ରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ରଣପୁର (କ୍ରମିକ ସଂଖ୍ୟା: ୧୧୯) ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳଗୁଡ଼ିକ ହେଲା ରଣପୁର ବ୍ଳକ ଓ ଓଡ଼ଗାଁ ବ୍ଳକର କିଛି ଅଞ୍ଚଳ ।[୨][୩]
ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୮୬,୩୦୨ |
ଜିଲ୍ଲା: | ନୟାଗଡ଼ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ପୁରୀ |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରବିନାରାୟଣ ମହାପାତ୍ର ଭାରତୀୟ ଜନତା ପାର୍ଟି ପ୍ରାର୍ଥିନୀ ସୁରମା ପାଢୀଙ୍କଠାରୁ ୧୬୪୨୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
୨୦୦୯ ବିଧାନ ସଭା ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସୁରମା ପାଢ଼ୀଙ୍କଠାରୁ ୨୧,୬୦୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫][୬]
ଇତିହାସ
ସମ୍ପାଦନାରଣପୁର ଏକ ପ୍ରାଚୀନ ଗଡ଼ଜାତ ରାଜ୍ୟ l ଏହାକୁ ମଧ୍ୟ ନୟାଗଡ଼ର ପ୍ରଥମ ଶ୍ରୀକ୍ଷେତ୍ର କୁହାଯାଏ l ୧୨ଶ ଶତାବ୍ଦୀରେ ଓଡ଼ିଶାର ରାଜା ଅନଙ୍ଗ ଭୀମଦେବ ତତ୍କାଳୀନ ରଣପୁର ରାଜାଙ୍କୁ 'ନରେନ୍ଦ୍ର' ଉପାଧି ପ୍ରଦାନ କରିିଥିଲେ । ରାଜବଂଶାବଳୀରୁ ଜଣାଯାଏ, ୩୬୦୦ ବର୍ଷ ମଧ୍ୟରେ ଏହି ରାଜ୍ୟରେ ୧୧୨ଜଣ ରାଜା ରାଜୁତି କରିସାରିଲେଣି । ଏ ରାଜ୍ୟର କ୍ଷେତ୍ରଫଳ ୨୦୩ ବର୍ଗମାଇଲ । ଏଥିରେ ୨୬୫ଟି ଗ୍ରାମ ଅନ୍ତର୍ଭୁକ୍ତ । ଏଠାରେ ପ୍ରାଚୀନ ପ୍ରଥାରେ ଶାସନ ଚାଲୁଥିଲା । ଏ ରାଜ୍ୟ ସେତେ ଉନ୍ନତ ନଥିଲା । ଓଡି଼ଶା ରାଜ୍ୟର ପ୍ରଥମ ମହିଳା ମନ୍ତ୍ରୀ ବସନ୍ତ ମଞ୍ଜରୀ ଦେବୀ ହେଉଛନ୍ତି ରଣପୁରର ରାଜମାତା ।[୬]
କିମ୍ବଦନ୍ତୀ
ସମ୍ପାଦନାକିମ୍ବଦନ୍ତୀ ଅନୁସାରେ ପ୍ରାଚୀନ କାଳରେ ରଣାସୁର ନାମରେ ଏକ ରାକ୍ଷସ ଏଠାରେ ବାସ କରୁଥିଲା । ତାରି ନାମାନୁସାରେ ଏ ରାଜ୍ୟର ନାମ ରଣପୁର ହୋଇଛି ବୋଲି ଲୋକବିଶ୍ୱାସ । ପୁରାଣ ଅନୁସାରେ କଳିଯୁଗ ଆରମ୍ଭର ୧୭୪ ବର୍ଷ ପରେ ଏ ରାଜ୍ୟ ସ୍ଥାପିତ ହୋଇଛି ବୋଲି 'କପିଳ ସଂହିତା'ରେ ଉଲ୍ଲେଖ ଅଛି । ଶୁଣାଯାଏ, ବେଣୁ ରାଜବଂଶର ବିଶ୍ୱବାସବ ଏ ରାଜ୍ୟର ପ୍ରତିଷ୍ଠାତା । ମଣିନାଗ ଏ ରାଜ୍ୟର ପ୍ରସିଦ୍ଧ ଦେବତା ।[୬]
୨୦୦୯ ନିର୍ବାଚନ ଫଳାଫଳ
ସମ୍ପାଦନା୨୦୦୯ ବିଧାନ ସଭା ନିର୍ବାଚନ, ରଣପୁର [୭] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ସତ୍ୟନାରାୟଣ ପ୍ରଧାନ | ୫୪,୬୪୩ | ୪୫.୪୮ | - | |
ଭାଜପା | ସୁରମା ପାଢ଼ୀ | ୩୩,୦୪୨ | ୨୭.୫୦ | - | |
କଂଗ୍ରେସ | ରମାକାନ୍ତ ମିଶ୍ର | ୨୫,୮୯୮ | ୨୧.୫୬ | - | |
