ଇଗ୍ନେସ ମାଝୀ
ଇଗ୍ନେସ ମାଝୀ (୩୧ ଡିସେମ୍ବର ୧୯୩୨ - ୨୭ ଫେବୃଆରୀ ୨୦୦୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାଜଗାଙ୍ଗପୁର ଓ ତଳସରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨]
ଇଗ୍ନେସ ମାଝୀ | |
---|---|
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୦ | |
ପୂର୍ବ ଅଧିକାରୀ | ପ୍ରେମାନନ୍ଦ କାଲୋ |
ପର ଅଧିକାରୀ | ଗଜଧର ମାଝୀ |
ନିର୍ବାଚନ ମଣ୍ଡଳୀ | ତଳସରା |
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୩ | |
ପୂର୍ବ ଅଧିକାରୀ | ପ୍ରେମଚାନ୍ଦ ଭଗତ |
ପର ଅଧିକାରୀ | ଖ୍ରୀଷ୍ଟୋଫର ଏକ୍କା |
ନିର୍ବାଚନ ମଣ୍ଡଳୀ | ରାଜଗାଙ୍ଗପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୩୧ ଡିସେମ୍ବର ୧୯୩୨ |
ମୃତ୍ୟୁ | ୨୭ ଫେବୃଆରୀ ୨୦୦୨ | (ବୟସ ୬୯)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଝାଡ଼ଖଣ୍ଡ ପାର୍ଟି |
ଜୀବନ ସାଥୀ | ରୋଜ୍ ରୋମୋଲା |
ବାପା/ବୋଉ | ଭଦ୍ରା ଇନ୍ସେଣ୍ଟ ମାଝୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଇଗ୍ନେସ ମାଝୀ ୧୯୩୨ ମସିହାର ଡିସେମ୍ବର ମାସ ୩୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭଦ୍ରା ଇନ୍ସେଣ୍ଟ ମାଝୀ ଓ ପତ୍ନୀଙ୍କ ନାମ ରୋଜ୍ ରୋମୋଲା । ସେ ପେଶାରେ ଜଣେ ଓକିଲ ଥିଲେ ।[୩]
ରାଜନୈତିକ ଜୀବନ
ସମ୍ପାଦନାଇଗ୍ନେସ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ପୂର୍ବରୁ ସେ ଝାଡ଼ଖଣ୍ଡ ପାର୍ଟିରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ସେ ୧୯୭୭ ମସିହାରୁ ୧୯୮୦ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୩]
ମୃତ୍ୟୁ
ସମ୍ପାଦନାଇଗ୍ନେସ ୨୦୦୨ ମସିହାର ଫେବୃଆରୀ ମାସ ୨୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୩] ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Archived from the original (PDF) on 2 October 2020. Retrieved 29 August 2020.
- ↑ "ଶାସକ ଦଳରେ ସମନ୍ୱୟ ଅଭାବ, କଂଗ୍ରେସକୁ ଅଡ଼ୁଆ ବିଦ୍ରୋହୀ ପ୍ରାର୍ଥୀନୀ". Samaja Live (in ଓଡ଼ିଆ). ସୁନ୍ଦରଗଡ଼. 15 April 2019. Archived from the original on 12 October 2020. Retrieved 12 October 2020.
{{cite news}}
: CS1 maint: unrecognized language (link) - ↑ ୩.୦ ୩.୧ ୩.୨ "Shri Ignace Majhi". odishaassembly.nic.in. Odisha Assembly. Retrieved 10 October 2020.