ଉଇକିପିଡ଼ିଆ:ନିୟମାବଳୀ/ଓଡ଼ିଆ କଥାଚିତ୍ର

ଏହି ପୃଷ୍ଠାଟି ଆରମ୍ଭ କଲି, ଚଳଚିତ୍ର ବାବଦରେ କିଛି ନିୟମାବଳୀ ସ୍ଥିର କରିବା ପାଇଁ।

  1. କେଉଁ ଚଳଚିତ୍ର ରହିବା ଦରକାର । କେତେ ଜଣାଶୁଣା ହେଲେ ରଖିବା ଠିକ ହେବ ।
  2. କେଉଁ କେଉଁ ୱେବସାଇଟର ଲିଙ୍କ (ଚଳଚିତ୍ର ଏବଂ ଅଭିନେତା ଅଭିନେତ୍ରୀ ପାଇଁ) ଆଧାର ଭାବେ ବ୍ୟବହାର କରିବା ଠିକ ହେବ । ଏକ ତାଲିକା ତିଆରି କରିବା । ନିର୍ଦ୍ଦେଶକ, ଗୀତିକାର, ସଂଗୀତକାର ପାଇଁ ଅଲଗା ତାଲିକା କରିପାରିବା ।
  3. ବ୍ଲଗ ସାଇଟ ଓ ଯେଉଁ ୱେବସାଇଟରେ କେବଳ ଫିଲ୍ମ ବିଷୟରେ ଲେଖା ଅଛି, ଏମିତି ଅନେକ ୱେବସାଇଟ ଅଛି, ସେ ସବୁକୁ ଆଧାର ପାଇଁ ବ୍ୟବହାର କରିବା କେତେ ଯୁକ୍ତିଯୁକ୍ତ! ଇତ୍ୟାଦି
  4. ଏଠି ଲେଖାଥିବା ମତ ଗ୍ରହଣୀୟ । ସବୁ ଅଭିନେତା/ଅଭିନେତ୍ରୀ ଓ ସିନେମା ବିଷୟରେ ନ ଲେଖି ବାଛି ବାଛି ଲେଖିବା ସମୟ ବୋଧେ ଆସିଛି । କାରଣ ଆଗରୁ ଓଡ଼ିଆ ସିନେମା ବାବଦରେ ଖୁବ କମ ପ୍ରସଙ୍ଗ ଥିଲା ହେଲେ ଏବେ ଅନେକ ରହିଛି । ଏବେ ହୁଏତ ଆଗରୁ ଥିବା ପ୍ରସଙ୍ଗର ମାନ ସୁଧାରିବାକୁ ପଡ଼ିବ । ତେବେ ଏ କାମ ଜଣକ ଦେଇ ହୁଏତ ପୂରା ହୋଇପାରିବ ନାହିଁ କାରଣ ପ୍ରସଙ୍ଗ ସୁଧାରିବା କାଠିକର ପାଠ । --ସୁଭାସିସ ପାଣିଘରି (ଆଳାପ)
@Psubhashish: ଭାଇ, ଆଗରୁ ଓଡ଼ିଆ କଥାଚିତ୍ର ବିଷୟରେ ମାତ୍ର ଅଳ୍ପ କିଛି ପ୍ରସଙ୍ଗ ଥିଲା, କିନ୍ତୁ ୨୦୧୭ରୁ ମୁଁ ନିଜେ ୪୪୦ରୁ ଅଧିକ ପ୍ରସଙ୍ଗ ଲେଖିଥିଲି । କାରଣ ଓଡ଼ିଆରେ ମୁକ୍ତିଲାଭ କରିଥିବା ସବୁ ପ୍ରସଙ୍ଗକୁ ଉଇକିପିଡ଼ିଆରେ ରଖିବା ଲକ୍ଷ ଥିଲା । ଅବଶ୍ୟ ଏହି ବିଷୟରେ ମୁଁ ଆଉ କାହା କଥା ହୋଇନଥିଲି, କିନ୍ତୁ ମୃତ୍ୟୁଞ୍ଜୟ ଭାଇଙ୍କ ସହ ଏହି ବିଷୟରେ କଥା ହେଇଥିଲି । ଦେଖିବାକୁ ଗଲେ ପ୍ରାୟ ଏବେଯାଏଁ ମୁକ୍ତିଲାଭ କରିଥିବା ପ୍ରାୟ ସମସ୍ତ ଚଳଚ୍ଚିତ୍ର ଏଠାରେ ଅଛି । ଯେହେତୁ ଏହା ଏକ ଆଞ୍ଚଳିକ ଉଇକିପିଡ଼ିଆ, ଏଠାରେ ଲେଖାଥିବା ପ୍ରସଙ୍ଗ ଆମ ଓଡ଼ିଆ ଲୋକମାନେ ହିଁ ଦେଖିବେ, ତେଣୁ ଏଥିରେ ଓଡ଼ିଆ କଥାଚିତ୍ରର ପ୍ରସଙ୍ଗ ରହିବାରେ କୌଣସି ଅସୁବିଧା ନାହିଁ ବୋଲି ମୋତେ ଲାଗୁଛି । ଆଉ ଯଦି ଆମେ ଆମ ଭାଷାର ଉଇକିପିଡ଼ିଆର ପ୍ରସଙ୍ଗରେ ଆମର ପ୍ରସଙ୍ଗ ରଖିବାନି, ତେବେ ଆଉ କ'ଣ ରଖିବା? ଆଉ କେଉଁ ଚଳଚ୍ଚିତ୍ର ଜଣାଶୁଣା ସେଇଟାର ମାପ ଆମେ କେମିତି କରିବା?--ଗପୁ (ମୋ ଆଲୋଚନା) ୧୮:୨୫, ୧୧ ଜାନୁଆରୀ ୨୦୧୯ (IST)[reply]
ଗପୁ ସହ ମୁଁ ଏକମତ । Hpsatapathy (ମୋ ଆଲୋଚନା) ୨୨:୩୩, ୧୧ ଜାନୁଆରୀ ୨୦୧୯ (IST)[reply]
ଗପୁ ଉପରେ ଲେଖିବା ଥିବା କଥା ସତ, ସେ ଓଡ଼ିଆ କଥାଚିତ୍ର ବାବଦରେ ପ୍ରସଙ୍ଗ ତିଆରି କରିବା ପୂର୍ବରୁ ମତେ ଏବାବଦରେ ପଚାରିବାରୁ ମୁଁ ଓଡ଼ିଆ ଭାଷାରେ ତିଆରି ହେଇଥିବା/ ହେଉଥିବା ସମସ୍ତ କଥାଚିତ୍ର ଓଡ଼ିଆ ଉଇକିପିଡ଼ିଆରେ ରହିବା ଉଚିତ ହେବ ବୋଲି ମତ ଦେଇଥିଲି । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୩:୨୬, ୧୧ ଜାନୁଆରୀ ୨୦୧୯ (IST)[reply]

ଯେହେତୁ ଏହା ଏକ ଆଞ୍ଚଳିକ ଉଇକିପିଡ଼ିଆ, ଏଠାରେ ଲେଖାଥିବା ପ୍ରସଙ୍ଗ ଆମ ଓଡ଼ିଆ ଲୋକମାନେ ହିଁ ଦେଖିବେ, ତେଣୁ ଏଥିରେ ଓଡ଼ିଆ କଥାଚିତ୍ରର ପ୍ରସଙ୍ଗ ରହିବାରେ କୌଣସି ଅସୁବିଧା ନାହିଁ ବୋଲି ମୋତେ ଲାଗୁଛି ।

