ଇ
ଇ ଓଡ଼ିଆ ବର୍ଣ୍ଣମାଳାର ଏକ ସ୍ୱର ବର୍ଣ୍ଣ । ଏହା ୩ୟ ସ୍ୱର ବର୍ଣ୍ଣ ବର୍ଣ୍ଣ ଏହାର ନାମ "ହ୍ରସ୍ୱ ଇ" । ଏହାର ମାତ୍ରା " ି " ବ୍ୟଞ୍ଜନ ବର୍ଣ୍ଣର ଉପରେ ଦିଆହୋଇଥାଏ । ଏହାକୁ ଦେଶିୟ ଅବଧାନମାନେ ଚିତା କହିଥାନ୍ତି ।
ଓଡ଼ିଆ ବର୍ଣ୍ଣମାଳା | |||||
---|---|---|---|---|---|
ଓଡ଼ିଆ ସ୍ଵର ବର୍ଣ୍ଣ | |||||
ଅ | ଆ | ଇ | ଈ | ଉ | |
ଊ | ଋ | ୠ | ଌ | ୡ | |
ଏ | ଐ | ଓ | ଔ | | |
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ | |||||
କ | ଖ | ଗ | ଘ | ଙ | |
ଚ | ଛ | ଜ | ଝ | ଞ | |
ଟ | ଠ | ଡ | ଢ | ଣ | |
ତ | ଥ | ଦ | ଧ | ନ | |
ପ | ଫ | ବ | ଭ | ମ | |
ଯ | ର | ଳ | ଵ | ୟ | |
ହ | କ୍ଷ | ଶ | ଷ | ସ | |
ଓଡ଼ିଆ ସଂଖ୍ୟା | |||||
୦ | ୧ | ୨ | ୩ | ୪ | |
୫ | ୬ | ୭ | ୮ | ୯ |
ଉଚ୍ଚାରଣସମ୍ପାଦନ କରନ୍ତୁ
ଏହାର ଉଚ୍ଚାରଣ ତାଳୁ ।[୧]
ଇତିହାସ ଓ ପୁରାଣସମ୍ପାଦନ କରନ୍ତୁ
ବ୍ୟବହାରସମ୍ପାଦନ କରନ୍ତୁ
ବିଶେଷଣସମ୍ପାଦନ କରନ୍ତୁ
କେତେକ ବିଶେଷଣ ପଦ ଶେଷରେ ଇକାର ଯୋଗ ହେଲେ ତାହା ଗୁଣବାଚକ ବିଶେଷ୍ୟ ହୋଇଥାଏ; ଯଥା- ଚଲାଖରୁ ଚଲାଖି, ବଦମାସରୁ ବଦମାସି ଆଦି ।
ପ୍ରତ୍ୟୟସମ୍ପାଦନ କରନ୍ତୁ
ନିମିତ୍ତାର୍ଥକ "କୁ" ପ୍ରତ୍ୟୟ ଲୋପ ହୋଇ ବିକଳ୍ପରେ ମୂଲ ଧାତୁ ଶେଷରେ "ଇ" ଯୋଗ ହୋଇଥାଏ, ଯଥା- ଆଣି ଯାଉଛି = ଆଣିବାକୁ ଯାଉଛି, ମାରି ମନ କରୁଛି = ମାରିବାକୁ ମନ କରୁଛି ।
ପୁରାତନ ପ୍ରୟୋଗସମ୍ପାଦନ କରନ୍ତୁ
ଦ୍ୱିତୀୟା ବିଭକ୍ତିରେ "କୁ", ଯଥା - ଆଜ୍ଞା ପ୍ରମାଣେ ଯାଅ ସାରଦା ଦେବିଇ ।[୨]
ସାଙ୍କେତିକ ଚିହ୍ନସମ୍ପାଦନ କରନ୍ତୁ
ସାଙ୍କେତିକ ଚିହ୍ନରେ ବ୍ୟବହାର କଲାବେଳେ ଏହାର ଦୁଇ ପାଖରେ ଦୁଇଟି ଗାର ଦେଇଦିଆଯାଏ ।
- ଯଥା - | ଇ | କଟକ
- ସମ୍ବଲପୁରୀରେ: ଇ ଜୁଗେ କଁଠି (= ଲଙ୍ଗଳ କଣ୍ଟିରେ) ହାତ୍ ନେଇଁ ଦିଲେ ଆର୍ ନେଇଁ ଚଲେ ।
ଅନ୍ୟାନ୍ୟସମ୍ପାଦନ କରନ୍ତୁ
ଏହା ଅନ୍ୟ ଶବ୍ଦ ପୂର୍ବରୁ ବ୍ୟବହାର କରାଯାଇଥାଏ ।
- ଯଥା - ଇଆଡ଼େ, ଇଲାଗେ, ଇମିତି, ଇଛୁଣି
ବିଦେଶି ଭାଷାସମ୍ପାଦନ କରନ୍ତୁ
କମ୍ପ୍ୟୁଟର କୋଡ଼ସମ୍ପାଦନ କରନ୍ତୁ
ଆଇ.ପି.ଏ. କୋଡ଼ ସାରଣୀ ଏକ୍ସଟେନସନରୁ ଇଉନିକୋଡ଼ରେ ଏହାର କୋଡ଼ ବିନ୍ଦୁ ହେଲା U+0B07 ଓ "ଇକାର" (" ି ")ର କୋଡ଼ ହେଲା : 0B3F[୩]
ଆଧାରସମ୍ପାଦନ କରନ୍ତୁ
- ↑ ୧.୦ ୧.୧ ପ୍ରହରାଜ, ଗୋପାଳ. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ. ଦ୍ୱିତୀୟ ଖଣ୍ଡ. ବିଶ୍ୱନାଥ କର. କଟକ. ପୃ. ୮୪୭ (୧୯୩୩)
- ↑ ଦାସ, ଅଚ୍ୟୁତାନନ୍ଦ. ଶ୍ରୀଗୁରୁଭକ୍ତିଗୀତା
- ↑ Oriya: Range 0B00-0B7FThe Unicode Standard 6.0. 1900-2001. Unicode.Inc