ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଆ ରାଜନୀତିଜ୍ଞ


ଧର୍ମେନ୍ଦ୍ର ପ୍ରଧାନ ଜଣେ ଭାରତୀୟ ରାଜନେତା ଓ ନୃତତ୍ତ୍ୱବିତ । ବର୍ତ୍ତମାନ ଏନଡିଏ ସରକାରଙ୍କ ଅଧୀନରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଏବଂ ଇସ୍ପାତ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଅବସ୍ଥାପିତ ହୋଇଛନ୍ତି । ଏହା ପୂର୍ବରୁ ମୋଦିଙ୍କ ପ୍ରଥମ ମନ୍ତ୍ରାଳୟରେ ୪ ସେପ୍ଟେମ୍ବର ୨୦୧୭ରୁ ଦକ୍ଷତା ବିକାଶ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଉଥିଲେ ।[୧] ସେ ମାର୍ଚ୍ଚ ୨୦୧୨ରେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।[୨] ୨୦୧୮ ଏପ୍ରିଲ ୩ରେ ଦ୍ୱିତୀୟ ଥର ପାଇଁ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।[୩]

ଧର୍ମେନ୍ଦ୍ର ପ୍ରଧାନ
ଧର୍ମେନ୍ଦ୍ର ପ୍ରଧାନ
ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ
Assumed office
୨୬ ମେ ୨୦୧୪
ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦୀ
ପୂର୍ବ ଅଧିକାରୀବିରାପ୍ପା ମୋଇଲି
ମନ୍ତ୍ରୀ, ଦକ୍ଷତା ବିକାଶ ଓ ଆତ୍ମନିର୍ଭରଶୀଳ ମନ୍ତ୍ରଣାଳୟ
Assumed office
୩ ସେପ୍ଟମ୍ବର ୨୦୧୭
ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦି
ପୂର୍ବ ଅଧିକାରୀରାଜୀବ ପ୍ରତାପ ରୁଡ଼େ
ମଧ୍ୟପ୍ରଦେଶ ରାଜ୍ୟସଭା ସାଂସଦ
Assumed office
୩ ଏପ୍ରିଲ ୨୦୧୮
ପୂର୍ବ ଅଧିକାରୀପ୍ରକାଶ ଯାବଡ଼଼େକର, ଭାରତୀୟ ଜନତା ପାର୍ଟି
ସାଂସଦ
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀଦେବେନ୍ଦ୍ର ପ୍ରଧାନ
ନିର୍ବାଚନ ମଣ୍ଡଳୀଦେବଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀ
ବିହାରର ରାଜ୍ୟ ସଭା ଏମପି
କାର୍ଯ୍ୟକାଳ
୩ ଏପ୍ରିଲ ୨୦୧୨ – ୨ ଏପ୍ରିଲ ୨୦୧୮
ପର ଅଧିକାରୀମନୋଜ ଝା, ଆରଜେଡ଼ି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1969-06-26) ୨୬ ଜୁନ ୧୯୬୯ (ବୟସ ୫୪)
ତାଳଚେର, ଓଡ଼ିଶା
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜେପି
ଜୀବନ ସାଥୀମୃଦୁଳ ପ୍ରଧାନ
ସନ୍ତାନ୨ (ନୈମିଶା ପ୍ରଧାନ ଏବଂ ନିଶାନ୍ତ ପ୍ରଧାନ)
ବୋଉବସନ୍ତ ମଞ୍ଜରୀ ପ୍ରଧାନ
ବାପାଦେବେନ୍ଦ୍ର ପ୍ରଧାନ
ଘରତାଳଚେର, ଓଡ଼ିଶା
୨୨ ସେପ୍ଟେମ୍ବର ସୁଦ୍ଧା

ଶିକ୍ଷାଗତ ଯୋଗ୍ୟତା ସମ୍ପାଦନା

ସେ ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରରୁ ନୃତତ୍ତ୍ୱ ବିଜ୍ଞାନରେ ଏମଏ ( M.A.- Anthropology) ଶିକ୍ଷା ଲାଭ କରିଥିଲେ ।

