ପଲ୍ମୋନାରି ଏମ୍ବୋଲିଜ୍ମ
ପଲ୍ମୋନାରି ଏମ୍ବୋଲିଜ୍ମ (ପିଇ) ବା ଫୁସଫୁସ ଅନ୍ତଃଶଲ୍ୟତା ନାମ ଦିଆଯାଏ ଯେତେବେଳେ କୌଣସି ପଦାର୍ଥ ଦେହର ଅନ୍ୟ କୌଣସି ସ୍ଥାନରୁ ରକ୍ତରେ ଏମ୍ବୋଲିଜ୍ମ ବା ଅନ୍ତଶଲ୍ୟ ହୋଇ ପ୍ରବାହିତ ହୁଏ ଓ ଫୁସଫୁସ ଧମନୀକୁ ଅବରୋଧ କରେ ।[୧] ଏହାର ଲକ୍ଷଣ:- ଶ୍ୱାସକଷ୍ଟ (dyspnoea), ଛାତି ଯନ୍ତ୍ରଣା ବିଶେଷତଃ ପ୍ରଶ୍ୱାସ ନେଲା ବେଳେ ଓ କାଶିଲା ବେଳେ ରକ୍ତ ପଡ଼େ ।[୨] ଅନ୍ତଶିରା ଥ୍ରମ୍ବୋସିସ୍ ଲକ୍ଷଣ ମଧ୍ୟ ପ୍ରକାଶିତ ହୁଏ ଯେଉଁଥିରେ ଏକ ଲାଲ, ଉଷୁମ, ସ୍ଫିତ ଓ କଷ୍ଟଦାୟକ ଗୋଡ଼ ଦେଖାଯାଏ ।[୨] ସ୍ୱଳ୍ପ ଅମ୍ଳଜାନ ସାଚୁରେସନ, ଦୃତ ଶ୍ୱାସକ୍ରିୟା, ଦୃତ ହୃତ୍ପିଣ୍ଡ ଗତି ଓ ବେଳେ ବେଳେ ସାମାନ୍ୟ ଜ୍ୱର ହୁଏ ।[୩] ରୋଗ ସାଂଘାତିକ ହେଲେ ଅତ୍ୟଳ୍ପ ରକ୍ତଚାପ, ମୂର୍ଚ୍ଛା ଓ ହଠାତ୍ ମୃତ୍ୟୁ ହୋଇଯାଏ ।[୪]
ପିଇ ସାଧାରଣତଃ ଗୋଡ଼ରେ ସୃଷ୍ଟି ହୋଇଥିବା ଜମାଟ ରକ୍ତ ବା କ୍ଲଟ୍ ପ୍ରବାହିତ ହୋଇ ଫୁସଫୁସରେ ପହଞ୍ଚି ରୋଗ ସୃଷ୍ଟି କରେ ।[୧] କର୍କଟ ରୋଗ, ଦୀର୍ଘକାଳୀନ ବିଛଣା ବିଶ୍ରାମ, ଧୂମ୍ରପାନ, ସ୍ଟ୍ରୋକ୍, କେତେକ ଜେନେଟିକ ରୋଗ, ଗର୍ଭାବସ୍ଥା, ମୋଟାପଣ, ଓ କେତେକ ଅପରେଶନ ପରେ ଏହି କ୍ଲଟ୍ ସଙ୍କଟ ବୃଦ୍ଧି ପାଏ ।[୫] ଅଳ୍ପ କେତେକ କେଶ୍ରେ ବାୟୁ, ଚର୍ବି, ଓ ଉଲ୍ୱଜଳ ଏମ୍ବୋଲିଜ୍ମ ହୋଇପାରେ ।[୬][୭] ଚିହ୍ନ ଓ ଲକ୍ଷଣ ସହିତ ପରୀକ୍ଷା ଫଳ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । ଏକ ରକ୍ତ ପରୀକ୍ଷା ଡି ଡାଇମରଦ୍ୱାରା ଏହି ରୋଗ ନ ଥିବା ଜଣାଯାଇ ପାରେ । ଅନ୍ୟଥା ସିଟି ପଲ୍ମାନାରି ଆଞ୍ଜିଓଗ୍ରାଫି, ଫୁସଫୁସ ଭେଣ୍ଟଲେସନ/ପରଫ୍ୟୁଜନ ସ୍କାନ ବା ଗୋଡ଼ର ଅଲ୍ଟ୍ରାସାଉଣ୍ଡ କରି ରୋଗ ନିର୍ଣ୍ଣୟ କରାଯାଏ । [୮] ଅନ୍ତଃଶିରା ଥ୍ରମ୍ବୋସିସ ଓ ପିଇ ଉଭୟ ରୋଗ ଥିଲେ ଭେନସ ଥ୍ରୋମ୍ବୋଏମ୍ବୋଲିଜ୍ମ ବା ଭିଟିଇ କୁହାଯାଏ ।[୯]
ଅପରେଶନ ହେବା ପରେ ତୁରନ୍ତ ଚଳପ୍ରଚଳ ହେଲେ, ବସିବା ସମୟରେ ଗୋଡ଼ ବ୍ୟାୟାମ ଓ କେତେକ ଅପରେଶନ ପରେ ରକ୍ତ ପତଳାକାରୀ ଔଷଧ ଦେଲେ ଏହି ରୋଗର ପ୍ରତିଷେଧ ହୁଏ ।[୧୦] ହେପାରିନ ବା ୱାରଫାରିନ ଆଦି ରକ୍ତ ପତଳାକାରୀ ଔଷଧ ଦେଇ ଚିକିତ୍ସା କରାଯାଏ ।[୧୧] ଅଧିକାଂଶ ସମୟରେ ଏହି ଔଷଧ ୬ମାସ ବା ଅଧିକ ସମୟ ଧରି ଦିଆଯାଏ ।[୧୨] ଅତି ସାଂଘାତିକ ରୋଗରେ ଟିସୁ ପ୍ଲାଜ୍ମିନୋଜେନ ଆକ୍ଟିଭେଟର ଦେଇ ଥ୍ରମ୍ବୋଲାଇସିସ୍ କରାଯାଏ ବା ପଲମୋନାରି ଥ୍ରମ୍ବେକ୍ଟମି ଅପରେଶନ କରାଯାଏ । ରକ୍ତ ପତଳାକାରୀ ଔଷଧ ଯଥେଷ୍ଟ ନ ହେଲେ ଭେନା କାଭା ଫିଲଟର ବ୍ୟବହାର କରାଯାଏ ।[୧୧]
ପ୍ରତି ବର୍ଷ ୟୁରୋପରେ ପ୍ରାୟ ୪୩୦,୦୦୦ଲୋକ ପଲ୍ମୋନାରି ଏମ୍ବୋଲିଜ୍ମ ରୋଗଦ୍ୱାରା ଆକ୍ରାନ୍ତ ହୁଅନ୍ତି ।[୧୩] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ବର୍ଷ ୩୦୦,୦୦୦ରୁ ୬୦୦,୦୦୦ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି,[୧][୧୪] ଯାହା ଫଳରେ ୫୦,୦୦୦ରୁ[୧୪] ୨୦୦,୦୦୦ ଲୋକଙ୍କର ମୃତ୍ୟୁ ହୁଏ ।[୧୫] ପୁରୁଷ ଓ ମହିଳାଙ୍କ ରୋଗ ହାର ସମାନ ଥାଏ । ବୟସ ବୃଦ୍ଧି ହେବା ପରେ ଏହି ରୋଗ ସାଧାରଣତଃ ହୁଏ ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "What Is Pulmonary Embolism?". NHLBI. July 1, 2011. Retrieved 12 March 2016.
