ସଞ୍ଜୀବ କୁମାର ସାହୁ
ସଞ୍ଜୀବ କୁମାର ସାହୁ (ଜନ୍ମ: ୨ ମଇ ୧୯୬୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସଞ୍ଜୀବ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଛନ୍ତି । ୨୦୦୩ ମସିହାରେ ବୀରମହାରାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ ନିର୍ବାଚନରେ ସେ ୧୨ଶ ଓ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୪, ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବୀରମହାରାଜପୁର ଓ ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ସଞ୍ଜୀବ କୁମାର ସାହୁ | |
---|---|
ବିଧାୟକ: ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୯ | |
ପୂର୍ବ ଅଧିକାରୀ | ନଗେନ୍ଦ୍ର କୁମାର ପ୍ରଧାନ |
ପର ଅଧିକାରୀ | ରମେଶ ଚନ୍ଦ୍ର ସାଇ |
ନିର୍ବାଚନ ମଣ୍ଡଳୀ | ଆଠମଲ୍ଲିକ |
ବିଧାୟକ: ୧୨ଶ (ଉପ), ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୯ ସେପ୍ଟେମ୍ବର ୨୦୦୩ – ୨୦୦୯ | |
ପୂର୍ବ ଅଧିକାରୀ | ରାମଚନ୍ଦ୍ର ପ୍ରଧାନ |
ପର ଅଧିକାରୀ | ପଦ୍ମନାଭ ବେହେରା |
ନିର୍ବାଚନ ମଣ୍ଡଳୀ | ବୀରମହାରାଜପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨ ମଇ ୧୯୬୦ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଉଷାରାଣୀ ସାହୁ |
ବାପା/ବୋଉ | ଦଶରଥ ସାହୁ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା
ସଞ୍ଜୀବ କୁମାର ସାହୁ ୧୯୬୦ ମସିହାର ମଇ ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦଶରଥ ସାହୁ ଓ ପତ୍ନୀଙ୍କ ନାମ ଉଷାରାଣୀ ସାହୁ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୧]
ରାଜନୈତିକ ଜୀବନ ସମ୍ପାଦନା
ସଞ୍ଜୀବ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଛନ୍ତି ।[୧]
ଆଧାର ସମ୍ପାଦନା
- ↑ ୧.୦ ୧.୧ ୧.୨ "Shri Sanjeeb Kumar Sahoo". odishaassembly.nic.in. Odisha Assembly. Retrieved 7 July 2020.