ମୋ ମତରେ ଏଇଟା ଠିକ ନୁହେଁ । ଆମେ ସବୁ ସିନେମାର ତାଲିକା ରଖି ପାରିବା । ହେଲେ ସବୁ ସିନେମାର ପ୍ରସଙ୍ଗ ରଖିପାରିବା ନାହିଁ । କିଛି ଚଳଚ୍ଚିତ୍ର ଏତେ ଜଣାଶୁଣା ନୁହେଁ ସେହି ସିନେମା ବିଷୟରେ ଖବରକାଗଜ କି ବହିରେ ନ ବାହାରିଲେ ଆମେ ସେଗୁଡିକ ରଖିବା ଦ୍ୱାରା ଏହା ବିଜ୍ଞାପନ ଭଳି କାମ କରିବ । --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୧:୫୬, ୧୨ ଜାନୁଆରୀ ୨୦୧୯ (IST)[reply]
ସବୁ ରିଲିଜ ହେଇସାରିଥିବା ଚଳଚ୍ଚିତ୍ର ରହିବା କଥା । ହଁ, ବହୁତ ସମୟରେ ରିଲିଜ ହେବାକୁଥିବା ଚଳଚ୍ଚିତ୍ର କଥା ଛପା ହୁଏ । ସେଥିରୁ ବହୁତ ଚଳଚ୍ଚିତ୍ର ରିଲିଜ ହୁଏନାହିଁ, ତେଣୁ ସେଗୁଡ଼ିକ ରଖିବା ଉଚିତ ନୁହେଁ । ଆଧାର ନଥିଲେ, ଲିଭା ହେବା ବିଧେୟ । --Hellohappy (ମୋ ଆଲୋଚନା)
ହଁ ସବୁ (ଅଳ୍ପ କିଛିକୁ ବାଦ ଦେଲେ) ରିଲିଜ୍ ହୋଇଥିବା କଥାଚିତ୍ର ପ୍ରାୟ ଅଛି । କିନ୍ତୁ ୧୧ଟି ପ୍ରସଙ୍ଗ ଅଛି, ଯାହାକି ଅଦ୍ୟାବଧି ମୁକ୍ତିଲାଭ କରିନାହିଁ, କିନ୍ତୁ ଶୀଘ୍ର ମୁକ୍ତିଲାଭ କରିବ ବୋଲି ଖବର ଆସୁଛି । ଏହି ଶ୍ରେଣୀ; ଶ୍ରେଣୀ:ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ରରୁ ଆପଣ ତାକୁ ଦେଖିପାରିବେ । ଅବଶ୍ୟ ଏହା ଭିତରେ ଥିବା ଏହି ପ୍ରସଙ୍ଗ "ବକ୍ସି ଜଗବନ୍ଧୁ (ଚଳଚ୍ଚିତ୍ର )" ବିଷୟରେ ମୁଁ ନିଜେ ବି ଦ୍ୱନ୍ଦରେ ଅଛି । ହଁ ପୂର୍ବରୁ ପ୍ରାୟ ଏହି ପ୍ରସଙ୍ଗଗୁଡ଼ିକ ତିଆରି କରିଥିଲି, କିନ୍ତୁ ଏଇ ବିଷୟରେ ଆଲୋଚନା ହେବା ଆରମ୍ଭ ହେବାପରେ ବୋଧେ ଆଉ ମୁକ୍ତିଲାଭ ହେବାକୁ ଥିବା ଚଳଚ୍ଚିତ୍ରର ପ୍ରସଙ୍ଗ ତିଆରି କରାଯାଇନାହିଁ ।--ଗପୁ (ମୋ ଆଲୋଚନା) ୨୦:୧୪, ୧୨ ଜାନୁଆରୀ ୨୦୧୯ (IST)[reply]

ପୂର୍ବ ଆଲୋଚନା ସମ୍ପାଦନା

  • ଆଗରୁ ଏବାବଦରେ ଯାହାବି ଆଲୋଚନା ହୋଇଛି, ଏଇଠି ଲିଙ୍କ କରିବାକୁ ଅନୁରୋଧ ।

ଆଧାର ପାଇଁ ୱେବସାଇଟ ତାଲିକା ସମ୍ପାଦନା

କୌଣସି ଏକ ନିର୍ଦ୍ଦିଷ୍ଟ ୱେବସାଇଟ ପାଇଁ ଦ୍ୱନ୍ଦ ହେଲେ, ଭୋଟ୍ ଦେଇ ନିଶ୍ଚିତ କରିପାରିବା ।

ତିନି ଚାରୋଟି ଓଡ଼ିଆ ଖବରକାଗଜ ଛାଡ଼ିଦେଲେ ଫିଲ୍ମ ଆଧାର ପାଇଁ କଣ କିଛିବି ଭରସାଯୋଗ୍ୟ ୱେବସାଇଟ ନାହିଁ!? ଓଡ଼ିଶାର ଟିଭି ନ୍ୟୁଜ ଚାନେଲଙ୍କର ୱେବସାଇଟ ନାହିଁ? ସେଥିରେ କିଛି ଖବର ବାହାରୁନି? ପରେ ଓଡ଼ିଆ ଖବରକାଗଜରେ ଅନଲାଇନ ଲିଙ୍କ ମିଳିବନି ଓ ଖୋଜିହେବନି ବୋଲି ଆମେ ପ୍ରଥମରୁ ଲେଖା ରଖିବା, ସେମିତି କଣ କରିହେବ ଏଠାରେ!? -- ଅଂଶୁମାନ ବାଡ଼େଇବେ! ୨୩:୨୮, ୧୩ ଜାନୁଆରୀ ୨୦୧୯ (IST)[reply]

