ଇରମ
ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସରେ ଇରମର ଏକ ଗୁରୁତ୍ୱପୂର୍ଣ ସ୍ଥାନ ରହିଛି।[୧] ଏହା ରକ୍ତ ତୀର୍ଥ ଇରମ ଏବଂ ଭାରତର ଦ୍ୱିତୀୟ ଜାଲିଆନାୱାଲାବାଗ ନାମରେ ମଧ୍ୟ ପରିଚିତ ।
ଇରମ
ଇରମ | |
---|---|
Hill station | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଭଦ୍ରକ |
ଭାଷା | |
Time zone | UTC+୫.୩୦ (ଆଇ.ଏସ୍.ଟି) |
ଅବସ୍ଥିତି
ସମ୍ପାଦନାଇରମ, ଓଡ଼ିଶାର ଭଦ୍ରକ ଜିଲ୍ଲାର ବାସୁଦେବପୁରଠାରୁ ମାତ୍ର ୧୬ କି.ମି. ଦୂରତ୍ୱରେ ଅବସ୍ଥିତ । ସ୍ଥାନଟି ଚାରି ଦିଗରୁ ବଙ୍ଗୋପସାଗର ତଥା କଂସବାଳ ଓ ଗମେଇ ନଦୀଦ୍ୱାରା ଘେରା ହୋଇରହିଛି ।
ସ୍ୱାଧୀନତା ସଂଗ୍ରାମରେ ଅବଦାନ
ସମ୍ପାଦନାପ୍ରାକୃତିକ ଗୋପନୀୟତା ଦୃଷ୍ଟିରୁ ଏହି ସ୍ଥାନଟିକୁ ପୁଲିସ ଓ ପ୍ରଶାସନର ପ୍ରବେଶ କଷ୍ଟ ଥିଲା ଏବଂ ଏହି ସ୍ଥାନଟି ସ୍ୱାଧୀନତା ସଂଗ୍ରାମୀମାନଙ୍କର ଚରାଭୂଇଁ ସାଜିଥିଲା । ୧୯୨୦ ମସିହାରୁ ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ ଆଦି ବହୁ ନେତାମାନେ ଏଠାକୁ ଆସି ଲୋକମାନଙ୍କୁ ମହାତ୍ମା ଗାନ୍ଧୀଙ୍କ ବାର୍ତା ଦେଉଥିଲେ ଓ ସ୍ୱାଧୀନତା ସଂଗ୍ରାମକୁ ତ୍ୱରାନ୍ୱୀତ କରାଉଥିଲେ । ଏଠାରେ ସ୍ୱାଧୀନତା-ଭିତ୍ତିକ କାନ୍ୟ ରଚନା କରିଥିବା କବି ବାଞ୍ଛାନିଧି ମହାନ୍ତି ଜନ୍ମଗ୍ରହଣ କରିଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ବ୍ରିଟିସ ଶାସନର ଅବସାନ କରିବା ଦିଗରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଅସହଯୋଗ ଆନ୍ଦୋଳନ ସମୟରେ ତାଙ୍କ ରଚିତ ସଙ୍ଗୀତ କଂଗ୍ରେସ ଭାବ ପ୍ରଚାର କରିବାରେ ବହୁତ ସାହାଯ୍ୟ କରିଥିଲେ ।[୨]
ବଳିଦାନ ଦିବସ
ସମ୍ପାଦନାମହାତ୍ମା ଗାନ୍ଧୀଙ୍କର ଭାରତ ଛାଡ଼ ଆନ୍ଦୋଳନକୁ ସମର୍ଥନ ଜଣାଇ ସ୍ୱାଧୀନତା ସଂଗ୍ରାମୀମାନେ ୧୯୪୨ ମସିହାରେ ସେପ୍ଟେମ୍ବର ୨୮ ତାରିଖ ଦିନ ଇରମଠାରେ ଥିବା 'ମେଳା ଆମ୍ବ ଗଛ' ମୂଳେ ଏକାଠି ହୋଇଥିଲେ । ସମ୍ପୁର୍ଣ ଅହିଂସ ଭାବରେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଧାରଣ କରୁଥିଲେ । ଏହି ସମୟରେ ଅଚାନକ ଭାବରେ ବାସୁଦେବପୁର ଥାନାର ଇଂରେଜ ପୁଲିସ ଡି.ଏସ.ପି. କୁଞ୍ଜବିହାରୀ ମହାନ୍ତିଙ୍କ ନେତୃତ୍ୱରେ ସେଠାରେ ପହଞ୍ଚି ସେମାନଙ୍କ ଉପରେ ଅତର୍କିତ ଭାବରେ ଗୁଳିଚାଳନା କରିଥିଲା । ଏହି ଘଟଣାଟି ସନ୍ଧ୍ୟା ସାଢ଼େ ଛଅ ଘଟିକା ସମୟରେ ଘଟିଥିଲା । ଚାରିଦିଗରୁ ଘେରା ହୋଇଥିବାରୁ ଏକତ୍ର ହୋଇଥିବା ଲୋକେ କେଉଁ ଆଡେ ଯାଇପାରିଲେ ନାହିଁ । ଘଟଣାସ୍ଥଳରେ ୨୮ ଜଣ ସ୍ୱାଧୀନତା ସଂଗ୍ରାମୀ ପ୍ରାଣ ହରାଇଥିଲେ ଓ ୫୬ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ଆହତମାନଙ୍କ ମଧ୍ୟରୁ ଜଣେ ପରବର୍ତ୍ତୀ ସମୟରେ ପ୍ରାଣ ହରାଇଥିଲେ । ସମୁଦାୟ ମୃତ୍ୟୁ ସଂଖ୍ୟା ୨୯ ହୋଇଥିଲା । ଇଂରେଜ ପୁଲିସର କାର୍ଯ୍ୟାଳୟ ପାଢ଼ୀ ଆବାସର ଛାତ ଉପରୁ ବ୍ରିଟିଶ ପୁଲିସ ଗୁଳି ଚାଳନା କରିଥିଲା । ସେହି ପାଢ଼ୀ ଆବାସ ଏବେ ମଧ୍ୟ ସେଠାରେ ରହିଛି । [୧] ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପରି ବେୱା ନାମରେ ଜଣେ ମହିଳା ଥିଲେ ଏବଂ ସେ ଓଡ଼ିଶାର ଏକମାତ୍ର ମହିଳା ସହିଦ ସ୍ୱାଧୀନତା ସଂଗ୍ରାମୀ ।[୩]
ଶହୀଦମାନଙ୍କ ତାଲିକା
ସମ୍ପାଦନା- ପରି ବେୱା, ଇରମ, ବାସୁଦେବପୁର
- ଗୋପାଳ ଚନ୍ଦ୍ର ଦାସ, ପଢୁଆଁ
- ବିଶ୍ୱନାଥ ଦାସ, ପଢୁଆଁ
- ବିଜୁଳି ଦାସ, ପଢୁଆଁ
- ହୃଷିକେଷ ବେହେରା, ପଢୁଆଁ
- ମଦନ ପଲାଇ, ପଢୁଆଁ
- ବଲ୍ଲଭ ବେହେରା, ପଢୁଆଁ
- ମାଘ ମାହାଳିକ, ପଢୁଆଁ
- ଭୁଆ ମାଝି, ପଢୁଆଁ
- କାଳୀ ମାଝି, ପଢୁଆଁ-କୁମାରପୁର
- ରାଧୁ ମାହାଳିକ, ପଢୁଆଁ- ମୂଳଡିହୀ
- ଧ୍ରୁବ ଚରଣ ଦେ, ପଢୁଆଁ
- ବାସୁଦେବ ସାହୁ, ପଢୁଆଁ
- ହରି ବେହେରା, ପଢୁଆଁ
- ଦିବାକର ପାଣିଗ୍ରାହୀ, ଗୁଡ, କେଶଗଡିଆ
- କୃଷ୍ଣଚନ୍ଦ୍ର ସ୍ୱାଇଁ, ପଢୁଆଁ-କୁମାରପୁର
- ଭବନ ରାଉତ, ପଢୁଆଁ- ନନ୍ଦପୁର
- ନିଧି ମାହାଳିକ, ପଢୁଆଁ
- ବୃନ୍ଦାବନ ପଣ୍ଡା, ପଢୁଆଁ
- ଉପ ମଲ୍ଲିକ, ନୂଆ ଗାଁ
- କୃପାସିନ୍ଧୁ ବେହେରା, ଶଂଖାରୁ
- ରାମ ମାଝି, ପଢୁଆଁ-କୁମାରପୁର
- ମଣି ବେହେରା, ପଢୁଆଁ
- କତି ସାହୁ, ଈଶ୍ୱରପୁର
- ରତ୍ନାକର ପାଣି, ସୁଦର୍ଶନପୁର
- ମଣି ପ୍ରଧାନ, ସୁଆଣ-ସୁଦର୍ଶନପୁର
- ପରି ଦାସ, ସୁଆଣ
- ଶଙ୍କର ମଲ୍ଲିକ, ଅଧୁଆଁ
- ଗୋବିନ୍ଦ ରାଉତ, ଆର୍ତୁଗାଁ[୪]
ସେହି ଶହୀଦମାନଙ୍କ ସ୍ମୃତିପୀଠ ଭାବରେ, ଇରମରେ ଏକ ସ୍ମୃତିସ୍ତମ୍ଭ ତିଆରି କରାଯାଇଛି ଓ ଆଜି ଏହା ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଗଣିତ ହୋଇଛି ।
ଆଧାର
ସମ୍ପାଦନା- ↑ ୧.୦ ୧.୧ Subas Pani; Harish Chandra Das; Indu Bhusan Kar (1988). Glimpses of history and culture of Balasore. Orissa State Museum. pp. 83, 84. Retrieved 14 August 2012.
- ↑ Sadananda Choudhury (1 June 1979). Economic history of colonialism: a study of British salt policy in Orissa. Inter-India Publications.
- ↑ "ରକ୍ତତୀର୍ଥ ଇରମର ଅକୁହା କାହାଣୀ". ସମାଜ. 18 October 2017. Retrieved 18 October 2017.[permanent dead link]
- ↑ http://bhadrak.nic.in/eram.htm