ମାଟିର ମଣିଷ (ଉପନ୍ୟାସ)

ମାଟିର ମଣିଷ, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ରଚିତ ଏକ ଉପନ୍ୟାସ ଅଟେ ।[] ୧୯୩୧ ମସିହାରେ ଏହି ଉପନ୍ୟାସଟିର ପ୍ରଥମ ମୁଦ୍ରଣ କରାଯାଇଥିଲା ଏବଂ ୧୯୭୬ ସୁଦ୍ଧା ଏହା ବତିଶ ଥର ମୁଦ୍ରିତ ହୋଇଥିଲା । ୧୯୭୬ ପରଠାରୁ ଦୀର୍ଘ ତିନି ଦଶନ୍ଧି ଧରି ଏହାର ପୁନଃମୁଦ୍ରଣ ହୋଇପାରିନଥିଲା । ପରେ ୨୦୦୪ ମସିହାରେ କାଳିନ୍ଦୀଚରଣଙ୍କ ପୁତ୍ର ତୁଷାରରଞ୍ଜନ ପାଣିଗ୍ରାହୀଙ୍କ ଅନୁମତି କ୍ରମେ ପୁଣି ଥରେ ଏହାର ଏକ ସଚିତ୍ର ସଂସ୍କରଣ ପ୍ରକାଶିତ ହୋଇଥିଲା ।[] ମାଟିର ମଣିଷ ଉପନ୍ୟାସରେ ସିଲହୋଏଟ୍ ଧରଣର ଚିତ୍ର ସ୍ଥାନ ପାଇଛି (ଏହି ଧରଣର ଛବିରେ ରଙ୍ଗ ବା ବସ୍ତୁର ବହୁଳତା ନଥାଏ) । ମାଟିର ମଣିଷ ଉପନ୍ୟାସ ପାଇଁ ଗୋପାଳ ଚରଣ କାନୁନ୍‌ଗୋ ଏହି ଚିତ୍ର ଗୁଡ଼ିକ ଆଙ୍କିଥିଲେ ।[] ୧୯୫୯ ସଂସ୍କରଣ ସମୟରେ ଏହି ଉପନ୍ୟାସର ମୂଲ୍ୟ ମାତ୍ର ଏକ ଟଙ୍କା ଚାରି ଅଣା ବା ୧.୨୫ ନୂଆପଇସା ଥିଲା । ସେତେବେଳେ ଏହା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦଦ୍ୱାରା ଅଷ୍ଟମ ଶ୍ରେଣୀର ଅତିରିକ୍ତ ସାହିତ୍ୟ ରୂପେ ଅନୁମୋଦିତ ହୋଇଥିଲା ।[]

ମାଟିର ମଣିଷ  
ଲେଖକକାଳିନ୍ଦୀ ଚରଣ ପାଣିଗ୍ରାହୀ
ଚିତ୍ରକରଗୋପାଳ ଚରଣ କାନୁନ୍‌ଗୋ
ମଲାଟ ଚିତ୍ରକରଗୋପାଳ ଚରଣ କାନୁନ୍‌ଗୋ
ଦେଶଭାରତ
ଭାଷାଓଡ଼ିଆ
ବିଷୟଗ୍ରାମ୍ୟ ଜୀବନ, ପାରିବାରିକ କଳହ
ବିଭାଗଉପନ୍ୟାସ
ପ୍ରକାଶକଲାର୍କ ବୁକ୍‌ସ (୨୦୦୪ ମସିହା ସଂସ୍କରଣ), ନିଉ ଷ୍ଟୁଡେଣ୍ଟସ୍ ଷ୍ଟୋର୍ସ ପ୍ରା:ଲି:, ବ୍ରହ୍ମପୁର (୧୯୫୯ ମସିହା ସଂସ୍କରଣ)
ପ୍ରକାଶ ତାରିଖ୧୯୩୧ - ୧୯୭୬, ୨୦୦୪
ମାଧ୍ୟମ ପ୍ରକାରକାଗଜ ମଲାଟ
ପୃଷ୍ଠା୧୧୮ (୨୦୦୪ ମସିହା ସଂସ୍କରଣ), ୧୫୭ (୧୯୫୯ ମସିହା ସଂସ୍କରଣ)
ISBN81-7375-126-9

