କିଛି କହିବାର ଅଛି

୨୦୨୨ ଓଡ଼ିଆ କଥାଚିତ୍ର

କିଛି କହିବାର ଅଛି ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲ । ଅନ୍ତର୍ଯ୍ୟାମି ସରଘରିଆ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ ।[୧] ସଙ୍ଗୀତକାର ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

କିଛି କହିବାର ଅଛି
ନିର୍ଦ୍ଦେଶକତାପସ ସରଘରିଆ
ପ୍ରଯୋଜକସୀତାରାମ ଅଗ୍ରୱାଲ
ନମିତା ଅଗ୍ରୱାଲ
ସଂଳାପଅନ୍ତର୍ଯ୍ୟାମି ସରଘରିଆ
କଳାକାରସିଦ୍ଧାନ୍ତ ମହାପାତ୍ର
ରିୟା ଦେ
ହରିହର ମହାପାତ୍ର
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣରବିନ୍ଦ୍ର ବେହେରା
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୧୫ ଅଗଷ୍ଟ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ରିୟା ଦେ । ହରିହର ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରିୟଙ୍କା ମହାପାତ୍ର ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଅଗଷ୍ଟ ମାସ ୧୫ ତାରିଖରେ ସିଦ୍ଧାର୍ଥ ଟିଭିରେ ମୁକ୍ତିଲାଭ କରିଥିଲା ।[୨]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୧] ଗୀତିକାର ସୁବ୍ରତ ସ୍ୱାଇଁ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ନିବେଦିତା, ଗୌରବ ଆନନ୍ଦ, ଅସୀମା ପଣ୍ଡା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ଆଜି କାଲି ପବନ"ହ୍ୟୁମାନ ସାଗର, ସୁବ୍ରତ ସ୍ୱାଇଁ 
2."କାହିଁକି ଏମିତି ଲାଗେ"ଗୌରବ ଆନନ୍ଦ 
3."ମୁଁ ଆଲବମ୍ କୁଇନ୍"ଅସୀମା ପଣ୍ଡା 
4."ଅଖିଳ ବ୍ରହ୍ମାଣ୍ଡ ପତି"ନିବେଦିତା 

ଆଧାର ସମ୍ପାଦନା

  1. ୧.୦ ୧.୧ "ନୂଆ ଓଡ଼ିଆ ସିନେମା 'କିଛି କହିବାର ଅଛି'". ନିର୍ଭୟ. No. ରବିବାର. OMDB (Twitter). 26 June 2022. Retrieved 5 December 2022.
  2. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.

ବାହାର ଆଧାର ସମ୍ପାଦନା