ଇନଫ୍ଲୁଏଞ୍ଜା ଟିକା

ଇନଫ୍ଲୁଏଞ୍ଜା ଟିକା ଏକ ପ୍ରକାର ଟିକା ଯାହା ଇନଫ୍ଲୁଏଞ୍ଜା ରୋଗରୁ ସୁରକ୍ଷା ନିମନ୍ତେ ଦିଆଯାଏ ।[୨] ପ୍ରତି ଦୁଇ ବର୍ଷରେ ଥରେ ଏହି ଟିକାର ନୂଆ ସଂସ୍କରଣ ତିଆରି ହୁଏ ଯେହେତୁ ଇନଫ୍ଲୁଏଞ୍ଜା ଭୁତାଣୁ ଶୀଘ୍ର ପରିବର୍ତ୍ତିତ ହୁଏ ।[୨] ଅଧିକାଂଶ ଟିକା ସାମାନ୍ୟରୁ ଉଚ୍ଚ ସୁରକ୍ଷା ପ୍ରଦାନ କରେ କିନ୍ତୁ ଏହା ପ୍ରତି ବର୍ଷ ବଦଳେ ।[୨][୩] ୬୫ ବର୍ଷିଆନ ଲୋକଙ୍କଠାରେ ଏହାର କାର୍ଯ୍ୟକାରୀତା ଦୁର୍ବଳ ।[୪][୫] ଏହି ରୋଗ ଯୋଗୁ ହାରାହାରି ଅଧା ଦିନର କାମହାନୀ ହୁଏ । [୬] ଟିକା ନେଇଥିବା ପିଲାଙ୍କ ସଂସ୍ପର୍ଶରେ ଆସୁଥିବା ପିଲାଙ୍କର ମଧ୍ୟ ସୁରକ୍ଷା ହୁଏ । [୨]

ଇନଫ୍ଲୁଏଞ୍ଜା ଟିକା
ଆମେରିକାର ନେଭି ଲୋକମାନେ ଇନଫ୍ଲୁଏଞ୍ଜା ଟିକା ନେଉଛନ୍ତି ।
Vaccine description
Target diseaseinfluenza virus
Type?
Clinical data
Trade namesFluarix, Fluzone, others
AHFS/Drugs.commonograph
Pregnancy
category
Routes of
administration
IM, intranasal
ATC code
Legal status
Legal status

ଉଭୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ମିଳିତ ଭାବରେ ସମସ୍ତଙ୍କୁ ୬ମାସ ବୟସ ପରେ ବାର୍ଷିକ ଥରେ ଏହି ଟିକା ନେବାକୁ ସୁପାରିସ କରନ୍ତି ।[୨][୭] ବିଶେଷତଃ ଗର୍ଭାବସ୍ଥାରେ, ୬ ମାସରୁ ୫ ବର୍ଷ ବୟସ ମଧ୍ୟରେ, ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିଲେ, ସ୍ଥାନୀୟ ଆମେରିକା ଲୋକ ଓ ସ୍ୱାସ୍ଥ୍ୟକର୍ମୀମାନେ ନିତାନ୍ତ ଏହି ଟିକା ନେବା ଉଚିତ ।[୧][୨]

ଏହି ଟିକା ସାଧାରଣତଃ ନିରାପଦ । ୫ରୁ ୧୦% ପିଲାଙ୍କର ଜ୍ୱର ମାଂସପେଶୀ ଯନ୍ତ୍ରଣା ହୁଏ ଓ ଥକ୍କା ଲାଗେ । ଅଧିକ ବୟସର ଲୋକଙ୍କ ଭିତରେ ଏକ ନିୟୁତରେ ଜଣକୁ ଗୁଲେନ-ବାରେ ସିଣ୍ଡ୍ରୋମ ହୁଏ । ଅଣ୍ଡା ପ୍ରତି ଅତ୍ୟଧିକ ଆଲର୍ଜି (ଆନାଫାଇକ୍‌ସିସ୍) ଥିବା ଲୋକ‌ଙ୍କୁ ଓ ପୂର୍ବ ସଂସ୍କରଣ ଥିବା ଟିକା ଦେବାକୁ ନିଷେଧ କରାଯାଏ । ଦୁଇ ପ୍ରକାର ଟିକା ମିଳେ, ନିଷ୍କ୍ରିୟ ଓ ଦୁର୍ବଳ ଭୁତାଣୁ । ଗର୍ଭିଣୀମାନଙ୍କୁ ନିଷ୍କ୍ରିୟ ଭୁତାଣୁ ଟିକା ଦିଆଯାଏ । ଏହା ତିନି ଆକାରରେ ମିଳେ: ମାଂସପେଶୀରେ ଇଞ୍ଜେକସନ, ନାକ ସ୍ପ୍ରେ ବା ଫୁଆରା ଆକାର ବା ଚର୍ମ ମଧ୍ୟଭାଗରେ ଦିଆଯାଉଥିବା ଇଞ୍ଜେକସନ ଆକାର ।[୨]