ମାଟିର ମଣିଷ ଉପନ୍ୟାସ ବିଷୟରେ କହିବାପାଇଁ ଯାଇ ଉପନ୍ୟାସର ଉତ୍ସର୍ଗ ପୃଷ୍ଠାରେ କାଳିନ୍ଦୀ ଚରଣ ଲେଖିଛନ୍ତି:

ଦୁନିଆର ହାଟେ କୋଟି ହୀରା ନୀଳା ମଣି-ମାଣିକର ତୁଲ,
ମାଟିର ପିତୁଳା ଗଢ଼ି ରଖିଦେଲି କିଏ ପଚାରିବ ମୂଲ !

ଏହି ଉପନ୍ୟାସ ଆଧାରରେ ୧୯୬୬ ମସିହାରେ "ମାଟିର ମଣିଷ" ନାମକ ଏକ କଥାଚିତ୍ର ନିର୍ମାଣ କରାଯାଇଥିଲା ଏବଂ ମୃଣାଳ ସେନ ଏହାର ନିର୍ଦ୍ଦେଶନା ଦେଇଥିଲେ ।[]

ବଂଶାବଳୀ ଓ ଚରିତ୍ର

ସମ୍ପାଦନା

ଶାମ ପଧାନର ଦୁଇପୁଅ, ବରଜୁ ବଡ଼ ଓ ଛକଡ଼ି ସାନ । ବରଜୁର ତିନି ଝିଅ ଗୋଟିଏ ପୁଅ ।

 
 
 
 
 
 
 
ଶାମ ପଧାନ
 
 
 
ପଧାନ ବୁଢ଼ୀ
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ନେତ୍ରମଣି
 
ଛକଡ଼ି (ସାନ)
 
 
 
 
ବରଜୁ (ବଡ଼)
 
 
 
ହାରାବୋଉ
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ହାରା (ଝିଅ-୧ମ)
 
ସୁନା (ଝିଅ-୨ୟ)
 
ମୋତି (ଝିଅ-୩ୟ)
 
 
 
 
ଦାମ (ପୁଅ-୪ର୍ଥ)
 
 
 
 
 
 

ଉପନ୍ୟାସରେ ବର୍ଣ୍ଣିତ ଅନ୍ୟାନ୍ୟ ପ୍ରମୁଖ ଚରିତ୍ର ସବୁ ହେଲେ:

  • ହରି ମିଶ୍ର
  • ଚନ୍ଦରା ଶିଅଳ
  • ଧରମୁ ଦାସ (ଧରମା)
  • ଶାରଦୀ ବୋଉ
  • ଗୌରାଙ୍ଗ ଶେଣ (ଗଉରା)... ଇତ୍ୟାଦି

