ତୀବ୍ର ଶ୍ୱାସନଳୀ ପ୍ରଦାହ

(Acute bronchitisରୁ ଲେଉଟି ଆସିଛି)

ତୀବ୍ର ଶ୍ୱାସନଳୀ ପ୍ରଦାହ ବା ଆକ୍ୟୁଟ ବ୍ରୋଙ୍କାଇଟିସ ବା ଛାତି ଥଣ୍ଡା (ଇଂରାଜୀରେ Acute bronchitis, ବା chest cold) ରୋଗ ଫୁସଫୁସରେ ଥିବା ବଡ଼ ବା ମଧ୍ୟମ ଆକାରର ବାୟୁବାହୀ ନଳୀମାନଙ୍କର ପ୍ରଦାହକୁ କୁହାଯାଏ । [୧][୨] ଏହି ରୋଗରେ କାଶ ଏହ ସାଧାରଣ ଲକ୍ଷଣ । [୨] କାଶ ହେଲେ ଖଙ୍କାର ପଡ଼େ, ହୁଇଜ ହୁଏ, ଛୋଟ ଛୋଟ ଶ୍ୱାସକ୍ରିୟା ହୁଏ, ଜ୍ୱର ହୁଏ ଓ ଛାତି ବେଆରମ ଲାଗେ । ଏହି ରୋଗ ଅଳ୍ପ କିଛି ଦିନରୁ ଦଶ ଦିନ ପର୍ଯ୍ୟନ୍ତ ରହେ । [୧] ଲକ୍ଷଣମାନ ପ୍ରାୟ ୩ ସପ୍ତାହ ରହେ କିନ୍ତୁ କାଶ ତା ପରେ ଅନେକ ସପ୍ତାହ ପର୍ଯ୍ୟନ୍ତ ରହେ । [୧][୨] କେତେକ ରୋଗୀଙ୍କର ୬ ସପ୍ତାହ ପର୍ଯ୍ୟନ୍ତ ଲକ୍ଷଣ ରହେ । [୩]

ତୀବ୍ର ଶ୍ୱାସନଳୀ ପ୍ରଦାହ
Figure A shows the location of the lungs and bronchial tubes. Figure B is an enlarged view of a normal bronchial tube. Figure C is an enlarged view of a bronchial tube with bronchitis.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିpulmonology[*]
ଆଇସିଡ଼ି-୧୦J20.-J21.
ଆଇସିଡ଼ି-୯-ସିଏମ୍466
ମେଡ଼ିସିନ-ପ୍ଲସ001087
ଇ-ମେଡ଼ିସିନarticle/297108
MeSHD001991

ସମୁଦାୟ ରୋଗୀଙ୍କର ୯୫ % କ୍ଷେତ୍ରରେ ଭୁତାଣୁ ସଂକ୍ରମଣ ଯୋଗୁ ରୋଗ ହୋଇଥାଏ । [୨] କାଶରୁ ବାୟୁ ମାଧ୍ୟମରେ ବା ରୋଗୀ ସଂସ୍ପର୍ଶରେ ଆସିଲେ ଭୁତାଣୁଦ୍ୱାରା ଏହି ରୋଗ ବ୍ୟାପେ । ସଙ୍କଟପ୍ରଦ ଅବସ୍ଥା: ଧୂମ୍ରପାନ, ଧୂଳି ଓ ଅନ୍ୟାନ୍ୟ ବାୟୁ ପ୍ରଦୂଷଣ[୧] ମାଇକୋପ୍ଲାଜମା ନିମୋନି ବା ବୋର୍ଡେଟେଲା ପର୍ଟୁସିସ ଭଳି ଜୀବାଣୁ ଓ ଅତ୍ୟଧିକ ବାୟୁ ପ୍ରଦୂଷଣ ଯୋଗୁ କେତେକ କ୍ଷେତ୍ରରେ ଏହି ରୋଗ ହୁଏ । [୨][୪] ରୋଗୀର ଲକ୍ଷଣ ଓ ଚିହ୍ନ ଦେଖି ରୋଗ ନିର୍ଣ୍ଣୟ କରାଯାଏ । [୫] ଖଙ୍କାର ରଙ୍ଗ ଦେଖି ଜୀବାଣୁ ବା ଭୁତାଣୁ ଯୋଗୁ ହେଉଛି, ଜଣାପଡ଼େନାହିଁ । ଜୀବାଣୁ ଚିହ୍ନିବା ଆବଶ୍ୟକ ହୁଏନାହିଁ । [୨] ସଦୃଶ ଲକ୍ଷଣ ଥବା ଅନ୍ୟ ରୋଗମାନଙ୍କର ନାମ ଆଜମା, ନିମୋନିଆ, ବ୍ରଙ୍କିଓଲାଇଟିସ, ବ୍ରଙ୍କିଏକ୍ଟାସିସସିଓପିଡି[୨][୬] ନିମୋନିଆ ଚିହ୍ନଟ ନିମନ୍ତେ ଏକ ଏକ୍ସ‌-ରେ ଆବଶ୍ୟକ ହୋଇପାରେ । [୨]