ଇନଫ୍ଲୁଏଞ୍ଜା ନିମନ୍ତେ ଟିକା ଦେବା ସନ ୧୯୩୦ରେ ଆରମ୍ଭ ହେଲେ ମଧ୍ୟ ଆମେରିକାରେ ବ‌ହୁଳ ଭାବରେ ସନ ୧୯୪୫ରେ ଆରମ୍ଭ ହେଲା ।[୮][୯] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧୦] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ୫.୨୫ ଡଲାର ଥିଲା । [୧୧] ଆମେରିକାରେ ଏହାର ମୂଲ୍ୟ୨୫ ଆମେରିକୀୟ ଡଲାରରୁ କମ୍ । [୧୨]

ଆଧାର ସମ୍ପାଦନା

  1. ୧.୦ ୧.୧ "Influenza Virus Vaccine Inactivated". The American Society of Health-System Pharmacists. Retrieved Jan 8, 2015.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Vaccines against influenza WHO position paper – November 2012" (PDF). Wkly Epidemiol Rec. 87 (46): 461–76. 2012 Nov 23. PMID 23210147. {{cite journal}}: Check date values in: |date= (help)
  3. Manzoli L; Ioannidis JP; Flacco ME; De Vito C; Villari P (July 2012). "Effectiveness and harms of seasonal and pandemic influenza vaccines in children, adults and elderly: a critical review and re-analysis of 15 meta-analyses". Hum Vaccin Immunother. 8 (7): 851–62. doi:10.4161/hv.19917. PMC 3495721. PMID 22777099. {{cite journal}}: Unknown parameter |name-list-format= ignored (|name-list-style= suggested) (help)
  4. Osterholm, MT; Kelley, NS; Sommer, A; Belongia, EA (Jan 2012). "Efficacy and effectiveness of influenza vaccines: a systematic review and meta-analysis". The Lancet. Infectious diseases. 12 (1): 36–44. doi:10.1016/S1473-3099(11)70295-X. PMID 22032844.
  5. Jefferson, T; Di Pietrantonj, C; Al-Ansary, LA; Ferroni, E; Thorning, S; Thomas, RE (Feb 17, 2010). "Vaccines for preventing influenza in the elderly". The Cochrane database of systematic reviews (2): CD004876. doi:10.1002/14651858.CD004876.pub3. PMID 20166072.
  6. Jefferson, T; Di Pietrantonj, C; Rivetti, A; Bawazeer, GA; Al-Ansary, LA; Ferroni, E (13 March 2014). "Vaccines for preventing influenza in healthy adults". The Cochrane database of systematic reviews. 3: CD001269. doi:10.1002/14651858.CD001269.pub5. PMID 24623315.
  7. "Who Should Get Vaccinated Against Influenza". U.S. Centers for Disease Control and Prevention. 2015-11-04. Retrieved 2015-12-08.
  8. Compans, Richard W. (2009). Vaccines for pandemic influenza. Dordrecht: Springer. p. 49. ISBN 9783540921653.
  9. Vaccine Analysis: Strategies, Principles, and Control. Springer. 2014. p. 61. ISBN 9783662450246.
  10. "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
  11. "Vaccine, influenza". International Drug Price Indicator Guide. Retrieved 6 December 2015.[permanent dead link]
  12. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 314. ISBN 9781284057560.