ରାମ ଚନ୍ଦ୍ର ରାମ

ଓଡ଼ିଆ ରାଜନୀତିଜ୍ଞ

ରାମ ଚନ୍ଦ୍ର ରାମ (୧ ଜାନୁଆରୀ ୧୯୨୨ - ୨୬ ନଭେମ୍ବର ୧୯୯୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ରାମ ଚନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ରାମ ଚନ୍ଦ୍ର ରାମ
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀବସନ୍ତ ମଞ୍ଜରୀ ଦେବୀ
ପର ଅଧିକାରୀବି. ଏସ. ବି. ନରେନ୍ଦ୍ର ମହାପାତ୍ର
ନିର୍ବାଚନ ମଣ୍ଡଳୀରଣପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1922-01-01)ଜାନୁଆରୀ ୧, ୧୯୨୨
ମୃତ୍ୟୁ୨୬ ନଭେମ୍ବର ୧୯୯୩(1993-11-26) (ବୟସ ୭୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ କମ୍ୟୁନିଷ୍ଟ ପାର୍ଟି
ଜୀବନ ସାଥୀସରସ୍ୱତୀ ଦେବୀ
ବାପା/ବୋଉବନମାଳୀ ରାମ (ବାପା)
ବୃତ୍ତିରାଜନୀତିଜ୍ଞ

୧୯୫୦ ମସିହାରେ ମୁକ୍ତିଲାଭ କରିଥିବା କଲ୍ୟାଣ ଗୁପ୍ତଅନନ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ସପ୍ତଶଯ୍ୟା କଥାଚିତ୍ରରେ ସେ ଅଭିନୟ ମଧ୍ୟ କରିଥିଲେ। [୨]

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ରାମ ଚନ୍ଦ୍ର ରାମ ୧୯୨୨ ମସିହାର ଜାନୁଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ବନମାଳୀ ରାମ ଏବଂ ପତ୍ନୀଙ୍କ ନାମ ସରସ୍ୱତୀ ଦେବୀ ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]

ରାଜନୈତିକ ଜୀବନ ସମ୍ପାଦନା

ରାମ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କାର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ରାମ ଚନ୍ଦ୍ର ରାମ ୧୯୯୩ ମସିହାର ନଭେମ୍ବର ମାସ ୨୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଅଲ ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Shri Ram Chandra Ram". odishaassembly.nic.in. Odisha Assembly. Retrieved 18 April 2020.
  2. Ghosha, Kārttika Kumāra (1984). Oḍiā caḷaccitrara itihāsa. Oḍiśā Buk Shṭora.