ଓଡ଼ିଆ ନ୍ୟୁଜ ଚେନାଲର ବି ୱେବସାଇଟ୍ ଅଛି ଓ ସେଥିରେ ମଧ୍ଯ ଖବର ବାହାରୁଛି । କିନ୍ତୁ ସେ କେତେଦିନ ପାଇଁ ଉପଲବ୍ଧ ହେଉଛି? ଆଉ କଥାଚିତ୍ର କଥା ବିଚାରକୁ ନିଆଗଲେ ଯଦି କୌଣସି ଚଳଚ୍ଚିତ୍ର ସେହି ବର୍ଷ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଏ, ସେ ସେହି ସମୟରେ ହିଁ ଚର୍ଚ୍ଚା ହୁଏ ଏବଂ ପରେ ବନ୍ଦ ହୋଇଯାଏ । ଆଉ ଜାତୀୟ ଚଳଚ୍ଚିତ୍ର ପାଇଥିବା ଅଧିକାଂଶ ଚଳଚ୍ଚିତ୍ରକୁ ଲୋକମାନେ ଦେଖିନଥାନ୍ତି, ତେଣୁ ଦେଖିନଥିବା ଚଳଚ୍ଚିତ୍ରକୁ କାହିଁକି ବା କିଏ ଅଧିକ ଦିନ ଧରି ମନେ ରଖିବ ଆଉ ପରେ ଖୋଜିବ !--ଗପୁ (ମୋ ଆଲୋଚନା) ୨୩:୪୧, ୧୩ ଜାନୁଆରୀ ୨୦୧୯ (IST)[reply]
ଓଡ଼ିଆ ଖବରକାଗଜର e-edition ନାମକୁ ମାତ୍ର, କାରଣ ନ୍ୟୁଜ଼କ୍ଲିପଗୁଡ଼ିକୁ ସ୍କାନକରି ରଖୁଛନ୍ତି, ଯାହାକି ବହୁଅଧିକ ସ୍ପେସ ଦରକାର କରୁଥିବ, ସେଥିପାଇଁ ୨ ମାସ ପରେ (ଏବେ ଦେଖିଲି, ନଭେମ୍ବର ୧୭ ପାଖରୁ ଅଛି archive ରେ) ହଟେଇଦେଉଛନ୍ତି? ଏବଂ ଯେଉଁମାନେ ଇଉନିକୋଡ଼ରେ ଲେଖୁଛନ୍ତି, ସେମାନେ ବି କିଛି ମାସ ପରେ ଲିଭାଇ ଦେଉଛନ୍ତି!? ଏବେ ଏସବୁ ବ୍ୟବହାର କରି ଆର୍ଟିକିଲ ଲେଖିଦବୁ, କିଛି ମାସ ପରେ ସେସବୁ ଲିଙ୍କମାନ ଡେଡ଼! ସେତେବେଳେ କେହି ତାର ସତ୍ୟତା ଯାଞ୍ଚ କରିପାରିବେନି! ତାପରେ ସେ ଡେଡ଼ ଲିଙ୍କକୁ କାଢ଼ିବାକୁ ପଡ଼ିବ, ତାପରେ ବିନା ଆଧାରରେ ଖାଲି ଖବରକାଗଜ ନାମ, ତାରିଖ ଓ ପୃଷ୍ଠା ସହିତ ଲେଖା ରହିବ? ସେଥିପାଇଁ ତଳେ ଯେଉଁ ନିୟମ ୧ ଲେଖିଲି, ଜୀବନ୍ତ ବ୍ୟକ୍ତିଙ୍କ ପାଇଁ ତାହାକୁ ଲାଗୁ କରିବାକୁ ହେବ । -- ଅଂଶୁମାନ ବାଡ଼େଇବେ! ୨୦:୦୨, ୧୬ ଜାନୁଆରୀ ୨୦୧୯ (IST)[reply]
@Ansumang: ଭାଇ, ଏହି ଅସୁବିଧା ବହୁତ ପ୍ରସଙ୍ଗରେ ହୋଇଛି । ସେଇଥିପାଇଁ ଜୁଲାଇ ମାସରୁ ମୁଁ ନିଜେ ପ୍ରାୟ ଅଧିକାଂଶ ଅଧାରକୁ http://www.webcitation.org ଜରିଆରେ ଇଣ୍ଟରନେଟ ଆର୍‌କାଇବ୍‌ରେ ସେଭ୍ କରିକି ଆଧାର ଭାବରେ ବ୍ୟବହାର କରୁଛି । ଏହି ପ୍ରକ୍ରିୟା ସବୁ ସ୍ଥାନରେ ବ୍ୟବହାର ହେଲେ ଭଲ ହେବ । ମୁଁ ନିଜେ ଯୋଡ଼ିଥିବା ପାଖାପାଖି ୨୦୦ରୁ ଅଧିକ ଆଧାରର ଲିଙ୍କ୍ ବୋଧେ ଏବେ ଡେଡ୍ ଥିବ । କିନ୍ତୁ ଏବେ ସବୁ ଅଧାରକୁ ଏମିତି ଯୋଡ଼ିଲେ ଭବିଷ୍ୟତ ପାଇଁ ରହିପାରିବ । (ଏହି ଉପାୟ ମୋତେ ଟିଟୋ ଦତ୍ତ ଶିଖେଇଥିଲେ ।)--ଗପୁ (ମୋ ଆଲୋଚନା) ୨୧:୫୬, ୧୬ ଜାନୁଆରୀ ୨୦୧୯ (IST)[reply]

କେଉଁ କଥାଚିତ୍ର ରହିପାରିବ ସମ୍ପାଦନା

  • ଓଡ଼ିଆ ଭାଷାରେ ଏବାଯାଏଁ ସମୁଦାୟ ୮୦୦ରୁ କମ କଥାଚିତ୍ର ନିର୍ମିତ ହୋଇଛି । ସେଥିମଧ୍ୟରୁ ଅଳ୍ପକିଛିକୁ ଛାଡ଼ିଦେଲେ ସମୁଦାୟ ଚଳଚ୍ଚିତ୍ର ଓଡ଼ିଆ ଉଇକିପିଡ଼ିଆରେ ଅଛି । ତନ୍ମଧ୍ୟରୁ ଅଧିକାଂଶ ଚଳଚ୍ଚିତ୍ର ଉନ୍ନତମାନର (Good Article/Featured Articel ଭଳି ଉନ୍ନତ ନ ହେଲେ ବି ଆବଶ୍ୟକୀୟ ତଥ୍ୟ ସହିତ ଲେଖାଯାଇଛି) । କିନ୍ତୁ ପ୍ରଶ୍ନ ଉଠିବ ଯେ, କେଉଁ ଚଳଚ୍ଚିତ୍ରଗୁଡ଼ିକ ରହିବା ଆବଶ୍ୟକ ।
  • ଆମେ ଯଦି ମୂଳ ନିୟମକୁ ଖାଲି ଦେଖିବା, ତେବେ ଓଡ଼ିଆ ଉଇକିପିଡ଼ିଆରେ ଓଡ଼ିଆ କଥାଚିତ୍ର ପ୍ରସଙ୍ଗ ୫୦ରୁ କମ ରହିବ ବୋଧେ । ଜାତୀୟ ପୁରସ୍କାର ପାଇଥିବା ଚଳଚ୍ଚିତ୍ର ମଧ୍ୟ ଲୋକମାନେ ଦେଖିନାହାନ୍ତି, ତେଣୁ ତାକୁ କେହି ଖୋଜିବେ ବୋଲି ମୋତେ ଲାଗୁନାହିଁ, ତେଣୁ ସେଗୁଡ଼ିକ ରଖିବା ମଧ୍ୟ ଅନାବଶ୍ୟକ ହେବ (notabilityର ଏକ ନିୟମ ଅନୁସାରେ) । ତା'ପରେ କେଉଁ ଚଳଚ୍ଚିତ୍ରଗୁଡ଼ିକ notability ଭିତରେ ରହିବ, ସେଗୁଡ଼ିକ କେମିତି ନିର୍ଦ୍ଧାରଣ କରାଯିବ?
    • ନୂଆ ଚଳଚ୍ଚିତ୍ର ଆସିଲାବେଳେ ସେ ବିଷୟରେ ଖବରକାଗଜରେ ଅନେକ ତଥ୍ୟ ସହିତ ଖବର ବାହାରିଥାଏ । କିନ୍ତୁ ଆମେ ସେତେବେଳେ ତାକୁ ରଖିବାନି, ହେଲେ ପରବର୍ତ୍ତୀ ସମୟରେ ତାକୁ ଲେଖିଲାବେଳେ ଆମକୁ ଆଉ ସେ ଆଧାର ମିଳିବନି । କାରଣ, ତାହା ଖବରକାଗଜରେ ବାହାରିଥିଲା, ଯାହାକି କିଛିଦିନପରେ ମଧ୍ୟ ଖୋଜିକି ପାଇବା କଷ୍ଟକର ଆଉ ୱେବ ପୋର୍ଟଲରେ ବାହାରିଥିଲେ ବି ସେଗୁଡ଼ିକ ମାସେରୁ ଦୁଇ ମାସ ମଧ୍ୟରେ ଡିଲିଟ୍ ହେଇଯାଏ । ଫଳରେ "notability" ଭିତରେ ଗଣାହେଇକି ଲେଖିଲାବେଳକୁ ଆଉ ସେତେ ଭଲ ଆଧାର ମିଳିପାରିବ ନାହିଁ ।
  • ଉଇକିମିଡ଼ିଆ ଫାଉଣ୍ଡେସନ କିମ୍ବା ଅନ୍ୟାନ୍ୟ ଉଇକିପିଡ଼ିଆର ପରିଚାଳକମାନଙ୍କ ମତରେ କୌଣସି ପ୍ରସଙ୍ଗ କେଉଁ ଆଧାରରେ "notable" ହେବ, ତାହା ସ୍ଥାନୀୟ ଉଇକିଆଳୀ ସଂଘ ନିର୍ଦ୍ଧାରଣ କରିପାରିବେ । ତେଣୁ ମୋ ମତରେ ୬୦୦ କି ୭୦୦ ଓଡ଼ିଆ କଥାଚିତ୍ରର ପ୍ରସଙ୍ଗ "ଓଡ଼ିଆ ଉଇକିପିଡ଼ିଆରେ"ରେ ରହିଲେ କୌଣସି ଅସୁବିଧା ନାହିଁ । (ଉଇକିଡାଟା ଉପରେ ଏଭଳି ଏକ ମନ୍ତବ୍ୟ ମଧ୍ୟ ମୁମ୍ବାଇରେ ଆସଫ୍ ନିଜେ ଦେଇଥିଲେ) -ଗପୁ (ମୋ ଆଲୋଚନା)