ଫୁସଫୁସ ଉତ୍ତେଜକ ପଦାର୍ଥ ଓ ଧୂମ୍ରପାନ ବର୍ଜନ ହିଁ ଏହାର ପ୍ରତିଷେଧ କାମ କରେ । ବାରମ୍ବାର ହାତଧୁଆ ମଧ୍ୟ ସୁରକ୍ଷାକାରୀ ହୁଏ । [୭] ଚିକିତ୍ସା: ବିଶ୍ରାମ, ପାରାସେଟାମଲଏନଏସଆଇ‌ଡିଦ୍ୱାରା ଜ୍ୱର ନିୟନ୍ତ୍ରଣ କରାଯାଏ । [୩][୮] କାଶ ଔଷଧ କୌଣସି ସାହାଯ୍ୟକାରୀ ନ ହେଉ ଥିବାରୁ ଛଅ ବର୍ଷରୁ କମ ହୋଇଥିବା ଶିଶୁକୁ ଦେବାକୁ ସୁପାରିସ କରାଯାଏ ନାହିଁ । [୨][୯] ହୁଇଜ ନିୟନ୍ତ୍ରଣ ସାଲବୁଟାମଲଦ୍ୱାରା ହୁଏ କିନ୍ତୁ ଏହା ଫଳରେ ଧୈର୍ଯ୍ୟହୀନତା (nervousness) ଦେଖାଯାଏ । [୨][୧୦] ଆଣ୍ଟିବାୟୋଟିକ ସାଧାରଣତଃ ବ୍ୟବ‌ହାର କରାଯାଏ ନାହିଁ । [୧୧] ପର୍ଟୁସିସ ବା ଲହରା କାଶ ଯୋଗୁ ତୀବ୍ର ଶ୍ୱାସନଳୀ ପ୍ରଦାହ ହେଲେ ଏହାର ବ୍ୟତିକ୍ରମ କରାଯାଏ । ମହୁପେଲାର‌ଗୋନିଅମ ଦେଲେ ଲକ୍ଷଣର ଉନ୍ନତି ହୁଏ । [୨]

ଅତି ସାଧାରଣ ରୋଗମାନଙ୍କ ମଧ୍ୟରେ ତୀବ୍ର ଶ୍ୱାସନଳୀ ପ୍ରଦାହ ଅନ୍ୟତମ । [୩][୧୨] ବୟଃପ୍ରାପ୍ତ ଲୋକଙ୍କ ମଧ୍ୟରୁ ୫ % ଲୋକଙ୍କୁ ଏହି ରୋଗ ହୁଏ ଓ ୬ % ପିଲାଙ୍କୁ ଅତି କମରେ ବର୍ଷରେ ଥରେ ନିଶ୍ଚୟ ହୁଏ । [୬][୧୩] ଶୀତ ଦିନେ ପ୍ରାୟ ଏହି ରୋଗ ହୁଏ । [୬] ଆମେରିକାରେ ପ୍ରତିବର୍ଷ ପ୍ରାୟ ୧୦ ନିୟୁତ ଲୋକ ଏହି ରୋଗରେ ପୀଡ଼ିତ ହୋଇ ଡାକ୍ତରଙ୍କୁ ସାକ୍ଷାତ କରନ୍ତି ଓ ଅଦରକାରୀ ଭାବରେ ୭୦ % ଲୋକ ଆଣ୍ଟିବାୟୋଟିକ ଗ୍ରହଣ କରନ୍ତି । [୩] ତୀବ୍ର ଶ୍ୱାସନଳୀ ପ୍ରଦାହ ରୋଗରେ ଆଣ୍ଟିବାୟୋଟିକ ବ୍ୟବ‌ହାର କମେଇବା ନିମନ୍ତେ ଚେଷ୍ଟା ଚାଲିଛି । [୧୨]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "What Is Bronchitis?". August 4, 2011. Retrieved 1 April 2015.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Albert, RH (1 December 2010). "Diagnosis and treatment of acute bronchitis". American family physician. 82 (11): 1345–50. PMID 21121518.
  3. ୩.୦ ୩.୧ ୩.୨ ୩.୩ Tackett, KL; Atkins, A (December 2012). "Evidence-based acute bronchitis therapy". Journal of pharmacy practice. 25 (6): 586–90. PMID 23076965.
  4. "What Causes Bronchitis?". August 4, 2011. Retrieved 1 April 2015.
  5. "How Is Bronchitis Diagnosed?". August 4, 2011. Retrieved 1 April 2015.
  6. ୬.୦ ୬.୧ ୬.୨ Wenzel, RP; Fowler AA, 3rd (16 November 2006). "Clinical practice. Acute bronchitis". The New England journal of medicine. 355 (20): 2125–30. PMID 17108344.{{cite journal}}: CS1 maint: numeric names: authors list (link)
  7. "How Can Bronchitis Be Prevented?". August 4, 2011. Retrieved 1 April 2015.
  8. "How Is Bronchitis Treated?". August 4, 2011. Retrieved 1 April 2015.
  9. Smith, SM; Schroeder, K; Fahey, T (24 November 2014). "Over-the-counter (OTC) medications for acute cough in children and adults in community settings". The Cochrane database of systematic reviews. 11: CD001831. PMID 25420096.
  10. Becker, LA; Hom, J; Villasis-Keever, M; van der Wouden, JC (6 July 2011). "Beta2-agonists for acute bronchitis". The Cochrane database of systematic reviews (7): CD001726. PMID 21735384.
  11. Smith, SM; Fahey, T; Smucny, J; Becker, LA (1 March 2014). "Antibiotics for acute bronchitis". The Cochrane database of systematic reviews. 3: CD000245. PMID 24585130.
  12. ୧୨.୦ ୧୨.୧ Braman, SS (January 2006). "Chronic cough due to acute bronchitis: ACCP evidence-based clinical practice guidelines". Chest. 129 (1 Suppl): 95S–103S. PMID 16428698.
  13. Fleming, DM; Elliot, AJ (March 2007). "The management of acute bronchitis in children". Expert opinion on pharmacotherapy. 8 (4): 415–26. PMID 17309336.