ରାଜନୈତିକ ଜୀବନ ସମ୍ପାଦନା

ଧର୍ମେନ୍ଦ୍ର ପ୍ରଧାନ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ସଦସ୍ୟ ଅଟନ୍ତି । ସେ ବିଜେପିର ପୂର୍ବତନ ସାଂସଦ ଦେବେନ୍ଦ୍ର ପ୍ରଧାନଙ୍କ ପୁତ୍ର ଅଟନ୍ତି । ଧର୍ମେନ୍ଦ୍ର ପ୍ରଧାନ ୧୯୮୩ ମସିହାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ସଂଘର କାର୍ଯ୍ୟକର୍ତ୍ତା ଭାବେ ନିଜର ରାଜନୈତିକ ଭବିଷ୍ୟ ଆରମ୍ଭ କରିଥିଲେ । ୧୯୮୫ ମସିହାରେ ସେ ତାଳଚେର ଛାତ୍ର ସଂଘର ସଭାପତି ଥିଲେ । ପରେ ୧୯୯୫ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ସଂଘର ରାଷ୍ଟୀୟ ସଚିବ ଭାବେ କାର୍ଯ୍ୟରତ ଥିଲେ ।  

ସେ ମଧ୍ୟ ଓଡ଼ିଶା ବିଧାନ ସଭାର ଦ୍ୱାଦଶ ଅଧିବେଶନ (୨୦୦୦- ୨୦୦୪)କୁ ଭାରତୀୟ ଜନତା ପାର୍ଟିର ଦଳୀୟ ପାର୍ଥୀ ଭାବେ ପାଳଲହଡ଼ା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ବିଧାନ ସଭା ବିତର୍କରେ ସକ୍ରିୟ ଅଂଶ ଗ୍ରହଣ କରି ନିଜ ପାଇଁ ଏକ ବିଶେଷ ସ୍ଥାନ ତିଆରି କଲେ । ସେଥି ପାଇଁ ଶ୍ରେଷ୍ଠ ବିଧାୟକ ଭାବେ ଉତ୍କଳମଣି ପ୍ରତିଭା ସମ୍ମାନ ପାଇଥିଲେ । ବିଜେପିର ସାଧାରଣ ସମ୍ପାଦକ ହେବା ସହ ତାଙ୍କୁ ଅଗଷ୍ଟ ୨୦୧୧ରେ ଝାଡଖଣ୍ଡ ଦଳୀୟ କାର୍ଯ୍ୟକାରିଣୀର ସାଙ୍ଗଠନିକ ଅତିରିକ୍ତ ଉତ୍ତରଦାୟିତ୍ୱ ନ୍ୟସ୍ତ ଥିଲା । [୪] ଧର୍ମେନ୍ଦ୍ର ପ୍ରଧାନ ଭାରତର ଚତୁର୍ଦ୍ଦଶ ଲୋକ ସଭାର ଜଣେ ସଦସ୍ୟ ଥିଲେ । ସେ ଓଡ଼ିଶାର ଦେବଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ ।

୨୦୧୪ ମସିହାରେ ନରେନ୍ଦ୍ର ମୋଦିଙ୍କ ସରକାର ଗଠନ ହେବା ପରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ମନ୍ତ୍ରୀ ଦାୟିତ୍ୱ ମିଳିଥିଲା । କ୍ରମାଗତ ୫ ବର୍ଷ ଜଣେ ବ୍ୟକ୍ତି ଏହି ବିଭାଗରେ ରହି ରେକର୍ଡ ସ୍ଥାପନ କରିଥିଲେ । ତାଙ୍କର ଦକ୍ଷତାର ସ୍ୱୀକୃତି ସ୍ୱରୁପ ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଦ୍ୱିତୀୟ ଥର ଶ୍ରୀ ପ୍ରଧାନଙ୍କୁ ପେଟ୍ରୋଲିୟମ ମନ୍ତ୍ରୀ ଦାୟିତ୍ୱ ମିଳିଲା । ଦେଶର ଇତିହାସରେ ଏଭଳି ଘଚଣା ପ୍ରଥମ ।

ପେଟ୍ରୋଲିୟମ ମନ୍ତ୍ରାଳୟକୁ ଏକ କର୍ପୋରେଟ ମନ୍ତ୍ରାଳୟରୁ ଗରିବ ଓ ବିଶେଷ ଭାବରେ ଗରିବ ମହିଳାଙ୍କ ପାଇଁ କାମ କରୁଥିବା ବିଭାଗର ସ୍ୱୀକୃତି ମିଳିବାରେ ତାଙ୍କର ବଡ଼ ଅବଦାନ ରହିଛି । ଉଜ୍ଜଳା ଯୋଜନା ମହିଳା ସଶକ୍ତିକରଣର ଦିଶା ପରିବର୍ତ୍ତନ କରି ପାରିଛି ।

ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରକ୍ରିୟାରେ ସରକାରଙ୍କ କୋର କମିଟିର ସଦସ୍ୟ ଭାବରେ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଳନ କରିଛନ୍ତି ।

ପଦ ପଦବୀ ଏବଂ ତୁଲାଇଥିବା ଦାୟିତ୍ୱ ସମ୍ପାଦନା

  • ୩ ଏପ୍ରିଲ ୨୦୧୮ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ (ବିଜେପି)
  • ୨୦୧୩ରୁ ଏବେଯାଏଁ ବିହାର ବିଜେପି ରାଜ୍ୟ ଭାରପ୍ରାପ୍ତ ଅଧିକାରୀ
  • ୨୦୧୧ରୁ ୨୦୧୩ ବିଜେପିରୁ କର୍ଣ୍ଣାଟକ ରାଜ୍ୟ ନିର୍ବାଚନ ପାଇଁ ଭାରପ୍ରାପ୍ତ ଅଧିକାରୀ
  • ୨୦୧୦ରୁ ଏବେଯାଏଁ ବିହାର ରାଜ୍ୟ ନିର୍ବାଚନ ପାଇଁ ବିଜେପିରୁ ସହ-ଭାରପ୍ରାପ୍ତ ଅଧିକାରୀ, ଉତ୍ତରାଖଣ୍ଡ ରାଜ୍ୟ ନିର୍ବାଚନ ପାଇଁ ବିଜେପିରୁ ଭାରପ୍ରାପ୍ତ ଅଧିକାରୀ
  • ୨୦୧୨ରୁ ୨ ଏପ୍ରିଲ ୨୦୧୮ ବିହାରରୁ ରାଜ୍ୟସଭା ସାଂସଦ (ବିଜେପି)
  • ୨୦୧୦ରୁ ଏବେଯାଏଁ ବିଜେପିରେ ଅଖିଳ ଭାରତୀୟ ଜେନେରାଲ ସେକ୍ରେଟାରୀ , ଭାରତୀୟ ଜନତା ଯୁବମୋର୍ଚ୍ଚା (BJYM) ଭାରପ୍ରାପ୍ତ ଅଧିକାରୀ
  • ୨୦୦୭- ୨୦୧୦ ଜାତୀୟ ସଚିବ,- ବିଜେପି, ଛତିଶଗଡ଼ ରାଜ୍ୟ ବିଜେପି ଭାରପ୍ରାପ୍ତ ଅଧିକାରୀ
  • ୨୦୦୪ - ୨୦୦୯ ଲୋକ ସଭା ସାଂସଦ ଦେବଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀ (ବିଜେପି)
  • ୨୦୦୪ - ୨୦୦୬ ଜାତୀୟ ପ୍ରେସିଡେଣ୍ଟ, ଭାରତୀୟ ଜନତା ଯୁବମୋର୍ଚ୍ଚା
  • ୨୦୦୦- ୨୦୦୪ ଓଡ଼ିଶା ବିଧାନ ସଭା ବିଧାୟକ ପାଳଲହଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଆଧାର ସମ୍ପାଦନା

  1. http://www.skilldevelopment.gov.in/New%20Minister.html
  2. "BJP gives in to JD(U) pressure, denies Rajya Sabha ticket to Ahluwalia". Indian Express. 20 March 2012. Archived from the original on 2013-10-31.
  3. 41 Newly Elected RS Members Including Dharmendra Pradhan Take Oath By PTI Apr 3, 2018 http://odishatv.in/nation/41-newly-elected-rs-members-including-dharmendra-pradhan-take-oath-285969 Archived 2018-04-06 at the Wayback Machine.
  4. "Press: Sh. Dharmendra Pradhan & Sh. Murlidhar Rao given addl. responsibility". Indian Express. 18 August 2011.

ବାହାର ଲିଙ୍କ ସମ୍ପାଦନା

ଫେସବୁକରେ ଧର୍ମେନ୍ଦ୍ର ପ୍ରଧାନ