ଜଣେ ମନୁଷ୍ୟର କୌଣସି ଏକ ରୋଗ ନିମିତ୍ତ ପ୍ରତିରୋଧକ ଶକ୍ତି ବଢାଇବା ନିମିତ୍ତ ଟିକାକରଣ ହୋଇଥାଏ । ବାୟୁ, ଜଳ ଏବଂ ଖାଦ୍ୟଦ୍ୱାରା ଡ଼େଉଁଥିବା ରୋଗଗୁଡ଼ିକରୁ ବଞ୍ଚିବା ପାଇଁ ମୁଖ୍ୟତଃ ଟିକା ଦିଆ ଯାଇଥାଏ। ପୂର୍ବରୁ ବସନ୍ତ ରୋଗରେ ବହୁ ଜୀବନହାନୀ ଘଟୁଥିଲା, ହେଲେ ବର୍ତ୍ତମାନ ବସନ୍ତ ପ୍ରତିରୋଧକ ଟିକା ନେବାଦ୍ୱାରା ବସନ୍ତ ରୋଗ ସମ୍ପୂର୍ଣ ଲୋପ ପାଇଯାଇଛି। ସେହିପରି ପୋଲିଓ, ମିଳିମିଳା ଏବଂ ଟିଟାନାସ ରୋଗଗୁଡ଼ିକ ମଧ୍ୟ ଧୀରେ ଧୀରେ ଲୋପ ହେବାକୁ ବସିଲାଣି । 

ଟିକାକରଣ
ହସ୍ତକ୍ଷେପ
Vaccination-polio-india.jpg
ପିଲାଟିଏ ପୋଲିଓ ବୁନ୍ଦା ଖାଉଥିବା ଛବି 
ICD-9-CMଛାଞ୍ଚ:ICD9proc-ଛାଞ୍ଚ:ICD9proc

କାର୍ଯ୍ୟକ୍ରମ ପଦ୍ଧତି ସମ୍ପାଦନ କରନ୍ତୁ

 
ପୋଲିଓ ଟିକାକରଣ ସ୍ୱିଡ଼େନ ରେ ୧୯୭୨ ମସିହାରୁ ଆରମ୍ଭ ହୋଇଥିଲା 

ସାଧାରଣତଃ ଗୋଟିଏ ମଣିଷ ବା ପଶୁପକ୍ଷୀଠାରୁ ଆଉଗୋଟିଏ ଲୋକକୁ ଡ଼େଉଁଥିବା ରୋଗରୁ ବଞ୍ଚିବାର ପ୍ରତିକାର ନିମିତ୍ତ କୁତ୍ରିମ ଉପାୟରେ ରୋଗ ପ୍ରତିରୋଧକ ଶକ୍ତି ପ୍ରୟୋଗ କରାଯାଇଥାଏ । ବିଭିନ୍ନପ୍ରକାରରେ ଏହି ରୋଗ ପ୍ରତିରୋଧକକୁ ଟିକାକରଣଦ୍ୱାରା ମନୁଷ୍ୟ ଶରୀରକୁ ପ୍ରୟୋଗ କରାଯାଇପାରେ ।

କିଛି ଟିକା, ଲୋକ ରୋଗୀଣା ହେବାର ପରେ ଦିଆଯାଇଥାଏ । ବସନ୍ତ ରୋଗ ସଂକ୍ରମଣ ହେବାର ତିନିଦିନ ମଧ୍ୟରେ ଟିକା ଦିଆଗଲେ ରୋଗଟି ପୁରା ଭଲ ହୋଇଯାଇଥାଏ, ଯଦି ବସନ୍ତ ରୋଗ ସଂକ୍ରମଣର ଗୋଟିଏ ସପ୍ତାହ ପରେ ଟିକା ଦିଆଯାଏ, ତେବେ ରୋଗର ପରିଣାମ ବହୁ ମାତ୍ରାରେ କମେଇ ଦିଆଯାଇପାରେ। ପାଗଳା କୁକୁର କାମୁଡ଼ିବାଦ୍ୱାରା ରାବିଜ ରୋଗ ହୋଇଥାଏ ।  ଲଗାତାର ୧୪ଦିନ ଧରି ପ୍ରତ୍ୟେକ ଦିନ ଚାରିଥର ରାବିଜ ଟିକା ନେଲେ ଏହି ରୋଗଟି ଭଲ ହୋଇଯାଇଥାଏ।[୧] ଅନ୍ୟ ଉଦାହରଣ ମଧ୍ୟରେ ଏଡ଼ସ, କର୍କଟ ଏବଂ ଆଲଜିମର ରୋଗ ଅନ୍ୟତମ।

କେତେକ ସାଧାରଣ ସଂକ୍ରାମିତ ରୋଗ ଯେପରିକି ମିଳିମିଳା ଏବଂ ରୁବେଲା ନିମିତ୍ତ ଓଡ଼ିଶାରେ ଟିକାକରଣ ଯୋଜନା ଜାନୁୟାରୀ ୨୯ ତାରିଖରୁ ଆରମ୍ଭ ହୋଇଥିଲା, ଏଥିରେ ପାଖାପାଖି ଏକ କୋଟି ପିଲାମାନଙ୍କୁ ଟିକା ଦିଆଯାଇଥିଲା ।[୨][୩][୪]

ଏହି ଯୋଜନାରେ ଶତକଡ଼ା ୯୮ ଭାଗ ଶିଶୁଙ୍କୁ ଏହି ଟିକା ପ୍ରଦାନକରି ଓଡ଼ିଶା ସମଗ୍ର ଭାରତରେ ପ୍ରଥମ ସ୍ଥାନ ଅର୍ଜନ କରିଥିଲା ।[୫]

ଶିଶୁ ଟିକାକରଣର ମହତ୍ୱ ଏବଂ ଗୁରୁତ୍ୱସମ୍ପାଦନ କରନ୍ତୁ

ବର୍ତ୍ତମାନର ଯୁଗରେ ଜନ୍ମହେବାଠାରୁ ପ୍ରାୟ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ନାନାଦି ଟିକା ଦେଇ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଯାଇଥାଏ । ଟିକାକରଣ କାହିଁକି ହୁଏ ତାହା ନିମ୍ନରେ କିଛି ଉଦାହରଣ ଦିଆହୋଇଛି ।[୬][୭][୮]

  • ମା ଏବଂ ବାପା ତାଙ୍କ ଶିଶୁକୁ ସୁସ୍ଥସବଳ ଏବଂ ଭବିଷ୍ୟତ ରୋଗରୁ ରକ୍ଷା କରିବା ନିମିତ୍ତ ଯାହା ହୋଇପାରେ ଚେଷ୍ଟା କରିବାକୁ ପଛାନ୍ତି ନାହିଁ । ଟିକାକରଣଦ୍ୱାରା ଏହା ସମ୍ଭବ ।
  • କେତେକ ଗୁରୁତ୍ୱପୂର୍ଣ୍ଣ ରୋଗଯନ୍ତ୍ରଣାରୁ ଟିକାକରଣ ରକ୍ଷା କରିଥାଏ, ଯେପରିକି ହାତ ବା ଗୋଡ଼ରେ ବିକଳଙ୍ଗତା, ଶୃତିଶକ୍ତି ଲୋପ, ମସ୍ତିଷ୍କ ଦୋଷ ଏବଂ ମୃତ୍ୟୁ ଆଦିରୁ ରକ୍ଷା କରିଥାଏ ।
  • କେତେକ ସାଧାରଣ ରୋଗ ଯେପରି ମିଳିମିଳା, ଲହରା କାଶରୁ ଏବେବି ବହୁ ଶିଶୁ ମୃତ୍ୟୁହାର ଘଟୁଅଛି । ଶିଶୁ ଅବସ୍ଥାରେ ଟିକାକରଣଦ୍ୱାରା ଏହାକୁ ରୋକା ଯାଇପାରିବ ।
  • ଟିକାକରଣ ନିରାପଦ ଏବଂ ବିପଦମୁକ୍ତ ଅଟେ । ପ୍ରତି ଟିକାକୁ ବାହୁବର୍ଷଧରି ଯତ୍ନର ସହ ପରୀକ୍ଷା କରିବାପରେ ଜନ ସମାଜରେ ପ୍ରୟୋଗ କରାଯାଇଥାଏ ।
  • ରୋଗରେ ପଡ଼ି ଡାକ୍ତରଖାନା ଯାଇ ସମୟହାନୀ, ଅର୍ଥ ନଷ୍ଟ ଓ ପ୍ରାଣପୀଡ଼ା ନକରି ମୁଳୁରୁ ରୋଗଟିକୁ ମାରିଦେବା ଭଲ। ମୁଳୁ ମାଇଲେ ଯିବ ସରି , ଦେବଙ୍କ ସଙ୍ଗେ କିମ୍ପା କଳି । ରୋଗ ଚିକିତ୍ସାଠାରୁ ପ୍ରତିରୋଧ ଭଲ ।
  • ଭବିଷ୍ୟତର ପିଢ଼ି ମାନଙ୍କ ନିମିତ୍ତ ମଧ୍ୟ ଟିକାକରଣ ଭଲ ଅଟେ। ଉଦାହରଣ ସ୍ୱରୂପ ବସନ୍ତ ରୋଗ ପୃଥିବୀରୁ ଲୋପ ପାଇଯାଇଛି, ବର୍ତ୍ତମାନ ଆପଣଙ୍କ ଶିଶୁକୁ ବସନ୍ତ ରୋଗ ହେବାର କୌଣସି ସମ୍ଭାବନା ନାହିଁ କିମ୍ବା ଭବିଷ୍ୟତର ପିଢୀଗୁଡିକୁ ମଧ୍ୟ ବସନ୍ତ ଟିକା ଦେବା ଅନାବଶ୍ୟକ।

