ସୁବ୍ରତ ସ୍ୱାଇଁ
ସୁବ୍ରତ ସ୍ୱାଇଁ ଜଣେ ଓଡ଼ିଆ କଥାଚିତ୍ରର ଗୀତିକାର । ସୁବ୍ରତଙ୍କୁ ୨୦ ବର୍ଷ ହେବା ଆଗରୁ ସେ ଗୀତ ଲେଖିବା ଆରମ୍ଭ କରିଥିଲେ ।[୧] ୨୦୦୦ ମସିହାରେ ତାଙ୍କ ଲିଖିତ ଜଗନ୍ନାଥ ଭଜନ ‘ବାଉଁଶ ପତର ସରୁ ଲୋ ଝାଇଁ ଝୁମୁରୁ…’ ଗୀତଟି ଲୋକପ୍ରିୟ ହେବା ପରେ ସୁବ୍ରତ ଲୋକଲୋଚନକୁ ଆସିଥିଲେ ।[୧] ସୁବ୍ରତଙ୍କ ଏହି ଗୀତରେ କଣ୍ଠଦାନ କରିଥିଲେ ହିନ୍ଦୀ କଥାଚିତ୍ର ଜଗତର ଜଣାଶୁଣା ଗାୟକ ମହମ୍ମଦ ଅଜିଜ୍ । ୨୦୦୮ ମସିହାରେ ସୁବ୍ରତ ଓଡ଼ିଆ କଥାଚିତ୍ର ଜଗତରେ ଚଳଚ୍ଚିତ୍ର ଗୀତ ଲେଖିବା ଆରମ୍ଭ କରିଥିଲେ । ଚିତ୍ତରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ଓଡ଼ିଆ କଥାଚିତ୍ର ମୁଖ୍ୟମନ୍ତ୍ରୀରେ ଗୀତ ରଚନା କରିଥିଲେ ସୁବ୍ରତ । ଏହାପରେ ସେ ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ପ୍ରେମ ଅଢ଼େଇ ଅକ୍ଷରରେ ଗୀତ ରଚନା କରିଥିଲେ ।[୧]
ସୁବ୍ରତ ସ୍ୱାଇଁ | |
---|---|
ଜନ୍ମ | ସୁବ୍ରତ ସ୍ୱାଇଁ |
ବୃତ୍ତି | (ଓଡ଼ିଆ) ଗୀତିକାର |
ପୁରସ୍କାର | ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର- ୨୦୧୭ |
ପ୍ରାରମ୍ଭିକ ଜୀବନ ଏବଂ ପେଷା
ସମ୍ପାଦନାସୁବ୍ରତ ସ୍ୱାଇଁ ଗୀତ ରଚନା କରିବା ସହ ସମ୍ବାଦ ଖବରକାଗଜ ପାଇଁ ସାମ୍ବାଦିକତା କରୁଛନ୍ତି । ସେ କେଉଁଝର ଜିଲ୍ଲାର ପ୍ରତିନିଧି ଭାବରେ କାର୍ଯ୍ୟ କରୁଛନ୍ତି ।[୧]
ଗୀତ ରଚନା
ସମ୍ପାଦନା୨୦୦୦ ମସିହାରେ ସୁବ୍ରତ ସ୍ୱାଇଁଙ୍କଦ୍ୱାରା ରଚିତ ଭଜନ 'ବାଉଁଶ ପତର ସରୁ ଲୋ ଝାଇଁ ଝୁମୁରୁ…’ ତାଙ୍କୁ ଅନେକ ଲୋକପ୍ରିୟତା ଦେଇଥିଲା । ଏହି ଗୀତଟିରେ କଣ୍ଠଦାନ କରିଥିଲେ ହିନ୍ଦୀ କଥାଚିତ୍ର ଜଗତର ଲୋକପ୍ରିୟ ଗାୟକ ମହମଦ ଅଜିଜ୍ ।[୧] ସୁବ୍ରତ ୨୦୦୮ ମସିହାରେ ପ୍ରଥମ କରି ଓଡ଼ିଆ କଥାଚିତ୍ର ଜଗତରେ ଚଳଚ୍ଚିତ୍ର ପାଇଁ ଗୀତ ରଚନା କରିଥିଲେ । ଓଡ଼ିଆ କଥାଚିତ୍ର ମୁଖ୍ୟମନ୍ତ୍ରୀ ପାଇଁ ସେ ପ୍ରଥମ କରି ଗୀତ ରଚନା କରିଥିଲେ ।[୧] ଏହାପରେ ୨୦୧୦ରେ ସେ ଓଡ଼ିଆ କଥାଚିତ୍ର ପ୍ରେମ ଅଢ଼େଇ ଅକ୍ଷର ପାଇଁ ଗୀତ ରଚନା କରିଥିଲେ । ଏହାପରେ ସେ ପ୍ରେମ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ପ୍ରେମ ଆନନ୍ଦଙ୍କ ସ୍ୱର ସଂଯୋଜନା ସହ ସୁବ୍ରତଙ୍କର ଗୀତ ରଚନାରେ ଅନେକ ସଫଳ ଗୀତ ତିଆରି ହୋଇଥିଲା ।
"ଚାଲ୍ କରିବା ଠିଆ ପାଲା", "ଜାଲିମା ଓ ଜାଲିମା", "ଏମିତି ଏ ସମୟ", "ଓରେ ପ୍ରିୟା", "ଯଦି ଏଇ ଜୀବନରେ", "ମଲ୍କା ମଲ୍କା", "ଧୀରେ ଧୀରେ ଭଲ ପାଇଗଲି" ଆଦି ସଫଳ ଗୀତର ଗୀତ ରଚନା କରିଥିଲେ ସୁବ୍ରତ ।[୨] ୨୦୧୬ ମସିହାରେ ଝିଅଟା ବିଗିଡ଼ିଗଲା ଚଳଚ୍ଚିତ୍ରର ଗୀତ ମଲ୍କା ମଲ୍କା ପାଇଁ ସୁବ୍ରତ ଓଡ଼ିଆ ଫିଲ୍ମଫେୟାର ପୁରସ୍କାର ପାଇଥିଲେ । ୨୦୧୭ ମସିହାରେ ସୁବ୍ରତ ଅଗସ୍ତ୍ୟ ଚଳଚ୍ଚିତ୍ରର ଗୀତ ଧିରେ ଧିରେ ଭଲ ପାଇଗଲି ପାଇଁ ୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଗୀତିକାର ପୁରସ୍କାର ପାଇଥିଲେ ।[୩][୪][୫][୬] ଶିବା- ନଟ୍ ଆଉଟ୍[୭], ହାପି ଲକି[୮], ପ୍ରେମ୍ କୁମାର[୯] ଆଦି କଥାଚିତ୍ରରେ ସେ ଗୀତରଚନା କରିଥିଲେ ।
