମସିହାରୁ ନନ୍ଦ କିଶୋର ଦାସ ସମାଜସେବୀ ଭାବରେ ବ୍ରତୀ ହୋଇଥିଲେ । ଗାନ୍ଧୀବାଦୀ ଓ ଜଣେ ଟାଣୁଆ ସଂଗଠକ ଭାବରେ ତାଙ୍କର ଖ୍ୟାତି ଥିଲା । ଅସହଯୋଗ ଆଂଦୋଳନ ତଥା ସ୍ୱାଧୀନତ ସଂଗ୍ରାମରେ ଭାଗ ନେ‍ଇ ସେ ତିନି ଥର ଦୀର୍ଘ କାଳ ପାଇଁ କାରାବରଣ କରିଥିଲେ । ୧୯୨୭ରୁ ୧୯୨୯ ପର୍ଯ୍ୟଂତ ସେ ବିହାର-ଓଡ଼ିଶା ବିଧାନ ପରିଷଦ ବା ଲେଜିସଲେଟିଭ କାଉନସିଲର ସଦସ୍ୟ ହୋଇଥିଲେ ।

ସେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ଲବଣ ସତ୍ୟାଗ୍ରହସ୍ୱରାଜ ଆନ୍ଦୋଳନ ପାଇଁ ଇରମଠାରେ ଗଠିତ "ମରଣ ସେନା"ର ନେତୃତ୍ୱ ନେଇଥିଲେ । ୧୨ ଗାଁକୁ ନେଇ ଗଠିତ ଏହି ସେନା ଇରମର ବାକି ନେତା ବିଚିତ୍ରାନନ୍ଦ ଦାସ, ମୁକୁନ୍ଦ ପ୍ରସାଦ ଦାସ ଓ ଲୋକନାଥ ମିଶ୍ରଙ୍କ ସହ ମିଶି ଗୋପନରେ ଇଂରେଜ ସରକାରଙ୍କ ଗାଁମାନଙ୍କୁ ଆସିବାର ସୂଚନା ଦେଉଥିଲେ ।[୮][୯]

ସ୍ୱତଂତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ବିଧାନ ସଭାକୁ (ଯାହା ପାଇଁ ୧୯୩୭ ମସିହା ଜାନୁୟାରୀ ମାସରେ ନିର୍ବାଚନ ହୋଇଥିଲା) ସେ ନିର୍ବାଚିତ ହୋଇଥିଲେ । ଏହି ପ୍ରଥମ ବିଧାନ ସଭା ଜୁଲାଇ ୧୯୩୭ଠାରୁ ୧୯-୦୯-୧୯୪୫ ପର୍ଯ୍ୟଂତ କାର୍ଯ୍ୟ କରିଥିଲା । ୨୭-୦୭-୧୯୩୭ ଦିନ ଏହାର ପ୍ରଥମ ଅଧିବେଶନର ପ୍ରଥମ ଦିନ ଥିଲା ଯାହାକି କଟକ ରେଭେନ୍ସା ମହାବିଦ୍ୟାଳୟର ହଲରେ ଅନୁଷ୍ଠିତ ହୋଇଥିଲା । ସେହି ଦିନ ଏହି ପ୍ରଥମ ବିଧାନ ସଭାର ବାଚସ୍ପତି ତଥା ଉପ-ବାଚସ୍ପତି ଭାବରେ ଶ୍ରୀ ମୁକୁନ୍ଦ ପ୍ରସାଦ ଦାସ ତଥା ଶ୍ରୀ ନନ୍ଦ କିଶୋର ଦାସ ସର୍ବ ସମ୍ମତିରେ ନିର୍ବାଚିତ ହୋଇଥିଲେ [୧୦]

ଆଧାର ସମ୍ପାଦନା

  1. "Members with title D" (PDF). rajyasabha.nic.in. Retrieved 19 June 2014.
  2. "ଓଡ଼ିଶାର ପ୍ରଥମ ବାଚସ୍ପତି ନନ୍ଦ କିଶୋର ଦାସଙ୍କ ପରଲୋକ". ସମ୍ବାଦ. ୬ ଜୁଲାଇ ୧୯୮୬. {{cite news}}: |access-date= requires |url= (help); Check date values in: |accessdate= and |date= (help)
  3. S. C. Bhatt, Gopal K. Bhargava (2006). Land and People of Indian States and Union Territories: In 36 Volumes. Orissa. Gyan Publishing House. pp. 169–. ISBN 978-81-7835-377-7.
  4. "Name of the speakers of Orissa (1937 - 2005)" (PDF). Orissa Reference Annual 2005. Retrieved 18 June 2014.
  5. "List of Rajya Sabha Members staring with "d" 1952-2003" (PDF). Rajya Sabha (Parilament of India) Website. Retrieved 29 June 2018.
  6. "ସ୍ୱାଧୀନଓଡ଼ିଶାର ପ୍ରଥମ ବାଚସ୍ପତି". ସମ୍ବାଦ. 28-06-2018. Retrieved 29 June 2018. {{cite news}}: Check date values in: |date= (help)[permanent dead link]
  7. "MLA Profile- Nandakishore Das". ଓଡ଼ିଶାହେଲ୍ପଲାଇନ.କମ. Retrieved 30 June 2018.
  8. Chandi Prasad Nanda (11 November 2008). Vocalizing Silence: Political Protests in Orissa, 1930-42. SAGE Publications. pp. 332–. ISBN 978-0-7619-3634-3.
  9. ଦାସ, ସୁଧାକର (୧୯୭୭). ସ୍ୱାଧୀନତା ସଂଗ୍ରାମର ଭୂମି ଇରମ. କଟକ. p. ୨୨, ୨୩.{{cite book}}: CS1 maint: location missing publisher (link)
  10. "AN OVERVIEW OF THE ORISSA LEGISLATIVE ASSEMBLY" (PDF). shodhganga.inflibnet.ac.in. Shodhganga, INFLIBNET Centre. Retrieved 1 July 2018.