ବସନ୍ତ ରୋଗ

ଏକ ମାନବ ରୋଗ
(ବସନ୍ତରୁ ଲେଉଟି ଆସିଛି)

ବସନ୍ତ (ଇଂରାଜୀ ଭାଷାରେ smallpox) ଏକ ସଂକ୍ରମକ ରୋଗ (infectious disease) ଏକ ଭୁତାଣୁର ଦୁଇ ପ୍ରକାର ଭାରିଆଣ୍ଟ ଭାରିଓଲା ମେଜର ଓ ଭାରିଓଲା ମାଇନର (Variola major and Variola minor) ଯୋଗୁ ସଂଘଟିତ ହୁଏ ।[୭] ବସନ୍ତ ରୋଗ ଏକ ନିର୍ମୁଳିତ ସଂକ୍ରାମକ ରୋଗ (Eradicated) ଓ ଏହାର ଶେଷ ରୋଗୀ ୧୯୭୭ରେ ଚିହ୍ନଟ ହୋଇଥିଲା ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (World Health Organization) ସନ ୧୯୮୦ରେ ଏହି ସାର୍ଟିଫିକେଟ ଦେଇଥିଲେ ।[୧୦] ପିଲାମାନେ ସଂକ୍ରମିତ ହେବା ପରେ ମୃତ୍ୟୁ ସଙ୍କଟ ପ୍ରାୟ ୩୦% ରହୁଥିଲା ।[୬][୧୧] ବଞ୍ଚିଯାଉଥିବା ରୋଗୀର ଚର୍ମରେ କ୍ଷତଦାଗ ରହିଯାଉଥିଲା ଓ ଅନ୍ଧ (blind) ହେବା ସମ୍ଭାବନା ରହୁଥିଲା ।[୬]

ବସନ୍ତ ରୋଗ
ଭାରିଓଲା (Variola),[୧] ଭାରିଓଲା ଭେରା (variola vera),[୨] ପକ୍ସ (pox),[୩] ରେଡ ପ୍ଲେଗ (red plague)[୪]
ସନ ୧୯୭୩ରେ ବାଙ୍ଗଲାଦେଶର (Bangladesh) ଏକ ବସନ୍ତ ରୋଗ‌ଗ୍ରସ୍ତ ପିଲାର ଛବି । ଲକ୍ଷ କରନ୍ତ ତରଳ ପଦାର୍ଥ ଭରା ଫୁଲାର ମଧ୍ୟ ଭାଗରେ ଗୋଟିଏ କ୍ଷୁଦ୍ର ଗର୍ତ୍ତ ଅଛି ।
ବିଭାଗସଂକ୍ରାମକ ରୋଗ (Infectious disease)
ଲକ୍ଷଣପ୍ରାରମ୍ଭରେ: ଜ୍ୱର, ବାନ୍ତି (vomiting), ପାଟି ଘାଆ [୫]
ପରବର୍ତ୍ତୀ: ତରଳ ପଦାର୍ଥ ଭରା ଫୋଟିକା (blisters) ଯାହା ଶୁଖି ଆସିଲା ବେଳେ ତା ଉପରେ ସ୍କାବ ହୋଇଯାଏ (scab) [୫]
ଆକ୍ରାନ୍ତ ସମୟସଂସ୍ପର୍ଶରେ ଆସିବାର ୧ରୁ ୩ ସପ୍ତାହ ମଧ୍ୟରେ ।[୫]
ଅବଧିପ୍ରାୟ ୪ ସପ୍ତାହ [୫]
କାରଣଭୁତାଣୁ (Variola major, Variola minor) ଡିଆଁ ରୋଗ [୬][୭]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ, ପିସିଆର (PCR) ସାହାଯ୍ୟରେ ନିଧାର୍ଯ୍ୟ କରାଯାଏ । [୮]
ସଠିକ ରୋଗ ନିର୍ଣ୍ଣୟହାଡ଼ଫୁଟି, ଇମ୍ପେଟିଗୋ (impetigo, ମୋଲୁସ୍କମ କୋଣ୍ଟାଜିଓସମ, ମଙ୍କିପକ୍ସ [୮]
ପ୍ରତିକାରବସନ୍ତ ଟିକା Smallpox vaccine[୯]
ଚିକିତ୍ସାସ‌ହାୟକ ଯତ୍ନ (Supportive care)[୧୦]
Prognosisମୃତ୍ୟୁ ସଙ୍କଟ ପ୍ରାୟ ୩୦% [୫]
ପୁନଃପୌନିକନିର୍ମୁଳିତ ସଂକ୍ରାମକ ରୋଗ (Eradicated

