ତୁ ମୋ ସୁନା ତୁ ମୋ ହୀରା
ତୁ ମୋ ସୁନା ତୁ ମୋ ହୀରା, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜୟଦେବ ମଣ୍ଡଳ । ଚିନ୍ମୟୀ ମହାନ୍ତି ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ରଜନୀ ରଞ୍ଜନ କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨] ରାଜୀବ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩][୪][୫][୬] ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ନିଜାମ୍ ପବିତ୍ର ପ୍ରଧାନ, ରଜନୀ ରଞ୍ଜନ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । କୁମାର ବାପି, ତପୁ ମିଶ୍ର, ଅରବିନ୍ଦ ମୁଦୁଲି ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ତୁ ମୋ ସୁନା ତୁ ମୋ ହୀରା | |
---|---|
ନିର୍ଦ୍ଦେଶକ | ରାଜୀବ ମହାନ୍ତି |
ପ୍ରଯୋଜକ | ଜୟଦେବ ମଣ୍ଡଳ |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ରାଜୀବ ମହାନ୍ତି |
କାହାଣୀ | ଚିନ୍ମୟୀ ମହାନ୍ତି |
କଳାକାର | ବବି ମିଶ୍ର ପ୍ରିୟଙ୍କା ହଳଧର କୁନା ତ୍ରିପାଠୀ ସ୍ନିଗ୍ଧା ମହାନ୍ତି |
ସଙ୍ଗୀତ | ପ୍ରଶାନ୍ତ ପାଢ଼ୀ |
ସମ୍ପାଦକ | କୁନା ରାଉଳ |
ମୁକ୍ତିଲାଭ ତାରିଖ | ୧ ଜାନୁଆରୀ ୨୦୧୩ |
ଦେଶ | ![]() |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବବି ମିଶ୍ର ଏବଂ ପ୍ରିୟଙ୍କା ହଳଧର । କୁନା ତ୍ରିପାଠୀ, ସ୍ନିଗ୍ଧା ମହାନ୍ତି, ମୁନା ଖାନ୍, ରୋମି, ପୁଷ୍ପା ପଣ୍ଡା, ଦେବୁ ବ୍ରହ୍ମା, ଭଗବାନ, ସୋନାଲୀ ମୋନାଲିସା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]
ଅଭିନୟସମ୍ପାଦନ କରନ୍ତୁ
- ବବି ମିଶ୍ର
- ପ୍ରିୟଙ୍କା ହଳଧର
- କୁନା ତ୍ରିପାଠୀ
- ସ୍ନିଗ୍ଧା ମହାନ୍ତି
- ମୁନା ଖାନ୍
- ରୋମି
- ପୁଷ୍ପା ପଣ୍ଡା
- ଦେବୁ ବ୍ରହ୍ମା
- ଭଗବାନ
- ସୋନାଲୀ ମୋନାଲିସା
କାହାଣୀସମ୍ପାଦନ କରନ୍ତୁ
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀ । ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ନିଜାମ, ପବିତ୍ର ପ୍ରଧାନ ଏବଂ ରଜନୀ ରଞ୍ଜନ । କୁମାର ବାପି, ତପୁ ମିଶ୍ର, ଅରବିନ୍ଦ ମୁଦୁଲି ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।[୨]
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|---|---|
1. | "ତ'ର ଆଖିରେ" | |
2. | "ମାଇଁ ହାର୍ଟ ସେଜ୍" | |
3. | "ଯବାନୀ" | |
4. | "ଏଇ ଜୀବନରେ" | |
5. | "ଏଇ ଜୀବନରେ ମୋର" | |
6. | "ଛଳନାର ମିଠା ଜହର" | |
7. | "ବନ୍ଧୁଟିଏ ଥିଲି ତୋର" |
ପୁରସ୍କାର ଏବଂ ସମ୍ମାନସମ୍ପାଦନ କରନ୍ତୁ
୨୪ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଏହି କଥାଚିତ୍ରଟିର କାହାଣୀକାର ଚିନ୍ମୟୀ ମହାନ୍ତିଙ୍କୁ ଶ୍ରେଷ୍ଠ କାହାଣୀ ପୁରସ୍କାର ମିଳିଥିଲା, ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବରେ ତପୁ ମିଶ୍ରଙ୍କୁ ପୁରସ୍କାର ମିଳିଥିଲା, ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଭାବରେ ପୁଷ୍ପା ପଣ୍ଡା ଓ ଶ୍ରେଷ୍ଠ ହାସ୍ୟ କଳାକାର ଭାବରେ ହୃଷିଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ସ୍ନିଗ୍ଧା ମହାନ୍ତିଙ୍କୁ ସ୍ୱତନ୍ତ୍ର ଜୁରୀ ପୁରସ୍କାର ମିଳିଥିଲା ।[୭][୮]
ଆଧାରସମ୍ପାଦନ କରନ୍ତୁ
- ↑ "New Year bodes well for Ollywood". Times Of India. 3 January 2013. Retrieved 7 October 2017.
- ↑ ୨.୦ ୨.୧ ୨.୨ "Tu Mo Suna Tu Mo Hira – Oriya Film". NewOdisha.in. 2 January 2013. Retrieved 7 October 2017.
- ↑ "ପୁଣି ଓଲିଉଡରେ ଏକ ନୂଆ ଏବଂ ଫ୍ରେସ୍ ଯୋଡ଼ି | Sambad". Sambad (in Odia). Odisha. 25 September 2018. Archived from the original on 2 October 2018. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ "ନିର୍ଦ୍ଦେଶକଙ୍କ ଅଭିନୟ". ସମାଜ (ରବିବାର). ୧୨ ଅଗଷ୍ଟ ୨୦୧୮. Archived from the original on 11 August 2018. Retrieved 11 August 2018.
{{cite news}}
: Check date values in:|date=
(help) - ↑ "Tu Mo Suna Tu Mo Hira". NuaOdisha.com. Retrieved 7 October 2017.
- ↑ "'ତୁ ମୋର ନିହାତି ଦରକାର'ରେ ଓଲିଉଡକୁ ଆସୁଛନ୍ତି ଏହି ନୂଆ ଯୋଡ଼ି | Sambad". Sambad. 24 August 2018. Retrieved 31 August 2018.
- ↑ "୨୪ତମ ରାଜ୍ୟ ଚଳଚ୍ଚିତ୍ର ଓ ପ୍ରଥମ ଟେଲି ପୁରସ୍କାର ଘୋଷିତ". Rourkelacity. 10 December 2013. Retrieved 7 October 2017.
- ↑ "ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ ଟେଲି ପୁରସ୍କାର ଘୋଷଣା". ଓଡ଼ିଶାନ୍y. 10 December 2013. Retrieved 7 October 2017.
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ତୁ ମୋ ସୁନା ତୁ ମୋ ହୀରା