ଡିଫ୍‌ଥେରିଆ ଟିକା ଏକ ଟିକା ଯାହା ଡିଫଥେରିଆ ରୋଗ ଜନ୍ମାଉଥିବା କୋରାଇନୋବ୍ୟାକ୍ଟେରିଅମ ଡିଫଥେରି ଜୀବାଣୁ ବିରୁଦ୍ଧରେ ପ୍ରୟୋଗ କରାଯାଏ ।[୧] ଏହି ଟିକା ଦେବାଦ୍ୱାରା ପୃଥିବୀରେ ସନ୧୯୮୦ରୁ ସନ ୨୦୦୦ ମଧ୍ୟରେ ଏହି ରୋଗ ସଂଖ୍ୟା ୯୦% କମିଛି ।[୨] ତିନି ପ୍ରାରମ୍ଭିକ ଡୋଜ ଦେବାପରେ ଏହା ୯୫% କାର୍ଯ୍ୟକାରୀ ହୋଇଥାଏ । [୨] ଏହାର ପ୍ରଭାବ ୧୦ ବର୍ଷ ପର୍ଯ୍ୟନ୍ତ ରହେ ଓ ତାପରେ ଆଉ ଗୋଟିଏ ବୁଷ୍ଟର ଡୋଜ ଆବଶ୍ୟକ ହୁଏ ।[୨] ଛଅ ସପ୍ତାହ ବୟସରେ ଏହି ଟିକା ଦେବା ଆରମ୍ଭ କରାଯାଏ ଓ ପ୍ରତି ୪ ସପ୍ତାହରେ ଗୋଟିଏ ଡୋଜ ଦିଆଯାଇ ମୋଟ ୩ ଡୋଜ ଦିଆଯାଏ । [୨]

ଡିଫ୍‌ଥେରିଆ ଟିକା
Vaccine description
Target diseaseCorynebacterium diphtheriae
TypeToxoid
Clinical data
MedlinePlusa607027
Routes of
administration
Intramuscular injection
ATC code
Identifiers
ChemSpider
  • none
 ☒NcheckY (what is this?)  (verify)

ଡିଫ୍‌ଥେରିଆ ଟିକା ଅତି ନିରାପଦ ।[୨] କ୍ୱଚିତ କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । [୨] ଇଞ୍ଜେକସନ ନେଇଥିବା ସ୍ଥାନରେ କଷ୍ଟ ହୋଇପାରେ।[୨] ଗୋଟିଏ ଆବୁ ସେହି ସ୍ଥାନରେ ଦେଖାଯାଇପାରେ ଯାହା କିଛି ସପ୍ତାହ ପର୍ଯ୍ୟନ୍ତ ରହେ ।[୩] ଦୁର୍ବଳ ଇମ୍ମ୍ୟୁନିଟି ଥିଲେ ବା ଗର୍ଭାବସ୍ଥାରେ ଏହା ନିରାପଦ ଥାଏ ।[୩]

ଡିଫ୍‌ଥେରିଆ ପ୍ରତିରୋଧ ନିମନ୍ତେ କେତେକ ମିଶ୍ରିତ ଟିକା ଦିଆଯାଉଛି ।[୪] ଟେଟାନସ୍ ଟକ୍‌ସଏଡ୍ ସ‌ହିତ ମିଶିଲେ ଡିଟି ଟିକା, ଓ ପର୍ଟୁସିସ୍ ଟିକା ସାଥିରେ ମିଶିଲେ ଡିପିଟି ଟିକା ନାମ ଦିଆଯାଏ ।[୨] ସନ ୧୯୭୪ରୁ ଏହାକୁ ଡବ୍ଲ୍ୟୁ.ଏଚ.ଓ ସ୍ୱିକୃତୀ ଦେଇଛି ।[୨] ପୃଥିବୀର ପ୍ରାୟ ୮୪% ଲୋକ ଏହି ଟିକା ନେଇ ସାରିଛନ୍ତି ।[୫] ଏହା ଇଞ୍ଜେକସନ ଆହାରରେ ମାଂସପେଶୀରେ ଦିଆଯାଏ ।[୨] ଏହି ଟିକାକୁ ଥଣ୍ଡାରେ ରଖାଯାଏ କିନ୍ତୁ ବରଫ ଭଳି ନୁହେଁ । [୩]

ଡିଫ୍‌ଥେରିଆ ଟିକା ସନ ୧୯୨୩ରେ ପ୍ରସ୍ତୁତ ହୋଇଥିଲା ।[୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ଟକ୍‌ସଏଡ୍ ମିଶ୍ରିତ ଟିକାର ମୂଲ୍ୟ ସନ ୨୦୧୪ରେ ଡୋଜ ପିଛା ୦.୧୨ରୁ ୦.୯୯ ଆମେରିକୀୟ ଡଲାର ଥିଲା ।[୮] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ୨୫ ଡଲାର ।[୯]

ଆଧାର ସମ୍ପାଦନା

  1. "MedlinePlus Medical Encyclopedia: Diphtheria immunization (vaccine)". Archived from the original on 2009-03-02. Retrieved 2009-03-07.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ "Diphtheria vaccine" (PDF). Wkly Epidemiol Rec. 81 (3): 24–32. Jan 20, 2006. PMID 16671240.
  3. ୩.୦ ୩.୧ ୩.୨ Atkinson, William (May 2012). Diphtheria Epidemiology and Prevention of Vaccine-Preventable Diseases (12 ed.). Public Health Foundation. pp. 215–230. ISBN 9780983263135.
  4. "Diphtheria Vaccination". Department of Health and Human Services. Retrieved 8 November 2011. {{cite web}}: |first= missing |last= (help)
  5. "Diphtheria". who.int. 3 September 2014. Retrieved 27 March 2015.
  6. Macera, Caroline (2012). Introduction to Epidemiology: Distribution and Determinants of Disease. Nelson Education. p. 251. ISBN 9781285687148.
  7. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  8. "Vaccine, Diphtheria-Tetanus". International Drug Price Indicator Guide. Archived from the original on 18 January 2016. Retrieved 6 December 2015.
  9. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 313. ISBN 9781284057560.