ଯେଉଁ କଥାଚିତ୍ର ଜାତୀୟ ପୁରସ୍କାର ପାଇଛି ବା ଯାହା ଉପରେ ଚର୍ଚ୍ଚା ହୋଇଛି, ସେହି କଥାଚିତ୍ରକୁ ନିଶ୍ଚିତରୂପେ ରଖାଯିବା ଆବଶ୍ୟକ, ତା ଉପରେ ଆଧାର ମିଳିବା ମଧ୍ୟ ସହଜ, କେହି ଖୋଜିବେନି କହିଲେ ହେବନି । ସବୁ ଜାଗାରେ ଲୋକ ଖୋଜିବେ ସେମିତି ବି ଆଶା କରିହେବନି । ଓଡ଼ିଆ ଉଇକିପିଡ଼ିଆରେ ଆମକୁ ନିୟମାବଳୀ ତିଆରି କରିବାକୁ ପଡ଼ିବ, ଓ ସମୟ ଅନୁସାରେ ସେଗୁଡ଼ିକରେ ପରିବର୍ତ୍ତନ କରିବାକୁ ପଡ଼ିବ । -- ଅଂଶୁମାନ ବାଡ଼େଇବେ! ୨୧:୩୯, ୧୩ ଜାନୁଆରୀ ୨୦୧୯ (IST)[reply]

କଥାଚିତ୍ର ଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷ ପ୍ରସଙ୍ଗ ସମ୍ପାଦନା