- ↑ ୨.୦ ୨.୧ "What Are the Signs and Symptoms of Pulmonary Embolism?". NHLBI. July 1, 2011. Retrieved 12 March 2016.
- ↑ Tintinalli, Judith E. (2010). Emergency Medicine: A Comprehensive Study Guide (Emergency Medicine (Tintinalli)) (7 ed.). New York: McGraw-Hill Companies. p. 432. ISBN 0-07-148480-9.
- ↑ Goldhaber SZ (2005). "Pulmonary thromboembolism". In Kasper DL, Braunwald E, Fauci AS; et al. (eds.). Harrison's Principles of Internal Medicine (16th ed.). New York, NY: McGraw-Hill. pp. 1561–65. ISBN 0-07-139140-1.
{{cite book}}
: CS1 maint: multiple names: editors list (link) - ↑ ୫.୦ ୫.୧ "Who Is at Risk for Pulmonary Embolism?". NHLBI. July 1, 2011. Retrieved 12 March 2016.
- ↑ "What Causes Pulmonary Embolism?". NHLBI. July 1, 2011. Retrieved 12 March 2016.
- ↑ Pantaleo, G; Luigi, N; Federica, T; Paola, S; Margherita, N; Tahir, M (2014). "Amniotic fluid embolism: review". Current pharmaceutical biotechnology. 14 (14): 1163–7. PMID 24804726.
- ↑ "How Is Pulmonary Embolism Diagnosed?". NHLBI. July 1, 2011. Retrieved 12 March 2016.
- ↑ "Other Names for Pulmonary Embolism". July 1, 2011. Retrieved 12 March 2016.
- ↑ "How Can Pulmonary Embolism Be Prevented?". NHLBI. July 1, 2011. Retrieved 12 March 2016.
- ↑ ୧୧.୦ ୧୧.୧ "How Is Pulmonary Embolism Treated?". NHLBI. July 1, 2011. Retrieved 12 March 2016.
- ↑ "Living With Pulmonary Embolism". July 1, 2011. Retrieved 12 March 2016.
- ↑ Raskob, GE; Angchaisuksiri, P; Blanco, AN; Buller, H; Gallus, A; Hunt, BJ; Hylek, EM; Kakkar, A; Konstantinides, SV; McCumber, M; Ozaki, Y; Wendelboe, A; Weitz, JI; ISTH Steering Committee for World Thrombosis, Day (November 2014). "Thrombosis: a major contributor to global disease burden". Arteriosclerosis, thrombosis, and vascular biology. 34 (11): 2363–71. PMID 25304324.
- ↑ ୧୪.୦ ୧୪.୧ Rahimtoola A, Bergin JD (February 2005). "Acute pulmonary embolism: an update on diagnosis and management". Current problems in cardiology. 30 (2): 61–114. doi:10.1016/j.cpcardiol.2004.06.001. PMID 15650680.
- ↑ Kumar,Abbas,Fausto, Mitchell (2010). Basic Pathology. New Delhi: Elsevier. p. 98. ISBN 978-81-312-1036-9.
{{cite book}}
: CS1 maint: multiple names: authors list (link)