ଟିକାକରଣ କରାହେଉଥିବା ରୋଗସମ୍ପାଦନ କରନ୍ତୁ

ପୃଥିବୀରେ ଟିକାଦ୍ୱାରା ଭଲ ହେଇପାରୁଥିବା ପ୍ରମୁଖ ରୋଗଗୁଡ଼ିକ ବିଷୟରେ ନିମ୍ନରେ ତାଲିକା ପ୍ରଦାନ କରାଯାଇଛି ଓ ଟିକାମାନଙ୍କର ନାମ ଦର୍ଶାଯାଇଛି ।[୯]

ପାର୍ଶ୍ୱ ପ୍ରତିକ୍ରିୟାସମ୍ପାଦନ କରନ୍ତୁ

ସିଡିସି ସଂସ୍ଥା (Centers for Disease Control and Prevention (CDC)) ଏକ ଚିଠାରେ ଟିକାମାନଙ୍କର ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟାମାନ ଲେଖିଛନ୍ତି । ବିଭିନ୍ନ ଟିକାର ଭିନ୍ନ ଭିନ୍ନ ପାର୍ଶ୍ୱ ପ୍ରତିକ୍ରିୟା ହୁଏ କିନ୍ତୁ ନିମ୍ନରେ କେତେକ ଶୈଶବରେ ହେଉଥିବା ରୋଗମାନଙ୍କର ଟିକାର ପାର୍ଶ୍ୱ ପ୍ରତିକ୍ରିୟା ବିଷୟ ଲେଖାଯାଇଛି ।

ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା (ସାଧାରଣ)

  • ସାମାନ୍ୟ ଜ୍ୱର (୪ରେ ୧)
  • ଲାଲ ଦେଖାଯିବା, ଘାଆ, ଇଞ୍ଜେକସନ ଦିଆଯାଇଥିବା ସ୍ଥାନରେ ଫୁଲା (୪ରେ ୧)
  • ଥକ୍କାଣ, ଅରୁଚି (୧୦ରେ ୧)
  • ବାନ୍ତି(୫୦ରେ ୧)

ମଧ୍ୟମ ପାର୍ଶ୍ୱ ପ୍ରତିକ୍ରିୟା (ସାଧାରଣ ନୁହେଁ)

  • ବାତ (୧୪,୦୦୦ରେ ୧)
  • ଅତ୍ୟଧିକ ଜ୍ୱର (୧୦୫ °ଫା) (୧୬,୦୦୦ରେ ୧)

ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା (କ୍ୱଚିତ)

  • ସାଂଘାତିକ ଆଲର୍ଜି (୧,୦୦୦,୦୦୦ରେ ୧)
  • ଦୀର୍ଘକାଳୀନ ବାତ, ଲୋମା ଓ ମସ୍ତିଷ୍କ ନଷ୍ଟ ସମସ୍ୟା ହୋଇପାରେ କିନ୍ତୁ ସେଗୁଡ଼ିକ ଏତେ ଦୁର୍ଲଭ ଯେ ତାହା ଟିକା ଯୋଗୁ କି ଅନ୍ୟ କାରଣ ଯୋଗୁ, ତାହା କ‌ହିବା ସମ୍ଭବପର ନୁହେଁ ।

ଆହୁରି ପଢ଼ନ୍ତୁସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