ପ୍ରଶାନ୍ତ ପାଢ଼ୀ

ଓଡ଼ିଆ ସଙ୍ଗୀତକାର, ଗାୟକ

ପ୍ରଶାନ୍ତ ପାଢୀ (ଜନ୍ମ: ୨୬ ଜୁନ ୧୯୬୧), ଜଣେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ । ସେ ଉଭୟ ଭଜନ ଓ ଆଧୁନିକ ଗୀତର ଆଲବମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ କଣ୍ଠଦାନ ମଧ୍ୟ କରିଛନ୍ତି । ୨୦ଟିରୁ ଅଧିକ ଓଡ଼ିଆ କଥାଚିତ୍ର ଓ ଅନେକ ବଙ୍ଗଳା କଥାଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି ।

ପ୍ରଶାନ୍ତ ପାଢ଼ୀ
ଜନ୍ମ ଓ ଜନ୍ମସ୍ଥାନ୨୬ ଜୁନ ୧୯୬୧(1961-06-26)
ଜାତୀୟତା ଭାରତୀୟ
ଶିକ୍ଷାସ୍ନାତକ
ଶିକ୍ଷାନୁଷ୍ଠାନଏମ.ଆର. ହାଇସ୍କୁଲ ସୋନପୁର, ଶ୍ରୀ କୃଷ୍ନଚନ୍ଦ୍ର ଗଜପତି ମହାବିଦ୍ୟାଳୟ ପାରଳାଖେମୁଣ୍ଡି
ପ୍ରସିଦ୍ଧିଓଡ଼ିଆ ଗାୟକ ଓ ସଂଗୀତକାର[୧]

ବ୍ୟକ୍ତିଗତ ଜୀବନସମ୍ପାଦନ କରନ୍ତୁ

ପ୍ରଶାନ୍ତ ୧୯୬୧ ମସିହା, ଜୁନ ୨୬ ତାରିଖରେ ଓଡ଼ିଶାର ପାରଳାଖେମୁଣ୍ଡି ଅନ୍ତର୍ଗତ ଦେବିତୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିଇତାମାତାଙ୍କର ସଙ୍ଗୀତ ପ୍ରତି ଭଲପାଇବା ଥିଲା । ପିତା ଜଣେ କୃଷ୍ଣଲିଳା ଓ କୀର୍ତ୍ତନ ଗାୟକ ମଧ୍ୟ ଥିଲେ । ପିଲାଟି ଦିନରୁ ପ୍ରଶାନ୍ତ ସଙ୍ଗୀତ ଓ ହାରମନିୟମ ବଜାଇବା ପାଇଁ ମଧ୍ୟ ଶିକ୍ଷାରମ୍ଭ କରିଥିଲେ । ମଞ୍ଚଶ୍ରୀ ସତ୍ୟନାରାୟଣ ପଣ୍ଡା, କିଶୋର ପଟ୍ଟନାୟକ, ଉମାମଣି ପଟ୍ଟନାୟକ, ଭକ୍ତବତ୍ସଳ ପାତ୍ର, ପୁଷ୍ପାବେଣୀ ପଟ୍ଟନାୟକ ଓ ଗୁରୁ ଗୋଷ୍ଠଚନ୍ଦ୍ର ପାତ୍ର ଆଦି ଗୁରୁଙ୍କଠାରୁ ସେ ସଙ୍ଗୀତ ଶିକ୍ଷାଲାଭ କରିଥିଲେ । ସେ ସୋନପୁରର ଏମ.ଆର. ହାଇସ୍କୁଲରେ ପାଠ ପଢ଼ିଥିଲେ ଓ ପାରଳାଖେମୁଣ୍ଡିର ଶ୍ରୀ କୃଷ୍ନଚନ୍ଦ୍ର ଗଜପତି ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ ।

ବୃତ୍ତିଗତ ଜୀବନସମ୍ପାଦନ କରନ୍ତୁ

ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବାପରେ, ଶିଳ୍ପ ବିଭାଗରେ ଚାକିରୀ ପାଇଥିଲେ ଓ କଟକରେ ଇଣ୍ଡଷ୍ଟ୍ରୀ ପ୍ରମୋଶନ ଅଫିସର ଭାବରେ ଚାକିରୀ ଆରମ୍ଭ କରିଥିଲେ । ଏଠାରେ ସେ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡାଙ୍କଠାରୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ । କଟକରେ ଚାକିରୀ କରିବା ତାଙ୍କ ସଙ୍ଗୀତ ସାଧନା ଦିଗରେ ସହଯୋଗୀ ହୋଇଥିଲା ଓ ସଙ୍ଗୀତ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିବାରେ ସେ ସମର୍ଥ ହୋଇଥିଲେ । କ୍ରମେ ସଙ୍ଗୀତ କ୍ଷେତ୍ରରେ ତାଙ୍କର ବ୍ୟସ୍ତତା ବଢ଼ିବାରୁ ସେ ଚାକିରୀ ଛାଡ଼ିଦେଇଥିଲେ ।

