ନଗେନ୍ଦ୍ର କୁମାର ପ୍ରଧାନ
ନଗେନ୍ଦ୍ର କୁମାର ପ୍ରଧାନ (ଜନ୍ମ: ୧ ଡିସେମ୍ବର ୧୯୫୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ନଗେନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର ଏବଂ ମନ୍ତ୍ରୀ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୦, ୨୦୦୦ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ ଓ ୧୨ଶ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୪ ମସିହାରେ ସେ ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ନଗେନ୍ଦ୍ର କୁମାର ପ୍ରଧାନ | |
---|---|
ସାଂସଦ: ୧୬ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୧୪ – ୨୦୧୯ | |
ପୂର୍ବ ଅଧିକାରୀ | ଅମରନାଥ ପ୍ରଧାନ |
ପର ଅଧିକାରୀ | ନୀତେଶ ଗଙ୍ଗଦେବ |
ନିର୍ବାଚନ ମଣ୍ଡଳୀ | ସମ୍ବଲପୁର |
ବିଧାୟକ: ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୨୦୦୯ | |
ପୂର୍ବ ଅଧିକାରୀ | ଅମରନାଥ ପ୍ରଧାନ |
ପର ଅଧିକାରୀ | ସଞ୍ଜୀବ କୁମାର ସାହୁ |
ନିର୍ବାଚନ ମଣ୍ଡଳୀ | ଆଠମଲ୍ଲିକ |
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୯୫ | |
ପୂର୍ବ ଅଧିକାରୀ | ଅମରନାଥ ପ୍ରଧାନ |
ପର ଅଧିକାରୀ | ଅମରନାଥ ପ୍ରଧାନ |
ନିର୍ବାଚନ ମଣ୍ଡଳୀ | ଆଠମଲ୍ଲିକ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଡିସେମ୍ବର ୧୯୫୨ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ଦଳ |
ଜୀବନ ସାଥୀ | ଶୋଭାମୟୀ ଦେହୁରୀ |
ବାପା/ବୋଉ | ପ୍ରଭାକର ପ୍ରଧାନ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାନଗେନ୍ଦ୍ର କୁମାର ପ୍ରଧାନ ୧୯୫୨ ମସିହାର ଡିସେମ୍ବର ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରଭାକର ପ୍ରଧାନ ଓ ପତ୍ନୀଙ୍କ ନାମ ଶୋଭାମୟୀ ଦେହୁରୀ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]
ରାଜନୈତିକ ଜୀବନ
ସମ୍ପାଦନାନଗେନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ପୂର୍ବରୁ ସେ ଜନତା ଦଳ ଓ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି ।[୧] ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ନଗେନ୍ଦ୍ର ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୬ ଲୋକ ସଭାକୁ ନିର୍ବଚିତ ହୋଇଥିଲେ ।[୨][୩]
୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୮୯,୧୧୩ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ଥିଲେ ଏବଂ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ୫,୦୩,୦୪୯ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ।[୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Nagendra Kumar Pradhan". odishaassembly.nic.in. Odisha Assembly. Retrieved 9 July 2020.
- ↑ "Members : Lok Sabha - Pradhan, Shri Nagendra Kumar". loksabhaph.nic.in. Retrieved 9 July 2020.
- ↑ Team, DNA Web (23 May 2019). "Sambalpur Lok Sabha election results 2019 Odisha: BJP's Nitin Gangadev leading against BJD's Nalini Pradhan". DNA India (in ଇଂରାଜୀ). Retrieved 9 July 2020.
- ↑ "2024 Indian General Election Results: Sambalpur (Odisha)". Election Commission of India. Retrieved 5 July 2024.