ବସନ୍ତର ପ୍ରାଥମିକ ଲକ୍ଷଣ ଜ୍ୱର ଓ ବାନ୍ତିରୁ ଆରମ୍ଭ ହୁଏ ।[୫] ଏହା ପରେ ପାଟି ଘାଆ (sores) ଓ ଚର୍ମ ରାସ (skin rash) ଦେଖାଯାଏ ।[୫] କିଛି ଦିନ ମଧ୍ୟରେ ରାସ ପରିବର୍ତ୍ତିତ ହୋଇ ଫୋଟକାରେ (bumps) ପରିଣତ ହୁଏ ଯାହାର ମଝିରେ ଗୋଟିଏ କ୍ଷୁଦ୍ର ଗାତ ଥାଏ ।[୫] ଏହା ପରେ ଘାଆ ଶୁଖିବାକୁ ଆରମ୍ଭ କରି ସ୍କାବ (scabbed) ମାଡ଼ିଯାଏ ଓ ପରେ ଏହା ବାହାରି ଯାଇ ଚମରେ ସ୍କାର (scars) ରହିଯାଏ ।[୫] ଏହି ରୋଗ ମାନବରୁ ମାନବକୁ ବା ସଂକ୍ରମିତ ପଦାର୍ଥ ସଂସ୍ପର୍ଶ ହେଲେ ବ୍ୟାପିଯାଏ ।[୬][୧୨] ବସନ୍ତ ଟିକା (smallpox vaccine) ସାହାଯ୍ୟରେ ଏହା ପ୍ରତିଷେଧ କରାଯାଏ ।[୯] ରୋଗ ଥରେ ଆରମ୍ଭ ହୋଇଗଲେ କେତେକ ଭୁତାଣୁ ବିରୋଧୀ ଔଷଧ (antiviral medication) ସାହାଯ୍ୟ କରିପାରେ ।[୯]

ଏହି ରୋଗ କେବେ ଆରମ୍ଭ ହେଲା, ସେ ବିଷୟ ଅନ୍ଧକାରରେ ଅଛି ।[୧୩] ପ୍ରଥମ ତ‌ଥ୍ୟ ଖ୍ରୀ:ପୂ: ୩ୟ ଶତାବ୍ଦୀରେ ମିଶରୀୟ ମମିଙ୍କ (Egyptian mummies) ଦେହରେ ଥିବା ଦେଖାଯାଇଛି ।[୧୩] ଏହା ପୂର୍ବରୁ ମଡ଼କ ଆକାରରେ ଆବିର୍ଭାବ ହେଉଥିଲା ।[୧୦] ଅଷ୍ଟାଦଶ ଶତାବ୍ଦୀରେ ୟୁରୋପରେ ଏହି ରୋଗରେ ପ୍ରାୟ ଚାରି ଲକ୍ଷ ଲୋଗ ପ୍ରାଣତ୍ୟାଗ କରିଥିଲା ଓ ତାଙ୍କ ମଧ୍ୟରୁ ଏକ ତୃତୀୟାଂଶ ଲୋକ ଅନ୍ଧ ହୋଇଯାଇଥିଲେ ।[୧୦][୧୪] ଏହି ମୃତକମାନଙ୍କ ମଧ୍ୟରେ ଅତି କମ୍‌ରେ ୫ ଜଣ ସମ୍ରାଟ (monarch) ଥିଲେ ।[୧୦][୧୪] ବିଂଶ ଶତାବ୍ଦୀରେ ପ୍ରାୟ ୩୦୦-୫୦୦ ବ୍ୟକ୍ତି ମରିଥିଲେ ।[୧୨][୧୫] ସନ ୧୯୬୭ରେ ପ୍ରାୟ ୧୫ ନିୟୁତ ଲୋକ ଆକ୍ରାନ୍ତ ହୋଇଥିଲେ । [୧୦]

ସନ ୧୭୯୮ରେ ଏଡ‌ୱାର୍ଡ଼ ଜେନର (Edward Jenner) ପ୍ରଥମେ ବସନ୍ତ ଟିକା (vaccination) ଆବିଷ୍କାର କରିଥିଲେ ।[୧୦] ସନ ୧୯୬୭ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (World Health Organization) ବସନ୍ତ ରୋଗକୁ ସନିର୍ମୁଳେ ବିନାସ କରିବାକୁ ପ୍ରୟାସ ଆରମ୍ଭ କରେ ।[୧୦] ବସନ୍ତ ଓ ରିଣ୍ଡରପେସ୍ଟ ନାମକ ଆଉ ଏକ ସଂକ୍ରାମକ ରୋଗ ସନ ୨୦୧୧ରେ ଧରାପୃଷ୍ଠରୁ ନିର୍ମୁଳ କରାଯାଇଥିଲା ।[୧୬][୧୭] ଇଂଲଣ୍ଡରେ ସିଫିଲିସ ରୋଗକୁ ପୂର୍ବରୁ ଗ୍ରେଟପକ୍ସ ନାମ ଦିଆଯାଉଥିଲା ଓ ବସନ୍ତ ରୋଗକୁ ୧୫ଶ ଶତାବ୍ଦୀରେ ଏହାଠାରୁ ପୃଥକ୍ କରିବା ନିମନ୍ତେ ସ୍ମଲପକ୍ସ (ବସନ୍ତ) ନାମ ଦିଆଯାଇଥିଲା ।[୧୮] ଏହାର ଅନ୍ୟାନ୍ୟ ଐତିହାସିକ ନାମ ଯଥାକ୍ରମେ ପକ୍ସ, ସ୍ପେକ୍‌ଲ୍ଡ ମନସ୍ଟର ଓ ରେଡ ପ୍ଲେଗ ଦିଆଯାଇଥିଲା ।[୩][୪][୧୮]