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "'ଶ୍ରୋତାଙ୍କ ମନରେ ଘର କରିବା ଭଳି ଗୀତ ଲେଖିବା ମୋର ଲକ୍ଷ୍ୟ'". sambad.in. 5 December 2017. Retrieved 12 December 2017.
- ↑ "ସୁବ୍ରତଙ୍କୁ ରାଜ୍ୟ ସମ୍ମାନ". ସମାଜ. 3 December 2017. Retrieved 7 December 2017.[permanent dead link]
- ↑ "୨୮ ତମ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ତତ୍ ସହିତ ସିନେମା କଳାକାରଙ୍କ ନାଁ ଘୋଷାଣା।". ସମ୍ଭବ ଟିଭି. 27 November 2017. Retrieved 12 December 2017.[permanent dead link]
- ↑ "୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ପ୍ରଣବ ପଟ୍ଟନାୟକଙ୍କୁ 'ଜୟଦେବ ପୁରସ୍କାର', ଶ୍ରେଷ୍ଠ ଚଳଚ୍ଚିତ୍ର 'ଚିନି'". ଖବର ଓଡ଼ିଶା. 27 November 2017. Retrieved 12 December 2017.
- ↑ "ଓଡ଼ିଆ ଚଳଚ୍ଚିତ୍ର ଓ ଟେଲି ଜଗତର ପୁରସ୍କାର ଘୋଷଣା ! 'ଚିନି' ଶ୍ରେଷ୍ଠ ଚଳଚ୍ଚିତ୍ର ଓ 'ସିନ୍ଦୁରବିନ୍ଦୁୁ' ଶ୍ରେଷ୍ଠ ଧାରିବାହିକ". Kanak News. 27 Nobember 2017. Retrieved 12 December 2017.
{{cite news}}
: Check date values in:|date=
(help) - ↑ "୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: କିଏ ପାଇଲେ କେଉଁ ପୁରସ୍କାର". ସମ୍ବାଦ. 27 November 2017. Retrieved 12 December 2017.
- ↑ "ଏମିତି ରେକର୍ଡିଂ ହୋଇଥିଲା 'ଶିବା ନଟ୍ ଆଉଟ୍'ର 'ସୁକ୍ରିୟା ସୁକ୍ରିୟା' ଗୀତ". Odisha Reporter. ଏମିତି ରେକର୍ଡିଂ ହୋଇଥିଲା 'ଶିବା ନଟ୍ ଆଉଟ୍'ର 'ସୁକ୍ରିୟା ସୁକ୍ରିୟା' ଗୀତ. Retrieved 12 December 2017.
{{cite news}}
: Check date values in:|date=
(help) - ↑ "ନୂଆବର୍ଷରେ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଫିଲ୍ମ 'ହାପି-ଲକି'". ଓଡ଼ିଶା ଭାସ୍କର. 22 November 2017. Archived from the original on 19 December 2017. Retrieved 12 December 2017.
- ↑ "ଗୀତର ମହକ" (in Odia). ଓଡ଼ିଶା. 9 September 2018. p. 8. Archived from the original on 9 September 2018. Retrieved 9 September 2018.
{{cite news}}
: CS1 maint: unrecognized language (link)
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସୁବ୍ରତ ସ୍ୱାଇଁ