ପ୍ରଫୁଲ୍ଲ ମାଝୀ
ଓଡ଼ିଆ ରାଜନୀତିଜ୍ଞ
ପ୍ରଫୁଲ୍ଲ ମାଝୀ (ଜନ୍ମ: ୧ ଫେବୃଆରୀ ୧୯୫୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି । ୨୦୦୬ ଉପ ନିର୍ବାଚନର, ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ତଳସରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ପ୍ରଫୁଲ୍ଲ ମାଝୀ | |
---|---|
ବିଧାୟକ: ୧୩ଶ, ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨ ନଭେମ୍ବର ୨୦୦୬ – ୨୦୧୯ | |
ପୂର୍ବ ଅଧିକାରୀ | ଗଜଧର ମାଝୀ |
ପର ଅଧିକାରୀ | ଭବାନୀ ଶଙ୍କର ଭୋଇ |
ନିର୍ବାଚନ ମଣ୍ଡଳୀ | ତଳସରା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଫେବୃଆରୀ ୧୯୫୦ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ତ୍ରିବେଣୀ ମାଝୀ |
ସମ୍ପର୍କ | ଗଜଧର ମାଝୀ (ଶଶୁର) |
ବାପା/ବୋଉ | ନଟବର ମାଝୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାପ୍ରଫୁଲ୍ଲ ମାଝୀ ୧୯୫୦ ମସିହାର ଫେବୃଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ନଟବର ମାଝୀ ଓ ପତ୍ନୀଙ୍କ ନାମ ତ୍ରିବେଣୀ ମାଝୀ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଏମ୍.ବି.ବି.ଏସ୍. ।[୨] ରାଜନୀତିଜ୍ଞ ଗଜଧର ମାଝୀ ତାଙ୍କର ଶଶୁର ।[୩]
ରାଜନୈତିକ ଜୀବନ
ସମ୍ପାଦନାପ୍ରଫୁଲ୍ଲ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି ।[୨]
ବିଧାନ ସଭା ସଭ୍ୟ ବିବରଣୀ
ସମ୍ପାଦନାଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୨ ନଭେମ୍ବର ୨୦୦୬ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | ତଳସରା | ଭାରତୀୟ ଜାତୀୟ କଂଗ୍ରେସ |
୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ତଳସରା | ଭାରତୀୟ ଜାତୀୟ କଂଗ୍ରେସ |
୨୦୧୪ | ୨୦୧୯ | ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା | ତଳସରା | ଭାରତୀୟ ଜାତୀୟ କଂଗ୍ରେସ |
ଆଧାର
ସମ୍ପାଦନା- ↑ "ODISHA LEGISLATIVE ASSEMBLY" (PDF). Odish Bio Profile. Retrieved 6 October 2020.[permanent dead link]
- ↑ ୨.୦ ୨.୧ "Shri Prafulla Majhi". odishaassembly.nic.in. Odisha Assembly. Retrieved 6 October 2020.
- ↑ "Congress, a divided house in Sundargarh". The New Indian Express. 17 February 2019. Retrieved 6 October 2020.