ଆଧାର ସମ୍ପାଦନା

  1. Barton, Leslie L.; Friedman, Neil R. (2008). The Neurological Manifestations of Pediatric Infectious Diseases and Immunodeficiency Syndromes (in ଇଂରାଜୀ). Springer Science & Business Media. p. 151. ISBN 9781597453912.
  2. Schaller, Karl F. (2012). Colour Atlas of Tropical Dermatology and Venerology (in ଇଂରାଜୀ). Springer Science & Business Media. p. Chapter 1. ISBN 9783642762000.
  3. ୩.୦ ୩.୧ Fenner, F. (1988). "The History of Smallpox and its Spread Around the World". Smallpox and its eradication (PDF). Geneva: World Health Organization. pp. 209–244. ISBN 9789241561105. Retrieved 14 December 2017.
  4. ୪.୦ ୪.୧ Medicine: The Definitive Illustrated History (in ଇଂରାଜୀ). Penguin. 2016. p. 100. ISBN 9781465458933.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ ୫.୭ ୫.୮ "Signs and Symptoms". CDC (in ଆମେରିକୀୟ ଇଂରାଜୀ). 7 June 2016. Retrieved 14 December 2017.
  6. ୬.୦ ୬.୧ ୬.୨ ୬.୩ "What is Smallpox?". CDC (in ଆମେରିକୀୟ ଇଂରାଜୀ). 7 June 2016. Retrieved 14 December 2017.
  7. ୭.୦ ୭.୧ Ryan KJ, Ray CG, eds. (2004). Sherris Medical Microbiology (4th ed.). McGraw Hill. pp. 525–8. ISBN 0-8385-8529-9.
  8. ୮.୦ ୮.୧ "Diagnosis & Evaluation". CDC (in ଆମେରିକୀୟ ଇଂରାଜୀ). 25 July 2017. Retrieved 14 December 2017.
  9. ୯.୦ ୯.୧ ୯.୨ "Prevention and Treatment". CDC (in ଆମେରିକୀୟ ଇଂରାଜୀ). 13 December 2017. Retrieved 14 December 2017.
  10. ୧୦.୦ ୧୦.୧ ୧୦.୨ ୧୦.୩ ୧୦.୪ ୧୦.୫ ୧୦.୬ ୧୦.୭ "Smallpox". WHO Factsheet. Archived from the original on 21 September 2007.
  11. Riedel, S (January 2005). "Edward Jenner and the history of smallpox and vaccination". Proceedings (Baylor University. Medical Center). 18 (1): 21–5. doi:10.1080/08998280.2005.11928028. PMC 1200696. PMID 16200144.
  12. ୧୨.୦ ୧୨.୧ Lebwohl, Mark G.; Heymann, Warren R.; Berth-Jones, John; Coulson, Ian (2013). Treatment of Skin Disease E-Book: Comprehensive Therapeutic Strategies (in ଇଂରାଜୀ). Elsevier Health Sciences. p. 89. ISBN 9780702052361.
  13. ୧୩.୦ ୧୩.୧ "History of Smallpox". CDC (in ଆମେରିକୀୟ ଇଂରାଜୀ). 25 July 2017. Retrieved 14 December 2017.
  14. ୧୪.୦ ୧୪.୧ Hays, J. N. (2005). Epidemics and Pandemics: Their Impacts on Human History (in ଇଂରାଜୀ). ABC-CLIO. pp. 151–152. ISBN 9781851096589.
  15. Lawson, Stephanie (2015). Theories of International Relations: Contending Approaches to World Politics (in ଇଂରାଜୀ). John Wiley & Sons. p. PT19. ISBN 9780745695136.
  16. Guidotti, Tee L. (2015). Health and Sustainability: An Introduction (in ଇଂରାଜୀ). Oxford University Press. p. T290. ISBN 9780199325689.
  17. Roossinck, Marilyn J. (2016). Virus: An Illustrated Guide to 101 Incredible Microbes (in ଇଂରାଜୀ). Princeton University Press. p. 126. ISBN 9781400883257.
  18. ୧୮.୦ ୧୮.୧ Barquet N, Domingo P (15 October 1997). "Smallpox: the triumph over the most terrible of the ministers of death". Annals of Internal Medicine. 127 (8 Pt 1): 635–42. doi:10.7326/0003-4819-127-8_Part_1-199710150-00010. PMID 9341063.