  • ଏଇଠି ମଧ୍ୟ ସମାନ ମତ ଆସେ କି ଖବରକାଗଜରେ ବାହାରୁଥିବା ପ୍ରସଙ୍ଗଗୁଡ଼ିକ ପୁରୁଣା ହେଇଗଲେ ତାକୁ ଖୋଜିକି ପାଇବା କଷ୍ଟ । ଫଳରେ ଅଳ୍ପ ଆଧାରରେ ପ୍ରସଙ୍ଗ ଗଢ଼ାଯାଏ ଆଉ ପୁଣି କେହି ଭରଷାଯୋଗ୍ୟ ଆଧାର ନାହିଁ ବୋଲି କହି ତାକୁ ଲିଭାଇଦେବାକୁ ମତ ଦେବେ । କାରଣ; କୌଣସି ପ୍ରସଙ୍ଗ ଲେଖିଲେ, ନିୟମ ଅନୁସାରେ ତା'ର ପ୍ରତ୍ୟେକ ବାକ୍ୟରେ ଗୋଟିଏ ଗୋଟିଏ ଆଧାର ରହିବା ଆବଶ୍ୟକ । ଆଉ ଏହି ଅଧାରକୁ ଆଧାର କଲେ ଜଣାଶୁଣା ବ୍ୟକ୍ତି ହେଲେ ବି ପ୍ରସଙ୍ଗ ତିଆରି କରିବାକୁ ହେଲେ କରିପାରିବାନାହିଁ ।
  • ଆଉ କେଉଁମାନେ "notable" ହେବେ ସେ ଉପରେ ବି ଗୋଟିଏ ନିୟାମାବଳୀ (ଖାଲି ଅଭିନେତା କି ସେମାନଙ୍କ ସହ ଜଡ଼ିତ ବ୍ୟକ୍ତିବିଶେଷ ନୁହେଁ, ସବୁ "ଜୀବିତ ବ୍ୟକ୍ତିଙ୍କ ଉପରେ ପ୍ରସଙ୍ଗ" ପାଇଁ) ପୃଷ୍ଠା କରିବା ଆବଶ୍ୟକ । ଫଳରେ ସମୟ ନଷ୍ଟ କରି ଲେଖିଲା ଆଗରୁ ମୋ ଭଳି ଅଜ୍ଞମାନେ ବି ଟିକିଏ ଧାରଣା ପାଇପାରିବେ ।
  • ଯଦି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ବ୍ୟକ୍ତିଟିର ପ୍ରସଙ୍ଗ ରହିବା ଅନୁପଯୁକ୍ତ, ତେବେ କେଉଁମାନେ ପରିଚିତ ହେବେ, ସେ ଉପରେ ବି ଏକ ବିଶେଷ ନିୟମାବଳୀ ପ୍ରସ୍ତୁତ କରିବା ଆବଶ୍ୟକ ।
ଏହି ବିଷୟରେ ମୋର ମତ ଏତିକି ଥିଲା । ବାକି ସବୁ ଉଇକିଆଳୀମାନଙ୍କର ମତାମତ ମଧ୍ୟ ଲୋଡ଼ା । ମତାମତ ଦେବାପାଇଁ ମୁଁ ସକ୍ରିୟ ଥିବା ପୁରୁଖା ଉଇକିଆଳୀ @Psubhashish:, @MKar:, @Jnanaranjan sahu:, @Aditya Mahar:, @Ansumang:, @Saileshpat:, @Subas Chandra Rout:, @Hellohappy: ଆଦିଙ୍କୁ ଯୋଗ କରୁଛି । ଆଉ ଆପଣମାନେ ମଧ୍ୟ ଅନ୍ୟମାନଙ୍କୁ ଏହି ବିଷୟର ଉପରେ ମତ ଦେବାକୁ ଯୋଡ଼ିବାକୁ ଅନୁରୋଧ ।--ଗପୁ (ମୋ ଆଲୋଚନା) ୨୦:୪୫, ୧୧ ଜାନୁଆରୀ ୨୦୧୯ (IST)[reply]
ଗପୁ ତୁମେ ପୁରୁଖା ଉଇକିଆଳି । ଏତେ ଦିନରେ ତୁମର ଧାରଣା ଆସିଯିବା କଥା । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଲୋକ ରହିବେନି ବୋଲି କିଏ କହିଲା ? କଥା ହେଲା ପାଇଥିବା ପୁରସ୍କାର ବି ନୋଟେବଲ୍ ହେବା ଦରକାର । ଯେ କୌଣସି ପୁରସ୍କାରକୁ ଏହି ଶ୍ରେଣୀରେ ଗଣିବା ଅନୁଚିତ । ଜଦି ପରେ କିଛି ଆଧାର ମିଳୁନି ଜାଣିବ ଯେ ସେଇଟା ନୋଟେବଲ୍ ନୁହେଁ । ସାଧାରଣତଃ ଜିବୀତ ବ୍ୟକ୍ତିବିଶେଷ ପ୍ରସଙ୍ଗରେ ଟିକେ ଅଧିକ କଡାକଡି ଦେଖା ଯାଏ । କାରଣ ଉଇକିପିଡ଼ିଆ ଲେଖାକୁ ବିଜ୍ଞାପନ ଭଳି କରି ସେମାନେ ନିଜର ପ୍ରଚାର କରିଥାନ୍ତି । ଅଲଗା ନିୟମ ପୃଷ୍ଠା କରିବା ଅନାବଶ୍ୟକ ହେଲେ ସମସ୍ତେ ଚାହିଁଲେ କରିପାରିବା ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୨:୧୫, ୧୨ ଜାନୁଆରୀ ୨୦୧୯ (IST)[reply]
@Jnanaranjan sahu: ଭାଇ, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା କଣ୍ଠଶିଳ୍ପୀ ଶଶାଙ୍କ ଶେଖରଙ୍କର ପ୍ରସଙ୍ଗ ଲିଭାଇ ଦିଆହେଇଛି । ଆଉ ସେ ସେହି ପୁରସ୍କାର ପାଇଥିଲେ ବୋଲି ଆଧାର ସହିତ ଇନ୍ଫୋବକ୍ସରେ ମଧ୍ୟ ଦର୍ଶାଯାଇଥିଲା । ଅଧିକ ଆଧାର ନ ଥିଲେ ବି sambad.in ଏବଂ ଧରିତ୍ରୀ ଭଳି ଖବରକାଗଜର ଲିଙ୍କ ମଧ୍ୟ ଥିଲା । ତେଣୁ ସେ ବିଷୟରେ ମୁଁ ପଚାରିଲି । ଆଉ ବାକି ପ୍ରସଙ୍ଗଗୁଡ଼ିକ କରିବାବେଳେ ଅବଶ୍ୟ ମୋତେ ସେତେ ଧାରଣା ନଥିଲା । କିନ୍ତୁ ଓଡ଼ିଆ କଥାଚିତ୍ର ଜଗତରେ କିଛି ନାମକରା ଅଭିନେତ୍ରୀ (ଅଣ-ଓଡ଼ିଆ) ମାନଙ୍କର ପ୍ରସଙ୍ଗ ମଧ୍ୟ ଲିଭାଇଦିଆଯାଇଥିଲା । ଯାହାକି ରହିବପାରେ ବୋଲି ମୁଁ ଆଶା କରିଥିଲି । ହଁ ସେଥିରେ ଅଧିକ ଆଧାର ନାହିଁ, ତା'ର କାରଣ ହେଲା ଖବରକାଗଜରେ ପ୍ରକାଶିତ ହୋଇଥିଲା । ଯାହାକୁ ଆମେ ଏବେ ଗୋଟିଗୋଟି କରି ଖୋଜିକି ପାଇପାରିବାନାହିଁ ।--ଗପୁ (ମୋ ଆଲୋଚନା) ୧୮:୧୧, ୧୨ ଜାନୁଆରୀ ୨୦୧୯ (IST)[reply]
ଡିଲିଟି ଟ୍ୟାଗ, ପକେଇଥିବା ଉଇକିଆଳି କାରଣ ଲେଖିଥିବେ ନିଶ୍ଚିତ । ତାକୁ ଚ୍ୟାଲେଞ୍ଜ କରାଯାଇପାରିଥାନ୍ତା ! ଆଛା, ଡିଲିଟି ପ୍ରସଙ୍ଗ ଅନ-ଡିଲିଟି କରାଯାଇପାରିବ ବୋଧେ ! --Hellohappy (ମୋ ଆଲୋଚନା)
ଲିଭାଯାଇଥିବା ପ୍ରସଙ୍ଗର ତଥ୍ୟ କେବଳ ପରିଚାଳକମାନେ ଦେଖିପାରିବେ ଓ ପଛକୁ ଫେରାପାରିବେ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୭:୦୭, ୧୩ ଜାନୁଆରୀ ୨୦୧୯ (IST)[reply]

ସମସ୍ତଙ୍କୁ ଧନ୍ୟବାଦ ଆଲୋଚନାରେ ଭାଗନେଇଥିବାରୁ । ମୋ ଜାଣିବାରେ କଥାଚିତ୍ର ସଂଖ୍ୟା ପ୍ରତିବର୍ଷ ବଢୁଛି, କେବଳ ଓଡ଼ିଶା ନୁହେଁ ସବୁଆଡ଼େ । ~୫୦% ଫିଲ୍ମ ଦେଖିବା ଯୋଗ୍ୟ ହୋଇନଥାଏ ବା ଖବରକାଗଜରେ ସ୍ଥାନ ପାଇନଥାଏ, କେବଳ ଓଡ଼ିଆ ଫିଲ୍ମ କଥା କହୁନାହିଁ, ତୋ ଆଜି ନହେଲେ କିଛିବର୍ଷ ପରେ ଆମକୁ ଏବିଷୟରେ କିଛି ନିୟମ କରିବାକୁ ପଡ଼ିବ । ଏବେ ଆପଣମାନେ ଯାହା ଠିକ କରିବେ । କିନ୍ତୁ କଥାଚିତ୍ର ସହ ଜଡ଼ିତ ବ୍ୟକ୍ତିଙ୍କ ଉପରେ ଲେଖା ପାଇଁ ଆମକୁ ଅଧିକ ଚିନ୍ତାକରି ନିୟମାବଳୀ ତିଆରି କରିବାକୁ ହେବ । ଆଜିକାଲି ଓଡ଼ିଆ ଖବରକାଗଜରେ ଯେଉଁ କଥାଚିତ୍ର ଓ କଥାଚିତ୍ର ସହ ଜଡ଼ିତ ବ୍ୟକ୍ତିଙ୍କ ଉପରେ ଯାହାବି ଲେଖା (Page3ରେ) ବାହାରୁଛି, କେବଳ ତାହାକୁ ଆଧାର କରି କୌଣସି ବ୍ୟକ୍ତିଙ୍କ ଉପରେ ଲେଖା ରଖିବା ମୋତେ ଠିକ ଲାଗୁନି ।

