ଟାର୍ଗେଟ୍
ଏସ୍ କେ ମୁରଲୀଧରନ୍ଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଟାର୍ଗେଟ ୨୦୧୩ ମସିହାରେ ମୁକ୍ତିଲାଭ କରିଥିଲା । ଓଡ଼ିଆ ଚଲଚ୍ଚିତ୍ରର ଜଣାଶୁଣା ଅଭିନେତା ମିହିର ଦାସଙ୍କ ପୁଅ ଅମ୍ଳାନ ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ ଭୂମିକାରେ ପାଦ ରଖିଥିଲେ ।[୧] ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ବଙ୍ଗୀୟ ନାୟିକା ଝିଲିକ୍ ଭଟ୍ଟାଚାର୍ଯ୍ୟ ।[୨] ଅଭିଜିତ ମଜୁମଦାର ଏବଂ ରବି ନାରାୟଣ ନନ୍ଦ ଉଭୟ ସଂଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ । ପ୍ରଥମ ଥର ପାଇଁ ଅପରାଜିତା ମହାନ୍ତି ଏବଂ ମହାଶ୍ୱେତା ରାୟ ଏକା ସଙ୍ଗରେ ଗୋଟିଏ ଚଳଚ୍ଚିତ୍ରରେ କାମ କରଥିଲେ ।[୧] ମାଆ ତାରିଣୀ ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥା ଏହି ଚଳଚ୍ଚିତ୍ରଟି ନିର୍ମାଣ କରିଥିଲା ।[୩]
ଟାର୍ଗେଟ | |
---|---|
ନିର୍ଦ୍ଦେଶକ | ଏସ୍ କେ ମୁରଲୀଧରନ୍ |
ପ୍ରଯୋଜକ | ନିରଞ୍ଜନ ରଣା |
ସଂଳାପ | ଦେବୀଦତ୍ତ ମହାନ୍ତି |
ଚିତ୍ରନାଟ୍ୟ | ଏସ୍ କେ ମୁରଲୀଧରନ୍ |
କାହାଣୀ | ଗୀତାଞ୍ଜଳୀ ରଣା |
କଳାକାର | ଝିଲିକ୍ ଭଟ୍ଟାଚାର୍ଯ୍ୟ, ଅମ୍ଳାନ, ମିହିର ଦାସ, ମୀନକେତନ, ନମ୍ରତା ଦାସ, ଅପରାଜିତା ମହାନ୍ତି, ପିଙ୍କି ପ୍ରଧାନ, ମହାଶ୍ୱେତା ରାୟ |
ସଙ୍ଗୀତ | ଅଭିଜିତ ମଜୁମଦାର, ରବି ନାରାୟଣ ନନ୍ଦ |
ଚିତ୍ରଗ୍ରହଣ | ରବିନ୍ଦ୍ର ବେହେରା |
ସମ୍ପାଦକ | ମାନସ ରଞ୍ଜନ ପାତ୍ର |
ମୁକ୍ତିଲାଭ ତାରିଖ | ୧୨ ଅପ୍ରେଲ୍ ୨୦୧୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟ
ସମ୍ପାଦନାଏସ୍ କେ ମୁରଲୀଧରନ୍ଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଓଡ଼ିଆ କଥାଚିତ୍ର ଜଗତର ଦୁଇ ଜଣାଶୁଣା ଅଭିନେତ୍ରୀ ଅପରାଜିତା ମହାନ୍ତି ଏବଂ ମହାଶ୍ୱେତା ରାୟ ଏକାଠି ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ମାଧ୍ୟମରେ ଅମ୍ଳାନ ଏବଂ ଝିଲିକ୍ ଓଡ଼ିଆ ଚଳଚ୍ଚିତ୍ର ଜଗରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ ।
ଟାର୍ଗେଟରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ:
- ଝିଲିକ୍ ଭଟ୍ଟାଚାର୍ଯ୍ୟ[୪]- ସ୍ନେହା
- ଅମ୍ଳାନ ଦାସ- ବିବେକ
- ମିହିର ଦାସ[୫]
- ମୀନକେତନ- ନୁରୁ ଭାଇ
- ନମ୍ରତା ଦାସ- ନୁରୁ ଭାଇର ପତ୍ନୀ
- ସୁଭାଶିଷ ଶର୍ମା- ସ୍ନେହାର ସାଙ୍ଗ
- ହାଡ଼ୁ- ଓକିଲ
- ଅପରାଜିତା ମହାନ୍ତି- ବିବେକର ମାଆ
- ପିଙ୍କି ପ୍ରଧାନ- ଏସ୍.ପି.
- ମହାଶ୍ୱେତା ରାୟ
ଗୀତ ଓ ସଙ୍ଗୀତ
ସମ୍ପାଦନାଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏବଂ ରବି ନାରାୟଣ ନନ୍ଦ ଥିଲେ ।
ଗୀତ
ସମ୍ପାଦନା- ଏଇକି ସେ ପ୍ରେମ
- କିଏ ଛୁଇଁଲା
- ପଁ ପଁ ପଁ
- ଟାର୍ଗେଟ୍
- ଟେନସନ୍ କାଇଁ ଲେବୁ
- ତୁମେ ମୋ ନୟନ ତାରା
ଆଧାର
ସମ୍ପାଦନା- ↑ ୧.୦ ୧.୧ "Target oriya movie mahurat". Incredible Odisha. Retrieved 23 August 2016.
- ↑ "୨୦୨୦ରେ ଓଲିଉଡର ଏହି ଲୋକପ୍ରିୟ ଯୋଡ଼ିମାନଙ୍କୁ ପୁଣି ଥରେ ଦେଖିବାକୁ ମିଳିବ | Sambad". ସମ୍ବାଦ. sambad.in. 27 January 2020. Archived from the original on 25 December 2021. Retrieved 25 December 2021.
- ↑ "Amlan's debut released allover odisha". Odia Live. 12 April 2013. Retrieved 23 August 2016.
- ↑ "ସବ୍ୟସାଚୀଙ୍କ ସହ କେବେ ଝିଲିକ୍". sambad.in. 11 May 2018. Retrieved 6 June 2018.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଟାର୍ଗେଟ୍