ମୁଖ୍ୟ ସୂଚୀ ଦେଖିବେ

ମିଳିମିଳା ଟିକା ଏକ ଟିକା ଯାହା ମିଳିମିଳା ରୋଗର ପ୍ରତିଷେଧ ଭାବରେ ଅତି ଉପାଦେୟ ଅଟେ । [୧] ନଅ ମାସ ବୟସ ବେଳେ ଗୋଟିଏ ଡୋଜ ଦେଲେ ୮୫ % ପିଲା ଇମ୍ମ୍ୟୁନ ହୋଇଯାଆନ୍ତି ଓ ୧୨ ମାସ ବୟସ ବେଳେ ଆଉ ଏକ ଡୋଜ ଦେବା ପରେ ୯୫% ପିଲା ଇମ୍ମ୍ୟୁନ ହୋଇଯାଆନ୍ତି । [୨] ଗୋଟିଏ ଡୋଜ ଟିକା ଦେବାପରେ ଇମ୍ମ୍ୟୁନିଟି ନ ହେବା ପିଲା ଦ୍ୱିତୀୟ ଡୋଜ ପରେ ଇମ୍ମ୍ୟୁନିଟି ପାଇଯାଆନ୍ତି । ଦେଖାଯାଇଛି, ଜନସଂଖ୍ୟାର ୯୩ %ରୁ ଅଧିକ ଲୋକ ଟିକା ନେଲେ ମିଳିମିଳା ଆଉ ହୁଏ ନାହିଁ, କିନ୍ତୁ ଟିକା ଦେବା କମିଗଲେ ଆଉ ଥରେ ସେଠାରେ ରୋଗ ହୁଏ । ଏହି ଟିକାର ପ୍ରଭାବ ବ‌ହୁତ ବର୍ଷ ପର୍ଯ୍ୟନ୍ତ ରହେ । ସମୟକ୍ରମେ ଟିକାର ପ୍ରଭାବ କମିଯିବା ନିଶ୍ଚିତ ନୁହେଁ । ମିଳିମିଳା ରୋଗୀ ସଂସ୍ପର୍ଷରେ ଆସିବାର ଦୁଇ ଦିନ ମଧ୍ୟରେ ଟିକା ଦେଲେ ମଧ୍ୟ କାର୍ଯ୍ୟକାରୀ ହୁଏ । [୧]

ମିଳିମିଳା ଟିକା
Providing vaccinations to protect against disease after Typhoon Haiyan (11352296333).jpg
A child is given a measles vaccine.
Vaccine description
Target diseaseMeasles
TypeAttenuated virus
Clinical data
MedlinePlusa601176
ATC code
Identifiers
ChemSpider
 NYesY (what is this?)  (verify)

ଏହି ଟିକା ବିପଦଶୂନ୍ୟ ଅଟେ ଏପରିକି ଏଚ.ଆଇ.ଭି. ସଂକ୍ରମଣ ଥିଲେ ମଧ୍ୟ । ପାର୍ଶ୍ୱପ୍ରତିକ୍ରିୟା ଅତି ସାଧାରଣ ଓ ସାମାନ୍ୟ । ଟିକା ନେବା ପରେ ସାମାନ୍ୟ ଜ୍ୱର ଓ ଇଞ୍ଜେକ୍ସନ ନେଇଥିବା ସ୍ଥାନରେ କଷ୍ଟ ହୁଏ । ଏକ ଲକ୍ଷ ଲୋକରେ ଜଣକୁ ଆନାଫାଇଲାକ୍‌ସିସ ହୁଏ । ଗୁଲେନ-ବାରି ସିଣ୍ଡ୍ରୋମ, ଅଟିଜ୍ମପ୍ରଦାହିତ ଖାଦ୍ୟନଳୀ ରୋଗ(inflammatory bowel disease) ବଢ଼ିଯାଏ ନାହିଁ । [୧]

