ଗଜଧର ମାଝୀ

ଓଡ଼ିଆ ରାଜନୀତିଜ୍ଞ

ଗଜଧର ମାଝୀ (୧୪ ଜୁନ ୧୯୪୨ - ୨୦ ମଇ ୨୦୦୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚଥର କାର୍ଯ୍ୟ କରିଥିଲେ । ୧୯୮୦, ୧୯୮୫, ୧୯୯୫, ୨୦୦୦ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ତଳସରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୯ମ, ୧୧ଶ, ୧୨ଶ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୧୯୭୧ ଭାରତୀୟ ସାଧାରଣ ନିର୍ବାଚନରେ ସେ ସୁନ୍ଦରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୨][୩][୪]

ଗଜଧର ମାଝୀ
ବିଧାୟକ: ୧୧ଶ, ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦ ମଇ ୨୦୦୬
ପୂର୍ବ ଅଧିକାରୀରଞ୍ଜିତ ଭିତ୍ରିଆ
ପର ଅଧିକାରୀପ୍ରଫୁଲ୍ଲ ମାଝୀ
ନିର୍ବାଚନ ମଣ୍ଡଳୀତଳସରା
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀଇଗ୍ନେସ ମାଝୀ
ପର ଅଧିକାରୀରଞ୍ଜିତ ଭିତ୍ରିଆ
ନିର୍ବାଚନ ମଣ୍ଡଳୀତଳସରା
ସାଂସଦ: ୫ମ ଲୋକ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୭
ନିର୍ବାଚନ ମଣ୍ଡଳୀସୁନ୍ଦରଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1942-06-14)୧୪ ଜୁନ ୧୯୪୨
ମୃତ୍ୟୁ୨୦ ମଇ ୨୦୦୬(2006-05-20) (ବୟସ ୬୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଗଜଧର ମାଝୀ ୧୯୪୨ ମସିହାର ଜୁନ ମାସ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଶିକ୍ଷାଗତ ଯୋଗତ୍ୟ ଥିଲା ବିଜ୍ଞାନରେ ସ୍ନାତକ ।[୫] ରାଜନୀତିଜ୍ଞ ପ୍ରଫୁଲ୍ଲ ମାଝୀ ତାଙ୍କର ଜ୍ୱାଇଁ, ଯିଏକି ତାଙ୍କର ମୃତ୍ୟୁ ପରେ ତଳସରା ଉପ-ନିର୍ବାଚନରେ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୬]

ରାଜନୈତିକ ଜୀବନ ସମ୍ପାଦନା

ଗଜଧର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚଥର କାର୍ଯ୍ୟ କରିଥିଲେ । ସେ ୧୯୮୯ ମସିହାରୁ ୧୯୯୦ ଓ ୧୯୯୫ ମସିହାରୁ ୨୦୦୦ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ସେ ୫ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୫]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ତଳସରା ଭାରତୀୟ ଜାତୀୟ କଂଗ୍ରେସ
୧୯୮୫ ୧୯୯୦ ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା ତଳସରା ଭାରତୀୟ ଜାତୀୟ କଂଗ୍ରେସ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ତଳସରା ଭାରତୀୟ ଜାତୀୟ କଂଗ୍ରେସ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ତଳସରା ଭାରତୀୟ ଜାତୀୟ କଂଗ୍ରେସ
୨୦୦୪ ୨୦ ମଇ ୨୦୦୬ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ତଳସରା ଭାରତୀୟ ଜାତୀୟ କଂଗ୍ରେସ

ମୃତ୍ୟୁ ସମ୍ପାଦନା

ଗଜଧର ୨୦୦୬ ମସିହାର ମଇ ମାସ ୨୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୫] ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Retrieved 29 August 2020.
  2. India. Parliament. House of the People; India. Parliament. Lok Sabha (1975). Lok Sabha Debates. Lok Sabha Secretariat. p. 21. Retrieved 22 July 2019.
  3. India. Parliament. Lok Sabha (1971). Who's who. Lok Sabha Secretariat. p. 337.
  4. Sir Stanley Reed (1983). The Times of India Directory and Year Book Including Who's who. Bennett, Coleman & Company. p. 881.
  5. ୫.୦ ୫.୧ ୫.୨ "Shri Gajadhar Majhi". odishaassembly.nic.in. Odisha Assembly. Retrieved 11 October 2020.
  6. "Congress, a divided house in Sundargarh". The New Indian Express. 17 February 2019. Retrieved 6 October 2020.