ସଂକ୍ଷିପ୍ତ କାହାଣୀ

ସମ୍ପାଦନା

ଶ୍ୟାମ ପ୍ରଧାନଙ୍କର ଦୁଇ ପୁଅ ବରଜୁ ଓ ଛକଡ଼ି । ବରଜୁ ବିବାହିତ, ୪ଟି ସନ୍ତାନ-ସନ୍ତତିର ପିତା, ଦାୟିତ୍ୱବାନ, କିନ୍ତୁ ଛକଡ଼ି ଫୁଲାଫାଙ୍କିଆ । ଛକଡ଼ିର ବିବାହ ନେତ୍ରମଣି ସହିତ ହୋଇଥିଲା କିନ୍ତୁ ସେମାନଙ୍କର କିଛି ସନ୍ତାନ ସନ୍ତତି ନଥିଲେ । ପଧାନ ବୁଢ଼ା ଓ ବୁଢ଼ୀର ମୃତ୍ୟୁ ପରେ ଦୁଇ ଜାଆଙ୍କ ମଧ୍ୟରେ ଭୁଲ୍ ବୁଝାମଣା ଦୁଇ ଭାଇଙ୍କ ମଧ୍ୟରେ ଭୁଲ୍ ବୁଝାମଣା ସୃଷ୍ଟି କଲା । ମାମଲତକାର ହରି ମିଶ୍ର ମଧ୍ୟ ଛକଡ଼ିକୁ ଭାଇଠାରୁ ଅଲଗା ହେବା ପାଇଁ ଉସୁକାଇଥିଲେ, କାରଣ ବରଜୁର ଗାଁ ଭଲମନ୍ଦରେ ନିଷ୍ପତ୍ତି ଯୋଗୁଁ ତାଙ୍କର ମାମଲାତକାରୀ ବ୍ୟବସାୟ ବାଧାପ୍ରାପ୍ତ ହେଉଥିଲା । ନେତ୍ରମଣି ବି ଛକଡ଼ିକୁ ଭିନ୍ନେ ହାଣ୍ଡି କରିବାପାଇଁ ଖୁଣ୍ଟା ଦେଉଥିଲେ । ଛକଡ଼ି କିନ୍ତୁ ବରଜୁକୁ ଏକଥା କହିବା ପାଇଁ ଡରୁଥିଲା । ପଧାନ ବୁଢ଼ା ମଲା ବେଳେ ବରଜୁକୁ କହିଯାଇଥିଲା, ଭିନ୍ନେ ନହେବାପାଇଁ, ଘରେ ପାଚେରି ନଉଠେଇବା ପାଇଁ । ବରଜୁ ବହୁକଷ୍ଟରେ ହାରାବୋଉକୁ (ତା' ସ୍ତ୍ରୀ)କୁ ଝଗଡା ନକରିବାପାଇଁ ବୁଝେଇବାରେ ସକ୍ଷମ ହୋଇଥିଲେ ବି ନେତ୍ରମଣି ଅଲଗା ହେବାପାଇଁ ଜିଦ ଧରିଥିଲା । ଛକଡ଼ି, ହରି ମିଶ୍ରର ସାହାଯ୍ୟ ନେଇ ଭିନ୍ନେ ହେବା ପାଇଁ ବାହାରିଲା । ଶେଷରେ ବରଜୁ, ଛକଡ଼ିକୁ ସବୁ ସମ୍ପତିର ମାଲିକାନା ଦେଇ ନିଜ ସ୍ତ୍ରୀ ପିଲାଙ୍କୁ ନେଇ ଗାଁଆ ଛାଡ଼ି ଚାଲିଗଲା । ଉପନ୍ୟାସ ଶେଷରେ ଛକଡ଼ି ପୁରୁଣା ଦିନ ସବୁକୁ ଝୁରିଛି ଓ ବରଜୁ ସହ ଯିବା ପାଇଁ ବାହାରିଛି ।[]

  1. "MATIRA MANISA NOVEL BY KALANDI CHARANA PANIGRAHI". incredibleorissa.com. Retrieved 6 July 2016.
  2. ମାଟିର ମଣିଷ, ୨୦୦୪ ସଂସ୍କରଣ, 'ବ୍ୟଥା ଓ ଆନନ୍ଦର ବାର୍ତ୍ତା'
  3. ମାଟିର ମଣିଷ, ୨୦୦୪ ସଂସ୍କରଣ ଓ ୧୯୫୯ ସଂସ୍କରଣ, 'ଛବି କଥା'
  4. ମାଟିର ମଣିଷ, ୧୯୫୯ ସଂସ୍କରଣ, 'ଭିତର ମଲାଟ'
  5. "Matira Manisha (Two Brothers)". mrinalsen.org/. Retrieved 8 July 2016.
  6. Jitendra Narayan Patnaik. "Four Major Modern Oriya Novelists" (PDF). Orissar Review (Nov 2008). Retrieved 8 July 2016.

ଅଧିକ ତଥ୍ୟ

ସମ୍ପାଦନା