ଟିଟାନସ୍ ଟିକା ବା ଟିଟାନସ୍ ଭାକ୍‌ସିସନ ବା ଟିଟାନସ୍ ଟକ୍‌ସଏଡ (TT) ଏକ ପ୍ରକାର ଟିକା ଯାହା ଟିଟାନସ୍ ରୋଗର ପ୍ରତିଷେଧ ନିମନ୍ତେ ଦିଆଯାଏ ।[୧] ଶିଶୁ ଅବସ୍ଥରେ ୫ ମାତ୍ରା ବା ଡୋଜ ଦିଆଯାଏ ଓ ତାପରେ ପ୍ରତି ଦଶ ବର୍ଷରେ ଥରେ ଦିଆଯାଏ । ତିନି ଡୋଜ ପରେ ପ୍ରାୟ ସମସ୍ତେ ଇମ୍ମ୍ୟୁନ ହୋଇଯାଆନ୍ତି ।[୧] ନିୟମିତ ଟିକା ନେଉ ନଥିଲେ ଖଣ୍ଡିଆ/ଆଘାତ ହେବାର ୪୮ ଘଣ୍ଟା ମଧ୍ୟରେ ଅଧିକ ଏକ ଡୋଜ ଟିକା ଦିଆଯାଏ ।[୨] ସମ୍ପୁର୍ଣ୍ଣ ଇମ୍ମ୍ୟୁନାଇଜେସନ ନ ହୋଇଥିଲେ ସଙ୍କଟାପନ୍ନ କେଶରେ ଟିଟାନସ୍ ଆଣ୍ଟିଟକ୍‌ସିନ ଦିଆଯାଏ । ଗର୍ଭିଣୀ ମହିଳାଙ୍କର ଟିକା ନେବା ନିଶ୍ଚିତ କରିବା କଥା, ନ ହୋଇଥିଲେ ଟିକା ନେଲେ ନିଓନାଟାଲ ଟିଟାନସ୍ ପ୍ରତିରୋଧ ହୁଏ ।[୧]

ଟିଟାନସ୍ ଟିକା
Clinical data
MedlinePlusa682198
ATC code
Identifiers
ChemSpider
 ☒NcheckY (what is this?)  (verify)

ଗର୍ଭାବସ୍ଥାରେ ବା ଏଚଆଇଭି/ଏଡ୍‌ସ୍ ଥିଲେ ମଧ୍ୟ ଏହି ଟିକା ସମ୍ପୁର୍ଣ୍ଣ ନିରାପଦ । ଟିକା ନେବା ପରେ ୨୫ରୁ ୮୫ % ଲୋକଙ୍କର ଇଞ୍ଜେକସନ ନେବା ସ୍ଥାନରେ ଲାଲ ପଡ଼ିଯାଏ ଓ କଷ୍ଟ ହୁଏ । ଜ୍ୱର, ଥକ୍କା ଲାଗିବା, ସାମାନ୍ୟ ପେଶୀ ଯନ୍ତ୍ରଣା ୧ % ଲୋକଙ୍କର ହୁଏ । ଅତ୍ୟଧିକ ଆଲର୍ଜି ପ୍ରତିକ୍ରିୟା ହୁଏ ଲକ୍ଷେରେ ଜଣକୁ । [୧]

କେତେଗୁଡ଼ିଏ ମିଶ୍ରିତ ଟିକା ମିଳେ: ଡିଟିଏପିଟିଡିଏପି (DTaP and Tdap) ଯେଉଁଥିରେ ଡିଫଥେରିଆ, ଟିଟାନସ୍, ଓ ପର୍ଟୁସିସ୍ ଟିକା; ଡିଟ ଓ ଟିଡି ଯେଉଁଥିରେ ଡିଫଥେରିଆ ଓ ଟିଟାନସ୍ ଟିକା ଦିଆଯାଏ । ଡିଟିଏପି ଓ ଡିଟି ଟିକା ୭ ବର୍ଷ ବୟସରୁ କମ ପିଲାଙ୍କୁ ଦିଆଯାଏ ଓ ଟିଡିଏପି ଓ ଟିଡି ୭ ବା ତଦୁର୍ଦ୍ଧ୍ୱ ବୟସରେ ଦିଆଯାଏ ।[୩] ଇଂରାଜୀରେ ଛୋଟ ଡି(d) ଓ ଛୋଟ ପି(p) ଅଳ୍ପ ଶକ୍ତିର ଡିଫଥେରିଆ ଓ ପର୍ଟୁସିସ୍ ଟିକାକୁ ବୁଝାର ।[୩]

ଟିଟାନସ୍ ଟିକା ସନ ୧୯୨୭ରେ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଆମେରିକାରେ ସନ ୧୯୪୦ରେ ଉପଲବ୍‌ଧ ହେଲା । [୪][୧] ଏହି ଟିକା ଦେବା ଫଳରେ ଟିଟାନସ୍ ରୋଗ ୯୫ % କମିଗଲା । [୧]ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ୦.୧୭ରୁ ୦.୬୫ ଆମେରିକିୟ ଡଲାର ଥିଲା ।[୬] ଆମେରିକାର ଏହାର ମୂଲ୍ୟ ୨୫ରୁ ୫୦ ଡଲାର ।[୭]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Tetanus vaccine: WHO position paper" (PDF). Weekly epidemiological record. 20 (81): 197–208. May 19, 2006.
  2. "Puncture wounds: First aid". Mayo Clinic. Feb. 04, 2015. Retrieved 6 December 2015. {{cite web}}: Check date values in: |date= (help)
  3. ୩.୦ ୩.୧ "Vaccines: VPD-VAC/Tetanus/main page". Centers for Disease Control. Retrieved February 10, 2015.
  4. Macera, Caroline (2012). Introduction to Epidemiology: Distribution and Determinants of Disease. Nelson Education. p. 251. ISBN 9781285687148.
  5. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  6. "Vaccine, Tetanus Toxoid". International Drug Price Indicator Guide. Retrieved 6 December 2015.[permanent dead link]
  7. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 317. ISBN 9781284057560.