  1. ଅତି କମରେ ସେହି ବ୍ୟକ୍ତିଙ୍କ ଉପରେ ଗ୍ରହଣଯୋଗ୍ୟ ଡିଜିଟାଲ ମିଡ଼ିଆରେ ଓଡ଼ିଆ ବା ଇଂରାଜୀ (ଓଡ଼ିଆ ଖବରର e-editionକୁ ଛାଡ଼ି) ୩/୪ ଟି ଆର୍ଟିକିଲ ଅଲଗା ଅଲଗା ପ୍ରକାଶନରୁ ବାହାରିଥିବା ଦରକାର । କଥାଚିତ୍ର ଉପରେ ଲେଖାହୋଇ ବ୍ୟକ୍ତିଙ୍କ ନାମ ଥିଲେ, ବା ଅଲଗା କୌଣସି ବ୍ୟକ୍ତି ଏବଂ ଅଲଗା ବିଷୟରେ ଲେଖାରେ ସେହି ବ୍ୟକ୍ତିଙ୍କ ନାମ ଉଲ୍ଲେଖ ଥିଲେ ଆଧାର ଦେଇପାରିବା କିନ୍ତୁ କେବଳ ସେହି ବ୍ୟକ୍ତିଙ୍କ ଉପରେ ମଧ୍ୟ ୩-୪ଟି ଲେଖା ବାହାରିଥିବା ଦରକାର ।
  2. ତା ସହିତ ସେ ବ୍ୟକ୍ତି ୫-୧୦ଟି କଥାଚିତ୍ର ବା ୫-୧୦ ବର୍ଷ କଥାଚିତ୍ରରେ କାମ କରିଥିବା ଦରକାର ।

ରାଜ୍ୟ ବା କେନ୍ଦ୍ର ପୁରସ୍କାର ପାଇଥିବା ବ୍ୟକ୍ତିଙ୍କ ପାଇଁ ଏ ନିୟମ ଲାଗୁ ହେବନି, ଏବଂ ଚାହିଁଲେ ଉପର ଦୁଇଟି ମଧ୍ୟରୁ କୌଣସି ଗୋଟେ ଲାଗୁହେଲେ ବି ମାନିନେଇପାରିବା । ଏହା ମୋର ମତ, ଏବେ ଆପଣମାନେ ଯାହା ନିର୍ଣ୍ଣୟ ନେବେ । ଆଉ ମୋ ମତରେ କଥାଚିତ୍ର ପାଇଁ ଆଧାର ମିଳିବା ସହଜ ଅନ୍ୟ କ୍ଷେତ୍ର ତୁଳନାରେ, ତେଣୁ ମିଳୁନି କହି ଆମେ ନିୟମ କୋହଳ କରିପାରିବାନି । -- ଅଂଶୁମାନ ବାଡ଼େଇବେ! ୨୧:୧୦, ୧୩ ଜାନୁଆରୀ ୨୦୧୯ (IST)[reply]