ସ୍ୱାଧୀନ | ଅନିଲ ଛୋଟରାୟ | ୩,୪୯୯ | ୨.୯୧ | - | |
ଆରପିଆଇ (ଆ) | ଆଶାମଣି ନାୟକ | ୭୮୨ | ୦.୬୫ | - | |
ସ୍ୱାଧୀନ | ପ୍ରିୟବ୍ରତ ପ୍ରହରାଜ | ୭୨୬ | ୦.୬୦ | - | |
ସ୍ୱାଧୀନ | ସତ୍ୟନାରାୟଣ ମିଶ୍ର | ୭୨୪ | ୦.୬୦ | - | |
ସମୃଦ୍ଧ ଓଡ଼ିଶା | ଉମାକାନ୍ତ ମିଶ୍ର | ୫୪୦ | ୦.୪୫ | - | |
ସ୍ୱାଧୀନ | ଜୟକୃଷ୍ଣ ସାହୁ | ୨୮୫ | ୦.୨୪ | - | |
ଭୋଟ ବ୍ୟବଧାନ | ୨୧,୬୦୧ | ୧୭.୯୮* | - | ||
ମତଦାନ ହାର | ୧,୨୦,୧୬୨ | ୬୮.୨୮ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
ସମ୍ପାଦନା୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୮][୯][୪]
- ୨୦୨୪: ସୁରମା ପାଢ଼ୀ (ଭାଜପା)
- ୨୦୧୯: ସତ୍ୟନାରାୟଣ ପ୍ରଧାନ (ବିଜଦ)
- ୨୦୧୪: ରବିନାରାୟଣ ମହାପାତ୍ର (ବିଜଦ)
- ୨୦୦୯: (୧୧୯): ସତ୍ୟନାରାୟଣ ପ୍ରଧାନ (ବିଜଦ)
- ୨୦୦୪: (୬୧): ସୁରମା ପାଢ଼ୀ (ଭାଜପା)
- ୨୦୦୦: (୬୧): ରମାକାନ୍ତ ମିଶ୍ର (କଂଗ୍ରେସ)
- ୧୯୯୫: (୬୧): ରମାକାନ୍ତ ମିଶ୍ର (କଂଗ୍ରେସ)
- ୧୯୯୦: (୬୧): ଶରତ ଚନ୍ଦ୍ର ମିଶ୍ର (ଜନତା ଦଳ)
- ୧୯୮୫: (୬୧): ରମାକାନ୍ତ ମିଶ୍ର (କଂଗ୍ରେସ)
- ୧୯୮୦: (୬୧): ରମାକାନ୍ତ ମିଶ୍ର (କଂଗ୍ରେସ-ଇ)
- ୧୯୭୭: (୬୧): ରମେଶ ଚନ୍ଦ୍ର ପଣ୍ଡା (ସିପିଆଇ-ମାର୍କ୍ସବାଦୀ)
- ୧୯୭୪: (୬୧): ରମେଶ ଚନ୍ଦ୍ର ପଣ୍ଡା (ସିପିଆଇ-ମାର୍କ୍ସବାଦୀ)
- ୧୯୭୧: (୬୦): ରମେଶ ଚନ୍ଦ୍ର ପଣ୍ଡା (କମ୍ୟୁନିଷ୍ଟ)
- ୧୯୬୭: (୬୦): ବି. ଏସ. ବି. ନରେନ୍ଦ୍ର ମହାପାତ୍ର (କଂଗ୍ରେସ)
- ୧୯୬୧: (୮୫): ରାମ ଚନ୍ଦ୍ର ରାମ (କମ୍ୟୁନିଷ୍ଟ)
- ୧୯୫୭: (୫୮): ବସନ୍ତ ମଞ୍ଜରୀ ଦେବୀ (କଂଗ୍ରେସ)
- ୧୯୫୨: (୯୧): ବସନ୍ତ ମଞ୍ଜରୀ ଦେବୀ (କଂଗ୍ରେସ)
ସ୍ୱାଧୀନତା ପୂର୍ବରୁ (୧୯୪୬-୫୨): ଅନ୍ତର୍ଯ୍ୟାମୀ ସାହୁ (ନିର୍ଦ୍ଦଳୀୟ)
ଆଧାର
ସମ୍ପାଦନା- ↑ "Ranpur Assembly Election 2009, Orissa". empoweringindia.org. Archived from the original on 14 April 2014. Retrieved 19 June 2013.
Constituency: Ranpur (119) District : Nayagarh
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
21601
- ↑ ୬.୦ ୬.୧ ୬.୨ ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ. ଆମ ଓଡ଼ିଶା.
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 61-Ranpur Constituency of ORISSA". eci.nic.in. 2006. Retrieved 19 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf