ଆର୍ଯ୍ୟନ ଦାଶ

ଓଡ଼ିଆ ଅଭିନେତା

ଆର୍ଯ୍ୟନ ଦାଶ ଜଣେ ଓଡ଼ିଆ କଥାଚିତ୍ର ଏବଂ ହିନ୍ଦୀ ଥିଏଟର ଅଭିନେତା ।[୧] ଆର୍ଯ୍ୟନ ଅଭିନେତା ଅନୁପମ ଖେରଙ୍କ ସ‌ହ ଏକ ଥିଏଟରରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ ।[୨] ସେ ଓଡ଼ିଆ କଥାଚିତ୍ର ଜଗତରେ ଯୋଗୀ ଚଳଚ୍ଚିତ୍ର ଜରିଆରେ ପ୍ରବେଶ କରିଥିଲେ ।[୩][୪]

ଆର୍ଯ୍ୟନ ଦାଶ
ଜନ୍ମ
ଆର୍ଯ୍ୟନ ଦାଶ

ବୃତ୍ତିଅଭିନେତା
ସକ୍ରିୟ ବର୍ଷ୨୦୧୮-ଏବେଯାଏଁ

ପ୍ରାରମ୍ଭିକ ଜୀବନ ସମ୍ପାଦନ କରନ୍ତୁ

ଆର୍ଯ୍ୟନଙ୍କର ଘର ପୁରୀ ସ‌ହରରେ । ତାଙ୍କର ପିତା ଜଣେ ବାୟୁସେନା ଅଧିକାରୀ ।[୫] ସେଥିପାଇଁ ସେ ମୁମ୍ବାଇରେ ଅବସ୍ଥାନ କରୁଛନ୍ତି । ଆର୍ଯ୍ୟନ ଏୟାର କ୍ରାଫ୍ଟ ଇଂଜିନିୟରିଂରେ ସ୍ନାତକ କରିଥିଲେ ।[୧] ଏହାପରେ ସେ ମୁମ୍ବାଇର କିଶୋର ନମିତ୍‌ ଆକ୍ଟିଂ ଇନ୍‌ଷ୍ଟିଚ୍ୟୁଟରେ ଯୋଗ ଦେଇଥିଲେ ।[୨] ସେଠାରେ ସେ ଅଭିନୟ ଶିକ୍ଷା କରିଥିଲେ । ଏହାପରେ ସେ ଅଭିନେତା ଅନୁପମ ଖେରଙ୍କ ସ‌ହ ଏକ ଥିଏଟରରେ ଅଭିନୟ କରିଥିଲେ ।[୬]

ଅଭିନୟ ଜୀବନ ସମ୍ପାଦନ କରନ୍ତୁ

ଆର୍ଯ୍ୟନ ଲୋକପ୍ରିୟ ଅଭିନେତା-ନିର୍ଦ୍ଦେଶକ ନାନା ପାଟେକରଙ୍କର ସହକାରୀ ଭାବରେ ଏକ କନ୍ନଡ ଚଳଚ୍ଚିତ୍ରରେ କାମ କରିଥିଲେ ।[୭][୫] ଏହି ସ‌ହ ସେ କିଛି ଚଳଚ୍ଚିତ୍ରର ସ‌ହ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଆର୍ଯ୍ୟନ ଓଡ଼ିଆ ଆଲବମ୍‌ ଭିଡ଼ିଓରେ ମଧ୍ୟ ଅଭିନୟ କରିଥିଲେ । ସେ ସାଥିୟା, ପ୍ରେମରେ ତୋର ଦିଓ୍ବାନ ହେଲି ଓ ମୋର ମାଆ ଆଦି ଆଲବମ୍‌ ଭିଡ଼ିଓରେ ଅଭିନୟ କରିଥିଲେ ।[୨]

ଆର୍ଯ୍ୟନ ଓଡ଼ିଆ କଥାଚିତ୍ର ଯୋଗୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୮] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିରଞ୍ଜନ ବେହେରା ।[୯] ଏହି ଚଳଚ୍ଚିତ୍ରର ପ୍ରଯୋଜକ ଶ୍ରୀଧର ମାର୍ଥା ଆର୍ଯ୍ୟନଙ୍କୁ ଫୋନ କରି ଚଳଚ୍ଚିତ୍ରଟିରେ ଅଭିନୟ ପାଇଁ ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପୁଅ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିରେ ଆର୍ଯ୍ୟଙ୍କ ସ‌ହ ନିକିତା ମିଶ୍ର ଅଭିନୟ କରିଥିଲେ । ନିକିତା ପୂର୍ବରୁ ଶିଶୁ କଳାକାର ଭାବରେ ଅନେକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।[୧୦] ବିଜୟ ମହାନ୍ତି, ମନୋଜ ମିଶ୍ର, ସ୍ମିତା ମହାନ୍ତି, ହର ରଥ, ଜୟୀରାମ ସାମଲ, ଦେବୁ ବ୍ରହ୍ମା, ଚକ୍ରଧର ଜେନା, ରବି ମିଶ୍ର, ହାଡୁ, ଥିନ୍‌, ସୁମନ୍‌, ପ୍ରଜ୍ଞା ଖଟୁଆ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୬]

ଆର୍ଯ୍ୟନଙ୍କର ଆଗାମୀ ଚଳଚ୍ଚିତ୍ର ହେଉଛି ଯୋଉଠି ଥିଲେ ବି ତୁ ମୋର[୧୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଉଛନ୍ତି ଶ୍ରୀକାନ୍ତ ଗୌତମ[୧୨]

ଅଭିନୀତ କଥାଚିତ୍ର ସମ୍ପାଦନ କରନ୍ତୁ

ବର୍ଷ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭୂମିକା ମନ୍ତବ୍ୟ
୨୦୧୮ ଯୋଗୀ ନିରଞ୍ଜନ ବେହେରା ପ୍ରଭୁ ପ୍ରଥମ ଓଡ଼ିଆ କଥାଚିତ୍ର
୨୦୨୩ କହିଦେ ଥରେ ଆଇ ଲଭ୍ ୟୁ ଚଣ୍ଡୀ ପରିଜା [୧୩]
- ଯୋଉଠି ଥିଲେ ବି ତୁ ମୋର ଶ୍ରୀକାନ୍ତ ଗୌତମ

ଆଧାର ସମ୍ପାଦନ କରନ୍ତୁ

  1. ୧.୦ ୧.୧ "ଓଲିଉଡରେ ପ୍ରବେଶ କରିବେ ଆଉ ଜଣେ ନୂଆ ନାୟକ : ଫିଲ୍ମ 'ଯୋଗୀ'ରେ ଆସିବେ ନଜର". କନକ ନ୍ୟୁଜ. 27 October 2017. Retrieved 1 November 2017.
  2. ୨.୦ ୨.୧ ୨.୨ "ଚିହ୍ନନ୍ତୁ ଓଡ଼ିଆ ସିନେମା 'ଯୋଗୀ'ର ନୂଆ ନାୟକ ଆର୍ଯ୍ୟନଙ୍କୁ". sambad.in. 27 October 2017. Retrieved 1 November 2017.
  3. "ଆର ବର୍ଷକୁ ଆସିବେ ଓଲିଉଡର ଏହି ଫ୍ରେସ୍‌ ଯୋଡି". sambad.in. 28 December 2017. Retrieved 1 February 2018.
  4. "ଆସୁଛନ୍ତି ଆର୍ଯ୍ୟନ୍". ସମାଜ. 4 February 2018. Retrieved 7 February 2018.
  5. ୫.୦ ୫.୧ "ଓଲିଉଡ ଜଗତରେ ଆଉ ଏକ ନୂଆ ମୁହଁ, ଆଗାମୀ ଓଡ଼ିଆ ସିନେମା ଯୋଗୀରେ ସେ ମୁଖ୍ୟ ନାୟକ". E News ଓଡ଼ିଆ. 28 October 2017. Retrieved 1 November 2017.
  6. ୬.୦ ୬.୧ "ଏକ ନୂଆ ଶୀର୍ଷକ, ନୂଆ କାହାଣୀ ତଥା ନୂଆ ମୁହଁକୁ ନେଇ ପ୍ରସ୍ତୁତ କରାଯାଉଛି ଆଗାମୀ ଚଳଚ୍ଚିତ୍ର". wwgossip. 31 October 2017. Retrieved 1 November 2017.
  7. "ପ୍ରଭୁ ଚରିତ୍ରରେ ଆସୁଛନ୍ତି ଏହି ଓଲିଉଡ ନାୟକ". sambad.in. 19 April 2018. Retrieved 6 June 2018.
  8. "ଭାଗ୍ୟବାନ୍ ଆର୍ଯ୍ୟନ୍". ସମାଜ ରବିବାର. 8 April 2018. Retrieved 12 April 2018.
  9. "ଅଭିନୟ ନିଶା". ସମାଜ. 8 October 2017. Retrieved 8 October 2017.
  10. "ନବାଗତା ନିକିତା". ସମାଜ. 15 October 2017. Retrieved 15 October 2017.
  11. "ଆର୍ଯ୍ୟନଙ୍କ ସୌଭାଗ୍ୟ". ସମାଜ. 13 May 2017. Retrieved 19 May 2018.
  12. "ଆସୁଛନ୍ତି ଓଲିଉଡକୁ ଏହି ନବାଗତ ନାୟକ". sambad.in. 21 March 2018. Retrieved 21 March 2018.
  13. "ଦୁଇ ଓଡ଼ିଆ ଛବି ମଧ୍ୟରେ ଜୋରଦାର ଟକ୍କର". ନିର୍ଭୟ. 16 September 2023. p. 10. Archived from the original on 16 September 2023. Retrieved 16 September 2023.

ବାହାର ଆଧାର ସମ୍ପାଦନ କରନ୍ତୁ