୫ଟି ଚଳଚ୍ଚିତ୍ର ହେଉ କିନ୍ତୁ ୫-୧୦ ବର୍ଷ ଉଚିତ ହେବନି । ବର୍ଷେ ଦୁଇବର୍ଷ ଭିତରେ ବି ଜଣେ ଭଲ କାମ କରି, ନୋଟେବୁଲ ହେଇପାରିବେ । ମନେ ପଡୁଛି, ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ କଥା । ସେ ସମୁଦାୟ ୫ ବର୍ଷ(୧୯୯୦-୯୩) କାମ କରିଥିବେ କି ନାହିଁ ! କିନ୍ତୁ ଯଥେଷ୍ଟ ଭଲ କାମ କରିଛନ୍ତି, ଆଉ ବହୁଲୋକ ତାଙ୍କୁ ଇଣ୍ଟରେନେଟରେ ଖୋଜୁଥିବେ ବୋଲି ମୋର ଧାରଣା । ସେମିତି ଉଦାହରଣ ଓଡ଼ିଶାରେ ଥିବା ଅସମ୍ଭବ ନୁହେଁ । ତାପରେ ଇଂରାଜୀ ଉଇକିପିଡ଼ିଆରେ ଟିଭି ସିରିୟଲ ଅଭିନେତା/ଅଭିନେତ୍ରୀମାନଙ୍କ ବିଷୟରେ ପ୍ରସଙ୍ଗ ରହିଛି । ଓଡ଼ିଆରେ ରହିଲେ ଅସୁବିଧା କଣ । ହଁ, ଆଧାର ନାହିଁ ଯଦି ରହିବ ନାହିଁ । ଆଉପାଦେ ଆଗକୁ ଯାଇ କହିଲେ, "ଯଦି ଆଧାର ନାହିଁ, ମୁଁ ଲେଖିବି ନାହିଁ"ର ବ୍ୟକ୍ତିଗତ ନିୟମ ରଖିଲେ ଭଲ ହେବ । ସେସବୁ ପ୍ରସଙ୍ଗ ପରଖଘର ଇତ୍ୟାଦିରେ ରଖି, ଆଧାର ମିଳିଲା ପରେ ପ୍ରସଙ୍ଗ କଲେ ଭଲ ହେବ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୯:୫୯, ୧୪ ଜାନୁଆରୀ ୨୦୧୯ (IST)[reply]
ଇଂରାଜୀ ଉଇକିପିଡ଼ିଆରେ ତ ଅନେକ ସମୟରେ ନୂଆ କରି ଆସିଥିବା ଲୋକଙ୍କର (ଉଦାହରଣ: ନିଧି ଅଗ୍ରୱାଲ; ତା'ର ପ୍ରଥମ ଫିଲ୍ମ ଆସିବା ଆଗରୁ ତା'ର ପ୍ରସଙ୍ଗ ଇଂରାଜୀରେ ଥିଲା ଆଉ ମୁଁ ବି ତାକୁ ଓଡ଼ିଆକୁ ଅନୁବାଦ କରିଥିଲି । ଆଉ ଆଗରୁ ବି ସେ ନୋଟେବୁଲ୍ ନଥିଲା ।) ପ୍ରସଙ୍ଗ ତିଆରି ହୋଇଯାଉଛି । ହେଲେ ଆମେ ଗୋଟିଏ ନିୟମ କରିବା ଏବଂ ସେଇ ଅନୁସାରେ ଆମେ ମଧ୍ୟ ଭବିଷ୍ୟତରେ ପ୍ରସଙ୍ଗ ତିଆରି କରିବା । ଆଗରୁ ଏମିତି ନିୟମ ନଥିଲା କି କେହି ସେଥିପ୍ରତି ଧ୍ୟାନ ଦେଉନଥିଲେ, ସେଇଥିପାଇଁ ଏମିତି କିଛି ପ୍ରସଙ୍ଗ ଅବଶ୍ୟ ତିଆରି ହୋଇଛି । ତା'ଛଡ଼ା ଓଡ଼ିଶାର କୌଣସି ରିଆଲିଟି ସୋ'ରେ ଥିବା ବିଜେତା ମଧ୍ୟ ଗୋଟେ ପ୍ରକାରର ନୋଟେବୁଲ୍ ହେବେ । ଅବଶ୍ୟ ସବୁ ପ୍ରସଙ୍ଗ ପାଇଁ ଆଧାର ଦରକାର । ତେଣୁ ସବୁକୁ ବିଚାରକୁ ନିଆଯାଇ ନିୟମ ହେଲେ ଭଲ ହେବ ।--ଗପୁ (ମୋ ଆଲୋଚନା) ୧୯:୧୭, ୧୪ ଜାନୁଆରୀ ୨୦୧୯ (IST)[reply]
ହିନ୍ଦୀ କଥାଚିତ୍ର ପାଇଁ ଆଧାର ମିଳିଯିବ, ତେଣୁ ଅସୁବିଧା ନାହିଁ । ଆମେ ଓଡ଼ିଆ କଥା ଆଲୋଚନା କରୁଛୁ, ହିନ୍ଦୀ ସହିତ ତୁଳନାକରି କିଛି ଲାଭ ନାହିଁ । ଧର କେହି ଅଭିନେତାଙ୍କର ଗୋଟେ ଦୁଇଟି ଫିଲ୍ମରେ ଲେଖା ରହୁଛି ଇଂରାଜୀ ଉଇକିପିଡ଼ିଆରେ, ତାପରେ କିଛି ବର୍ଷଧରି ଆଉ କିଛି ଫିଲ୍ମ ଆସିନାହିଁ ଓ କିଛି ଖବର ମଧ୍ୟ ପ୍ରକାଶ ହୋଇନି, ଏବଂ ପୂର୍ବ ଲିଙ୍କସବୁ ବା ଗୋଟେ ଦୁଇଟି ଛାଡି ବାକି ଡେଡ଼ ହୋଇଯାଇଛି ତାହେଲେ ତାକୁ କେହି ଲିଭାଇବା ପାଇଁ ମନୋନୀତ କଲେ ତାହାକୁ ଲିଭାଇ ଦିଆଯିବାର ସମ୍ଭାବନା ବହୁ ଅଧିକ । ହଁ, ନିଶ୍ଚିତରୂପେ ଗୋଟେ ଫିଲ୍ମରେ କାମ କରିବି ନୋଟେବୁଲ ହେଇପାରିବେ, ତେଣୁ ଦୁଇଟି ନିୟମରୁ ଯେକୌଣସି ଗୋଟେ ଲାଗୁ ହେଲେବି ରଖିପାରିବା । ଏବେ ଆପଣମାନେ ଆଉ କଣ ନିୟମ ବା ଏଥିରେ କିଛି ବଦଳ କରିବା ପାଇଁ ଯଦି ଚାହୁଁଛନ୍ତି ତାହେଲେ କରନ୍ତୁ । -- ଅଂଶୁମାନ ବାଡ଼େଇବେ! ୨୦:୩୩, ୧୬ ଜାନୁଆରୀ ୨୦୧୯ (IST)[reply]
ହଁ କୌଣସି ବ୍ୟକ୍ତି ଉପରେ ପ୍ରସଙ୍ଗ କରିବାବେଳେ ସେ ନିହାତି ପାଞ୍ଚ ବର୍ଷ କାମ କରିବା କଥାଟା ଠିକ ରହିବ । ମୋର କିନ୍ତୁ ଏଇଠି ଗୋଟିଏ ମତ, ପାଞ୍ଚ ବର୍ଷ ମଧ୍ୟରେ ତାଙ୍କ ବିଷୟରେ ବାହାରିଥିବା ଖବର ଆମେ କେମିତି ପାଇବା? କାରଣ ଗୋଟିଏ ଖବର ସଂସ୍ଥା ଥରେ ବାହାର କଲାପରେ ଆଉଥରେ ପାଞ୍ଚ ବର୍ଷ ପରେ ତାକୁ ବାହାର କରିଥିବ ବୋଲି ମୋତେ ଲାଗୁନି । ତା'ପରେ ଓଡ଼ିଆ ଖବର କଥାକୁ ଦେଖିଲେ (କାରଣ ଓଡ଼ିଆ ଅଭିନେତାଙ୍କ ଖବର ମୁଖ୍ୟତଃ ଓଡ଼ିଆ ଖବରକାଗଜରେ ଆସେ, ଇଂରାଜୀରେ ନଗଣ୍ୟ) ପାଞ୍ଚ ବର୍ଷ ତଳର ଖବରକାଗଜ ଖୋଜିବା (ଯାହାକି ଲେଖୁଥିବା କେହି ବି ଉଇକିଆଳୀଙ୍କ ଦ୍ୱାରା ସମ୍ଭବ ହେବ ବୋଲି ମୋତେ ଲାଗୁନି) ଏବଂ ଯଦିବା ପାଇଗଲେ ତାକୁ ତନ୍ନ ତନ୍ନ କରି ଖୋଜିକି ଲେଖିବା ମଧ୍ୟ ସମ୍ଭବ ନୁହେଁ, କାରଣ ଆମେ ଭରଷା କରିବାଭଳି ମାତ୍ର ହାତ ଗଣତି ୩/୪ଟି ଖବରକାଗଜ (ଯେଉଁଥିରେ ବାହାରୁଥିବା ଖବର ସତ ବୋଲି ବି କେହି କେହି ବିଶ୍ୱାସ କରିନପାରନ୍ତି) ଆସିବ, ଯେଉଁଗୁଡ଼ିକର କୌଣସି ଡିଜିଟାଲ ଫର୍ମାଟ ଅଧିକ ଦିନ ଧରି ଉପଲବ୍ଧ ହିଁ ହେଉନାହିଁ । ଏମିତିକି sambad.inରେ ବାହାରୁଥିବା ତଥ୍ୟ ୨/୩ ମାସ ଭିତରେ ଡିଲିଟ୍ କରିଦିଆହେଉଛି । କଥାଚିତ୍ର କ୍ଷେତ୍ରରେ ମଧ ଏହା ଲାଗୁ ହେବ ।--ଗପୁ (ମୋ ଆଲୋଚନା) ୨୩:୧୩, ୧୩ ଜାନୁଆରୀ ୨୦୧୯ (IST)[reply]
ଏହାର ଉପାୟ ପ୍ରିତିଭାଇଙ୍କ ଅନୁସାରେ ପରଖଘରେ ରଖି, ଯଥେଷ୍ଟ ଆଧାର ନିୟମ ଅନୁସାରେ ହେଲାପରେ ମୁଖ୍ୟ ସ୍ପେସକୁ ନେଇପାରିବା । ଆଉ କିଛି ଉପାୟ ମୋତେ ଦେଖାଯାଉନି । -- ଅଂଶୁମାନ ବାଡ଼େଇବେ! ୨୦:୩୩, ୧୬ ଜାନୁଆରୀ ୨୦୧୯ (IST)[reply]

ଅନ୍ୟାନ୍ୟ ମତ ସମ୍ପାଦନା

ଯେପର୍ଯ୍ୟନ୍ତ ସଠିକ ଆଧାର ଦିଆଯାଉଛି ଏବଂ ଉଇକିପିଡ଼ିଆ ନିୟମାନୁସାରେ ପ୍ରସଙ୍ଗ ଗଢ଼ା ହେଉଛି, ଏଥିରେ ବାଧା ନଦେବାକୁ ଅନୁରୋଧ । ହେଲେ ବର୍ତ୍ତମାନ ସମୟରେ ଆମକୁ ଟିକେ ଦୂରଦୃଷ୍ଟିରୁ ଦେଖି ବିଚାର କରିବାକୁ ପଡ଼ିବ । ଆମେ ଏକ ଲେଖା ଲେଖୁଛେ ବା ଲେଖିବା ଯାହାକି ପରେ କୌଣସି ଏକ ପାଠକର କାମରେ ଆସିପାରିବ । ଆମ ଉଇକିପିଡ଼ିଆରେ ସକ୍ରିୟ ସମ୍ପାଦକ ସଂଖ୍ୟା ବର୍ଷକୁ ବର୍ଷକୁ ହ୍ରାସ ଘଟୁଥିଲାବେଳେ, ପାଠକମାନଙ୍କର ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବାକି ରହିଥିବା ସମ୍ପାଦକଗଣ ନିଜର ସମୟ ଏବଂ ଶକ୍ତିକୁ ସଠିକ ପୃଷ୍ଠା ଲିଖନରେ ଉପଯୋଗ କରିବା ଉଚିତ । ଅର୍ଥାତ ଜଣାଶୁଣା, ପ୍ରସିଦ୍ଧ, ଗୁରୁତ୍ୱପୂର୍ଣ୍ଣ, ଭବିଷ୍ୟତମୁଖୀ ପ୍ରସଙ୍ଗଗୁଡ଼ିକ ଲେଖିବା ଆବଶ୍ୟକ ଯାହା ଅଧିକରୁ ଅଧିକ ପାଠକମାନଙ୍କ କାମରେ ଆସିପାରିବ । --ସୌମେନ୍ଦ୍ର (ମୋ ଆଲୋଚନା) ୦୧:୩୫, ୧୨ ଜାନୁଆରୀ ୨୦୧୯ (IST)[reply]

