ହେମୋପ୍ଟିସିସ
ହେମୋପ୍ଟିସିସ ରୋଗରେ ଫୁସଫୁସ କିମ୍ବା ଶ୍ୱାସନଳୀରୁ ରକ୍ତ କିମ୍ବା ରକ୍ତ ମିଶ୍ରିତ ମ୍ୟୁକସ କାଶ ଆକାରରେ ବାହାରେ ।[୩] ଏହା ଜୀବନ ପ୍ରତି ଘାତକ ସାବ୍ୟସ୍ତ ହୁଏ ଯଦି ରକ୍ତସ୍ରାବ ୧୦୦ ମିଲିରୁ ଅଧିକ ହୁଏ | [୧] ପ୍ରଚୁର ପରିମାଣରେ ରକ୍ତସ୍ରାବ ଯୋଗୁ ଅମ୍ଳଜାନର ଅଭାବ ହୋଇପାରେ | [୪]
Hemoptysis | |
---|---|
Haemoptysis, coughing up of blood | |
ଉଚ୍ଚାରଣ | |
ବିଭାଗ | Pulmonology |
କାରଣ | Common: Acute bronchitis, pneumonia, tuberculosis, bronchiectasis, asthma, COPD, cancer[୧] Less common: Pulmonary embolism, lung abscess, foreign body, heart failure, lupus, Wegener granulomatosis, mitral valve stenosis, blood clotting problems[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Medical imaging (chest X ray, CT scan), bronchoscopy[୧] |
ସଠିକ ରୋଗ ନିର୍ଣ୍ଣୟ | Gastrointestinal bleed, nose bleed, Serratia marcescens infection[୧] |
ଚିକିତ୍ସା | Bleeding lung down, intubating the good lung, angiography for embolization, bronchoscopy, surgery[୨] |
ପୁନଃପୌନିକ | 0.1% of patient visits[୧] |
Patient UK | Hemoptysis |
ବୟସ୍କମାନଙ୍କ ମଧ୍ୟରେ ଏହି ରୋଗର ସବୁଠାରୁ ସାଧାରଣ କାରଣ ହେଉଛି ତୀବ୍ର ଶ୍ୱାସନଳୀ ପ୍ରଦାହ, ନିମୋନିଆ, ଯକ୍ଷ୍ମା, ବ୍ରୋଙ୍କିଏକ୍ଟାସିସ୍, ଆଜମା, ସିଓପିଡି ଏବଂ କର୍କଟ | [୩] କମ୍ ସାଧାରଣ କାରଣ ମଧ୍ୟରେ ଫୁସଫୁସ ଏମ୍ବୋଲିଜିମ୍, ଫୁସଫୁସ ଆବସେସ, ବାହ୍ୟ ପଦାର୍ଥ, ହୃଦ୍ପାତ, ଲୁପସ୍, ୱେଗେନର୍ ଗ୍ରାନୁଲୋମାଟୋସିସ୍, ମାଇଟ୍ରାଲ ସ୍ଟେନୋସିସ୍ ଏବଂ ରକ୍ତ ଜମାଟ ବାନ୍ଧିବା ସମସ୍ୟା ଅନ୍ତର୍ଭୁକ୍ତ | [୧] ଖାଦ୍ୟନଳୀ ରକ୍ତସ୍ରାବ, ନାକ ରକ୍ତସ୍ରାବ, ଏବଂ ସେରାସିଆ ମାର୍ସେସେନ ସଂକ୍ରମଣ ଇତ୍ୟାଦିରେ ରକ୍ତସ୍ରାବ ହେଲେ ମଧ୍ୟ ଦେଗୁଡ଼ିକ ହେମୋପ୍ଟିସିସ ଅନ୍ତର୍ଭୂକ୍ତ ହୁଏ ନାହିଁ | [୧]
ରୋଗ ନିର୍ଣ୍ଣୟ ନିମନ୍ତେ ସାଧାରଣତଃ ଏକ୍ସ-ରେ ଚିତ୍ର, ସିଟି ସ୍କାନ ଆବଶ୍ୟକ ହୁଏ ଓ ଗୁରୁତ୍ୱପୂର୍ଣ୍ଣ ରକ୍ତସ୍ରାବ କିମ୍ବା ଅନ୍ୟାନ୍ୟ ଚିନ୍ତା ଥିଲେ ଆବଶ୍ୟକ ସ୍ଥଳେ ବ୍ରୋଙ୍କୋସ୍କୋପି କରାଯାଏ | [୩] ଆବଶ୍ୟକ ହେଲେ ରିସସିଟେସନ କରାଯାଏ ।[୧] ବଡ଼ ଆକାରରେ ରକ୍ତସ୍ରାବ ହେଉଥିଲେ ପ୍ରଭାବିତ ପାର୍ଶ୍ୱ ତଳକୁ ରଖିବା ଉଚିତ୍ | [୪] ଅନ୍ୟାନ୍ୟ ଚିକିତ୍ସାରେ ଫୁସଫୁସ ଭଲ ଥିଲେ ଇନଟ୍ୟୁବେସନ କରାଯାଏ, ଏମ୍ବୋଲାଇଜେସନ ପାଇଁ ଆଞ୍ଜିଓଗ୍ରାଫି, ବ୍ରୋଙ୍କୋସ୍କୋପି ଏବଂ ଅସ୍ତ୍ରୋପଚାର କରାଯାଏ | [୫] ହେମୋପିଟିସିସ୍ ପ୍ରତି ୧,୦୦୦ ରୋଗୀତର ପ୍ରାୟ ଜଣର ଏହି ରୋଗରେ ପିଡ଼ିତ ହୁଅନ୍ତି । [୧]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Earwood, JS; Thompson, TD (15 February 2015). "Hemoptysis: evaluation and management". American family physician. 91 (4): 243–9. PMID 25955625.
- ↑ Sabatine, Marc S. (2014). Pocket medicine (Fifth ed.). [S.l.]: Aspen Publishers, Inc. p. 2-7. ISBN 978-1451193787.
- ↑ ୩.୦ ୩.୧ ୩.୨ Earwood, JS; Thompson, TD (15 February 2015). "Hemoptysis: evaluation and management". American family physician. 91 (4): 243–9. PMID 25955625.
- ↑ ୪.୦ ୪.୧ Sabatine, Marc S. (2014). Pocket medicine (Fifth ed.). [S.l.]: Aspen Publishers, Inc. p. 2-7. ISBN 978-1451193787.
- ↑ Sabatine, Marc S. (2014). Pocket medicine (Fifth ed.). [S.l.]: Aspen Publishers, Inc. p. 2-7. ISBN 978-1451193787.