ଲହରା କାଶ ଟିକା
ଲହରା କାଶ ଟିକା ଏକ ପ୍ରକାର ଟିକା ଯାହା ଲହରା କାଶ ବା ହୁପିଙ୍ଗ କଫ୍ରୁ ସୁରକ୍ଷା ଦିଏ ।[୧] ଏହା ଦୁଇ ପ୍ରକାର ମିଳେ: ସମୁଦାୟ ଜୀବକୋଷ ଟିକା ଓ କୋଷନିହୀନ ଟିକା ।[୧] ସମୁଦାୟ ଜୀବକୋଷ ଟିକା ପ୍ରାୟ ୭୮ % ଓ କୋଷନିହୀନ ଟିକା ୭୧ରୁ ୮୫ % ପ୍ରଭାବଶାଳୀ ।[୧][୨] ଟିକାମାନଙ୍କର ଉପାଦେୟତା ପ୍ରତି ବର୍ଷ ୨ରୁ ୧୦% କମୁଛି ବିଶେଷତଃ କୋଷବିହୀନ ଟିକା । ଗର୍ଭାବସ୍ଥାରେ ଟିକା ଦେଲେ ଶିଶୁକୁ ସୁରକ୍ଷା ମିଳେ ।[୧] ସନ ୨୦୦୨ରେ ଏହି ଟିକା ଯୋଗୁ ଅଧ ନିୟୁତ ଜୀବନ ରକ୍ଷା ପାଇଯାଇଥିଲା । [୩]
Vaccine description | |
---|---|
Target disease | Bordetella pertussis |
Type | ? |
Clinical data | |
MedlinePlus | a682198 |
ATC code | |
Legal status | |
Legal status |
|
Identifiers | |
ChemSpider |
|
(what is this?) (verify) |
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ସମସ୍ତ ପିଲାମାନଙ୍କୁ ଏହି ଟିକା ଦେବାକୁ ଓ ରୁଟିନ ଟିକା ଭାବରେ ଦେବାକୁ ସୁପାରସ କରନ୍ତି ।[୧][୪] ଏଚାଆଇଭି/ଏଆଇଡିଏସ ଥିଲେ ମଧ୍ୟ ଏହି ଟିକା ଦିଆଯାଇପାରେ । ୬ ସପ୍ତାହ ବୟସରୁ ଆରମ୍ଭ କରି ୩ ଡୋଜ ଦେବାକୁ ସୁପାରିସ କରାଯାଏ । ବଡ଼ ପିଲା ଓ ଯୁବକମାନଙ୍କୁ ଅଧିକ ଡୋଜ ଦିଆଯାଇପାରେ । ଏହା ଅନ୍ୟ ଟିକା ସହିତ ମିଶ୍ରିତ ଭାବରେ ମିଳେ । [୧]
ଅଳ୍ପ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ କୋଷନିହୀନ ଟିକା ବିକଶିତ ଦେଶମାନଙ୍କରେ ସାଧାରଣତଃ ବ୍ୟବହୃତ ହୁଏ । ସମୁଦାୟ ଜୀବକୋଷ ଟିକା ନେଉଥିବା ୧୦ରୁ ୫୦% ଲୋକଙ୍କର ଟିକା ନେବା ସ୍ଥାନ ଲାଲ ହୋଇଯାଏ ଓ ଜ୍ୱର ହୁଏ । ୧ % ପିଲାଙ୍କର ଜ୍ୱର ଜନିତ ବାତ ହୁଏ ଓ ଦୀର୍ଘ ସମୟ ଧରି କାନ୍ଦନ୍ତି । କୋଷନିହୀନ ଟିକା ନେଲେ ସାମୟିକ ବାହୁ ଫୁଲା ହୁଏ କିନ୍ତୁ ଏହା ବିପଦଜନକ ନୁହେଁ । ଉଭୟ ପ୍ରକାର ଟିକାରେ ପାର୍ଶ୍ୱ ପ୍ରତିକ୍ରିୟା ହୁଏ ବିଶେଷତଃ ସମୁଦାୟ ଜୀବକୋଷ ଟିକା ନେଲେ କିନ୍ତୁ ବୟସ କମ ଥିଲେ ଅଳ୍ପ ପ୍ରତିକ୍ରିୟା ହୁଏ । ସମୁଦାୟ ଜୀବକୋଷ ଟିକା ୬ ବର୍ଷ ବୟସ ପରେ ଦେବା ଉଚିତ ନୁହେଁ । ଦୀର୍ଘକାଳିନ ସ୍ନାୟୁଗତ ସମସ୍ୟା ଏହି ଟିକା ସହିତ ହୁଏ ନାହିଁ । [୧]
ଲହରା କାଶ ଟିକା ସନ ୧୯୨୬ରେ ପ୍ରଥମେ ପ୍ରସ୍ତୁତ କରାଯାଇଥିଲା ।[୫]ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଗୋଟିଏ ଟିକା ସଂସ୍କରଣରେ ଟିଟାନସ୍, ଲହରା କାଶ, ପୋଲିଓ, ଓ ଏଚଆଇବି ଟିକାର ମୂଲ୍ୟ ଡୋଜ୍ ପିଛା ୧୫.୪୧ ଡଲାର ଥିଲା । [୭]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Pertussis vaccines: WHO position paper - September 2015" (PDF). Wkly Epidemiol Rec. 90 (35): 433-58. 2015 Aug. PMID 26320265.
{{cite journal}}
: Check date values in:|date=
(help) - ↑ Zhang, L; Prietsch, SO; Axelsson, I; Halperin, SA (Sep 17, 2014). "Acellular vaccines for preventing whooping cough in children". The Cochrane database of systematic reviews. 9: CD001478. doi:10.1002/14651858.CD001478.pub6. PMID 25228233.
- ↑ "Annex 6 whole cell pertussis" (PDF). World Health Organization. Retrieved 5 June 2011.
- ↑ "Pertussis: Summary of Vaccine Recommendations". Centre for Disease Control and Prevention. Retrieved 12 Dec 2015.
- ↑ Macera, Caroline (2012). Introduction to Epidemiology: Distribution and Determinants of Disease. Nelson Education. p. 251. ISBN 9781285687148.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Vaccine, Pentavalent". International Drug Price Indicator Guide. Archived from the original on 25 January 2020. Retrieved 8 December 2015.