+୧ --ସୁଭାସିସ ପାଣିଘରି (ଆଳାପ)
ଆଗକୁ ଲେଖିବାକୁ ଥିବା ପ୍ରସଙ୍ଗ ଏବଂ ଲେଖା ସରିଥିବା ପ୍ରସଙ୍ଗ ଭିତରେ ମଧ୍ୟ ବିଚାର କରିବା ଆବଶ୍ୟକ ।-ଗପୁ (ମୋ ଆଲୋଚନା) ୧୮:୧୩, ୧୨ ଜାନୁଆରୀ ୨୦୧୯ (IST)[reply]
ସୌମେନ୍ଦ୍ର, ପୁରା ଠିକ । --Hellohappy (ମୋ ଆଲୋଚନା)
ଓଡ଼ିଆ ଉଇକିପିଡ଼ିଆରେ ଆମକୁ ଅଲଗା ଅଲଗା କ୍ଷେତ୍ର ପାଇଁ ନିୟମାବଳୀ ବନେଇବାକୁ ହେବ, ଏବେ ଆମେ କେବଳ ମୌଳିକ ଓ ସାଧାରଣ ନିୟମକୁ ନେଇ ଚାଲିଛୁ । ଭବିଷ୍ୟତମୁଖୀ ଦିଗରେ ଚିନ୍ତାକଲେ ଦୁଇ ତିନି ବର୍ଷ ପରେ ~୭୦% ଏବେକାର ଓଡ଼ିଆ କଥାଚିତ୍ରକୁ କେହି ଖୋଜିବେନି, କେବଳ କହିବା ସାର ହେବଯେ ଓଡ଼ିଆ ଉଇକିପିଡ଼ିଆରେ ସବୁ କଥାଚିତ୍ର ଉପରେ ଲେଖା ଅଛି । -- ଅଂଶୁମାନ ବାଡ଼େଇବେ! ୨୧:୨୫, ୧୩ ଜାନୁଆରୀ ୨୦୧୯ (IST)[reply]
ଅଂଶୁମାନ ଭାଇ ସେମିତି ଦେଖିବାକୁ ଗଲେ ଓଡ଼ିଆ ଉଇକିପିଡ଼ିଆରେ ଥିବା ଅଧିକାଂଶ ପ୍ରସଙ୍ଗକୁ ଭବିଷ୍ୟତରେ ଓଡ଼ିଆରେ କେହି ଖୋଜିବେନି । ଇଂରାଜୀ କଥାଚିତ୍ର ଦେଖୁଥିବା ଲୋକ ସେଇ ପ୍ରସଙ୍ଗ ଇଂରାଜୀ ବଦଳରେ କେବେ ଓଡ଼ିଆରେ ଖୋଜିବନି । କିନ୍ତୁ ଗତବର୍ଷ ତିନିମାସ ଧରି ଲ୍ୟାପଟପ୍, ଇଣ୍ଟରନେଟର ସୁବିଧା ଦେଇ ଏବଂ ପୁରସ୍କାର ଦେଇ ପ୍ରୋଜେକ୍ଟ ଟାଇଗର ଗଣ-ସମ୍ପାଦନା ହୋଇଥିଲା, ଯେଉଁଥିରେ ଅଧିକରୁ ଅଧିକ ପ୍ରସଙ୍ଗ ଏମିତି ଥିଲା, ଯାହାକୁ କେହି ବି ଓଡ଼ିଆରେ ଖୋଜିବେନି । ଏହି ପ୍ରକଳ୍ପ ପାଇଁ CIS ଏବଂ Wikimedia Foundation କାମ କରୁଥିଲେ । ଯଦି ଏହି ପ୍ରସଙ୍ଗର ଆବଶ୍ୟକତା ନାହିଁ, ତେବେ ସେମାନେ ହୁଏତ ଏହାକୁ କରିନଥାନ୍ତେ । ହେଇପାରେ ସାଧାରଣ ଲୋକଟିଏ କୌଣସି ଚଳଚ୍ଚିତ୍ର ପ୍ରସଙ୍ଗ ଖୋଜିନପାରେ, କିନ୍ତୁ କୌଣସି କାର୍ଯ୍ୟକ୍ରମରେ କିମ୍ବା ଏହା ଉପରେ କାମ କରୁଥିବା କେହି ଜଣେ ବି ଖୋଜିପାରେ ।--ଗପୁ (ମୋ ଆଲୋଚନା) ୨୨:୫୯, ୧୩ ଜାନୁଆରୀ ୨୦୧୯ (IST)[reply]
ହଁ ଜାଣିଛି, ଯେମିତି ଉପରେ ଲେଖିଲି ଖୋଜିବେନି କହି ନଲେଖିଲେ ବି ହବନି । ସବୁ ଦୃଷ୍ଟିରୁ ଦେଖିବାକୁ ହେବ । ତ ଆମକୁ ଏସବୁରେ ଆଲୋଚନା କରି ନିୟମ ତିଆରି କରିବାକୁ ହେବ, ଯେଉଁଥିରେ ସମସ୍ତେ ସହମତ ହେବେ ।-- ଅଂଶୁମାନ ବାଡ଼େଇବେ! ୨୩:୧୨, ୧୩ ଜାନୁଆରୀ ୨୦୧୯ (IST)[reply]

ଇଂରାଜୀ ଉଇକିପିଡ଼ିଆର ଲିଙ୍କ ସମ୍ପାଦନା

ଏସବୁକୁ ପଢ଼ି ବିଚାରକଲେ ଭଲହେବ ମୋ ମତରେ, ୧୦-୨୦% ଯଦି ନେବା ଯଥେଷ୍ଟ ହେବ, ତାପରେ ଆମ ଅନୁସାରେ ବଦଳ କରିପାରିବା ।

ଚୂଡ଼ାନ୍ତ ସିଦ୍ଧାନ୍ତ ସମ୍ପାଦନା

(ଉପରେ ହୋଇଥିବା ଆଲୋଚନାକୁ ଭିତ୍ତିକରି ଏଠାରେ ଚୂଡ଼ାନ୍ତ ସିଦ୍ଧାନ୍ତଗୁଡ଼ିକ ଲେଖାଯିବ ଯାହା ପରେ ଉଇକିପିଡ଼ିଆ:ନିୟମାବଳୀ ପୃଷ୍ଠାରେ ଯୋଡ଼ାଯିବ)