ଏହି ଟିକା ଏକ‌କ ଭାବରେ ନିଜ ନାମରେ ମିଳେ ତ‌ଥା ଅନ୍ୟାନ୍ୟ ଟିକା ସ‌ହିତ ମିଶି ମଧ୍ୟ ମିଳେ ଯେପରିକି ଏମ୍.ଏମ୍.ଆର. ଟିକା ଯେଉଁଁଥିରେ ମିଳିମିଳା ଟିକା, ମମ୍ପ୍ସ ଟିକାରୁବେଲା ଟିକା ଥାଏ ଓ ଏମ.ଏମ.ଆର.ଭି. ଟିକା ଯେଉଁଥିରେ ମିଳିମିଳା ଟିକା, ମମ୍ପ୍ସ ଟିକା, ରୁବେଲା ଟିକାଭାରିସେଲା ଟିକା ଥାଏ । ସବୁ ପ୍ରକାର ଟିକାରେ ଏହା ଉତ୍ତମ ରୂପେ କାମ କରେ । ଯେଉଁ ଦେଶମାନଙ୍କରେ ଏହି ରୋଗ ବ‌ହୁଳ ଭାବରେ ହୁଏ ସେଠାରେ୯ ମାସ ବ‌ୟସ ବେଳେ ଏହି ଟିକା ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିସ କରେ । ଯେଉଁ ଦେଶରେ ଏହା ସାଧାରଣତଃ ହୁଏ ନାହିଁ ସେଠାରେ ୧୨ ମାସ ବୟସ ବେଳେ ଦେବା ଯୁକ୍ତିଯୁକ୍ତ ମନେ ହୁଏ । ଏହି ଟିକା ଜୀବନ୍ତ ଟିକା ଅଟେ । ଏହା ଶୁଷ୍କ ପାଉଡର ଆକାରରେ ମିଳେ ଓ ଇଞ୍ଜେକସନ ଜଳ ସ‌ହିତ ମିଶେଇ ଚର୍ମ ତଳେ ବା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ । ରକ୍ତ ପରୀକ୍ଷା କରି ଏହି ଟିକାର କାର୍ଯ୍ୟକାରୀତା ସିଦ୍ଧ କରିହୁଏ । [୧]

ସନ ୨୦୧୩ ସୁଦ୍ଧା ପୃଥିବୀରେ ୮୫ % ପିଲା ଟିକା ନେଇସାରିଛନ୍ତି । [୩] ସନ ୨୦୦୮ରେ ୧୯୨ଟି ଦେଶରେ ଦୁଇ ଡୋଜ ଟିକା ଦିଆ ହୋଇଛି । [୧] ଏହା ପ୍ରଥମେ ସନ ୧୯୬୩ରେ ଆରମ୍ଭ କରାଯାଇଥିଲା । [୨] ସନ ୧୯୭୧ରେ ପ୍ରଥମେ ଏମ.ଏମ.ଆର. ଉପଲବ୍ଧ ହେଲା ।[୪] ସନ ୨୦୦୫ରେ ଏହା ସ‌ହିତ ହାଡ଼ଫୁଟି ଟିକା ମିଶାଗଲା ଓ ଏମ.ଏମ.ଆର.ଭି. ଇଞ୍ଜେକ୍‌ସନ ଆକାରରେ ଦିଆଗଲା । [୫] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକ ଔଷଧ ତାଲିକା ଅନୁସାରେ ମୌଳିକ ସ୍ୱାସ୍ଥ୍ୟ ତନ୍ତ୍ରର ଏକ ଅତ୍ୟାବଶ୍ୟକ ଔଷଧ । [୬] ଏହି ଟିକା ଅତି ଦାମିକା ନୁହେଁ । [୧]

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Measles vaccines: WHO position paper" (PDF). Weekly epidemiological record. 84 (35): 349–60. 28 August 2009. PMID 19714924.
  2. ୨.୦ ୨.୧ Control, Centers for Disease; Prevention (2014). CDC health information for international travel 2014 the yellow book. p. 250. ISBN 9780199948505.
  3. "Measles Fact sheet N°286". who.int. November 2014. Retrieved 4 February 2015.
  4. "Vaccine Timeline". Retrieved 10 February 2015.
  5. Mitchell, Deborah (2013). The essential guide to children's vaccines. New York: St. Martin's Press. p. 127. ISBN 9781466827509.
  6. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.