ଉଇକିପିଡ଼ିଆ:ମେଳଣ/ଭୁବନେଶ୍ୱର/ଭୁବନେଶ୍ୱର୮

ଏହି ମେଳଣ‌ଟି ରେ ଭୁବନେଶ୍ୱରରେ ୨୩ ସେପ୍ଟେମ୍ବର ୨୦୧୩ରେ ଅନୁଷ୍ଠିତ ହୋଇଥିଲା । ଏହିରେ ଭୁବନେଶ୍ୱରରେ ଥିବା ଉଇକିଆଳିମାନେ ଯୋଗ ଦେଇ ଓଡ଼ିଆ ଉଇକିପିଡ଼ିଆର ନାନାଦି ବିଷୟରେ ଆଲୋଚନା କରିଥିଲେ ।

ଆଲୋଚନାର ବିଷୟବସ୍ତୁ ସମ୍ପାଦନା

  • ଚଳିତ ଉଇକିପ୍ରକଳ୍ପ
  • ଆଗାମୀ କର୍ମଶାଳା
  • ନୂଆ ଯୋଜନା

ଭାଗ ନେଇଥିବା ଉଇକିଆଳିଗଣ ସମ୍ପାଦନା

  1. ସୁବାସ ଚନ୍ଦ୍ର ରାଉତ
  2. ଶିତିକଣ୍ଠ ଦାଶ
  3. ଦୀପ୍ତିମାନ ପାଣିଗ୍ରାହୀ
  4. ଜ୍ଞାନରଞ୍ଜନ ସାହୁ
  5. ଶ୍ୱେତପଦ୍ମା ଶତପଥୀ
  6. ସୁଭାସିସ ପାଣିଗାହି

ବିବରଣୀ ସମ୍ପାଦନା

ଭୁବନେଶ୍ୱରରେ ଥିବା ଉଇକିଆଳିମାନେ ୨୩ ସେପ୍ଟେମ୍ବର ୨୦୧୩ରେ ଏକାଠି ହୋଇଥିଲେ । ଏଥିରେ ଓଡ଼ିଆ ଉଇକିଆଳି ଡା ସୁବାସ ଚନ୍ଦ୍ର ରାଉତ, ଶିତିକଣ୍ଠ ଦାଶ, ଦୀପ୍ତିମାନ ପାଣିଗ୍ରାହୀ, ଜ୍ଞାନରଞ୍ଜନ ସାହୁ, ଶ୍ୱେତପଦ୍ମା ଶତପଥୀ ଓ ମୁଁ ଯୋଗ ଦେଇ ଓଡ଼ିଆ ଉଇକିପିଡ଼ିଆର ୨୦୦ ଗୋଟି ଉପ ଯୋଗୀ ପ୍ରସଙ୍ଗ ତାଲିକା ଉଇକିପ୍ରକଳ୍ପ ସମ୍ବନ୍ଧରେ ଆଲୋଚନା କରିଥିଲୁ । ସମସ୍ତେ ଏଥିରେ କି କି ପ୍ରକାରର ପ୍ରସଙ୍ଗ ଓଡ଼ିଆ ଉଇକିପିଡ଼ିଆ ପାଇଁ ଉପ୍ୟୋଗୀ ହେବ ତାହା ଆଲୋଚନା କରିଥିଲେ । ଓଡ଼ିଶାର ପ୍ରସିଦ୍ଧ ସ୍ଥାନ', ପର୍ଯ୍ୟଟନ ସ୍ଥଳୀ, ଓଡ଼ିଶାର ଇତିହାସ, ଓଡ଼ିଶାର ବରପୁତ୍ର, ଓଡ଼ିଶାର ମୁଖ୍ୟ ସ ହର ଓ ସଦର ମହକୁମା, ଓଡ଼ିଶାର ପାରମ୍ପାରିକ ହସ୍ତଶିଳ୍ପ, ପୋଷାକ, ବାସଙ୍କୁସନ, ଓଡ଼ିଆ ସାହିତ୍ୟର ଇତିହାସଓଡ଼ିଆ ସାହିତ୍ୟର ଇତିହାସ ଆଦି ଉପ ବିଭାଗକୁ ନେଇ ଏହି ପ୍ରସଙ୍ଗ ଗୁଡ଼ିକ ଲେଖାଯିବା ପାଇଁ ସମସ୍ତେ ମତ ଦେଇଥିଲେ । ଡା ସୁବାସ ରାଉତ ଲୀଳାବତୀଙ୍କ କନ୍ୟାଗଣ ଗଣ-ସମ୍ପାଦନା ପ୍ରକଳ୍ପରେ ଅନେକ ଭାରତୀୟ ବୈଜ୍ଞାନିକଙ୍କ ଉପରେ ପ୍ରସଙ୍ଗ ଲିଖନର ଆରମ୍ଭ ଓ ପାଠକଙ୍କ ନିମନ୍ତେ ଏହାର ଉପଯୋଗୀତା ଉପରେ ଆଲୋକପାତ କରିଥିଲେ । ଉଇକିଆଳି ଶିତିକଣ୍ଠ ଦାଶ ବିଜ୍ଞାନ ଉପରେ ଏକ ପୋର୍ଟାଲ ଆରମ୍ଭ କ ରିବା ବାବଦରେ ମନ୍ତବ୍ୟ ରଖିଥିଲେ । ଇଂରାଜୀ ଉଇକିପିଡ଼ିଆ ର ବିଜ୍ଞାନ ପୋର୍ଟାଲ ଆଧାରରେ ଓଡ଼ିଆରେ ମଧ୍ୟ ସେହିଭଳି ଏକ ପୋର୍ଟାଲ ଆରମ୍ଭ କଲେ କିପରି ବିଜ୍ଞାନ ବିଷୟରେ ଥିବା ପ୍ରସଙ୍ଗମାନ ଅଧିକ ସମୃଦ୍ଧ ହେବ ଓ ଅଧିକ ବିଜ୍ଞାନ ସମ୍ବନ୍ଧୀୟ ପ୍ରସଙ୍ଗ ଓଡ଼ିଆ ଉଇକିପିଡ଼ିଆରେ ଆରମ୍ଭ ହେବ ତାହା ବର୍ଣ୍ଣନା କରିଥିଲେ । ଓଡ଼ିଆ ଅଭିଧାନରୁ ଶବ୍ଦ ସବୁ ଓଡ଼ିଆ ଉଇକିଅଭିଧାନରେ ଲେଖାଯିବା ବାବଦରେ ଆରମ୍ଭ କରାଯାଇଥିବା ନୂଆ ପ୍ରକଳ୍ପରେ ପ୍ରତି ଉଇକିଆଳି କିପରି ଗୋଟେ ଗୋଟେ ଅକ୍ଷର ନେଇ ଶବ୍ଦ ଯୋଡ଼ିପାରିବେ ତାହା ଏହି ମେଳଣରେ ଆଲୋଚିତ ହୋଇଥିଲେ । ଶେଷରେ ଢେଙ୍କାନାଳସ୍ଥିର ଭାରତୀୟ ଶିକ୍ଷା ସଂସ୍ଥାନରେ ସେପ୍ଟେମ୍ବର ୩୦ ହେବାକୁ ଥିବା ସାଧାରଣ ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା ବାବଦରେ ଆଲୋଚନା ହୋଇଥିଲା ।