ପ୍ରଶାନ୍ତ, ଭଜନ ଆଲବମରେ ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଭାବରେ ନିଜ କର୍ମଜୀବନ ଆରମ୍ଭ କରିଥିଲେ ଓ ସଫଳତା ମଧ୍ୟ ଅର୍ଜନ କରିଥିଲେ । ଭଜନ ବ୍ୟତିତ ବହୁ ଆଧୁନିକ ଆଲବମରେ ମଧ୍ୟ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ୨୦୦୮ ମସିହାରେ, ନନ୍ଦିନୀ ଆଇ ଲଭ ୟୁ ଚଳଚ୍ଚିତ୍ର ମାଧ୍ୟମରେ ସେ ଓଡ଼ିଆ ସିନେମା ଜଗତକୁ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ରର ସଙ୍ଗୀତ ଖୁବ ଲୋକପ୍ରିୟ ହୋଇଥିଲା ଓ ତାଙ୍କୁ ଲୋକଲୋଚନକୁ ଆଣିଦେଇଥିଲା ।[୨] ୧୯୯୦ ମସିହାରେ ସେ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ମାନ୍ୟତା ପାଇଥିଲେ ।[୩]

ଓଡ଼ିଆ କଥାଚିତ୍ରକୁ ଅବଦାନସମ୍ପାଦନ କରନ୍ତୁ

କଥାଚିତ୍ର ଭୂମିକା ନିର୍ଦ୍ଦେଶକ ବର୍ଷ ପୁରସ୍କାର
ଏମିତି ବି ପ୍ରେମ ହୁଏ ସଙ୍ଗୀତକାର ନିଶିକାନ୍ତ ଦଳବେହେରା ୨୦୧୨
ମୁ ପ୍ରେମୀ ମୁ ପାଗଳ ସଙ୍ଗୀତକାର ନିଶିକାନ୍ତ ଦଳବେହେରା ୨୦୧୧
ଏ ମନ ଖୋଜେ ମନଟିଏ ସଙ୍ଗୀତକାର ରଞ୍ଜନ ମିଶ୍ର ୨୦୧୧
ଭୁଲ ବୁଝିବନି ମତେ ସଙ୍ଗୀତକାର କୁନାଳ ପଟ୍ଟନାୟକ ୨୦୧୧
ମନ ମୋର ପ୍ରଜାପତି ସଙ୍ଗୀତକାର ଅନାମ ଚରଣ ସାହୁ ୨୦୧୧
ସଞ୍ଜୁ ଆଉ ସଞ୍ଜନା ସଙ୍ଗୀତକାର ଅଶୋକ ପତି ୨୦୧୦
ମିତରେ ମିତ ସଙ୍ଗୀତକାର ସୁଧାକର ବସନ୍ତ ୨୦୧୦
ଡ୍ରିମ୍ ଗାର୍ଲ ସଙ୍ଗୀତକାର ଅଶୋକ ପତି ୨୦୦୯
ପ୍ରେମ ରୋଗୀ ସଙ୍ଗୀତକାର ଅଶୋକ ପତି ୨୦୦୯
ନନ୍ଦିନୀ ଆଇ ଲଭ ୟୁ ସଙ୍ଗୀତକାର ଅଶୋକ ପତି ୨୦୦୮

ସମ୍ମାନସମ୍ପାଦନ କରନ୍ତୁ

  • ବାଣିଚିତ୍ର ସମ୍ମାନ - ୨୦୦୮[୪]
  • ବାଣିଚିତ୍ର ସମ୍ମାନ - ୨୦୦୯[୫]
  • ତରଙ୍ଗ ସିନେ ସମ୍ମାନ - ୨୦୧୦[୬]

ଆଧାରସମ୍ପାଦନ କରନ୍ତୁ

  1. http://www.telegraphindia.com/1110809/jsp/orissa/story_14334871.jsp
  2. http://www.odishaviews.in/prasant-padhi-a-versatile-music-directorcomposer-and-accomplished-singer/
  3. "ପ୍ରଥମ ରୋଜଗାର". No. ଧରିତ୍ରୀ ଛୁଟିଦିନ ୨-୮, ୨୦୨୨ ପୃଷ୍ଠା ୯. ଧରିତ୍ରୀ. ଧରିତ୍ରୀ. Archived from the original on 11 January 2022. Retrieved 11 January 2022.
  4. http://www.hindu.com/2009/06/15/stories/2009061550470200.htm
  5. http://www.hindu.com/2010/06/09/stories/2010060957580200.htm
  6. http://www.thehindu.com/todays-paper/tp-national/tp-otherstates/article1516367.ece

ବାହାର ଆଧାରସମ୍ପାଦନ କରନ୍ତୁ