ଟିକା ଏକ ଜୈବିକ ତିଆରି ପଦାର୍ଥ ଯାହା ଏକ ନିର୍ଦ୍ଦିଷ୍ଟ ରୋଗ ନିମନ୍ତେ ପ୍ରତିରୋଧ ଶକ୍ତି ବଢାଏ । ରୋଗ ସୃଷ୍ଟିକାରୀ ଜୀବାଣୁ ସହ ଟିକାର ସାମଞ୍ଜସ୍ୟ ରହେ । ଏହା ଦୂର୍ବଳ ବା ମୃତ ଜୀବାଣୁରୁ, ଏହାର ବାହ୍ୟ ପ୍ରୋଟିନରୁ (Surface protein) ଓ ଏହାର ବିଷରୁ ପ୍ରସ୍ତୁତ କରାଯାଏ । ଏହାକୁ ଏଜେଣ୍ଟ କୁହାଯାଇ ପାରେ । ଏହି ଏଜେଣ୍ଟ ଶରୀରର ପ୍ରତିରୋଧ ବିଭାଗକୁ ଉତ୍ତେଜିତ କରାଏ ଯାହାଦ୍ୱାରା ଏହି ବାହ୍ୟ ପଦାର୍ଥକୁ ଚିହ୍ନି ଶରୀର ମନେ ରଖେ ଓ ପରବର୍ତ୍ତୀ ସମୟରେ ଏହା ଶରୀରରେ ପ୍ରବେଶ କଲେ ନଷ୍ଟ କରିଦିଏ ।
ଟିକା ଦୁଇ ପ୍ରକାର ଅଛି: ୧. ପ୍ରାକ-ରୋଗ ଟିକା ୨. ଚିକିତ୍ସା ନିମିତ୍ତ ଟିକା । ଭବିଷ୍ୟତରେ ରୋଗ ସୃଷ୍ଟିକାରୀ ଜୀବାଣୁଦ୍ୱାରା ରୋଗ ନ ହେବା ନିମନ୍ତେ ପ୍ରାକ ରୋଗ ଟିକା ଦିଆଯାଏ । କର୍କଟ ରୋଗ ଚିକିତ୍ସା ନିମନ୍ତେ ଟିକା ପ୍ରସ୍ତୁତି ଗବେଷଣା ଚାଲିଛି ।
ଏଡ଼ୱାର୍ଡ ଜେନର ୧୭୯୬ ମସିହାରେ ଟିକା ବା ଭାକସିନ ପ୍ରଥମେ ପ୍ରସ୍ତୁତ କରିଥିଲେ । ଲାଟିନ ଭାଷାରେ ଭାକା ଅର୍ଥ ଗାଈ (Latin variola vaccinia, adapted from the Latin vaccīn-us, from vacca, cow) । ଗାଈ ବସନ୍ତ ରୋଗର ଭୁତାଣୁ ନେଇ ମନୁଷ୍ୟ ବସନ୍ତ ଟିକା ଉଦ୍ଭାବନ କରି ଲୋକମାନକୁ ଟିକା ଦେଇଥିଲେ[୧]

Jonas Salk in 1955 holds two bottles of a culture used to grow polio vaccines.

ଆଧାର ସମ୍ପାଦନ କରନ୍ତୁ

  1. Stefan Riedel, MD, PhD (2005). "Edward Jenner and the history of smallpox and vaccination". Proceedings (Bayl Univ Med Cent). 18 (1): 21–25. {{cite journal}}: Unknown parameter |month= ignored (help)CS1 maint: multiple names: authors list (link)

ବାହାର ତଥ୍ୟ ସମ୍ପାଦନ କରନ୍ତୁ